ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣକୁ ନେଇ ପେଞ୍ଚ ଗଭୀର ହେଲା; ଏବେ ହାଇ କୋର୍ଟରେ ମାମଲା

Odisha panchayat polls reservation issue in high court | ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ବ୍ୟବସ୍ଥାକୁ ଚାଲେଞ୍ଜ୍ କରି ହାଇ କୋର୍ଟରେ ଦାୟର ହୋଇଥିବା ଏକ ମାମଲାର ଶୁଣାଣି କରି ରାଜ୍ୟରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି କି ନାହିଁ ତାହା ସତ୍ୟପାଠ ଦ୍ୱାରା ଜଣାଇବାକୁ ନିର୍ବାଚନ କମିଶନଙ୍କୁ ଆଦେଶ ଦେଇଛନ୍ତି କୋର୍ଟ ।

ଏହି ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୨୦ ତାରିଖରେ ହେବ ।

ଏହି ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୨୦ ତାରିଖରେ ହେବ ।

  • Share this:
News18 Odia Digital

କଟକ: ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିବା ପରେ ଏହି ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ଉଷ୍ମ ହେବାରେ ଲାଗିଛି, କିନ୍ତୁ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ସରକାର ଏ ପର୍ଯ୍ୟନ୍ତ ବିଦ୍ଧିବଦ୍ଧ ବିଜ୍ଞପ୍ତି ଜାରି ନ କରି ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଦେଇଥିବାରୁ ଏବେ ତାକୁ ନେଇ ଆଇନଗତ ଲଢେଇ ଆରମ୍ଭ ହୋଇଯାଇଛି । ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ବ୍ୟବସ୍ଥାକୁ ଚାଲେଞ୍ଜ୍‌ କରି ହାଇ କୋର୍ଟରେ ଦାୟର ହୋଇଥିବା ଏକ ମାମଲାର ଶୁଣାଣି କରି ରାଜ୍ୟରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି କି ନାହିଁ ତାହା ସତ୍ୟପାଠ ମାଧ୍ୟମରେ ଅବଗତ କରାଇବା ପାଇଁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ଗତ ଜାନୁଆରୀ ୧୦ ତାରିଖରେ ରାଜ୍ୟ ପଞ୍ଚାୟତିରାଜ ସଚିବ ତ୍ରିସ୍ତରୀୟ ପଞ୍ଚାୟତରାଜ ନିର୍ବାଚନରେ ସଂରକ୍ଷଣ ନେଇ ଏକ ବିଜ୍ଞପ୍ତି ଜାରି କରିଥିଲେ। କେଉଁ କେଉଁ ପଞ୍ଚାୟତ କେଉଁ କେଉଁ ବର୍ଗଙ୍କ ପାଇଁ ସଂରକ୍ଷିତ ରହିବ ସେ ନେଇ ସେହି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିଲା । ପଞ୍ଚାୟତରାଜ ନିର୍ବାଚନ ଆଇନ ଅନୁଯାୟୀ ରାଜ୍ୟ ଜନସଂଖ୍ୟାର ଅନୁପାତ ଅନୁସାରେ ନିର୍ବାଚନରେ ବିଭିନ୍ନ ବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିବା କଥା। କିନ୍ତୁ ପଞ୍ଚାୟତରାଜ ସଚିବଙ୍କ ବିଜ୍ଞପ୍ତିରେ ଏହାକୁ ଅଣଦେଖା କରାଯାଇଥିବା ଦର୍ଶାଇ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବାସିନ୍ଦା ତଥା ଜଣେ ଆଶାୟୀ ପ୍ରାର୍ଥୀ ବିରେନ୍ଦ୍ର ଦାସ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ପଞ୍ଚାୟତ ରାଜ ସଚିବଙ୍କ ବିଜ୍ଞପ୍ତିକୁ ରଦ୍ଧ କରିବା ସହ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ଉଦ୍ଦିଷ୍ଟ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଇବାପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ସେ ନିଜ ଆବେଦନରେ ପାର୍ଥନା କରିଥିଲେ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଭିଡିଓ | ବର୍ଷା ମାଡ଼ରେ ଅଚେତ ହୋଇ ପଡ଼ିଥିବା ଲୋକକୁ କାନ୍ଧରେ ଉଠାଇ ନେଲେ ମହିଳା ପୋଲିସ ଅଧିକାରୀ

ଏହି ମାମଲାର ଶୁଣାଣି କରି କୋର୍ଟ ପୂର୍ବରୁ ପଞ୍ଚାୟତରାଜ ସଚିବଙ୍କୁ ଏକ ସତ୍ୟପାଠ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି କ୍ରମରେ ପଞ୍ଚାୟତରାଜ ସଚିବ କୋର୍ଟରେ ସତ୍ୟପାଠ ଦାଖଲ କରିବା ସହ ନିଜ ସତ୍ୟପାଠରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବା ନେଇ କୋର୍ଟଙ୍କୁ ଅବଗତ କରାଇଥିଲେ । କିନ୍ତୁ ସୋମବାର ଦିନ ହୋଇଥିବା ଶୁଣାଣି ସମୟରେ ପଞ୍ଚାୟତ ନିର୍ବାଚନ ପାଇଁ ଏ ପର୍ଯ୍ୟନ୍ତ ବିଦ୍ଧିବଦ୍ଧ ବିଜ୍ଞପ୍ତି ଜାରି ହୋଇ ନ ଥିବାରୁ ସତ୍ୟପାଠରେ ପଞ୍ଚାୟତରାଜ ସଚିବଙ୍କ ପକ୍ଷରୁ କୋର୍ଟଙ୍କୁ ଦିଆଯାଇଥିବା ସୂଚନାକୁ ଆବେଦନକାରୀଙ୍କ ଓକିଲଙ୍କ ପକ୍ଷରୁ ବିରୋଧ କରାଯାଇଥିଲା ।

ଆବେଦନକାରୀଙ୍କ ଓକିଲ ସୁକାନ୍ତ ଦଳାଇ


ଏହା ବି ପଢ଼ନ୍ତୁ | ଜୁହି ଚାୱଲା କାହିଁକି ଜୟ ମେହେଟାଙ୍କ ସହ ନିଜ ବିବାହକୁ ଲୁଚ଼ାଇ ରଖିଥିଲେ? ତାଙ୍କ ଉତ୍ତର ଜାଣନ୍ତୁ

‘‘ପଞ୍ଚାୟତରାଜ ସଚିବ ଏହି ସ୍ବତନ୍ତ୍ର ବିଜ୍ଞପ୍ତି ଜାରି କରି ସଂରକ୍ଷଣ ପାଇଁ ଥିବା ଅନୁସୂଚିତ ଜାତି ଓ ଜନଜାତିମାନଙ୍କ ସାମ୍ବିଧାନିକ ଅଧିକାରକୁ ଛଡ଼ାଇ ନେଇଛନ୍ତି । ନିୟମ ମୁତାବକ ଅନୁସୂଚିତ ଜାତି ଓ ଜନଜାତିମାନଙ୍କ ପାଇଁ ଯେଉଁ ସଂରକ୍ଷଣ ବ୍ୟବସ୍ଥା ରହିବ ତାହା ରାଜ୍ୟରେ ଥିବା ସେମାନଙ୍କ ଜନସଂଖ୍ୟା ଅନୁପାତ ଆଧାରରେ କରାଯିବ । କିନ୍ତୁ ରାଜ୍ୟ ସରକାର ଯେଉଁ ବିଜ୍ଞପ୍ତି ଜାରି କରିଛନ୍ତି ସେଥିରେ ରାଜ୍ୟ ବଦଳରେ ପଞ୍ଚାୟତ, ବ୍ଲକ୍‌ ତଥା ଜିଲ୍ଲାୱାରୀ ଜନସଂଖ୍ୟାକୁ ଆଧାର କରି କରାଯାଇଛି । ଏହା ସମ୍ପୂର୍ଣ୍ଣ ଅସାମ୍ବିଧାନିକ । ଏହା ଦ୍ବାରା ରାଜ୍ୟର ପଞ୍ଚାୟତଗୁଡ଼ିକରେ ଅନୁସୂଚିତ ଜାତି ଓ ଜନଜାତିମାନଙ୍କ ପାଇଁ ସଂରକ୍ଷଣ କମିଛି,’’ କହିଛନ୍ତି  ଆବେଦନକାରୀଙ୍କ ଓକିଲ ସୁକାନ୍ତ ଦଳାଇ ।

ଏହା ବି ପଢ଼ନ୍ତୁ | Is this Love? ଗର୍ଲଫ୍ରେଣ୍ଡ୍ ବାହା ହେବାକୁ ରାଜି ହେବାରୁ ତାକୁ ୨୦ ଥର ଛୁରୀ ଭୁସିଲା ଯୁବକ

ଡିସେମ୍ବର ୨୦ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି ହାଇ କୋର୍ଟ୍‌ । ମିଳିଥିବା ସୂଚନା ମୁତାବକ ରାଜ୍ୟ ସରକାର ଆସନ୍ତା ଡିସେମ୍ବର ୧୪ ତାରିଖରେ ଚୂଡ଼ାନ୍ତ ଭୋଟର୍‌ ତାଲିକା ପ୍ରସ୍ତୁତ କରିବେ ଓ ନିର୍ବାଚନର ୪୫ ଦିନ ପୂର୍ବରୁ ଏ ନେଇ ବିଜ୍ଞପ୍ତି ଜାରି କରାଯିବ ।
Published by:Anand S.T. Das
First published: