• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ‘‘DFO ମୋ’ ସ୍ତ୍ରୀ ସହ ଅନୈତିକ ସମ୍ପର୍କ ରଖୁଛନ୍ତି; ମୋତେ ଏଠୁ ଟ୍ରାନ୍ସଫର୍ କରେଇ ନିଅ, ବାପା,’’ କହିଥିଲେ ସୌମ୍ୟ

‘‘DFO ମୋ’ ସ୍ତ୍ରୀ ସହ ଅନୈତିକ ସମ୍ପର୍କ ରଖୁଛନ୍ତି; ମୋତେ ଏଠୁ ଟ୍ରାନ୍ସଫର୍ କରେଇ ନିଅ, ବାପା,’’ କହିଥିଲେ ସୌମ୍ୟ

Paralakhemundi forest officer death by fire blamed on “illicit relation” between wife and DFO | ଯୁବ OFS ଅଫିସର୍ ସୌମ୍ୟଙ୍କ ରହସ୍ୟମୟ ମୃତ୍ୟୁ ପଛରେ ତାଙ୍କ ପତ୍ନୀ ବିଦ୍ୟା ଭାରତୀ ଓ DFOଙ୍କ ମଧ୍ୟରେ ଥିବା ‘‘ଅନୈତିକ ସମ୍ପର୍କ’’ ଦାୟୀ ବୋଲି ଏତାଲାରେ କହିଛନ୍ତି ତାଙ୍କ ବାପା । ସୌମ୍ୟ ଘରକୁ ଫୋନ୍ କରି ସେ ବିଷୟରେ ଲଗାତର କହି କାନ୍ଦୁଥିଲେ ।

ବିବାହ ସମୟରେ ସୌମ୍ୟରଞ୍ଜନ ମହାପାତ୍ର ଓ ସ୍ତ୍ରୀ ବିଦ୍ୟା ଭାରତୀ; (ଡାହାଣ) ଡି.ଏଫ୍.ଓ. ସଂଗ୍ରାମ କେଶରୀ ବେହେରା

ବିବାହ ସମୟରେ ସୌମ୍ୟରଞ୍ଜନ ମହାପାତ୍ର ଓ ସ୍ତ୍ରୀ ବିଦ୍ୟା ଭାରତୀ; (ଡାହାଣ) ଡି.ଏଫ୍.ଓ. ସଂଗ୍ରାମ କେଶରୀ ବେହେରା

  • Share this:
News18 Odia Digital

ଖଇରା (ବାଲେଶ୍ୱର)/ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡିରେ କାର୍ଯ୍ୟରତ ସହକାରୀ ବନ ସଂରକ୍ଷକ (ଏ.ସି.ଏଫ୍‌.) ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟ ମାମଲା ଏକ ଭିନ୍ନ ମୋଡ଼ ନେଇଛି । ନିଜ ବସାରେ ପତ୍ନୀଙ୍କ ଉପସ୍ଥିତିରେ ନିଆଁରେ ପୋଡ଼ିହୋଇ ପ୍ରାଣ ହରାଇଥିବା ଏହି ୩୨ ବର୍ଷୀୟ ଓ.ଏଫ୍‌.ଏସ୍‌. ଅଫିସରଙ୍କ ମୃତ୍ୟୁ ପଛରେ ତାଙ୍କ ସ୍ତ୍ରୀ ବିଦ୍ୟା ଭାରତୀ ଓ ପାରଳାଖେମୁଣ୍ଡିର ଡି.ଏଫ୍‌.ଓ. ସଂଗ୍ରାମ କେଶରୀ ବେହେରାଙ୍କ ମଧ୍ୟରେ ଥିବା ‘‘ଅନୈତିକ ସମ୍ପର୍କ’’କୁ ଦାୟୀ କରିଛନ୍ତି ସୌମ୍ୟଙ୍କ ପରିବାର ଲୋକେ । ସେମାନେ ଏହି ମୃତ୍ୟୁର କ୍ରାଇମ୍‌ ବ୍ରାଞ୍ଚ ତଦନ୍ତ ଦାବି କରି ନ୍ୟାୟର ଗୁହାରି କରିଛନ୍ତି ।

ନିଜ ସାନ ପୁଅକୁ ହରେଇ ଭାଙ୍ଗିପଡ଼ିଥିବା ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର ସୌମ୍ୟଙ୍କ ସ୍ତ୍ରୀ ବିଦ୍ୟା ଭାରତୀ, ପାରଳାଖେମୁଣ୍ଡିର ଡି.ଏଫ୍‌.ଓ., ସେଠାକାର ଜଣେ ରୋଷେୟା ଓ ଜଣେ ଗାର୍ଡ଼ଙ୍କ ବିରୁଦ୍ଧରେ ଥାନାରେ ଏତାଲା ଦେଇଛନ୍ତି । ଏତାଲାକୁ ସେ ପାରଳାଖେମୁଣ୍ଡି ଥାନାକୁ ଅନଲାଇନରେ ପଠାଇଛନ୍ତି । ପୁଅର ମୃତ୍ୟୁ ପାଇଁ ବୋହୁ ଓ ଡି.ଏଫ୍‌.ଓ. ସଂଗ୍ରାମ କେଶରୀ ବେହେରାଙ୍କ ସମେତ ଗାର୍ଡ଼କୁ ସେ ଦାୟୀ କରି ଲେଖିଛନ୍ତି ଯେ ଡି.ଏଫ୍‌.ଓ. ଓ ସୌମ୍ୟଙ୍କ ସ୍ତ୍ରୀଙ୍କ ମଧ୍ୟରେ ‘‘ଅନୈତିକ ସମ୍ପର୍କ’’ ଥିବା ପୂର୍ବରୁ ସୌମ୍ୟ ପରିବାର ଲୋକଙ୍କ ପାଖରେ ଅଭିଯୋଗ କରିଥିଲେ ଓ ତାଙ୍କୁ ବି ଫୋନ୍‌ କରି କହିଥିଲେ।

ଏହା ବି ପଢ଼ନ୍ତୁ | ଦଶହରା ପୂର୍ବରୁ କେନ୍ଦ୍ର ସରକାରଙ୍କ କର୍ମଚାରୀମାନଙ୍କୁ ମିଳିବ ଉପହାର; ପ୍ରତି ମାସ ଦରମା ₹୭,୭୫୦ ବଢ଼ିପାରେ

ମାତ୍ର ଛଅ ମାସ ତଳେ ବିବାହ କରିଥିବା ସୌମ୍ୟରଞ୍ଜନ ବିବାହର ମାସକ ପରେ ପତ୍ନୀ ବିଦ୍ୟା ଭାରତୀଙ୍କୁ ନେଇ ପାରଳାଖେମୁଣ୍ଡି ଚାଲିଯାଇଥିଲେ ଓ ସେଠାରେ ସରକାରୀ ବସାରେ ତାଙ୍କ ସହ ରହୁଥିଲେ । ଏତାଲାରେ ତାଙ୍କ ବାପା ଲେଖିଛନ୍ତି ଯେ ସେଠାକୁ ଯିବାର କିଛି ଦିନ ପରେ ସୌମ୍ୟରଞ୍ଜନ ନିଜ ମା’ ଓ ମାଇଁଙ୍କୁ ଫୋନ୍‌ କରି ନିଜ ଦାମ୍ପତ୍ୟ କଳହ ବିଷୟରେ କହିବା ଆରମ୍ଭ କରିଥିଲେ ।

ସୌମ୍ୟରଞ୍ଜନଙ୍କ ବାପା ଅଭିରାମ ମହାପାତ୍ର


‘‘ପୁଣି କିଛି ଦିନ ପରେ ସୌମ୍ୟ ଫୋନ୍‌ କରି ମୋତେ କହିଲା ‘ବାପା, DFO ମୋ’ ଘରକୁ ଆସିବା ତଥା ମୋ’ ସ୍ତ୍ରୀ ସହ ଅନୈତିକ ସମ୍ପର୍କ ରଖୁଛି । ଏ ସବୁ କାର୍ଯ୍ୟରେ ରୋଷେଇଆ ସହଯୋଗ କରିବା, ବିଭିନ୍ନ ଅଫିସ୍‌ କାର୍ଯ୍ୟର ଆଳ ଦେଖାଇ ରାତ୍ରି ଡ୍ୟୁଟି ଦେବା…’ ଏହା ଲଗାତର ହେବାରୁ ସୌମ୍ୟ ଫୋନ୍‌ କରି କାନ୍ଦେ । ସ୍ତ୍ରୀର ବିଭିନ୍ନ ବିଷୟରେ ସୌମ୍ୟକୁ ମାନସିକ ଆଘାତ ହେଉଥିଲା,’’ ଏତାଲାରେ ଲେଖିଛନ୍ତି ସୌମ୍ୟରଞ୍ଜନଙ୍କ ବାପା ଅଭିରାମ ମହାପାତ୍ର ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ବିବାହର ମାତ୍ର ତିନି ମାସ ପରେ ମା’ ହେଲେ ବଲିଉଡ୍ ଅଭିନେତ୍ରୀ ଦିଆ ମିର୍ଜା; ପୁତ୍ର ଜନ୍ମ ଦେଲେ

ବାଲେଶ୍ୱର ଜିଲ୍ଲାର ଖଇରା ଥାନା ଅନ୍ତର୍ଗତ ବେଗୁନିଆର ମୂଳ ବାସିନ୍ଦା ସୌମ୍ୟରଞ୍ଜନଙ୍କ ବିବାହ ଡିସେମ୍ବର ୧, ୨୦୨୦ରେ ଗୌଡ଼ଗାଁ, କପ୍ତିପଦାର (ମୟୂରଭଞ୍ଜ) ଶ୍ରୀହରି ପଣ୍ଡାଙ୍କ ଏକ ମାତ୍ର କନ୍ୟା ବିଦ୍ୟା ଭାରତୀଙ୍କ ସହ ହୋଇଥିଲା । ମେ ୧, ୨୦୨୦ରେ ସୌମ୍ୟରଞ୍ଜନ ପାରଳାଖେମୁଣ୍ଡିରେ ଏ.ସି.ଏଫ୍‌. ଭାବେ ଯୋଗଦାନ କରିଥିଲେ ।

ଏହା ବି ପଢ଼ନ୍ତୁ | ଦେଶର ସର୍ବ ପ୍ରଥମ କରୋନା ସଂକ୍ରମିତ ବ୍ୟକ୍ତି ପୁଣି ଥରେ କରୋନାରେ ସଂକ୍ରମିତ ହେଲେ

‘‘ଶେଷରେ ମାସେ ପୂର୍ବରୁ ମୋତେ କହିଲା, ‘ବାପା ମୋ’ ଜୀବନ ପ୍ରତି ବିପଦ ଅଛି’ । ମୁଁ ପଚାରିଲି, ‘ତୋତେ କିଏ କ’ଣ କହିଲା କି?’ ସେ କହିଲା DFO ଓ ମୋ’ ସ୍ତ୍ରୀର ସମ୍ପର୍କ ବାବଦରେ ଜାଣିବାରୁ ମୋତେ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି । ମୋତେ ଯେମିତି ହେଲେ ଟ୍ରାନ୍ସଫର୍‌ କରେଇ ବାରିପଦା ନେଇଯାଅ,’’ ଏତାଲାରେ ଲେଖିଛନ୍ତି ଅଭିରାମ ମହାପାତ୍ର ।

ଅଭିରାମଙ୍କ ଏଫ୍.ଆଇ.ଆର୍.ରୁ କିଛି ଅଂଶ


ସୌମ୍ୟରଞ୍ଜନଙ୍କ ବଡ଼ ଭାଇ ରଞ୍ଜନ କୁମାର ମହାପାତ୍ର ମଧ୍ୟ ବିଦ୍ୟା ଭାରତୀ ଓ ଡି.ଏଫ୍‌.ଓ.ଙ୍କ ମଧ୍ୟରେ ଥିବା କଥିତ ଅନୈତିକ ସମ୍ପର୍କକୁ ଦର୍ଶାଇ କ୍ରାଇମ୍‌ ବ୍ରାଞ୍ଚ୍‌ ତଦନ୍ତ ଦାବି କରିଛନ୍ତି । ‘‘ୟା ସହିତ ଆହୁରି ସମ୍ପୃକ୍ତ ଥିବେ ତାଙ୍କର ଅଫିସ୍‌ ଷ୍ଟାଫ୍‌, ମାନେ ତାଙ୍କର ଡି.ଏଫ୍‌.ଓ. ପାଖରୁ ଆରମ୍ଭ କରି ଏ.ସି.ଏଫ୍‌., ରୋଷେଇଆ, ୱାଚମ୍ୟାନ୍‌, ସେଠି ଯେଉଁମାନେ ଖାଉଥିଲେ… ଏମାନେ ସବୁ କାହିଁକି ନୂଆ ବାହା ହୋଇଥିବା ନବଦମ୍ପତିଙ୍କ ଘରେ ଯାଇ ଆଡ୍ଡା ଜମାଉଥିଲେ? ଏଇଟା ଗୋଟେ ସୁସ୍ଥ ପରିବେଶର ସଙ୍କେତ ନ ଥିଲା,’’ ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ | ରାଜନୀତିରୁ ପଛକୁ ହଟିଲେ ଦକ୍ଷିଣର ସୁପରଷ୍ଟାର୍ ରଜନୀକାନ୍ତ; ନିଜ ପାର୍ଟିକୁ ନିଜେ ଭଙ୍ଗ କଲେ

‘‘ଜଣେ ଲୋକ ପୋଡ଼ିଯାଉଥିବା ବେଳେ ତା’ ପାଖରେ ଥିବା ଅନ୍ୟ ଲୋକ (ସ୍ତ୍ରୀ ବିଦ୍ୟା ଭାରତୀ), ଯିଏ ନର୍ସିଂ ଟ୍ରେନିଂ ନେଇଥିବା ବି ମୁଁ ଶୁଣିବାକୁ ପାଉଛି, ସେ ତା’ ଉପରେ ଆଣି ବାଲତି ବାଲତି ପାଣି ବି ଢାଳିଦେଇଛି । ତା’ ଦେହଟାକୁ ପଚେଇଦେଇକି ୧୨ରୁ ୧୪ ଘଣ୍ଟା ପରେ ତାକୁ କଟକରେ ଆଣି ପହଞ୍ଚାଉଛନ୍ତି । ପାରଳାଖେମୁଣ୍ଡିରୁ ଭାଇଜାଗ୍‌ ନ ନେଇ କଟକ ଆଣିଲେ ଓ ଆମକୁ ଫୋନ୍‌ ବି କଲେନି… ନିର୍ମମ ଭାବେ ମୋ’ ଭାଇକୁ ହୁଏତ ବିଷ ଦେଇ ମାରିଦେବା ପରେ ପୋଡ଼ି ଦିଆଯାଇଛି ବା ତାକୁ ଅଚେତ କରି ପୋଡ଼ିଦିଆଯାଇଛି, ନହେଲେ ସେ ଶୋଇଥିବା ବେଳେ ତାକୁ କିରୋସିନି ଢାଳି ନିଆଁ ଲଗେଇ ଦିଆଯାଇଛି ଓ ବାହାରୁ କବାଟ ଦେଇଦିଆଯାଇଛି । ଏଥିରେ ସମସ୍ତେ ସମ୍ପୃକ୍ତ,’’ କହିଛନ୍ତି ବଡ଼ ଭାଇ ରଞ୍ଜନ କୁମାର ମହାପାତ୍ର ।

ପାରଳାଖେମୁଣ୍ଡି ଡି.ଏଫ୍‌.ଓ. ସଂଗ୍ରାମ କେଶରୀ ବେହେରା


ହେଲେ ଏହି ଘଟଣାର ୪୮ ଘଣ୍ଟା ଯାଏଁ ମୁହଁ ବନ୍ଦ ରଖିଥିବା ପାରଳାଖେମୁଣ୍ଡି ଡି.ଏଫ୍‌.ଓ. ସଂଗ୍ରାମ କେଶରୀ ବେହେରା ଶେଷରେ ମୁହଁ ଖୋଲିଛନ୍ତି ଓ ତାଙ୍କ ବିରୁଦ୍ଧରେ ସବୁ ଅଭିଯୋଗକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛନ୍ତି ।

ଏହା ବି ପଢ଼ନ୍ତୁ | ଉତ୍ତର ପ୍ରଦେଶରେ ନୂଆ ଜନସଂଖ୍ୟା ନୀତି: ୨ରୁ ଅଧିକ ପିଲା ଥିଲେ ମିଳିବନି କୌଣସି ସରକାରୀ ସୁବିଧା

‘‘ଯଦି ମୋ’ ନାଁରେ ଆସିଥିବା ଅଭିଯୋଗରେ ସତ୍ୟତା ଥାଏ ତାହେଲେ ପୋଲିସ ତଦନ୍ତ କରିବେ ଓ ଯିଏ ଦୋଷୀ ସେ ଦଣ୍ଡ ପାଇବ । ସୌମ୍ୟବାବୁ ପାଟ୍ରୋଲିଂ ପାଇଁ କେତେବେଳେ ଯାଉଥିଲେ ଓ କେଉଁମାନେ ଯାଉଥିଲେ ସେ ସବୁ ଆମ ଅଫିସର ଗାଡ଼ିର ଲଗବୁକରେ ଲିପିବଦ୍ଧ ହୋଇ ଅଛି । ଏମିତି ଅଭିଯୋଗ ଯିଏ ବି କରିଛନ୍ତି ସେ ମାନସିକ ଭାରସାମ୍ୟ ହରେଇ ବସି ଏମିତି ଅଭିଯୋଗ କରିଛନ୍ତି । ମୁଁ ସୌମ୍ୟବାବୁଙ୍କ ସ୍ତ୍ରୀଙ୍କ ସହ କେବେ ବି ଫୋନ୍‌ କରିନାହିଁ ବା କେବେ ତାଙ୍କ ଘରକୁ ଯାଇ ଖାଇ ନାହିଁ,’’ କହିଛନ୍ତି ଡି.ଏଫ୍‌.ଓ. ସଂଗ୍ରାମ କେଶରୀ ବେହେରା ।



ପାରଳାଖେମୁଣ୍ଡି ଏସ୍‌.ଡି.ପି.ଓ. ରାମକୃଷ୍ଣ ପତି କହିଛନ୍ତି ଯେ ମୃତକ ସୋମ୍ୟରଞ୍ଜନଙ୍କ ପିତାଙ୍କ ଏତାଲା ଏ ପର୍ଯ୍ୟନ୍ତ ତାଙ୍କୁ ମିଳିନାହିଁ । ‘‘ଅଭିଯୋଗ ମିଳିଲେ ବିଧି ମୁତାବକ ଆମେ ନିଶ୍ଚିତ ତଦନ୍ତ କରିବୁ,’’ ସେ କହିଛନ୍ତି ।
Published by:Anand S.T. Das
First published: