ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ସାବଧାନ! ଆଗକୁ ସମୁଦ୍ରରେ ବୁଡ଼ିଯାଇପାରେ ପାରାଦୀପ ସମେତ ଦେଶର ୧୨ଟି ଉପକୂଳବର୍ତ୍ତୀ ସହର

ସାବଧାନ! ଆଗକୁ ସମୁଦ୍ରରେ ବୁଡ଼ିଯାଇପାରେ ପାରାଦୀପ ସମେତ ଦେଶର ୧୨ଟି ଉପକୂଳବର୍ତ୍ତୀ ସହର

Global warming may cause Odisha's Paradip to sink in ocean | ତାପମାତ୍ରାରେ ଏମିତି ଭୀଷଣ ବୃଦ୍ଧି ଯୋଗୁଁ ଲୋକେ ପ୍ରଚଣ୍ଡ ରୌଦ୍ରତାପର ସମ୍ମୁଖୀନ ହେବେ । ଯଦି ପ୍ରଦୂଷଣ ମାତ୍ରାକୁ ରୋକା ନ ଯିବ ତେବେ ତାପମାତ୍ରା ୪.୪ ଡିଗ୍ରୀ ବୃଦ୍ଧିପାଇବ ବୋଲି କହିଛି ନାସା ।

ସାବଧାନ! ଆଗକୁ ସମୁଦ୍ରରେ ବୁଡ଼ିଯାଇପାରେ ପାରାଦୀପ ସମେତ ଦେଶର ୧୨ଟି ଉପକୂଳବର୍ତ୍ତୀ ସହର
ବିପଦରେ ଥିବା ଦେଶର ୧୨ଟି ସହର ମଧ୍ୟରେ ପାରାଦୀପ ଅଛି । (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: August 11, 2021, 4:15 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଓଡ଼ିଶା ସମେତ ଭାରତର ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକ ପାଇଁ ଆସନ୍ତା କିଛି ଦଶନ୍ଧି ମଧ୍ୟରେ ବଡ଼ ବିପଦ ଆସିବାକୁ ଯାଉଛି । ଓଡ଼ିଶାର ପାରାଦୀପ ସମେତ ଦେଶର ୧୨ଟି ସହର ସମୁଦ୍ର ଭିତରେ ବୁଡ଼ିଯାଇପାରେ । ସମୁଦ୍ର ପତ୍ତନ ବୃଦ୍ଧି ହେବା ଯୋଗୁଁ ଶତାବ୍ଦୀର ଶେଷ ସୁଦ୍ଧା ଦେଶର ୧୨ଟି ଉପକୂଳବର୍ତ୍ତୀ ସହର ଜଳମଗ୍ନ ହେବ ବୋଲି ପୂର୍ବାନୁମାନ କରିଛନ୍ତି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସାର ବୈଜ୍ଞାନିକମାନେ ।

ବର୍ଷ ୨୧୦୦ ସୁଦ୍ଧା, ଅର୍ଥାତ ଆଗାମୀ ମାତ୍ର ୮୦ ବର୍ଷ ଭିତରେ, ବିଶ୍ବର ତାପାମାତ୍ରା ଏତେ ପ୍ରବଳ ଭାବେ ବୃଦ୍ଧି ପାଇବ ଯେ ଏହାର ପ୍ରଭାବରେ ଦେଶର ସମୁଦ୍ର ଉପକୂଳରେ ଥିବା ୧୨ଟି ସହର ବୁଡି଼ଯାଇପାରେ । ସେହି ୧୨ଟି ସହର ହେଉଛନ୍ତି ମୁମ୍ବାଇ, ମାଙ୍ଗାଲୋର, ଚେନ୍ନାଇ, ଆଖୋ, ମୋରମୁଗାଓ, କଣ୍ଡଲା, ଭାବନଗର, ତୁତୀକୋରନ, କୋଚ୍ଚୀ ଓ ଓଡ଼ିଶାର ପାରାଦୀପର ସମୁଦ୍ରକୂଳିଆ ଅଞ୍ଚଳ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଭିଡିଓ | VIDEO: ‘‘ବିଶ୍ୱାସ କର, ମୁଁ କିଛି ବି ପିନ୍ଧିନି’: ଇନଷ୍ଟା LIVEରେ ନଗ୍ନ ହୋଇ ଲୋକଙ୍କୁ କହିଲେ ଗେହନା ବଶିଷ୍ଟ

ତାପମାତ୍ରାରେ ଏମିତି ଭୀଷଣ ବୃଦ୍ଧି ଯୋଗୁଁ ଲୋକେ ପ୍ରଚଣ୍ଡ ରୌଦ୍ରତାପର ସମ୍ମୁଖୀନ ହେବେ । ଯଦି ପ୍ରଦୂଷଣ ମାତ୍ରାକୁ ରୋକା ନ ଯିବ ତେବେ ତାପମାତ୍ରା ୪.୪ ଡିଗ୍ରୀ ବୃଦ୍ଧିପାଇବ ବୋଲି କହିଛି ନାସା  । ଆଗାମୀ ଦୁଇ ଦଶକ ମଧ୍ୟରେ ତାପମାତ୍ରା ୧.୫ ଡିଗ୍ରୀ ବୃଦ୍ଧି ପାଇବ ।  ଯଦି ତାପମାତ୍ରା ଏମିତି ବୃଦ୍ଧି ପାଇଚାଲେ, ତାହେଲେ ହିମସ୍ଖଳନ ହେବା ସହ ସମୁଦ୍ରରେ ଜଳସ୍ତର ବୃଦ୍ଧି ପାଇବ ଓ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ପ୍ରବଳ କ୍ଷତି ହେବାର ସମ୍ଭାବନା ରହିଛି ବୋଲି ଗବେଷାତ୍ମକ ରିପୋର୍ଟରେ ଚେତାବନୀ ଦେଇଛି ନାସା ।

ଏହା ବି ପଢ଼ନ୍ତୁ | Olympics Gold: ନୀରଜ ଚୋପ୍ରାଙ୍କୁ ଜଣେ ଅଜ୍ଞାତ ବ୍ୟକ୍ତି କହିଥିଲେ, ‘‘ଭାରତର ସମ୍ମାନ ରକ୍ଷା କରି ଦେ…’’

ଆନ୍ତଃର୍ଦେଶୀୟ ଜଳବାୟୁ ପରିବର୍ତ୍ତନ ସଙ୍ଗଠନ (Intergovernmental Panel on Climate Change, IPCC, ଆଇ.ପି.ସି.ସି.) ଦ୍ୱାରା ପ୍ରସ୍ତୁତ ଏହି ନୂଆ ରିପୋର୍ଟ ଅନୁସାରେ ପ୍ରାୟ ୮୦ ବର୍ଷ ପରେ ଭାରତର ୧୨ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ଜଳ ସ୍ତର ଏତେ ବଢି଼ବ ଯେ ସହର ମଧ୍ୟରେ ତିନି ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେବ । ଫଳରେ ସେହି ଅଞ୍ଚଳର ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାର ଆବଶ୍ୟକତା ପଡ଼ିବ । ସହର ମଧ୍ୟକୁ ସମୁଦ୍ର ମାଡି଼ ଆସିବା କାରଣରୁ ଓଡ଼ିଶାର ପାରାଦୀପର ସମୁଦ୍ର-କୂଳିଆ ଅଞ୍ଚଳ ପାଣିରେ ବୁଡ଼ିଯାଇପାରେ ଓ ପାରାଦୀପର ଅନେକ ଅଞ୍ଚଳ ଜଳମଗ୍ନ ହୋଇପାରେ ।

ଏହା ବି ପଢ଼ନ୍ତୁ | ଦେଶର ତଦନ୍ତକାରୀ ସଂସ୍ଥାମାନେ କୋର୍ଟକୁ ସହଯୋଗ କରୁନାହାନ୍ତି’: ଖପ୍ପା ହୋଇ କହିଲେ ସୁପ୍ରିମ କୋର୍ଟ୍

ଆଇ.ପି.ସି.ସି. ରିପୋର୍ଟରେ ଦର୍ଶାଯାଇଛି ଯେ ଏସିଆରେ ସମୁଦ୍ର ପତ୍ତନ ବିଶ୍ୱର ହାରାହାରି ହାର ତୁଳନାରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହି ରିପୋର୍ଟରେ ଆହୁରି କୁହାଯାଇଛି ଯେ ପୂର୍ବରୁ ପ୍ରତି ୧୦୦ ବର୍ଷରେ ଥରେ ଦେଖାଯାଉଥିବା ସମୁଦ୍ର ପତ୍ତନରେ ଭୀଷଣ ପରିବର୍ତ୍ତନ ୨୦୫୦ ସୁଦ୍ଧା ପ୍ରତି ଛଅରୁ ନଅ ବର୍ଷରେ ଥରେ ଦେଖାଦେଇପାରେ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ପାକିସ୍ତାନରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ପଛରେ ଥିଲା ଏକ ବାଳକର କାର୍ଯ୍ୟ କୋର୍ଟର ନିଷ୍ପତ୍ତି

‘‘ଏକବିଂଶ ଶତାବ୍ଦୀ ସାରା ଉପକୂଳବର୍ତ୍ତୀ ଅଞ୍ଚଳରେ ସମୁଦ୍ର ପତ୍ତନ ବୃଦ୍ଧି ପାଇଚାଲିବ ଓଉପକୂଳବର୍ତ୍ତୀ ଅଞ୍ଚଳରେ ବାରମ୍ବାର ଓ ଭୀଷଣ ବନ୍ୟା ସହ ଭୂମିକ୍ଷୟ ହୋଇଚାଲିବ । ଏମିତି ପରିବର୍ତ୍ତନ ଏହି ଶତାବ୍ଦୀର ଶେଷ ଆଡ଼କୁ ଆସିପାରେ,’’ ଆଇପିସିସି ୱାର୍କିଂ ଗୃପ୍ ଏହି ରିପୋର୍ଟରେ କହିଛି ।



୨୦୦୬ରୁ ୨୦୧୮ ମସିହା ମଧ୍ୟରେ ହୋଇଥିବା ଆକଳନ ଅନୁସାରେ ବିଶ୍ୱରେ ସମୁଦ୍ର ସ୍ତର ପ୍ରତି ବର୍ଷ ପ୍ରାୟ ୩.୭ ମିଲିମିଟର୍‌ ହାରରେ ଉପରକୁ ବଢ଼ିଚାଲିଛି । ଆସନ୍ତା ବର୍ଷମାନଙ୍କ ମଧ୍ୟରେ ହିନ୍ଦୁକୁଷ ପର୍ବତମାଳାରେ ଥିବା ଗ୍ଲାସିଅରମାନେ ସଙ୍କୁଚିତ ହେବେ ଓ ବରଫର ଆଚ୍ଛାଦନ ଆହୁରି ଉପରବର୍ତ୍ତୀ ଅଞ୍ଚଳକୁ ଚାଲିଯିବ ବୋଲି ବି ଏହି ରିପୋର୍ଟରେ କୁହାଯାଇଛି ।
Published by: Anand ST Das
First published: August 11, 2021, 4:15 AM IST