News18 Odia Digital
କପ୍ତିପଦା / ଖଇରା / ଭୁବନେଶ୍ୱର: ବନ ବିଭାଗର ଯୁବ ଅଧିକାରୀ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁକୁ ସପ୍ତାହେ ପୂରିବା ପରେ ପୋଲିସ ତଦନ୍ତ ଆଗେଇବା ସହ ସାମ୍ନାକୁ ଆସୁଛି ନୂଆ ନୂଆ ଅଭିଯୋଗ ଓ ଅଧିକ ଜଟିଳ ହେଉଛି ଏହି ମାମଲା । ସୌମ୍ୟଙ୍କ ମୃତ୍ୟୁ ପଛରେ ବୋହୂ ବିଦ୍ୟାଭାରତୀଙ୍କ ପରକୀୟା ପ୍ରୀତି ଅଛି ବୋଲି ସୌମ୍ୟଙ୍କ ପରିବାର ଲୋକେ ଅଭିଯୋଗ ଆଣିବା ପରେ ପାଲଟା ଅଭିଯୋଗ କରି ପତ୍ନୀ ବିଦ୍ୟାଭାରତୀ କହିଛନ୍ତି ଯେ ସୌମ୍ୟଙ୍କର ଏକ ଯୁବତୀ ସହ ପ୍ରେମ ସମ୍ପର୍କ ଥିଲା ଓ ସେ ତାକୁ ଲୁଚାଉଥିଲେ ।
ହେଲେ ପାରଳାଖେମୁଣ୍ଡିରେ ସହାୟକ ବନ ସଂରକ୍ଷକ (ଏ.ସି.ଏଫ୍.) ଭାବେ କାର୍ଯ୍ୟରତ ୩୨-ବର୍ଷୀୟ ସୌମ୍ୟଙ୍କ ପରିବାର ଲୋକେ ବିଦ୍ୟାଭାରତୀଙ୍କ ଏହି ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ ସୌମ୍ୟଙ୍କର ଅନ୍ୟ କୌଣସି ଝିଅ ସହ ସମ୍ପର୍କ ନ ଥିଲା । ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ତାଙ୍କ ମୟୂରଭଞ୍ଜ କପ୍ତିପଦା ଘରେ ପାରଳାଖେମୁଣ୍ଡି ପୋଲିସ ଜେରା କରିବା ବେଳେ ସେ ଏହି ସାଙ୍ଘାତିକ ଅଭିଯୋଗ ଆଣିଥିଲେ । ସେ କହିଥିଲେ ଯେ ସୌମ୍ୟରଞ୍ଜନଙ୍କ ସହ ଡିସେମ୍ବର ୨୦୨୦ରେ ତାଙ୍କ ବିବାହ ହେବାର ମାତ୍ର ତିନି ମାସ ପରେ ତାଙ୍କର ଅନ୍ୟ ଏକ ଯୁବତୀ ସହ ସମ୍ପର୍କ ଥିଲା ବୋଲି ସେ ଜାଣିବାକୁ ପାଇଥିଲେ ।
ଏହା ବି ପଢ଼ନ୍ତୁ | ଦଶହରା ପୂର୍ବରୁ କେନ୍ଦ୍ର ସରକାରଙ୍କ କର୍ମଚାରୀମାନଙ୍କୁ ମିଳିବ ଉପହାର; ପ୍ରତି ମାସ ଦରମା ₹୭,୭୫୦ ବଢ଼ିପାରେ‘‘ତାଙ୍କ (ସୌମ୍ୟଙ୍କ) ମୋବାଇଲ୍ ଫୋନକୁ ଅନ୍ୟ ଜଣେ ଝିଅ କଲ୍ କରୁଥିଲେ । ମୋବାଇଲରେ ସେ ତାକୁ ପ୍ରେମ ସନ୍ଦେଶ ଲେଖୁଥିଲେ । ଏ କଥା ମୁଁ ଜାଣିବା ପରେ ସେ ନିଜ ମୋବାଇଲ୍ ଫୋନର ପାସୱାର୍ଡ଼ ବଦଳାଇଦେଇଥିଲେ ଓ ନିଜ ଫେସବୁକ୍ ଆକାଉଣ୍ଟ୍ ବି ଡିଲିଟ୍ କରି ଦେଇଥିଲେ । ଏପରିକି ମୋ’ ମୋବାଇଲ ଫୋନର ହ୍ବାଟ୍ସଆପରେ ଥିବା ତାଙ୍କର (ସୌମ୍ୟଙ୍କ) ସବୁ କଣ୍ଟାକ୍ଟ ଓ ଚାଟ୍ ହିଷ୍ଟ୍ରିକୁ ମଧ୍ୟ ସେ ଡିଲିଟ୍ କରି ଦେଇଥିଲେ,’’ ଗଣମାଧ୍ୟମକୁ କହିଥିଲେ ବିଦ୍ୟାଭାରତୀ ପଣ୍ଡା ।

ବିଦ୍ୟାଭାରତୀଙ୍କ ବାପଘରେ ତାଙ୍କ ସହ ପଚରାଉଚରା କରିବାକୁ ପହଞ୍ଚୁଛି ଏକ ଛଅ-ଜଣିଆ ପୋଲିସ ଟିମ୍ ।
ସୌମ୍ୟଙ୍କ ପରକୀୟା ପ୍ରୀତି ଅଭିଯୋଗର ପ୍ରମାଣ ଦେବା ପାଇଁ ସୌମ୍ୟ ଓ ବିଦ୍ୟାଭାରତୀଙ୍କ କଥାବାର୍ତ୍ତାର ଏକ ଅଡିଓ ରେକର୍ଡ଼ିଂ ବି ଗଣମାଧ୍ୟମକୁ ଦେଇଥିଲେ ବିଦ୍ୟାଭାରତୀ । ସେଥିରେ ସେ ସୌମ୍ୟଙ୍କୁ ତାଙ୍କ କଥିତ ପରକୀୟା ପ୍ରୀତିର ପ୍ରମାଣ ଦେବା ପାଇଁ ତାଙ୍କୁ ତାଙ୍କ ଫୋନ୍ ଦେବାକୁ କହୁଥିବା ଓ ସୌମ୍ୟ ଫୋନ୍ ଦେବେନାହିଁ ବୋଲି କହୁଥିବା ଶୁଣାଯାଉଛି ।
ଏହା ବି ପଢ଼ନ୍ତୁ | ଦେଶର ସର୍ବ ପ୍ରଥମ କରୋନା ସଂକ୍ରମିତ ବ୍ୟକ୍ତି ପୁଣି ଥରେ କରୋନାରେ ସଂକ୍ରମିତ ହେଲେସୌମ୍ୟଙ୍କ ସହ ଶାରୀରିକ ସମ୍ପର୍କ ରଖୁ ନ ଥିବା ଓ ତାଙ୍କ ଦରମା ଓ ସମ୍ପତ୍ତି ଉପରେ ଅଧିକାର ପାଇଁ ଏକ ଦଲିଲ୍ ତିଆରି କରିଥିବା ନେଇ ଶାଶୂଘର ପକ୍ଷରୁ ଯେଉଁ ଅଭିଯୋଗ କରାଯାଇଛି ସେ ସବୁକୁ ମିଛ ବୋଲି କହିଥିଲେ ବିଦ୍ୟାଭାରତୀ । ବ୍ୟାଚେଲର ପାର୍ଟି ନେଇ ଚାଲିଥିବା ଚର୍ଚ୍ଚା ବିଷୟରେ ସଫେଇ ଦେଇ ସେ କହିଥିଲେ ଯେ ତାହା ବ୍ୟାଚେଲର ପାର୍ଟି ନ ଥିଲା, ବରଂ କରୋନା ଭାଇରସ୍ ସଂକ୍ରମଣ ଯୋଗୁଁ ନିଜ ସାଙ୍ଗମାନଙ୍କୁ ଦେଇ ପାରି ନ ଥିବା ମ୍ୟାରେଜ ଫିଷ୍ଟ୍ ଥିଲା ।
ଏହା ବି ପଢ଼ନ୍ତୁ | ରାଜନୀତିରୁ ପଛକୁ ହଟିଲେ ଦକ୍ଷିଣର ସୁପରଷ୍ଟାର୍ ରଜନୀକାନ୍ତ; ନିଜ ପାର୍ଟିକୁ ନିଜେ ଭଙ୍ଗ କଲେନିଆଁରେ ଅନେକାଂଶରେ ଜଳିଯାଇଥିବା ସୌମ୍ୟଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସକୁ ବାଟରେ ଅଟକାଯିବା ଅଭିଯୋଗକୁ ମଧ୍ୟ ଖଣ୍ଡନ କରିଥିଲେ ବିଦ୍ୟାଭାରତୀ । ତାଙ୍କ ବାପା ଶ୍ରୀହରି ପଣ୍ଡା କହିଥିଲେ ଯେ ତାଙ୍କ ଜ୍ବାଇଁ ‘‘ଦେବତା ସଦୃଶ’’ ବ୍ୟକ୍ତି ଥିଲେ ଓ ତାଙ୍କ ସମୁଦି ସମୁଦୁଣୀ ‘‘ଖୁବ୍ ଭଲ ଲୋକ’’ । ସେ କହିଥିଲେ, ‘‘ଝିଅ-ଜ୍ବାଇଁ ଭିତରେ କୌଣସି ମନୋମାଳିନ୍ୟ ନ ଥିଲା । ଜ୍ୱାଇଁ ଜଳିଯାଇଥିବା ଖବର ପାଇ ମୁଁ ହିଁ ଗଜପତି ଗୁରାଣ୍ଡି ଥାନାଧିକାରୀ ମମତାରାଣୀ ପଣ୍ଡାଙ୍କୁ ହସ୍ପିଟାଲକୁ ଯିବା ପାଇଁ କହିଥିଲି,’’ କହିଛନ୍ତି ଶ୍ରୀହକି ପଣ୍ଡା ।
ଏହା ବି ପଢ଼ନ୍ତୁ | ଇଏ ବିଶ୍ୱର ସବୁଠୁ କଞ୍ଜୁସ୍ ମହିଳା; ସାବୁନ୍ ବଞ୍ଚାଇବାକୁ ୱାଶିଂ ମେସିନରେ ଲୁଗା ସହ ଥାଳି ଓ ଜୋତା ଧୁଅନ୍ତିକପ୍ତିପଦାରେ ନିଜ ବାପଘରେ ପୋଲିସ ଜେରାର ସମ୍ମୁଖୀନ ହେବା ପରେ ଗଣମାଧ୍ୟମ ଆଗରେ ସୌମ୍ୟଙ୍କ ଚରିତ୍ର ନେଇ ବିଦ୍ୟାଭାରତୀ ଆଣିଥିବା ଅଭିଯୋଗ ଆଦୌ ସତ ନୁହେଁ ବୋଲି କହିଥିଲେ ସୌମ୍ୟଙ୍କ ମାଆ ତୁଳସୀ ମହାପାତ୍ର । ‘‘ମୋ’ ପୁଅର ଆଉ କେଉଁ ଝିଅ ସହ ସମ୍ପର୍କ ନ ଥିଲା । ଦୋଷ ବୋହୂ ଉପରକୁ ଯିବାରୁ ସେ ଏଭଳି ମିଛ ଅଭିଯୋଗ ଆଣିଛି । ଯଦି ଏମିତି କଥା ଥିଲା ସେ ତ ଦିନେ ମୋତେ ସେ ବିଷୟରେ କିଛି କହିନାହିଁ । ମୋ’ ପୁଅ ସେ ପ୍ରକାର ନ ଥିଲା । ଆମେ ନ୍ୟାୟ ଚାହୁଁଛୁ । ତାକୁ (ବୋହୂକୁ) ଗିରଫ କରାଯାଉ ଓ ଦଣ୍ଡ ମିଳୁ,’’ କହିଛନ୍ତି ସୌମ୍ୟଙ୍କ ମାଆ ତୁଳସୀ ମହାପାତ୍ର ।
କିଏ ସତ କହୁଛି ଓ କିଏ ମିଛ କହୁଛି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନ ଥିବା ବେଳେ ପାରଳାଖେମୁଣ୍ଡି ପୋଲିସ ସୌମ୍ୟଙ୍କ ମୃତ୍ୟୁ ଘଟଣାର ତଦନ୍ତ ଚଳାଇଛି । ତଦନ୍ତରେ ସାମିଲ ହୋଇଛନ୍ତି କ୍ରାଇମ୍ ବ୍ରାଞ୍ଚର ଏକ ଚାରି-ଜଣିଆ ଟିମ୍ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।