ଶ୍ରୀକ୍ଷେତ୍ରରେ ପଞ୍ଚୁକ ବ୍ରତ ଆରମ୍ଭ; ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି

ଚାଲିଛି ପୁଣ୍ୟର ମାସ କାର୍ତ୍ତିକ । ଆଜି ହେଉଛି କାର୍ତ୍ତିକ ଶୁକ୍ଳପକ୍ଷ ଏକାଦଶୀ ତିଥି । ଏହି ତିଥିରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ପାଳନ କରାଯାଉଛି ଶ୍ରୀକ୍ଷେତ୍ରରେ ପଞ୍ଚୁକବ୍ରତ ।

ଶ୍ରୀକ୍ଷେତ୍ରରେ ପଞ୍ଚୁକ ବ୍ରତ ଆରମ୍ଭ; ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି

ଶ୍ରୀକ୍ଷେତ୍ରରେ ପଞ୍ଚୁକ ବ୍ରତ ଆରମ୍ଭ; ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି

  • News18 Odia
  • Last Updated :
  • Puri, India
  • Share this:
News 18 Odia Digital

ପୁରୀ; ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପଞ୍ଚୁକ ନୀତି । ପଞ୍ଚୁକର ପ୍ରଥମ ଦିନ ଅର୍ଥାତ ହରିଉତ୍ଥାପନ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହୋଇଛି । କାର୍ତ୍ତିକ ଶୁକ୍ଳ ଏକାଦଶୀ ଦିନ ଶ୍ରୀବିଗ୍ରହମାନଙ୍କର ଅବକାଶ ନୀତି ଶେଷ ହେବା ପରେ ମହଣ ମହଣ ସ୍ୱର୍ଣ୍ଣ ଆଭୁଷଣରେ ବିଭୁଷିତ ହୋଇ ଲକ୍ଷ୍ମୀନାରାୟଣ ଵା ଠିଆକିଆ ବେଶରେ ଦର୍ଶନ ଦେଇଛନ୍ତି । ସ୍ୱର୍ଣ୍ଣ ଅଳଙ୍କାର, ପୁଷ୍ପମାଲ୍ୟ, ପାଟବସ୍ତ୍ର ଇତ୍ୟାଦିରେ ପୁଷ୍ପାଳକ ସେବକମାନେ ତିନି ଠାକୁରଙ୍କୁ ଲକ୍ଷ୍ମୀନାରାୟଣ ବେଶରେ ଭୂଷିତ କରିଥିଲେ। କାର୍ତ୍ତିକ ମାସରେ ମହାପ୍ରଭୁଙ୍କ ଶ୍ରୀମନ୍ଦିରରେ ଅନୁଷ୍ଠିତ ରାଧାଦାମୋଦର ବେଶରେ ଠାକୁରମାନେ ଶ୍ରୀହସ୍ତରେ ନଳୀଭୁଜ ଧାରଣ କରୁଥିବା ବେଳେ ଲକ୍ଷ୍ମୀନାରାୟଣ ବେଶରେ ଶ୍ରୀଭୁଜ , ଶଙ୍ଖ, ଚକ୍ର, ହଳ, ମୁଷଳ ଓ ଅଧିକ ସ୍ୱର୍ଣ୍ଣ ଅଳଙ୍କାର ଧାରଣ କରିଥାନ୍ତି । ସୁଭଦ୍ରାଙ୍କ ବେଶରେ କିଛି ପରିବର୍ତ୍ତନ ହୋଇନଥାଏ । ସେପଟେ ହବିଷ୍ୟାଳିମାନେ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିଥିବା ବେଳେ ଶେଷ ପାଞ୍ଚଦିନ ପଞ୍ଚୁକବ୍ରତ ପାଳନ କରିଥାନ୍ତି ବୋଲି କହିଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମା" ।

"ହେଲେ ଦୁଇବର୍ଷ ହେବ କରୋନା କଟକଣା ଯୋଗୁଁ ମହାପ୍ରଭୁଙ୍କ ଏହି ଚିତ୍ତାକର୍ଷକ ବେଶ ଦର୍ଶନ କରିବାରୁ ବଞ୍ଚିତ ହୋଇଥିଲେ । ମାତ୍ର ଚଳିତ ବର୍ଷ ପ୍ରବଳ ଗହଳି ସତ୍ୱେ ମହାପ୍ରଭୁଙ୍କ ବେଶ ଦର୍ଶନ କରି ସାନିଧ୍ୟ ଲାଭ କରିଛନ୍ତି । ଆଜି ଭୋର ୫ଟା ୨୦ରେ ଦ୍ୱାର ଫିଟିବା ପରେ ମଙ୍ଗଳାଳତୀ , ମଇଲମ, ଅବକାଶ ନିତି ବଢିବା ପରେ ମହାପ୍ରଭୁ ବେଶ ହୋଇ ଦର୍ଶନ ଦେଇଛନ୍ତି । ତେବେ ଆଜି ଲକ୍ଷ୍ମୀନାରାୟଣ ବେଶରେ ସୁନାବେଶର କିରିଟି ରହେନାହିଁ ମାତ୍ର କୀଆ ସଦୃଶ ଖଞ୍ଜା ଯାଇଥାଏ । ମହାପ୍ରଭୁଙ୍କ ଏଭଳି ଚମତ୍କାର ବେଶ ଦର୍ଶନ ପାଇ ଆତ୍ମବିଭୋର ହୋଇଉଠିଥିଲେ ଭକ୍ତ । ଅନ୍ୟପଟେ ସିଂହଦ୍ଵାର ସମୁଖରେ ଝୋଟି ଚିତା ପକାଇ ମହାପ୍ରଭୁଙ୍କ ଆରାଧନା କରିଛନ୍ତି ଶ୍ରଦ୍ଧାଳୁ ।

" ଆଜି କାର୍ତ୍ତିକ ଶୁକ୍ଳପକ୍ଷ ଏକାଦଶୀ ବା ପବିତ୍ର ପଞ୍ଚୁକର ପ୍ରଥମ ଦିନରେ ମହାପ୍ରଭୁ ନିଦ୍ରାଭଙ୍ଗ କରିଛନ୍ତି । ଯାହାକୁ ହରିଉତ୍ଥାପନ ଏକାଦଶୀ କୁହାଯାଇଥାଏ । ଶ୍ରୀମନ୍ଦିର ମାର୍ଗଦର୍ଶିକା ଅନୁଯାୟୀ ଆଜି ସାଧାରଣ ଦର୍ଶନ ଏକମୁଖୀ ବ୍ୟବସ୍ଥା ହୋଇଛି । ଆଜି ବଡ଼ ଏକାଦଶୀରେ ଭକ୍ତଙ୍କ ଭିଡ଼ ହେବା ଆଶଙ୍କାକୁ ଦ୍ରୁଷ୍ଟିରେ ରଖି ମରଚିକୋଟ ଛକ ନିକଟରୁ ଏକ ଲମ୍ବା ଅସ୍ଥାୟୀ ବେରିକେଡ କରାଯାଇଛି । ଗହଳି ନିୟନ୍ତ୍ରଣ ପାଇଁ ତିନି ଥାକିଆ ବ୍ୟାରିକେଡ କରାଯାଇଛି। ଭକ୍ତଙ୍କ ସମାଗମକୁ ଆଖିଆଗରେ ରଖି ପଶ୍ଚିମଦ୍ୱାର ଦର୍ଶନ ବନ୍ଦ ରହିଛି ବୋଲି କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦଶ୍ୟ ଦୁର୍ଗାଦାସ ମହାପାତ୍ର "।

ଯେଉଁମାନେ କାର୍ତ୍ତିକମାସରେ ମାସେ ପର୍ଯ୍ୟନ୍ତ ବ୍ରତ ପାଳନ କରି ନଥାନ୍ତି ସେମାନେ ଏହି ଶେଷ ପାଞ୍ଚଦିନ ବ୍ରତ କରି ମହାପୁଣ୍ୟ ଅର୍ଜନ କରିଥାନ୍ତି । ଆଜି ବଡ ଏକାଦଶୀରେ ହରିଉତ୍ଥାପନ ନିତି ରହିଥିବାରୁ ଆଜିଠାରୁ ମାଙ୍ଗଳିକ କାର୍ଯ୍ୟ ଆରମ୍ଭ ହୋଇଥାଏ ।  କରୋନା ଯୋଗୁଁ ଦୁଇବର୍ଷ ହେବ ଭକ୍ତମାନେ ପଞ୍ଚୁକରେ ମହାପ୍ରଭୁଙ୍କ ଦର୍ଶନ ପାଇନଥିଲେ । ମାତ୍ର ଚଳିତବର୍ଷ ମହାପ୍ରଭୁଙ୍କ ଦର୍ଶନ ପାଇ ଭାବବିହ୍ୱଳ ଭକ୍ତ । ହଜାର ହଜାର ଭକ୍ତଙ୍କ ଗହଳି ଦୃଷ୍ଟିରୁ ମରଚିକୋଟ ଛକରୁ କରାଯାଇଛି ଲମ୍ବା ବେରିକେଡ । ଏଥିସହ ସୁରକ୍ଷା ଦୃଷ୍ଟିରୁ ମୁତୟନ ହୋଇଛନ୍ତି ୨୬ପ୍ଲାଟୁନ ଫୋର୍ସ । "ଭକ୍ତଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା କରିବା ସହ ସହାୟତା ପାଇଁ ଭଲ୍ୟୁଣ୍ଟର ନିୟୋଜିତ ହୋଇଥିବା ଜଣାପଡିଛି । କେବଳ ସିଂହଦ୍ୱାର ଦେଇ ଦର୍ଶନ ଓ ତିନିଦ୍ୱାର ଦେଇ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଥିବା ଏସପି ଡକ୍ଟର କନୱର ବିଶାଲ ସିଂ କହିଛନ୍ତି । ତେବେ ଆସନ୍ତାକାଲି ଦ୍ୱାଦଶୀରେ ମହାପ୍ରଭୁଙ୍କ ବାଙ୍କଚୁଡା ବେଶ, ତ୍ରୟୋଦଶୀରେ ତ୍ରୀବିକ୍ରମ ବେଶ, ଚତୁର୍ଦ୍ଦଶୀରେ ଲକ୍ଷ୍ମୀ ନୃସିଂହ ବେଶ ରହିଥିବା ବେଳେ ପୂର୍ଣ୍ଣମୀ ଦିନ ମହାପ୍ରଭୁଙ୍କ ଚିତ୍ତାକର୍ଷକ ସୁନାବେଶ ଦର୍ଶନ କରିବେ ଭକ୍ତ ।
Published by:Soubhagya Mishra
First published: