ମ୍ୟାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାଇଁ ଆସିଗଲା ‘ପରୀକ୍ଷା ଦର୍ପଣ’; ପ୍ରଥମେ ଉପାନ୍ତ ଅଞ୍ଚଳରେ ବଣ୍ଟାଯିବ

ଫେବୃଆରୀ ୧୨ ତାରିଖ ସୁଦ୍ଧା ରାଜ୍ୟର ସବୁ ୩୦ଟି ଜିଲ୍ଲାରେ ପହଞ୍ଚିବ ଏହି ବହି । ଫେବୃଆରୀ ୧୫ ସୁଦ୍ଧା ସବୁ ପିଲାଙ୍କୁ ଏହା ମାଗଣାରେ ମିଳିଯିବ । ୭୦୦ ପୃଷ୍ଠାର ଏହି ବହିରେ ସବୁ ବିଷୟର ପ୍ରଶ୍ନ ପତ୍ରର ପ୍ୟାଟର୍ଣ୍ଣ ସହ ଉତ୍ତର ବି ଦିଆଯାଇଛି ।

ମ୍ୟାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାଇଁ ଆସିଗଲା ‘ପରୀକ୍ଷା ଦର୍ପଣ’; ପ୍ରଥମେ ଉପାନ୍ତ ଅଞ୍ଚଳରେ ବଣ୍ଟାଯିବ
'ପରୀକ୍ଷା ଦର୍ପଣ' ପୁସ୍ତକର ଉନ୍ମୋଚନ କରୁଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।
  • News18 Odia
  • Last Updated: January 27, 2021, 4:02 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟର ମ୍ୟାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ 'ପରୀକ୍ଷା ଦର୍ପଣ' ପୁସ୍ତକ ଉନ୍ମୋଚିତ ହୋଇଛି । ପାଠ୍ୟ ପୁସ୍ତକ ଉତ୍ପାଦନ ଓ ବିକ୍ରୟ ଅନୁଷ୍ଠାନ ପରିସରରେ ଏହି ୭୦୦ ପୃଷ୍ଠାର ପୁସ୍ତକର ଉନ୍ମୋଚନ କରିଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।

ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ରାଜ୍ୟର ସବୁ ସରକାରୀ ଓ ବେସରକାରୀ ସ୍କୁଲର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ‘ପରୀକ୍ଷା ଦର୍ପଣ’ ପୁସ୍ତକ ମାଗଣାରେ ଦେବାକୁ ଘୋଷଣା କରିଥିଲେ ମନ୍ତ୍ରୀ । ଏହା ଦ୍ବାରା ରାଜ୍ୟର ଦଶମ ଶ୍ରେଣୀର ମୋ’ଟ ୬,୨୦,୫୦୮ ଜଣ ଛାତ୍ରଛାତ୍ରୀ ଉପକୃତ ହେବେ। ଜିଲ୍ଲା ଶିକ୍ଷା ଅଧିକାରୀ ମାନେ ବହି ବଣ୍ଟନ କାର୍ଯ୍ୟର ଦାୟିତ୍ଵ ନେବେ ।

ଏହା ବି ପଢ଼ନ୍ତୁ | ବିରାଟ କୋହଲିଙ୍କୁ କ୍ୟାପଟେନ୍ପଦରୁ ହଟେଇଲେ Team India ସଂସ୍କୃତି ନଷ୍ଟ ହୋଇଯିବ

‘‘ବିଭାଗ କରିଥିବା ପ୍ରତିଶ୍ରୁତି ଆଜି ପୁରଣ ହେଉଛି । ଆଜି ଠାରୁ ‘ପରୀକ୍ଷା ଦର୍ପଣ’ ବହି ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଉଛି । ପ୍ରଥମେ ଉପାନ୍ତ ଓ ଗ୍ରାମାଞ୍ଚଳରେ ଏହାକୁ ପହଞ୍ଚାଚାଇବାର ଲକ୍ଷ ଧାର୍ଯ୍ୟ ହୋଇଛି,’’ କହିଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

'ପରୀକ୍ଷା ଦର୍ପଣ' ୭୦୦ ପୃଷ୍ଠାର ପୁସ୍ତକ


ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ‘ପରୀକ୍ଷା ଦର୍ପଣ’ ପୁସ୍ତକଗୁଡିକ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି ।ପ୍ରଥମ ପର୍ଯ୍ୟାୟରେ ଆଜି ରାଜ୍ୟର ଉପାନ୍ତ ଜିଲ୍ଲା ନୂଆପଡା, ମାଲକାନାଗିରି, ନବରଙ୍ଗପୁର ଓ କୋରାପୁଟକୁ ମୋଟ ୫୦ ହଜାର ପୁସ୍ତକ ପଠାଯାଇଛି । ଏହି ପୁସ୍ତକ ପର୍ଯ୍ୟାୟ କ୍ରମେ ଫେବୃୟାରୀ ୧୨ ତାରିଖ ସୁଦ୍ଧା ସବୁ ୩୦ଟି ଜିଲ୍ଲାକୁ ପ୍ରେରଣ କରାଯିବାର ବ୍ୟବସ୍ଥା କରାଯାଇଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | Big Boss14: ବିବାହ ଆଗରୁ ରାଖୀ ସାୱନ୍ତଙ୍କୁ ଧମକ ମିଳୁଥିଲା, ତେଣୁ ସେ ଅର୍ଜେଣ୍ଟରେ ବିବାହ କଲେ

ଜିଲ୍ଲା ଶିକ୍ଷା ଅଧିକାରୀମାନେ ଫେବୃୟାରୀ ୧୫ ତାରିଖ ମଧ୍ୟରେ ରାଜ୍ୟର ସବୁ ଦଶମଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ କିଭଳି ଏହି ପୁସ୍ତକ ପହଞ୍ଚିବ ତା’ର ବ୍ୟବସ୍ଥା କରିବା ସହ ତଦାରଖ କରିବେ । ତେବେ ଜିଲ୍ଲା ଶିକ୍ଷା ଅଧିକାରୀମାନେ ଜିଲ୍ଲାର ଉପାନ୍ତ ବ୍ଲକର ଛାତ୍ରଛାତ୍ରୀମାନଙ୍କୁ ପ୍ରାଥମିକତା ଦେବାକୁ ବ୍ୟବସ୍ଥା କରିବେ ଓ ପୁସ୍ତକ ବଣ୍ଟନରେ ନିୟୋଜିତ ରହିବେ ବୋଲି ବିଭାଗୀୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ବିରାଟ ଅନୁଷ୍କାଙ୍କ ଝିଅ ଭଲ ଅଛି; ତା ଜନ୍ମ ଦିନ ଅନେକ ପ୍ରସିଦ୍ଧ ବ୍ୟକ୍ତିଙ୍କ ଜନ୍ମ ଦିନ ସହ ମେଳ ଖାଉଛି

ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ମାଧ୍ୟମିକ ବୋର୍ଡ଼ର ସଭାପତି ଓ ପାଠ୍ୟ ପୁସ୍ତକ ପ୍ରକାଶନ ସଂସ୍ଥାର ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ । ପାଞ୍ଚ କୋଟି ଟଙ୍କାର ଅତିରିକ୍ତ ବ୍ୟୟରେ ଛାତ୍ରଛାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ‘ପରୀକ୍ଷା ଦର୍ପଣ’ ପୁସ୍ତକ ପ୍ରକାଶିତ ହୋଇଛି । ଏହି ବହିରେ ରହିଛି ସବୁ ବିଷୟର ପ୍ରଶ୍ନ ପତ୍ର ସହ ଉତ୍ତର। ଉଭୟ ସବଡେକ୍ଟିଭ୍‌ ଓ ଅବଜେକ୍ଟିଭ୍‌ ପ୍ରଶ୍ନ ଏଥିରେ ସଂକଳିତ ହୋଇଛି ।



‘‘‘ପରୀକ୍ଷା ଦର୍ପଣ’ରେ ସମ୍ପୂର୍ଣ ପ୍ରଶ୍ନ ପତ୍ର ପ୍ୟାଟର୍ଣ୍ଣ ଦିଆଯାଇଛି । ଉତ୍ତର ବି ରହିଛି । ଏହାରି ଆଧାରରେ ହିଁ ବୋର୍ଡ଼ ପରୀକ୍ଷାରେ ପ୍ରଶ୍ନ ଆସିବ । ଏଥି ପାଇଁ ଡିସେମ୍ବର ମାସରୁ ପ୍ରସ୍ତୁତି ଓ ସଂକଳନ ଆରମ୍ଭ ହୋଇଥିଲା,’’ କହିଛନ୍ତି ବୋର୍ଡ଼ ସଭାପତି ରାମାଶିଷ ହାଜରା ।
Published by: Anand Shankar Thankur Das
First published: January 27, 2021, 4:02 PM IST