News 18 Odia Digital
ଜଗତସିଂହପୁର: ସଦର ବ୍ଳକ ଅନ୍ତର୍ଗତ ଅଳସୁଧା ଗ୍ରାମର ଦିପୁ ଗାଁଣଙ୍କର ୯ ବର୍ଷର ଝିଅ ପାପାଲି । କିଛି ବର୍ଷ ହେବ ଥାଲାସେମିଆ (thalassemia) ରୋଗରେ ଆକ୍ରାନ୍ତ କୁନି ଝିଅଟି । ବାପା ଦିପୁ ପାରାଦ୍ୱୀପରେ ଟ୍ରକ ଡ୍ରାଇଭର (Driver) ଭାବେ କାମ କରନ୍ତି । ମାସକୁ ଆୟ ମାତ୍ର ୧୨ ହଜାର ଟଙ୍କା । ଝିଅର ଚିକିତ୍ସାରେ (Treatment) ଅଧାରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ସେଥିରୁ ଯାହା ବଳେ ସେହିଥିରେ ଚଳେ ପୂରା ପରିବାର (Family) । ଅଭାବ ଭିତରେ ଥାଇ ମଧ୍ୟ ଝିଅକୁ ସମ୍ପୂର୍ଣ୍ଣ ସୁସ୍ଥ କରିବା ପାଇଁ ଅଣ୍ଟା ଭିଡିଛନ୍ତି ଦିପୁ । ଡାକ୍ତର କହୁଛନ୍ତି ବୋନ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ହେଲେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଯିବେ ପାପାଲି । ହେଲେ ଏଥିପାଇଁ ୪୦ ରୁ ୫୦ ଲକ୍ଷ ଟଙ୍କା ଦରକାର । ହେଲେ ଏତେ ଟଙ୍କା କେଉଁଠୁ ଯୋଗାଡ଼ ହେବ ସେ ନେଇ ଚିନ୍ତାରେ ପରିବାର ।
ପଡୋଶୀ କହିଛନ୍ତି ଯେ, ଯଦି କେହି କଳାକାର କିମ୍ୱା ପରିଚିତ ଲୋକଙ୍କର ଚିକିତ୍ସା ନିମନ୍ତେ ଅର୍ଥ ଆବଶ୍ୟକ ହୁଏ ତେବେ ସେମାନଙ୍କୁ ବିଭିନ୍ନ ସ୍ଥାନରୁ ସାହାଯ୍ୟ ମିଳିଥାଏ । କିନ୍ତୁ ପାପାଲି ଜଣେ ଗାଉଁଲି ଗରିବ ଘରର ଝିଅ ହୋଇଥିବାରୁ ତାପାଇଁ କେହି ସାହାଯ୍ୟ ପାଇଁ ଆଗଭର ହେଉନାହାନ୍ତି । ଯଦି ସିଏ କେଉଁ କଳାକାରଙ୍କର ପିଲା ହୋଇଥାନ୍ତେ ତେବେ ତାଙ୍କୁ ମଧ୍ୟ ଅନେକ ବ୍ୟକ୍ତି ସାହାଯ୍ୟ କରିବାକୁ ଆଗକୁ ଆସିଥାନ୍ତେ ବୋଲି ଜଣେ ପଡୋଶୀ ଗଣମାଧ୍ୟମକୁ କହିଛନ୍ତି ।
ଅସୁସ୍ଥତା କାରଣରୁ ସ୍କୁଲ ଯିବା ବନ୍ଦ କରି ଦେଇଛନ୍ତି ପାପାଲି । କାହାସହ ମିଶିବାକୁ ବାରଣ କରିଛନ୍ତି ଡାକ୍ତର । ପାଠ ପଢିବାକୁ ବହୁତ ଇଛା ଥିଲେ ମଧ୍ୟ ରୋଗ ସାଧିଛି ବାଧକ । ଯଦି କେହି ସହୃଦୟ ବ୍ୟକ୍ତି ସହାୟତାର ହାତ ବଢ଼ାନ୍ତେ ତେବେ ପାପାଲି ସୁସ୍ଥ ହେବା ସହିତ ପାଠ ବି ପଢି ପାରନ୍ତା । ଯଦି କେହି ପାପାଲିଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ତେବେ ତାଙ୍କର ଆକାଉଣ୍ଟ ନମ୍ବରରେ ସହାର୍ଯ୍ୟ କରିପାରିବେ ।
STATE BANK OF INDIANAME- PAPALI GAANCIF NUMBER- 91125676854A/C NO. 41619936861IFSC NO. SBIN0003943
PHONE PAY NO. 7377856269
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।