ଏ କେମିତି କା ମା'? ଝିଅ ନାଁରେ ଦେଲା FIR; ବାପା ନେଇଗଲେ ଦେଇଥିବା ଯୌତୁକ ଜିନିଷ

ଧଉଳି ଥାନାରେ ଏକ ରୋଚକ ଘଟଣା ଦେଖିବାକୁ ମିଳିଛି। ଘଟଣାଟି ହେଉଛି ମା' ନିଜ ବଡ଼ ଝିଅଙ୍କ ନାମରେ ଥାନାରେ କରୁଛନ୍ତି ଅଭିଯୋଗ। ବଡ଼ ଝିଅ ପାଖରେ ୮ ମାସ ରହିବା ପରେ ବାପା ମା' ନେଇଗଲେ ଝିଅକୁ ଦେଇଥିବା ଯୌତୁକ ଜିନିଷ।

ଝିଅ ନାଁରେ ମା ଦେଲେ FIR

ଝିଅ ନାଁରେ ମା ଦେଲେ FIR

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଭୁବନେଶ୍ବର: ଧଉଳି ଥାନାରେ ଏକ ରୋଚକ ଘଟଣା ଦେଖିବାକୁ ମିଳିଛି। ଘଟଣାଟି ହେଉଛି ମା' ନିଜ ବଡ଼ ଝିଅଙ୍କ ନାମରେ ଥାନାରେ କରୁଛନ୍ତି ଅଭିଯୋଗ। ବଡ଼ ଝିଅ ପାଖରେ ୮ ମାସ ରହିବା ପରେ ବାପା ମା' ନେଇଗଲେ ଝିଅକୁ ଦେଇଥିବା ଯୌତୁକ ଜିନିଷ। ଯେଉଁଥିରେ ଅଛି ଖଟ, ଆଲଣା, ଚେୟାର ଟେବୁଲ୍, ଗଦି ଓ ସୁନା ଗହଣା।

ମୋଟ ଘଟଣାଟି ହେଉଛି ଏହିପରି। ରତ୍ନାକର ଓ ସୁମତୀ ବେହେରାଙ୍କ ମଝିଆଁ ଝିଅ ହେଉଛନ୍ତି କଳ୍ପନା ବେହେରା। ରତ୍ନାକର ଓୟୁଏଟିରେ ଚାକିରିରୁ ଅବସର ନେବା ପରେ କଳ୍ପନାଙ୍କ ପାଖରେ ରହୁଥିଲେ। ୮ ମାସ ରହିବା ପରେ ଝିଅଙ୍କ ସହିତ ତାଙ୍କର ପଡ଼ିନଥିଲା। ଅପଡ ହେବାରୁ ଯୌତୁକ ଆକାରରେ ଝିଅ କଳ୍ପନାକୁ ଯାହା କିଛି ଦେଇଥିଲେ ତାହା ଫେରାଇ ନେଇଛନ୍ତି। ଧଉଳି ଥାନାରେ ମା' ସୁମତି ବେହେରା ଅଭିଯୋଗ କରିବା ପରେ ପୋଲିସ ଉପସ୍ଥିତିରେ ଯୌତୁକ ଜିନିଷ କଳ୍ପନା ଫେରାଇ ଅଛନ୍ତି ବାପା ମା'ଙ୍କୁ।

ଏ ନେଇ କଳ୍ପନା କହିଛନ୍ତି, ‘‘ମୋ ବଡ଼ ଭଉଣୀ ମରିଯିବା ପରେ ଭିଣୋଇ ସହିତ ବିବାହ ପାଇଁ ବାପା ବାଧ୍ୟ କରିଥିଲେ। ମୁଁ ଅରାଜି ହେବାରୁ ମୋତେ ଘରୁ ବାହାରିଯିବା ପାଇଁ କହିଥିଲେ। ମୁଁ ନିଜ ଗୋଡ଼ରେ ନିଜେ ଠିଆ ହୋଇ ବିବାହ କରିଛି। ମୋତେ ବାପା ମା ପଚାରୁ ନଥିଲେ। ହେଲେ ଯେତେବେଳେ ମୋ ସାନ ଭଉଣୀର ବିବାହ ସରିଲା ଓ ତା ଶାଶୁ ସହିତ ସେମାନଙ୍କର ଅପଡ ହେଲା ସେତେବେଳେ ବାପା-ମା ମୋ ସାହାରା ନେଲେ। ଯେହେତୁ ମୋର ଭାଇ ନାହିଁ, ଚାକିରିରୁ ଅବସର ପରେ ମୋ ପାଖରେ ରହିଲେ। ୮ ମାସ ରହିବା ଭିତରେ ବାପା-ମା ଯେଉଁ ଜିନିଷ ଘରେ ବ୍ୟବହାର କରୁଥିଲେ ସେହି ପୁରୁଣା ଜିନିଷ ମୋତେ ଯୌତୁକ ଆକାରରେ ଦେଇଦେଲେ। ଯେହେତୁ ମୋ ପାଖରେ ବାପା-ମା ଓ ସାନ ଭଉଣୀ ରହୁଥିଲେ ଆମେ ମିଳିମିଶି ବ୍ୟବହାର କରୁଥିଲୁ। ସାନ ଭଉଣୀର ସ୍ବାମୀ ଆସିବା ପରେ ବାପାଙ୍କ ଗ୍ରାଚୁଇଟ ଅର୍ଥକୁ ହାତେଇବା ଲାଗି ଷଡ଼ଯନ୍ତ୍ର କରି ମୋ ପାଖରୁ ଛଡ଼ାଇ ନେଇଛନ୍ତି। ତା' ସହିତ ସେ ଦେଇଥିବା ଯୌତୁକ। କେବଳ ସେତିକି ନୁହେଁ ଏକ ଜମି କିଣା ବିବାଦରେ ବାପା ଅଛନ୍ତି।’’

ନ୍ୟୁଜ ୧୮ କ୍ୟାମେରା ଆଗରେ କହିବା ପରେ କାନ୍ଦି ପକାଇଥିଲେ ଧଉଳି ନିକଟ ସରଦେଇ ପୁର ଗ୍ରାମରେ ରହୁଥିବା କଳ୍ପନା ବେହେରା। କାନ୍ଦିଲେ କଳ୍ପନା। କାହିଁକି ଅଭିଯୋଗକାରୀ ମା, ବାପା ଚୁପ୍? ସାନ ଝିଅ ବୋଲରେ ମା' ସୁମତି ବେହେରା, ବାପା ରତ୍ନାକର ବେହେରା ବଡ଼ ଝିଅ କଳ୍ପନା ଠାରୁ ନେଇଗଲେ କି ଯୌତୁକ ଜିନିଷ? ବିବାଦ ପଛରେ ଅଛି କି ଭିତିରି କଥା। ଏ ନେଇ କ୍ୟାମେରା ଆଗରେ ମୁହଁ ଖୋଲୁ ନାହାଁନ୍ତି ଅଭିଯୋଗକାରିଣୀ ମା ଓ ବାପା।
Published by:Lipina Das
First published: