ପଞ୍ଚାୟତ ନିର୍ବାଚନ ପୂର୍ବରୁ ପଞ୍ଚାୟତ ଓ ୱାର୍ଡ଼ର ସୀମା ନିର୍ଦ୍ଧାରଣ ହେବନି ବୋଲି କହିଲେ ରାଜ୍ୟ ସରକାର

ଏ ଥର ଭୋଟ ଗଣତି ୱାର୍ଡ଼ ସ୍ତରରେ ନ ହୋଇ ବ୍ଲକ୍ ସ୍ତରରେ କରିବା ନେଇ ନିର୍ବାଚନ କମିଶନ ନିଷ୍ପତ୍ତି ନେଉଥିବା ଜଣାପଡ଼ିଛି । ଏହା ଦ୍ୱାରା ଚଞ୍ଚକତା ହେବ ବୋଲି କହି ବିଜେପି ଏହାର ବିରୋଧ କରିଛି ।

ପଞ୍ଚାୟତ ନିର୍ବାଚନ ପୂର୍ବରୁ ପଞ୍ଚାୟତ ଓ ୱାର୍ଡ଼ର ସୀମା ନିର୍ଦ୍ଧାରଣ ହେବନି ବୋଲି କହିଲେ ରାଜ୍ୟ ସରକାର
ଓଡ଼ିଶାରେ ୨୦୨୨ରେ ପଞ୍ଚାୟତ ନିର୍ବାଚନ ହେବାର ଅଛି । (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: July 17, 2021, 11:46 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ୨୦୨୨ରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ପଞ୍ଚାୟତ ଓ ୱାର୍ଡ଼ଗୁଡ଼ିକର ସୀମା ନିର୍ଦ୍ଧାରଣ ହେବ ନାହିଁ । ୨୦୧୭ର ସୀମା ନିର୍ଦ୍ଧାରଣ ଅନୁସାରେ ପଞ୍ଚାୟତ ନିର୍ବାଚନ ହେବ । ଏହି ନିର୍ବାଚନ ପୂର୍ବରୁ ପଞ୍ଚାୟତ ଓ ୱାର୍ଡ଼ର ବର୍ତ୍ତମାନର ସୀମାରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ରାଜ୍ୟ ସରକାର ନିର୍ବାଚନ କମିଶନଙ୍କୁ ଜଣାଇଛନ୍ତି ।

ପଞ୍ଚାୟତ ନିର୍ବାଚନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ପୁନଃ ସୀମା ନିର୍ଦ୍ଧାରଣ ସପକ୍ଷରେ ସ୍ୱର ଉତ୍ତୋଳନ କରିଛନ୍ତି । ଶାସକ ଦଳ ବିଜେଡି କହିଛି ଯେ ଆଇନର ପରିଧି ଭିତରେ ନିର୍ବାଚନ ଆୟୋଜିତ ହେବ ଓ ନିର୍ବାଚନ ପାଇଁ ଦଳ ପ୍ରସ୍ତୁତ ଅଛି ।

ଏହା ବି ପଢ଼ନ୍ତୁ | ରାଜନୀତିରୁ ପଛକୁ ହଟିଲେ ଦକ୍ଷିଣର ସୁପରଷ୍ଟାର୍ ରଜନୀକାନ୍ତ; ନିଜ ପାର୍ଟିକୁ ନିଜେ ଭଙ୍ଗ କଲେ

ପଞ୍ଚାୟତ ନିର୍ବାଚନ ପୂର୍ବରୁ ୱାର୍ଡ଼ ଓ ପଞ୍ଚାୟତରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ରାଜ୍ୟ ସରକାର ରାଜ୍ୟ ନିର୍ବାଚନ କମିସନଙ୍କୁ ଜଣାଇଦେବା ପରେ ପଞ୍ଚାୟତ ସୀମା ନିର୍ଦ୍ଧାରଣ ହେବା ନେଇ ଚାଲିଥିବା କଳ୍ପନାଜଳ୍ପନାରେ ପୂର୍ଣ୍ଣଛେଦ ପଡ଼ିଛି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ୨୦୧୭ ନିର୍ବାଚନ ପୂର୍ବରୁ ପଞ୍ଚାୟତ ସୀମା ନିର୍ଧାରଣ କରାଯାଇଥିଲା ଓ ବଡ଼ ବଡ଼ ପଞ୍ଚାୟତକୁ ଭାଙ୍ଗି ରାଜ୍ୟ ସରକାର ଛୋଟରେ ପରିଣତ କରିଥିଲେ । ତେଣୁ ଏ ଥର ନିର୍ବାଚନ ପୂର୍ବରୁ ଆଉ ଏହାର ଆବଶ୍ୟକତା ନାହିଁ ବୋଲି ସରକାର କହିଛନ୍ତି ।

ଏହା ବି ପଢ଼ନ୍ତୁ | ଉତ୍ତର ପ୍ରଦେଶରେ ନୂଆ ଜନସଂଖ୍ୟା ନୀତି: ୨ରୁ ଅଧିକ ପିଲା ଥିଲେ ମିଳିବନି କୌଣସି ସରକାରୀ ସୁବିଧା

ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ପରେ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାର ଗୋଟିଏ ବଡ଼ ଅଂଶ, ଯେଉଁଥି ପାଇଁ ବେଶୀ ସମୟ ଲାଗିଥାଏ, ତା’ର ଆବଶ୍ୟକତା ନାହିଁ । ଏ ଥର ଭୋଟ ଗଣତି ୱାର୍ଡ଼ ସ୍ତରରେ ନ ହୋଇ ବ୍ଲକ୍‌ ସ୍ତରରେ କରିବା ନେଇ ନିର୍ବାଚନ କମିଶନ ନିଷ୍ପତ୍ତି ନେଉଥିବା ଜଣାପଡ଼ିଛି । ନିର୍ବାଚନ ନେଇ ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଯେ ଆଇନର ପରିଧି ଭିତରେ ପଞ୍ଚାୟତ ନିର୍ବାଚନ ଆୟୋଜିତ ହେବ ।

ଏହା ବି ପଢ଼ନ୍ତୁ | ଇଏ ବିଶ୍ୱର ସବୁଠୁ କଞ୍ଜୁସ୍ ମହିଳା; ସାବୁନ୍ ବଞ୍ଚାଇବାକୁ ୱାଶିଂ ମେସିନରେ ଲୁଗା ସହ ଥାଳି ଜୋତା ଧୁଅନ୍ତି

‘‘ପଞ୍ଚାୟତଗୁଡ଼ିକର ନିର୍ବାଚନ ପୂର୍ବରୁ ପୁର୍ନଗଠନ ନ ହେବା ନିଷ୍ପତ୍ତି ଠିକ୍ ନୁହେଁ । ପଞ୍ଚାୟତ ନିର୍ବାଚନ ଠିକ୍ ସମୟରେ ହେବାର ଆବଶ୍ୟକତା ଅଛି । କିନ୍ତୁ ପୁର୍ନଗଠନ ନ ହେଲେ ବଡ଼ ବଡ଼ ପଞ୍ଚାୟତରେ ପ୍ରତି ହିତାଧିକାରୀଙ୍କ ପାଖରେ ସୁବିଧା ସୁଯୋଗ ପହଞ୍ଚି ପାରିବ ନାହିଁ । ବିକାଶ ବାରମ୍ବାର ବାଧାପ୍ରାପ୍ତ ହେବ । ଆମର ଆଶା ରାଜ୍ୟ ସରକାର ଠିକ୍ ଢଙ୍ଗରେ ପଞ୍ଚାୟତଗୁଡ଼ିକର ପୁର୍ନଗଠନ ଓ ସ୍ଥାନ ସଂରକ୍ଷଣ କରିବେ,’’ କହିଛନ୍ତି ବରିଷ୍ଠ ବିଜେପି ନେତା ତଥା ଦଳର ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ।

ଏହା ବି ପଢ଼ନ୍ତୁ | କରୋନା ପିଲାମାନଙ୍କ ମସ୍ତିଷ୍କ ଉପରେ ବି ପ୍ରଭାବ ପକାଏ କି? ଜାଣନ୍ତୁ ବିଶେଷଜ୍ଞମାନଙ୍କ ମତ

ଭୋ ଗଣତିକୁ ନେଇ ହେଉଥିବା ନିଷ୍ପତ୍ତି ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ହରିଚନ୍ଦନ । ‘‘ପୂର୍ବର ନିୟମ ଅନୁସାରେ ୱାର୍ଡ଼ ସ୍ତରରେ ଭୋଟ କାଉଣ୍ଟ ହେଉଥିଲା ଓ ପରେ ତାହା ବ୍ଲକରେ ଚୂଡ଼ାନ୍ତ ଭାବେ ପ୍ରକାଶ ପାଉଥିଲା । କିନ୍ତୁ ବ୍ଲକରେ ଗଣତି ହେଲେ ଏଥିରେ ଚଞ୍ଚକତା କରାଯାଇ ପାରିବ । ସେ ଦୃଷ୍ଟିରୁ ନୀତିଗତ ନିଷ୍ପତ୍ତି ହେବାର ଆବଶ୍ୟକତା ଅଛି । ପୁରୁଣା ପଦ୍ଧତିରେ ଗଣତି ହେବା ଜରୁରୀ । ଏହାର ଖିଲାପ ହେଲେ ବିଜେପି ପ୍ରତିବାଦ କରିବ,’’ ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ | ପ୍ରତି ପରିବାରରୁ ଜଣେ ଲୋକକୁ କେନ୍ଦ୍ର ସରକାର ଚାକିରି ଦେଉଛନ୍ତି? ଜାଣନ୍ତୁ ଭାଇରାଲ୍ଖବରର ସତ

ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି ଯେ ଲୋକ ସଂଖ୍ୟା ବଢୁଥିବାରୁ ପଞ୍ଚାୟତ ଓ ୱାର୍ଡ଼ଗୁଡ଼ିକର ସୀମା ପୁନନିର୍ଦ୍ଧାରଣ ହେବା ଜରୁରୀ ।



ଥରେ ନିର୍ବାଚନ ପାଇଁ ନିଷ୍ପତ୍ତି ହୋଇଗଲେ କେବଳ ସ୍ଥାନ ସଂରକ୍ଷଣ ଓ ଭୋଟର ତାଲିକା ସଂଶୋଧନ ପାଇଁ ଆବଶ୍ୟକ ସମୟ ଲାଗିବ, ଯାହା ତିନିରୁ ଚାରି ମାସ ମଧ୍ୟରେ ହୋଇଯିବ। ରାଜ୍ୟ ନିର୍ବାଚନ କମିସନଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ପ୍ରକ୍ରିୟା ଜାରି ରହିଛି । ରାଜ୍ୟର ସବୁ ୬,୮୦୧ ପଞ୍ଚାୟତ ଓ ୯୨,୦୨୯ଟି ୱାର୍ଡ଼ରେ ନିର୍ବାଚନ ହେବ ।
Published by: Anand ST Das
First published: July 17, 2021, 11:46 PM IST