‘‘ମୁଁ ତୁମ ଚାକର ହୋଇ ରହିବି, ତୁମ ପାଦ ତଳେ ଟିକିଏ ଜାଗା ଚାହୁଁଛି,’’ ସ୍ତ୍ରୀଙ୍କୁ ଲେଖିଥିଲେ ସୌମ୍ୟ

OFS officer Soumyaranjan letters to wife Bidyabharati surface | ସୌମ୍ୟଙ୍କ ଚିଠିଗୁଡ଼ିକୁ ପଢ଼ି ଅନୁଧ୍ୟାନ କରିଥିବା ଲୋକଙ୍କ ଅନୁସାରେ ତାଙ୍କ ଲେଖାରୁ ଆଭାସ ମିଳୁଛି ଯେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ଏମିତି କିଛି କରୁଥିଲେ ଯାହା ସୌମ୍ୟ ପସନ୍ଦ କରୁ ନ ଥିଲେ ଓ ବିରୋଧ କରିବାରୁ ହିଁ ତାଙ୍କ ସହ ସମ୍ପର୍କ ତିକ୍ତ ହୋଇଚାଲିଥିଲା ।

ନିଜ ବାପଘରେ ବିଧବା ବିଦ୍ୟାଭାରତୀ (ଡାହାଣ); ଡିସେମ୍ବର ୨୦୨୦ରେ ଦୁହିଙ୍କ ବିବାହ ପରର ଏକ ଦୃଶ୍ୟ

ନିଜ ବାପଘରେ ବିଧବା ବିଦ୍ୟାଭାରତୀ (ଡାହାଣ); ଡିସେମ୍ବର ୨୦୨୦ରେ ଦୁହିଙ୍କ ବିବାହ ପରର ଏକ ଦୃଶ୍ୟ

  • Share this:
News18 Odia Digital

ପାରଳାଖେମୁଣ୍ଡି: ଯୁବ ବନ ଅଧିକାରୀ ସୌମ୍ୟରଞ୍ଜନ ମହାପାତ୍ର ନିଜ ସରକାରୀ ଆବାସରେ ନିଆଁରେ ଜଳି ରହସ୍ୟମୟ ଢଙ୍ଗରେ ମୃତ୍ୟୁ ବରଣ କରିବା ମାମଲାରେ ସନ୍ଦେହ ଘେରରେ ଥିବା ତାଙ୍କ ଛଅ ମାସର ପତ୍ନୀ ବିଦ୍ୟାଭାରତୀ ପଣ୍ଡା ଲେଖିଥିବା ଦୁଇଟି ଚିଠି ସାମନାକୁ ଆସିବା ପରେ ଏବେ ସୌମ୍ୟ ଲେଖିଥିବା କେତୋଟି ଚିଠି ସାମନାକୁ ଆସିଛି । ବିଦ୍ୟାଙ୍କ ଶୈଳୀ ଓ ଭାବନା ଠାରୁ ସୌମ୍ୟଙ୍କ ଭାବନା ଖୁବ୍‌ ଅଲଗା ଥିବା ଏଥିରୁ ସ୍ପଷ୍ଟ ହେଉଛି ।

ଆସିଷ୍ଟାଣ୍ଟ କଞ୍ଜରଭେଟର୍‌ ଅଫ୍‌ ଫରେଷ୍ଟ (ଏ.ସି.ଏଫ୍‌.) ଭାବେ କାର୍ଯ୍ୟ କରୁଥିବା ସୌମ୍ୟରଞ୍ଜନଙ୍କ ହାତଲେଖା ଏହି ଚିଠିଗୁଡ଼ିକ ପତିପତ୍ନୀଙ୍କ ସମ୍ପର୍କରେ ଆସିଥିବା କଳୁଷତା ଓ ତାଙ୍କ ମୃତ୍ୟୁର ଅସଲ କାରଣ ଓ ଉପାୟକୁ ନେଇ ଚାଲିଥିବା ଚର୍ଚ୍ଚାକୁ ଆହୁରି ଉଷ୍ଣ କରିଦେଇଛି । ଲଗାତର ଦୁଇ ଦିନ ମଧ୍ୟରେ ଦୁଇଟି ଚିଠି ଲେଖିଥିଲେ ସୌମ୍ୟରଞ୍ଜନ । ଗୋଟିଏ ଫେବୃଆରୀ ୨୨ ତାରିଖରେ ଓ ଆଉ ଗୋଟିଏ ତା’ର ଠିକ୍ ପର ଦିନ, ଅର୍ଥାତ ୨୩ ତାରିଖରେ । ସୌମ୍ୟଙ୍କ ଡାଏରୀରେ ଲେଖାହୋଇ ରହିଥିବା ଏହି ଦୁଇଟି ଚିଠି ତାଙ୍କର ନିଜ ପତ୍ନୀଙ୍କ ସହ ଥିବା ବିବାଦ ଓ ତା’ ସହିତ ମୃତ୍ୟୁର କାରଣକୁ ନେଇ ମହତ୍ୱପୂର୍ଣ୍ଣ ସୁରାଗ ଯୋଗାଇବ ବୋଲି ଆଶା ବଢ଼ିଛି ।

ଏହା ବି ପଢ଼ନ୍ତୁ | ଦେଶର ସର୍ବ ପ୍ରଥମ କରୋନା ସଂକ୍ରମିତ ବ୍ୟକ୍ତି ପୁଣି ଥରେ କରୋନାରେ ସଂକ୍ରମିତ ହେଲେ

‘‘ମୁଁ ଚାକିରିରୁ ଇସ୍ତଫା ଦେଇଦେବି । ମୁଁ ତୁମର ଚାକର ହୋଇ ରହିବି । କିନ୍ତୁ ମୁଁ ତୁମ ପାଦ ତଳେ ଟିକିଏ ସ୍ଥାନ ଚାହୁଁଛି । ତୁମେ ଯାହା ଚାହିଁବ ସବୁ କିଛିର ବ୍ୟବସ୍ଥା ମୁଁ କରିଦେବି । ନିଶ୍ଚିତ ସେସବୁ ମୁଁ ପୂରଣ କରିବି,’’ ଧଳା କାଗଜରେ ଇଂରାଜୀରେ ଲେଖିଥିବା ପ୍ରଥମ ଚିଠିରେ ସୌମ୍ୟ ଲେଖିଛନ୍ତି ।

ଏହା ବି ପଢ଼ନ୍ତୁ | ଇଏ ବିଶ୍ୱର ସବୁଠୁ କଞ୍ଜୁସ୍ ମହିଳା; ସାବୁନ୍ ବଞ୍ଚାଇବାକୁ ୱାଶିଂ ମେସିନରେ ଲୁଗା ସହ ଥାଳି ଜୋତା ଧୁଅନ୍ତି

ସୌମ୍ୟରଞ୍ଜନଙ୍କ ହାତଲେଖା ଗୋଟିଏ ଚିଠି


ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଯୁବତୀ ରାସ୍ତାରେ କାନ୍ଦି କହୁଥିଲେସୋନା ବାବୁ, ସୋନା ବାବୁ…;’ ପ୍ରେମିକ ଆଉ କାହାକୁ ବାହା ହେଉଥିଲା

ଏହାର ଦିନକ ପରେ ଲେଖିଥିବା ଚିଠିରେ ସୌମ୍ୟ ଲେଖିଛନ୍ତି, ‘‘ମୁଁ ତୁମର ଯୋଗ୍ୟତା ଜାଣିବାକୁ ଚାହୁଁନାହିଁ । ମୁଁ କେବେ ଏ ସମ୍ପର୍କରେ ତୁମକୁ କିଛି କହିବି ନାହିଁ । ମୁଁ କେବଳ ତୁମକୁ ମୋ’ ପତ୍ନୀ ଓ ଭଲ ବନ୍ଧୁ ଭାବେ ଚାହେଁ ।’’ ସେହି ଚିଠିର ପର ପୃଷ୍ଠାରେ ସେ ଲେଖିଥିବା କଥା ବିଶେଷ ମହତ୍ୱ ରଖୁଥିବା କୁହାଯାଉଛି । ସେଥିରେ ସେ ଲେଖିଛନ୍ତି, ‘‘ଏହା ପରେ ଯଦି କିଛି ଘଟେ, ଯଦି କିଛି ଛୋଟ ଘଟଣା ବି ଘଟେ, ସେଥିରେ ମୋ’ର କିଛି ଭୂମିକା ରହିବନି । ମୁଁ କିଛି ସଫେଇ ଦେଇପାରିବିନି । ମୁଁ କିଛି ବି ନେଇପାରିବନି ।’’



‘‘ଶେଷରେ ସେ (she) ଯାହା କରିବାକୁ ନିଷ୍ପତ୍ତି ନେଉଛନ୍ତି, ନିର୍ଦ୍ୱନ୍ଦ୍ୱରେ କରନ୍ତୁ । ଯଦି ସେହି ସମୟରେ ମୁଁ ସେଥିରେ କିଛି କହି ହସ୍ତକ୍ଷେପ କରେ, ତେବେ ସେ ଦଣ୍ଡ ଭାବରେ ମୋ’ ବିରୋଧରେ ଘରୋଇ ହିଂସା ମାମଲା ଆଣି ପାରନ୍ତି,’’ ସେଥିରେ ଲେଖିଛନ୍ତି ସୌମ୍ୟରଞ୍ଜନ । ଏହି ଚିଠିକୁ ପଢ଼ି ଅନୁଧ୍ୟାନ କରିଥିବା ଅଧିକାଂଶ ଲୋକଙ୍କ କହିବା ଅନୁସାରେ ସୌମ୍ୟଙ୍କ ଲେଖାରୁ ସ୍ପଷ୍ଟ ହେଉଛି ଯେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ଏମିତି କିଛି କରୁଥିଲେ ଯାହା ସୌମ୍ୟ ପସନ୍ଦ କରୁ ନ ଥିଲେ ଓ ବିରୋଧ କରିବାରୁ ହିଁ ପତ୍ନୀଙ୍କ ସହ ତାଙ୍କ ସମ୍ପର୍କ ତିକ୍ତ ହୋଇଚାଲିଥିଲା ।
Published by:Anand ST Das
First published: