ଅଭିଭାବକ ସାବଧାନ ! ପିଲା ଚଳାଇଲେ ଗାଡି.. ଆପଣଙ୍କ ଡିଏଲ ହେବ କ୍ୟାନସଲ୍ !

ଗାଡ଼ି ଚଳାଇବାକୁ ନେଇ ପରିବହନ ବିଭାଗର ଗାଇଡଲାଇନ । ଯଦି ପିଲାଙ୍କୁ ଗାଡି ଦେଇ ସ୍କୁଲ୍ କଲେଜ୍ ପଠାନ୍ତି ତେବେ ଆପଣଙ୍କର ଡ୍ରାଇଭିଂ ଲାଇସେନ୍ସ ହେବ କ୍ୟାନସଲ ! ପଢ଼ନ୍ତୁ ସମ୍ପୂର୍ଣ୍ଣ ଖବର ।

ଅଭିଭାବକ ସାବଧାନ ! ପିଲା ଚଳାଇଲେ ଗାଡି.. ଆପଣଙ୍କ ଡିଏଲ ହେବ କ୍ୟାନସଲ୍ !

ଅଭିଭାବକ ସାବଧାନ ! ପିଲା ଚଳାଇଲେ ଗାଡି.. ଆପଣଙ୍କ ଡିଏଲ ହେବ କ୍ୟାନସଲ୍ !

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର: ସ୍କୁଲ ପିଲାଙ୍କ ଗାଡ଼ି ଚଳାଇବାକୁ ନେଇ ପରିବହନ ବିଭାଗର ଗାଇଡଲାଇନ (guideline) । ଆସନ୍ତା ଏପ୍ରିଲ ପହିଲାରୁ ଆରମ୍ଭ ହେବ ସ୍ବତନ୍ତ୍ର ଅଭିଯାନ । ୧୮ ବର୍ଷରୁ କମ୍‌ ବୟସର ପିଲା ଗାଡ଼ି ଚଳାଉଥିଲେ ଅଭିଭାବକଙ୍କର ହେବ ଡିଏଲ ବାତିଲ (dl cancel) । ତେବେ ପରିବହନ ବିଭାଗର ନିୟମକୁ ସ୍କୁଲ ପିଲା ସ୍ବାଗତ କରିଥିବା ବେଳେ ଇଭି ଗାଡ଼ି କିଣିବା ବେଳେ ସେମାନଙ୍କୁ ରିହାତି ମିଳୁ ବୋଲି ଦାବି କରିଛନ୍ତି ଛାତ୍ରଛାତ୍ରୀ (student) ।

କଟକ (cuttack) ଜେ.କେ.ବି.କେ କଲେଜରେ ଯୁକ୍ତ ଦୁଇ ପ୍ରଥମ ବର୍ଷ ବାଣିଜ୍ୟ ବିଭାଗର ଛାତ୍ରୀ ସ୍ବାସ୍ତି ଦାସ ମହାନଦୀ ବିହାରରେ ରହୁଥିବା ସ୍ବାସ୍ତି କିଛି ମାସ ତଳେ ଏକ ହୋଣ୍ଡା ଆକ୍ଟିଭା (honda activa) ସ୍କୁଟର କିଣିଛନ୍ତି । ଏହି ସ୍କୁଟିରେ ପ୍ରତିଦିନ କଲେଜ ଓ କୋଚିଂ କ୍ଲାସକୁ ଯିବା ଆସିବା କରିଥାନ୍ତି । ପରିବହନ ବିଭାଗ ଛାତ୍ରଛାତ୍ରୀଙ୍କ ଗାଡ଼ି ଚଳନା ନେଇ ନିୟମକୁ କଡ଼ା କଡ଼ି ଲାଗୁ କରିବା ପରେ ଏହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ସ୍ବାସ୍ତି । କାରଣ ତାଙ୍କର ବୟସ 18 ବର୍ଷରୁ କମ । କେବଳ ସ୍ବାସ୍ତି କିମ୍ବା ତାଙ୍କ ସହପାଠିନୀ ଅନନ୍ୟା ପଣ୍ଡା ନୁହଁନ୍ତି, ଏମାନଙ୍କ ଭଳି ଅନେକ ଛାତ୍ରଛାତ୍ରୀ ପରିବହନ ବିଭାଗର ନିୟମକୁ ନେଇ ଚିନ୍ତାରେ ପଡ଼ିଛନ୍ତି । ସରକାରଙ୍କ ନିୟମର କାର୍ଯ୍ୟକାରିତାକୁ ସ୍ବାଗତ କରିଛନ୍ତି । କିନ୍ତୁ ଯେଉଁ ଗାଡ଼ି ଗୁଡ଼ିକ ସୋମାନଙ୍କ ପାଇଁ ପ୍ରଯୁଜ୍ୟ ତାହା ସୁଲଭ ମୂଲ୍ୟରେ ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରିବା ଉପରେ ରଖିଛନ୍ତି ମତ ।

ମୋଟର ଭେଇକିଲ ଆଇନ ଅନୁଯାୟୀ 18 ବର୍ଷରୁ କମ ବୟସର କୌଣସି ବ୍ୟକ୍ତି ସର୍ବସାଧାରଣ ସ୍ଥାନରେ ଗାଡି ଚଳାଇ ପାରିବେ ନାହିଁ । 16 ବର୍ଷ ବୟସ ହେବା ପରେ ଜଣେ ବ୍ୟକ୍ତି କେବଳ ବିନା ଗିୟର ଥିବା ଏବଂ 50 ସିସି ଇଞ୍ଜିନ କ୍ଷମତା ବିଶିଷ୍ଟ ଦୁଇଚକିଆ ଗାଡ଼ି ଚଳାଇ ପାରିବେ । କିନ୍ତୁ ପରିବହନ ବିଭାଗ ସିନା ନିୟମ କରି ଦେଲା, ହେଲେ 50 ସିସି ଇଞ୍ଜିନ କ୍ଷମତା ବିଶିଷ୍ଟ କୌଣସି ଗାଡ଼ି ବଜାରରେ ଉପଲବ୍ଧ ହିଁ ନାହିଁ । ଏଭଳି କ୍ଷେତ୍ରରେ 0.25 କିଲୋ ଓ୍ବାଟ୍‌ କ୍ଷମତା ବିଶିଷ୍ଟ ସମ୍ପର୍ଣ୍ଣ ଇଲେକ୍ଟିକ ଭେଇକିଲ କିମ୍ବା ଇଭିକୁ ବ୍ୟବହାର କରାଯାଇପାରେ ବୋଲି ମତ ରଖିଛି ପରିବହନ ବିଭାଗ । କାରଣ ଅତି ବେଶୀରେ ଘଣ୍ଟା ପ୍ରତି 30 କିଲୋମିଟର ବେଗରେ ଗତି କରିପାରିବାର କ୍ଷମତା ରହୁଥିବା ଏହି ଗାଡ଼ି ଗୁଡ଼ିକ ମୋଟର ଭେଇକିଲ ଆଇନ ଅଧିନରେ ଆସୁନାହିଁ । ଏଗୁଡିକୁ ଚଳାଇବା ପାଇଁ ପଞ୍ଜିକରଣ କିମ୍ବା ଲାଇସେନ୍ସର ଆବଶ୍ୟକତା ନଥିବା  ବିଭାଗ ସୂଚନା ଦେଇଛି ।

ଗୋଟିଏ ପଟେ ନିୟମ, ଅନ୍ୟ ପଟେ ନିୟମକୁ କାର୍ଯ୍ୟକାରୀ କରାଇବା ନୀତି । ତେବେ 18 ବର୍ଷରୁ କମ ବୟସ୍କ ପିଲାମାନଙ୍କ ପାଇଁ ପରିବହନ ବିଭାଗ ନିଜ ନିୟମକୁ କାର୍ଯ୍ୟକାରୀ କରିବାରେ କେତେ ଦୁର ସଫଳ ହୋଇ ପାରୁଛି ତାହା ସମୟ ହିଁ କହିବ ।

ଏହି ଖବର ପଢ଼ନ୍ତୁ -  ବିଦେଶରୁ ଆସିବ ବଡ଼ ନିବେଶ... ଜାପାନ ଯିବେ ମୁଖ୍ୟମନ୍ତ୍ରୀ !

https://www.youtube.com/watch?v=ZpNtT8fBTvY
Published by:Soubhagya Mishra
First published: