ନିଲମ୍ବନ ପରେ ପ୍ରତିକ୍ରିୟା ରଖିଲେ ନଗର ବିଜେଡି ସଭାପତି; କହିଲେ ସୁପ୍ରିମୋଙ୍କୁ ନିଚା ଦେଖାଇଲେ ସହିବିନି

ପାରଳାଖେମୁଣ୍ଡି ନଗର ବିଜେଡି ସଭାପତି ସୂର୍ଯ୍ୟନାରାୟଣ ରାଜଗୁରୁ ଓ ଗଜପତି ଜିଲ୍ଲା ବିଜେଡି ଉପସଭାପତି କେ.ଆପ୍ପାରାଓ ବିଜେଡି ଦଳରୁ ନିଲମ୍ବିତ।

ନିଲମ୍ବନ ପରେ ପ୍ରତିକ୍ରିୟା ରଖିଲେ ନଗର ବିଜେଡି ସଭାପତି

ନିଲମ୍ବନ ପରେ ପ୍ରତିକ୍ରିୟା ରଖିଲେ ନଗର ବିଜେଡି ସଭାପତି

  • Share this:
News18 Odia Digital

ପାରଳାଖେମୁଣ୍ଡି: ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜୁ ଜନତା ଦଳରୁ ନିଲମ୍ବିତ ହୋଇଛନ୍ତି ପାରଳାଖେମୁଣ୍ଡି ନଗର ବିଜେଡି ସଭାପତି ସୂର୍ଯ୍ୟନାରାୟଣ ରାଜଗୁରୁ ଓ ଗଜପତି ଜିଲ୍ଲା ବିଜେଡି ଉପସଭାପତି କେ.ଆପ୍ପାରାଓ।

ଦଳର ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜଙ୍କ ଦସ୍ତଖତ ସମ୍ବଳିତ ଏକ ନିର୍ଦ୍ଦେଶନାମାରେ ଦଳର ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ଏହି ଦୁଇ ଜଣଙ୍କୁ ଦଳରୁ ନିଲମ୍ବିତ କରାଯାଇଛି।

ଗତ ପୌର ନିର୍ବାଚନରେ କେ.ଆପ୍ପାରାଓ କାଶୀନଗର ଏନଏସିରେ ଓ ସୂର୍ଯ୍ୟନାରାୟଣ ରାଜଗୁରୁ ପାରଳାଖେମୁଣ୍ଡି ପୌରପରିଷଦର ୩ ନମ୍ବର ୱାର୍ଡରୁ ପ୍ରାର୍ଥୀ ହେବାକୁ ଆଶାବାଦୀ ଥିଲେ। ହେଲେ ଦଳ ସେମାନଙ୍କୁ ଟିକେଟ ଦେଇନଥିଲା। ପାରଳାଖେମୁଣ୍ଡିର ୩ ନମ୍ବର ୱାର୍ଡରେ କଂଗ୍ରେସରୁ ଆସି ବିଜେଡିରେ ସାମିଲ ହୋଇଥିବା ବିଜୟ ପ୍ରଧାନଙ୍କୁ ଦଳ ପ୍ରାର୍ଥୀ କରିଥିଲା।

ଯାହାକୁ ନେଇ ସୂର୍ଯ୍ୟନାରାୟଣ ଅସନ୍ତୋଷ ପ୍ରକାଶ କରିଥିଲେ। ଦଳୀୟ ପରାଜିତ ହେବା ପରେ ସୂର୍ଯ୍ୟନାରାୟଣଙ୍କ ଦଳ ବିରୋଧୀ କାମ ବୋଲି ଅନେକ ଅଭିଯୋଗ କରିଥିଲେ। ସେହିପରି କେ.ଆପ୍ପାରାଓ ନିଜ ପତ୍ନୀଙ୍କୁ କାଶୀନଗର ଏନଏସିର ଅଧ୍ୟକ୍ଷା ପ୍ରାର୍ଥୀ କରିବାକୁ ଚାହିଁଥିଲେ। ହେଲେ ଦଳ ପୂର୍ବତନ ଅଧ୍ୟକ୍ଷା ଏମ.ସୁଧାରାଣୀଙ୍କୁ ପ୍ରାର୍ଥୀ କରିଥିଲା। ତେବେ ଦଳର ଏଭଳି ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରି ଆପ୍ପାରାଓ ଦଳ ବିରୋଧୀ କାର୍ଯ୍ୟ କରିଥିଲେ ବୋଲି ଅଭିଯୋଗ ହୋଇଥିଲା । ହେଲେ ଦଳ ବିରୋଧୀ କାର୍ଯ୍ୟ ପାଇଁ ଏହି ଦୁଇଜଣଙ୍କୁ ବିଜେରୁ ନିଲମ୍ବିତ କରାଯାଇଛି।

“ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ଦଳ ଅଭୂତପୂର୍ବ ସଫଳତା ହାସଲ କରିଥିଲା। ମୁଖ୍ୟମନ୍ତ୍ରୀଙ୍କ ବିକାଶମୂଳକ କାର୍ଯ୍ୟକୁ ଆଦାର କରି ଦଳ ଏହି ସଫଳତା ପାଇଥିବା ବେଳେ ଜଣେ ଅପରାଧିକ ପୃଷ୍ଠଭୂମି ଥିବା ଜଣେ ବ୍ୟବସାୟୀଙ୍କୁ ଏହି ଶ୍ରେୟ ଦିଆଯାଉଛି। ଏପରକି ନିଜର ସ୍ବାର୍ଥ ସାଧନ ପାଇଁ ବିଜେଡିର ତଥାକଥିତ ମଙ୍ଗୁଆଳ ସାଜିଥିବା ସମ୍ପୃକ୍ତ ବ୍ୟକ୍ତିଙ୍କୁ ନେଇ ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମ ତାଙ୍କ ଚାଟୁକାରିତା କରୁଛି। ବିଜେଡି କିମ୍ବା ସୁପ୍ରିମୋଙ୍କୁ ନିଚା ଦେଖାଇବା ପାଇଁ କେହି ଯଦି ଏଭଳି ଅପପ୍ରୟାସ କରି ତାହା ହେଲେ ମୁଁ ଏହା କରାଇଦେବି ନାହିଁ। ଏହାର ଘୋର ବିରୋଧ କରିବି। ଏଥିପାଇଁ ମୋତେ ହଜାରେ ଥର ଦଣ୍ଡବିଧାନ କଲେ ମଧ୍ୟ ସହିବାକୁ ପ୍ରସ୍ତୁତି ଅଛି। କାରଣ ମୁଁ ମୋ ସ୍ବାର୍ଥ ପାଇଁ ରାଜନୀତିକୁ ଆସିନାହିଁ, ଛାତ୍ରଜୀବନରୁ ବିଜୁ ବାବୁଙ୍କ ଆଦର୍ଶରେ ଆନୁପ୍ରାଣିତ ହୋଇ ରାଜନୀତି କରିଛି ଓ ଶେଷ ଜୀବନ ଥିବା ଯାଏଁ ତାଙ୍କ ନାମରେ ଗଠିତ ଦଳ ଓ ତାଙ୍କ ସୁପୁତ୍ର ନବୀନ ପଟନାୟକଙ୍କ ପାଇଁ କାମ କରୁଥିବି,” କବିଛନ୍ତି ଦଳରୁ ନିଲମ୍ବନ ହେବା ସୂର୍ଯ୍ୟନାରାୟଣ ରାଜଗୁରୁ
Published by:Lipina Das
First published: