ଗ୍ୟାଙ୍ଗଷ୍ଟାର ପାପା ପଣ୍ଡା ଗିରଫ; ବନ୍ଧୁକ ମୁନରେ ମହିଳାଙ୍କୁ ଦେଇଥିଲେ ଧମକ

ସହଦେଵଖୁଣ୍ଟା ଥାନା ପୋଲିସ ପାପା ପଣ୍ଡାକୁ ଗିରଫ କରିଛି। ପାପା ନାମରେ କିଛି ଦିନ ପୂର୍ବରୁ ଜଣେ ମହିଳାଙ୍କୁ ବନ୍ଧୁକ ମୁନରେ ଏକ ଘଟଣାରେ ପ୍ରମାଣ ନଦେବାକୁ ଧମକ ଦେଉଥିବା ନେଇ ଅଭିଯୋଗ ହୋଇଥିଲା ।

ଗ୍ୟାଙ୍ଗଷ୍ଟାର ପାପା ପଣ୍ଡା ଗିରଫ ହୋଇଛି (ପ୍ରତୀକାତ୍ମକ ଛବି)

ଗ୍ୟାଙ୍ଗଷ୍ଟାର ପାପା ପଣ୍ଡା ଗିରଫ ହୋଇଛି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ବାଲେଶ୍ୱର: କୁଖ୍ୟାତ ଅପରାଧୀ ତଥା ଗ୍ୟାଙ୍ଗଷ୍ଟାର ପାପା ପଣ୍ଡା ଓରଫ ଚିନ୍ମୟ ପଣ୍ଡା ଗିରଫ। ସହଦେଵଖୁଣ୍ଟା ଥାନା ପୋଲିସ ପାପାକୁ ଗିରଫ କରିଛି। ପାପା ନାମରେ କିଛି ଦିନ ପୂର୍ବରୁ ଜଣେ ମହିଳାଙ୍କୁ ବନ୍ଧୁକ ମୁନରେ ଏକ ଘଟଣାରେ ପ୍ରମାଣ ନଦେବାକୁ ଧମକ ଦେଉଥିବା ନେଇ ଅଭିଯୋଗ ହୋଇଥିଲା ।

ପାପା ପଣ୍ଡାଙ୍କ ନାମରେ ହତ୍ୟା, ହତ୍ୟା ଉଦ୍ୟମ, ଲୁଟ, ମରଣାନ୍ତକ ଆକ୍ରମଣ, ଧମକ ଦେବା, ଦାଦା ବଟି ଆଦାୟ ଭଳି ସଙ୍ଗୀନ ମାମଲା ମଧ୍ୟ ରହିଛି । କିଛି ମାସ ପୂର୍ବରୁ ପାପା ଜେଲରୁ ଜାମିନରେ ମୁକୁଳିବା ପରେ ପୁଣି ସକ୍ରିୟ କରିଥିଲା ନିଜ ଗ୍ୟାଙ୍ଗକୁ । ପାପାର ଗ୍ୟାଙ୍ଗ ଏକ ଲୁଟ ଉଦ୍ୟମ କରୁଥିବା ବେଳେ ପୋଲିସ ଗିରଫ କରିଥିବା କହିଛି। ତେବେ ପାପା ନାମରେ ଅନେକ ମାମଲା ଥିବାବେଳେ କୁଖ୍ୟାତ ଅପରାଧି ଖାସୁଆ ହତ୍ୟାକାଣ୍ଡ, ଦୀଘା କଟି ମାମା ହତ୍ୟା , କୁରୁଡ଼ା ଛକ ଫାଇରିଙ୍ଗି ଓ ହତ୍ୟା ଭଳି ଚର୍ଚ୍ଚିତ ଅପରାଧ ମଧ୍ୟ ରହିଛି।

ପାପା ଏକ ଗ୍ୟାଙ୍ଗ ଚଳାଉଥିବା ବେଳେ ଏହା ନାମରେ ପୂର୍ବରୁ ୩୦ରୁ ଅଧିକ ମାମଲା ରହିଛି । ମହିଳାଙ୍କୁ ଧମକ ଦେବା ନେଇ ୨୦୩/ ୨୨ରେ ପୋଲିସ ପାପାକୁ ଗିରଫ କରିଛି । ସେହିପରି ଏଇ ମାମଲାରେ ପାପା ନାମରେ ଧାରା ୩୯୩, ୩୯୫ , ୩୪ ଆଇପିସି ଓ ସେକ୍ସନ ୨୭ ଆର୍ମ୍ସ ଆକ୍ଟରେ ମାମଲା କରାଯାଇଛି। ସେହିପରି ପାପା ନାମରେ କିଛି ଦିନ ପୂର୍ବରୁ ଜଣେ ମହିଳାଙ୍କୁ ବନ୍ଧୁକ ମୁନରେ ଏକ ଘଟଣାରେ ପ୍ରମାଣ ନଦେବାକୁ ଧମକ ଦେଉଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା । ଏନେଇ ମଧ୍ୟ ଏକ ୨୦୪/ ୨୨ରେ ସହଦେଵଖୁଣ୍ଟା ଥାନା ପୋଲିସ ପାପା ନାମରେ ମାମଲା କରିଛି। ଯେଉଁଥିରେ ୩୪୧ , ୫୦୬, ୩୪ ଆଇପିସି ଓ ସେକ୍ସନ ୨୫/୨୭ ଲାଗିଥିବା ପୋଲିସ ଜଣାଇଛି।

ପାପା ନାମରେ ସହଦେଵଖୁଣ୍ଟା ଥାନା, ଶିଳ୍ପାଞ୍ଚଳ ଥାନା, ଟାଉନ ଥାନା ସମେତ ବିଭିନ୍ନ ଥାନାରେ ଥିବା ଅନେକ ମାମଲା ରୁଜୁ ହୋଇଛି । ବାଲେଶ୍ୱର ସହରରେ କିଛିଦିନ ହେବ ଅପରାଧ ଚରମ ସୀମାରେ ପହଞ୍ଚି ଯାଇଥିବା ନେଇ ଅଭିଯୋଗ ଆସିଛି । ଏନେଇ ବିଭିନ୍ନ ସଂଗଠନ ଗତ ୧୭ ତାରିଖରେ ବାଲେଶ୍ୱର ବନ୍ଦ କରି ପ୍ରତିବାଦ ମଧ୍ୟ କରି ସାରିଛନ୍ତି । ଏହା ଭିତରେ ପାପାର ଗିରଫ ଏହି ସବୁ ଅପରାଧରେ ପାପା ଗ୍ୟାଙ୍ଗ ସମ୍ପୃକ୍ତି ଥିବା ଚର୍ଚ୍ଚା ହେଉଛି।
Published by:Soumya Das
First published: