ପରୀ ହତ୍ୟାକାଣ୍ଡ: ‘‘ମୋ’ ଧନ ଏ କାମ କରିନି, ତାକୁ ଡରେଇ ରାଜି କରାଯାଇଛି,’’ ବାହୁନୁଛି ମା’
ଗିରଫ ଅଭିଯୁକ୍ତ ଯୁକ୍ତ-୩ର ଛାତ୍ର ଏହି ଜଘନ୍ୟ ଅପରାଧ କରିଥିବା ବିଷୟରେ ପର୍ଯ୍ୟାପ୍ତ ପ୍ରମାଣ ମିଳିଛି ବୋଲି SIT ମୁଖ୍ୟ ଅରୁଣ ବୋଥ୍ରା କହୁଥିବା ବେଳେ ଅଭିଯୁକ୍ତର ମା’ଙ୍କ ଦାବି ଏହାର ବିପରୀତ । ଅଭିଯୁକ୍ତର ବଡ଼ ଭଉଣୀର ବିବାହ ନିର୍ବନ୍ଧ ବାତିଲ୍ ହୋଇଯାଇଛି ।

(ବାମରୁ ଡାହାଣ) ପରୀର ଫାଇଲ୍ ଫଟୋ; ପୋକସୋ କୋର୍ଟରେ ଅଭିଯୁକ୍ତ, ଅଭିଯୁକ୍ତର ମା’ ଓ ଭଉଣୀ, ଅରୁଣ ବୋଥ୍ରା
- News18 Odia
- Last Updated: December 21, 2020, 9:26 PM IST
ନୟାଗଡ଼: ବହୁଚର୍ଚ୍ଚିତ ପାଞ୍ଚ-ବର୍ଷୀୟା ନାବାଳିକା ପରୀ ସହ ଦୁଷ୍କର୍ମ ପରେ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଭାବେ SIT ଦ୍ୱାରା ଗିରଫ ହୋଇଥିବା ଏକ ମାତ୍ର ତଥା ମୁଖ୍ୟ ଅଭିଯୁକ୍ତର ମା’ ଓ ତା’ ବଡ଼ ଭଉଣୀଙ୍କର କାନ୍ଦି କାନ୍ଦି ଅବସ୍ଥା ଖରାପ । ୧୮ ବର୍ଷୀୟ ଏହି ଅଭିଯୁକ୍ତ ଯୁବକର ମା’ ବାହୁନି ବାହୁନି କାନ୍ଦି କହୁଛନ୍ତି ଯେ ତାଙ୍କ ପୁଅ ନିର୍ଦ୍ଦୋଷ ଓ ତାକୁ SIT ଡରେଇ ଜବରଦସ୍ତି ଏହି ଲୋମହର୍ଷକ ଅପରାଧ କରିଛି ବୋଲି ସ୍ୱୀକାର କରିବାକୁ ବାଧ୍ୟ କରିଛି ।
ଯଦୁପୁର ଗାଁ ଦାଣ୍ଡରେ ଅଭିଯୁକ୍ତର ମା’ ଓ ବଡ଼ ଭଉଣୀ ଭୂଇଁରେ ଲୋଟି କାନ୍ଦୁଥିବା ଦେଖାଯାଇଥିଲା । ମା’ଙ୍କୁ ସମ୍ଭାଳୁଥିବା ତାଙ୍କ ଝିଅ ବି ତାଙଅକ ପରି ବଡ଼ ପାଟିରେ କାନ୍ଦୁଥିଲେ । ସେ ଦୁହିଁଙ୍କ ଅବସ୍ଥା ଦେଖି ଅନେକ ଗ୍ରାମବାସୀ ଦୁଃଖିତ ଅନୁଭବ କରିଥିବା କହିଛନ୍ତି ।
ଏହା ବି ପଢ଼ନ୍ତୁ | ଗର୍ଭବତୀ ଅନୁଷ୍କା ଶର୍ମା ଗୋଟେ ପରେ ଗୋଟେ ଶୁଟିଂ କରିବା ଆରମ୍ଭ କରିଛନ୍ତି; ମେ ମାସରୁ ପୂର୍ବ ପରି ସୁଟିଂ କରିବେ

ମୁଖ୍ୟ ଅଭିଯୁକ୍ତକୁ ରବିବାର ରାତିରେ ଗିରଫ କରିଥିଲା SIT ।
ପରେ ଗଣମାଧ୍ୟମ ସହ କଥା ହୋଇ ସେ କହିଛନ୍ତି, ‘‘ମୋତେ ମାରିଦିଅ… ପିଲା ମୋ’ର ହାତ ଟେକିଦେଉଛି, କହୁଛି ମୋତେ ମାରିଦିଅ । କହୁଛି ମୁଁ କିଛି କରିନି, ମୋତେ ମାରିଦିଅ । ତାକୁ ଜବରଦସ୍ତି ନେଇଗଲେ । କହୁଥିଲେ ୨୪ ତାରିଖ ଦିନ ଘୋଷଣା ଶୁଣାଇବେ, ହେଲେ ୧୯ ତାରିଖରେ ତାକୁ ନେଇଗଲେ ପିଲାକୁ ମୋ’ର, ପ୍ଲାନ୍ କରିକି ନେଇଗଲେ… ।’’
ଏହା ବି ପଢ଼ନ୍ତୁ | KBC 12: ତୃତୀୟ କୋଟିପତି ହେଲେ ଅନୁପା ଦାସ; ୧ କୋଟି ଟଙ୍କା ପ୍ରଶ୍ନର ସଠିକ୍ ଉତ୍ତର ଦେଲେ
ହେଲେ ଅଭିଯୁକ୍ତଙ୍କ ମା’ଙ୍କ କଥା SITର ମୁଖ୍ୟ ତଥା ବରିଷ୍ଠ ଆଇ.ପି.ଏସ୍. ଅଫିସର୍ ଅରୁଣ ବୋଥ୍ରାଙ୍କ ଦାବିର ସମ୍ପୂର୍ଣ୍ଣ ବିପରୀତ । ସୋମବାର ଦିନ ଏହି ଗିରଫଦାରି ବିଷୟରେ ବୋଥ୍ରା ଗଣମାଧ୍ୟମକୁ କହିଥିଲେ, ‘‘ଯେଉଁ ଲୋକକୁ ଧରାହୋଇଛି ତା’ ବିରୁଦ୍ଧରେ SIT ପାଖରେ ପର୍ଯ୍ୟାପ୍ତ ପ୍ରମାଣ ରହିଛି । ଯେଉଁ ପିଲାକୁ ତଦନ୍ତ ପରେ ଆମେ ଗିରଫ କରିଛୁ, ତାକୁ ପ୍ରଥମ ଥର ଆମେ ପଚରାପଚରି କରିନାହୁଁ । ତା’ ସହ ଗତ ଦଶ ଦିନ ମଧ୍ୟରେ ଅନେକ ଥର ପଚରାଉଚରା ହୋଇଛି । ଜିଲ୍ଲା ପୋଲିସ ବି ତା’ ସହ ପଚରାଉଚରା କରିଥିଲା । ପଚରାଉଚରା ପରେ ଯେତେବେଳେ ଆମେ ସନ୍ତୁଷ୍ଟ ହୋଲୁ ଓ ଆମ ପାଖରେ ପ୍ରମାଣ ଆସିଲା, ତା’ ପରେ ସେ ଲୋକକୁ ଆମେ ଗିରରଫ କରିଛୁ ।’’

ମୁଖ୍ୟ ଅଭିଯୁକ୍ତକୁ ପୋକସୋ କୋର୍ଟରେ ଉପସ୍ଥିତ କରାଉଛନ୍ତି SIT ଅଧିକାରୀମାନେ ।
‘‘ସେ ହିଁ ମୁଖ୍ୟ ଅଭିଯୁକ୍ତ । ତାକୁ କେହି ସାହାଯ୍ୟ କରିଛି ବା ତା’ କୃତ୍ୟ ବିଷୟରେ ତଥ୍ୟ ଲୁଚାଇଛି ବା ପ୍ରମାଣ ନଷ୍ଟ କରିବାରେ ତାକୁ ସାହାଯଅୟ କରିଛି କି ନାହିଁ ତାହା ଉପରେ ଏବେ ବି ତଦନ୍ତ ଚାଲିଛି । ଆମେ ଏହି ଗିରଫଦାରି ଓ ତଦନ୍ତରେ ସନ୍ତୁଷ୍ଟ । ମୁଁ ନିଜେ ଜଣେ ପ୍ରଫେସନାଲ୍ ପୋଲିସ ଅଫିସର ହିସାବରେ ଏଥିରେ ଭାରି ସନ୍ତୁଷ୍ଟ ଯେ ମୋ’ ଟିମ୍ ଭଲ କମ କରିଛି,’’ କହିଛନ୍ତି ବୋଥ୍ରା ।
ଏହା ବି ପଢ଼ନ୍ତୁ | IAS ଟପ୍ପର ଟିନା ଡାବି ପ୍ରେମ ବିବାହ କରିଥିଲେ କଶ୍ମୀରର ଆମିର୍ଙ୍କ ସହ; ଏବେ ଛାଡ଼ପତ୍ର ମାଗୁଛନ୍ତି
ଯୁକ୍ତ-୩ର ଛାତ୍ର ଏହି ଅଭିଯୁକ୍ତଙ୍କ ପରିବାର ପାଇଁ ଆଉ ଏକ ସମସ୍ୟା ଆସିଛି । ରବିବାର ଦିନ ସେ ଗିରଫ ହୋଇଥିବା ଯୋଗୁଁ ତାଙ୍କ ବଡ଼ ଭଉଣୀଙ୍କ ବିବାହ ପାଇଁ ହେବାକୁ ଥିବା ନିର୍ବନ୍ଧ କ୍ୟାନସଲ୍ ହୋଇଯାଇଛି । ଭାଇ ପୋଲିସ ହାତରୁ ନ ମୁକୁଳିଲେ ବିବାହ କରିବ ନାହିଁ ବୋଲି ଜିଦ୍ ଧରିଥିଲା ଭଉଣୀ ।
ଅଭିଯୁକ୍ତଙ୍କ ବାପା କିଛି ବର୍ଷ ତଳେ ମୃତ୍ୟୁ ବରଣ କରିଥିଲେ । ତାଙ୍କ ମା’ ଜଣେ ଆଶା କର୍ମୀ । ତାଙ୍କ ସ୍ୱଳ୍ପ ଆୟରେ ହିଁ ପରିବାର ଚଳୁଥିଲା ଓ ଅଭିଯୁକ୍ତଙ୍କ କଲେଜ ପଢ଼ା ଖର୍ଚ୍ଚ ଦିଆଯାଉଥିଲା ବୋଲି କହିଛନ୍ତି ଗ୍ରାମବାସୀମାନେ ।