ଦୁଇ ବର୍ଷ ପରେ ବଡ଼ଦାଣ୍ଡରେ କାଳିଆ ସାଆନ୍ତଙ୍କୁ ଦେଖିବେ ଲକ୍ଷାଧିକ ଭକ୍ତ

ଚଳିତ ବର୍ଷ ଚନ୍ଦନ ଯାତ୍ରା ଓ ଅକ୍ଷୟ ତୃତୀୟା ଭକ୍ତମୟ ପରିବେଶରେ ହେବାକୁ ଥିବାରୁ ଏବେ ଜୁଲାଇ ୧ରେ ହେବାକୁ ଥିବା ରଥଯାତ୍ରା ବି ଭକ୍ତମୟ ପରିବେଶରେ ହେବ ବୋଲି ଆଶା ସଞ୍ଚାର କରିଛନ୍ତି ଶ୍ରଦ୍ଧାଳୁ।

ଦୁଇ ବର୍ଷ ପରେ ବଡ଼ଦାଣ୍ଡରେ କାଳିଆ ସାଆନ୍ତଙ୍କୁ ଦେଖିବେ ଲକ୍ଷାଧିକ ଭକ୍ତ

ଦୁଇ ବର୍ଷ ପରେ ବଡ଼ଦାଣ୍ଡରେ କାଳିଆ ସାଆନ୍ତଙ୍କୁ ଦେଖିବେ ଲକ୍ଷାଧିକ ଭକ୍ତ

  • Share this:
News18 Odia Digital

ପୁରୀ: ଦୁଇ ବର୍ଷ ପରେ ବଡ଼ଦାଣ୍ଡରେ କାଳିଆ ସାଆନ୍ତଙ୍କୁ ଦେଖିବେ ଲକ୍ଷାଧିକ ଭକ୍ତ। ତେବେ ଚଳିତ ବର୍ଷ ଚନ୍ଦନଯାତ୍ରା ଓ ଅକ୍ଷୟ ତୃତୀୟା ଭକ୍ତମୟ ପରିବେଶରେ ହେବାକୁ ଥିବାରୁ ଏବେ ଜୁଲାଇ ୧ରେ ହେବାକୁ ଥିବା ରଥଯାତ୍ରା ବି ଭକ୍ତମୟ ପରିବେଶରେ ହେବ ବୋଲି ଆଶା ସଞ୍ଚାର କରିଛନ୍ତି ଶ୍ରଦ୍ଧାଳୁ।

ସେପଟେ ମେ ୩ ତାରିଖରେ ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ଆରମ୍ଭ ଓ ଚନ୍ଦନଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ରବିବାର ବିଭିନ୍ନ ବିଭାଗୀୟ ଅଧିକାରୀ ଓ ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଓ ପଞ୍ଚ ମହାଦେବ କମିଟି ସହ ପ୍ରସ୍ତୁତି ବୈଠକ କରିଛନ୍ତି ଜିଲାପାଳ ଓ ଏସପି।

ଆସନ୍ତା ୫ ତାରିଖରେ ଚଳିତ ବର୍ଷ ଘୋଷଯାତ୍ରା ପାଇଁ ପୌରସଦନରେ ଦିନ ୧୧ଟାରେ ବସିବ ପ୍ରଥମ ରଥଯାତ୍ରା ସମନ୍ୱୟ କମିଟି ବୈଠକ। ଏ ନେଇ ପୁରୀ ପୋଲିସ ପ୍ରଶାସନ ପକ୍ଷରୁ ଦୁଇଟି ବୈଠକ କରି ରଥଯାତ୍ରାରେ ଭକ୍ତଙ୍କ ଭିଡକୁ ନେଇ ସୁରକ୍ଷା ବ୍ୟବସ୍ଥାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିବା ବେଳେ ସେପଟେ ସେ ସମୟରେ କୋଭିଡର ସ୍ଥିତିକୁ ଦେଖି ଭକ୍ତମୟ କି ବିନାଭକ୍ତରେ ହେବେ ତାହା ଉପରେ ନିଆଯିବ ନିଷ୍ପତ୍ତି। ତେବେ ମେ ୩ରେ ଚନ୍ଦନଯାତ୍ରାକୁ ନେଇ ନରେନ୍ଦ୍ରପୁଷ୍କରିଣୀକୁ ପ୍ରସ୍ତୁତ କରାଯାଉଥିବା ବେଳେ ଚାପ ଡଙ୍ଗାର କାର୍ଯ୍ୟ ମଧ୍ୟ ଚାଲିଛି।

ଚାପ ଡଙ୍ଗାର କାର୍ଯ୍ୟ ମଧ୍ୟ ଚାଲିଛି


"ମହାପ୍ରଭୁଙ୍କ ଚକାଆଖିର ଦର୍ଶନ ପାଇଁ ବ୍ୟାକୁଳ ଥିବା ଭକ୍ତ ରଥ ଉପରେ ଦର୍ଶନ କରିବ ତା ପ୍ରିୟର ଠାକୁରଙ୍କୁ। କାରଣ ଚନ୍ଦନଯାତ୍ରାରେ ଭକ୍ତଙ୍କ ଗହଣରେ ଯାତ୍ରାକୁ ନେଇ ରବିବାର ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟରେ ହୋଇଥିଲା ପ୍ରସ୍ତୁତି ବୈଠକ। ମେ ୩ ତାରିଖରେ ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ଆରମ୍ଭ ଓ ଚନ୍ଦନ ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଓ ପଞ୍ଚ ମହାଦେବ କମିଟି ସହ ପ୍ରସ୍ତୁତି ବୈଠକ କରିଛନ୍ତି ଜିଲାପାଳ ଓ ଏସପି। ତେବେ ଜୁଲାଇ ୧ରେ ରଥଯାତ୍ରା ବି ଭକ୍ତମୟ ପରିବେଶରେ ହେବାକୁ ଆଶଙ୍କା କରିଛି ପ୍ରଶାସନ। ଆଉ ଏ ନେଇ ମେ ୫ ତାରିଖରେ ଚଳିତ ବର୍ଷ ଘୋଷଯାତ୍ରା ପାଇଁ ପୌରସଦନରେ ଦିନ ୧୧ଟାରେ ବସିବ ପ୍ରଥମ ରଥଯାତ୍ରା ସମନ୍ୱୟ କମିଟି ବୈଠକ,’’ କହିଛନ୍ତି ଜିଲାପାଳ ସମର୍ଥ ବର୍ମା।

"ଦୀର୍ଘ ଦୁଇ ବର୍ଷ ପରେ ଭକ୍ତମୟ ପରିବେଶରେ ଶୃଙ୍ଖଳିତ ରଥଯାତ୍ରା କରିବାକୁ ଲକ୍ଷ୍ୟ ରଖି ବୈଠକରେ କରାଯିବ ଆଲୋଚନା। ଆଉ ଏ ନେଇ ପୁରୀ ପୋଲିସ ଏସପି ଦୁଇ ଦୁଇଟି ସୁରକ୍ଷା ସମୀକ୍ଷା ବୈଠକ କରି କରିଛନ୍ତି ବ୍ଲୁ ପ୍ରିଣ୍ଟ। ୪୨ ଦିନିଆ ଚନ୍ଦନଯାତ୍ରାରେ ୨୧ ଦିନିଆ ବାହାର ଚନ୍ଦନଯାତ୍ରା ଓ ୨୧ ଦିନିଆ ଭିତର ଚନ୍ଦନ ଯାତ୍ରାକୁ ନେଇ ଶ୍ରୀମନ୍ଦିର ଭିତରେ ଓ ବାହାରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ପୁଣି ଅକ୍ଷୟ ତୃତୀୟାର ଠାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଥିବାସହ ସେପଟେ ଶ୍ରୀମନ୍ଦିରରୁ ମଣିବିମାନରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଜଳକ୍ରୀଡା ପାଇଁ ନରେନ୍ଦ୍ରକୁ ଯିବାକୁ ଥିବାରୁ ଟ୍ରାଫିକ ବ୍ୟବସ୍ଥା ଓ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି। ଆଉ ରଥଯାତ୍ରାକୁ ନେଇ ଜିଲା ପୋଲିସ ପକ୍ଷରୁ ଦୁଇ ଦୁଇଟି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି,’’ କହିଛନ୍ତି ଏସପି ଡଃ କନୱର ବିଶାଳ ସିଂ।

ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଆଉ ଦୀର୍ଘ ଦୁଇ ବର୍ଷ ପରେ ଚଳିତ ବର୍ଷ ଚନ୍ଦନ ଯାତ୍ରା ଓ ଅକ୍ଷୟ ତୃତୀୟା ଭକ୍ତମୟ ପରିବେଶରେ ହେବାକୁ ଯାଉଛି। ସେପଟେ ଜୁଲାଇ ୧ରେ ହେବାକୁ ଥିବା ରଥଯାତ୍ରା ବି ଭକ୍ତମୟ ପରିବେଶରେ ହେବ ବୋଲି ଏହି ଚନ୍ଦନଯାତ୍ରାରୁ ଆଶା ସଞ୍ଚାର କରିଛନ୍ତି ଭକ୍ତ। ଦୀର୍ଘ ଦୁଇ ବର୍ଷ ପରେ ବଡ଼ ଦାଣ୍ଡରେ କାଳିଆ ସାଆନ୍ତଙ୍କ ଦର୍ଶନ ଓ ଚର୍ମଚକ୍ଷୁ ସହ ମିଳନ ହେବ ଦିବ୍ୟଚକ୍ଷୁର। ତେବେ ଦୀର୍ଘ ଦୁଇ ବର୍ଷ ପରେ ଭକ୍ତମୟ ପରିବେଶରେ ରଥଯାତ୍ରା ହେଉ ବୋଲି ଆଶା କରିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଜଗନ୍ନାଥ କର।

ଚନ୍ଦନଯାତ୍ରାକୁ ନେଇ ଚଳଚଞ୍ଚଳ ହୋଇପଡ଼ିଛି ନେରନ୍ଦ୍ର ପୁଷ୍କରିଣୀ। ଜଳକ୍ରୀଡା ପାଇଁ ମହାପ୍ରଭୁ ଆସିବାକୁ ଥିବାରୁ ସଜେଇ ହେଉଛି ଚନ୍ଦନ ଚକଡା। ପୁଣି ୪ଟି ଡଙ୍ଗାକୁ ନେଇ ପ୍ରସ୍ତୁତ ନନ୍ଦା ଓ ଭଦ୍ରା ଦୁଇଟି ଚାପକୁ ଦିଆଯାଉଛି ସ୍ୱତନ୍ତ୍ର ରୂପ । ରବିବାର ଚାପ ଡଙ୍ଗା ଉପରେ ଧାରଣା ପକାଯାଇଥିବା ବେଳେ ତା ଉପରେ ନୂଆ ପଟା ବାଡିଆ ହେବ। ତା' ପରେ ଛେକରାବାଡ , ହଂସପଟା ଓ ଜଗମୋହନ ଲଗାଯିବ। ଆଉ ଏ ନେଇ ମଧ୍ୟ ଚିତ୍ରକର ସେବାୟତଙ୍କ ପକ୍ଷରୁ ରଙ୍ଗ କାର୍ଯ୍ୟ ଚାଲିଥିବା ବେଳେ ଦଶ ବିଶ୍ୱକର୍ମା ମହାରଣା ଓ ଭୋଇ ସର୍ଦ୍ଧାରଙ୍କୁ ନେଇ ଚାଲିଛି ଚାପ ନିର୍ମାଣ କାର୍ଯ୍ୟ। ସେପଟେ ନରେନ୍ଦ୍ର ପୁଷ୍କରିଣୀକୁ ରଙ୍ଗ କରାଯାଉଥିବା ବେଳେ ଚନ୍ଦନଚକଡା ଓ ଜଳକ୍ରୀଡା ମଣ୍ଡପ ଆଦିକୁ ସ୍ୱତନ୍ତ୍ର ଭାବେ ରଙ୍ଗ କରାଯାଉଛି। ଅକ୍ଷୟ ତୃତୀୟା ଦିନ ହିଁ ଶେଷ ହେବ ଦୁଇଟି ଚାପ ନନ୍ଦା ଓ ଭଦ୍ରା ଓ ବୈଜନ୍ତରୀର କାର୍ଯ୍ୟ। ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ରାମକୃଷ୍ଣ, ଭୁଦେବୀ ଓ ଶ୍ରୀଦେବୀଙ୍କ ସହ ପଞ୍ଚମହାଦେବ ଚାପ ଖେଳିବାକୁ ମଣିବିମାନରେ ବସି ଶ୍ରୀମନ୍ଦିରରୁ ଆସିବେ। ଆଉ ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚାଳି ନିର୍ମାଣ କରାଯାଇଥିବା ବେଳେ ସେହି ଦିନ ଅକ୍ଷୟ ତୃତୀୟା ଠାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଥିବାରୁ ସମସ୍ତ ପ୍ରସ୍ତୁତି କରାଯାଇଛି ବୋଲି କହିଛନ୍ତି ନନ୍ଦିଘୋଷ ରଥ ବିଶ୍ୱକର୍ମା ମହାରଣା ବିଜୟ ମହାପାତ୍ର।

କୋଭିଡର ସ୍ଥିତି ସେତେଟା ନ ଥିବାରୁ ଚଳିତ ବର୍ଷ ଲକ୍ଷାଧିକ ଭକ୍ତଙ୍କ ଗହଣରେ ହେବ ଚନ୍ଦନଯାତ୍ରା। ଆଉ ସେହିଭଳି ରଥଯାତ୍ରା ବି ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡରେ ହେବ। ଆଉ ଦୀର୍ଘ ଦୁଇ ବର୍ଷ ପରେ ଏହି ଯାତ୍ରା ଦେଖିବା ପାଇଁ ଅନେଇ ବସିଛନ୍ତି ଭକ୍ତ। ଆଉ ଭିଡକୁ ନିୟନ୍ତ୍ରଣ କରି କିଭଳି ଶୃଙ୍ଖଳିତ ଭାବେ ଚନ୍ଦନଯାତ୍ରା ଓ ରଥଯାତ୍ରା ହେବ ତାହା ପ୍ରଶାସନ ପାଇଁ ଚାଲେଞ୍ଜ।
Published by:Lipina Das
First published: