ସମ୍ବଲପୁରରେ ବଜ୍ରକାପ୍ତା ଚୋରା ଚାଲାଣ ରାକେଟ ଠାବ; ୭ ପେଷାଦାର ଶିକାରୀ ଓ ବେପାରୀ ଗିରଫ

ଗିରଫ ହୋଇଥିବା ଲୋକଙ୍କ ଠାରୁ ଦୁଇ କେଜି ୬୦୦ ଗ୍ରାମ ବଜ୍ରକାପ୍ତା କାତି ଜବତ ହୋଇଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ପୂର୍ବତନ ସରପଞ୍ଚ ଅଛନ୍ତି ।

ସମ୍ବଲପୁରରେ ବଜ୍ରକାପ୍ତା ଚୋରା ଚାଲାଣ ରାକେଟ ଠାବ; ୭ ପେଷାଦାର ଶିକାରୀ ଓ ବେପାରୀ ଗିରଫ
ଗିରଫ ହୋଇଥିବା ଅଭିଯୁ୍କ୍ତଙ୍କ ସହ ବନ ବିଭାଗ ଓ ପୋଲିସ ଅଧିକାରୀ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ସମ୍ବଲପୁର: ବନ ବିଭାଗର ରେଢ଼ାଖୋଲ ଯୁନିଟ୍‌ ଦ୍ଵାରା ଏକ ବଜ୍ରକାପ୍ତା ଚୋରା ଚାଲାଣ ରାକେଟ ଠାବ କରିବା ପରେ ଆଜି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲଣ କରାଯାଇଛି । ବେଆଇନ ଭାବେ ବଜ୍ରକାପ୍ତା  ଶିକାର କରି ଜିଲ୍ଲା ତଥା ରାଜ୍ୟ ବାହାରକୁ ଚାଲାଣ କରୁଥିବା ସାତ ଜଣ ପେଷାଦାର ଶିକାରୀ ଓ ବେପାରୀଙ୍କୁ ବନ ବିଭାଗ ଗିରଫ କରିଛି ।

ଗିରଫ ହୋଇଥିବା ଲୋକଙ୍କ ଠାରୁ ଦୁଇ କେଜି ୬୦୦ ଗ୍ରାମ ବଜ୍ରକାପ୍ତା କାତି ଜବତ ହୋଇଛି । ଗିରଫ ଅଭିଯୁକ୍ତମାନେ ହେଲେ ଶୁଶୀଳ ସେଠି, ଲକ୍ଷ୍ମଣ ସେଠି, ଶ୍ରୀରାମ ଶବର, ଶିର ଶବର, ଖିଜୁ ଶବର, ଯଦୁମଣି ପାତ୍ର ଓ ନେପାଳ ସାହୁ । ଘଟଣାରେ ସଂପୃକ୍ତ ଜଣେ ଅଭିଯୁକ୍ତ ଫେରାର ରହିଥିବା ବେଳେ ତାକୁ ଗିରଫ କରିବା ପାଇଁ ବନ ବିଭାଗ ତରଫରୁ ଅନୁସନ୍ଧାନ କରାଯାଉଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ପୂର୍ବତନ ସରପଞ୍ଚ ରହିଥିବା ବନ ବିଭାଗ ତରଫରୁ କୁହାଯାଇଛି ।

ଜବତ ହୋଇଥିବା ବଜ୍ରକାପ୍ତା କାତି


‘‘ବଜ୍ରକାପ୍ତା ଚୋରା ଚାଲାଣ ଘଟଣାର ଲିଙ୍କ ଦେବଗଡ଼, ଅନୁଗୁଳ ଓ କଟକ ଜିଲ୍ଲା ସହ ରହିଛି । ଏହି ଶିକାରୀମାନେ ଅତ୍ୟାଧୁନିକ ଟେକ୍ନୋଲୋଜି ଯଥା ଇଣ୍ଟରନେଟ ଓ ହ୍ଵାଟ୍ସଆପ ଜରିଆରେ ବେପାର କରୁଛନ୍ତି । ଏହି ରାକେଟକୁ ଧରିବା ପାଇଁ ଦୀର୍ଘ ତିନି ମାସ ହେଲା ଛଅଟି ରେଞ୍ଜର ବନ ବିଭାଗର ଟିମ ତଦନ୍ତ କରି ଆସୁଥିଲେ,’’ କହିଛନ୍ତି ରେଢ଼ାଖୋଲ ଡି.ଏଫ.ଓ ସଂଗ୍ରାମ କେଶରୀ ବେହେରା ।

ବଜ୍ରକାପ୍ତା ଚୋରା ଚାଲାଣରେ ଆଉ କିଛି ଲୋକ ସମ୍ପୃକ୍ତ ଥିବାର ସୂଚନା ବନ ବିଭାଗ ପେଖରେ ଅଛି । ଏହାକୁ ପର୍ଦାଫାଶ କରିବା ପାଇଁ ବନ ବିଭାଗ ତରଫରୁ ସ୍ବତନ୍ତ୍ର ଭାବେ ଅନୁସନ୍ଧାନ କରାଯାଉଥିବା କହିଛନ୍ତି ଅଧିକାରୀମାନେ ।

ଦୟାକରି ଦୁଇ ମିନିଟ୍‌ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ: କରୋନା ଲକଡାଉନ୍‌ ସର୍ଭେ

ଏହା ବି ପଢ଼ନ୍ତୁ: ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

ଏହା ବି ପଢ଼ନ୍ତୁ: ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଏହା ବି ପଢ଼ନ୍ତୁ: ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଏହା ବି ପଢ଼ନ୍ତୁ: ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 27, 2020, 8:23 PM IST
corona virus btn
corona virus btn
Loading