ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ଚୂଡ଼ାନ୍ତ ହେଉଛି; ପୌର ନିର୍ବାଚନ ପାଇଁ ନଭେମ୍ବର ୯ରୁ ସଂରକ୍ଷଣ ପ୍ରକ୍ରିୟା

ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ଚୂଡ଼ାନ୍ତ ହେଉଛି; ପୌର ନିର୍ବାଚନ ପାଇଁ ନଭେମ୍ବର ୯ରୁ ସଂରକ୍ଷଣ ପ୍ରକ୍ରିୟା

ଜିଲ୍ଲାପାଳମାନଙ୍କୁ ପଠାଯାଇଥିବା ନିର୍ଦ୍ଦେଶନାମା ଅନୁଯାୟୀ ସେମାନେ ଅକ୍ଟୋବର ୯ ତାରିଖ ସୁଦ୍ଧା ୱାର୍ଡ଼ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ କାର୍ଯ୍ୟ ସମ୍ପୂର୍ଣ କରିବେ । ଏ ନେଇ ଆପତ୍ତି ଓ ଅଭିଯୋଗ ନଭେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ଗ୍ରହଣ କରାଯିବ ।

ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ଚୂଡ଼ାନ୍ତ ହେଉଛି; ପୌର ନିର୍ବାଚନ ପାଇଁ ନଭେମ୍ବର ୯ରୁ ସଂରକ୍ଷଣ ପ୍ରକ୍ରିୟା
ନିର୍ବାଚନକୁ ନେଇ ପ୍ରାଶାସନିକ ପ୍ରସ୍ତୁତି ଆଗେଇ ଚାଲିଛି । (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: October 25, 2021, 11:18 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାଶାସନିକ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଥିବା ବେଳେ ପୌର ନିର୍ବାଚନ ପାଇଁ ଆଉ ପାଦେ ଆଗେଇଛନ୍ତି ସରକାର । ଡିସେମ୍ବର ୧୩ ତାରିଖ ସୁଦ୍ଧା ୱାର୍ଡ଼ ପୁନର୍ଗଠନ ଓ ସଂରକ୍ଷଣ ତାଲିକା ଦେବାକୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ଗୃହ ଓ ନଗର ଉନ୍ନୟନ ବିଭାଗ ସଚିବ ।

ଅକ୍ଟୋବର ୨୯ ତାରିଖରେ ପୌରାଞ୍ଚଳମାନଙ୍କରେ ୱାର୍ଡ଼ ସୀମା ନିର୍ଦ୍ଧାରଣ ଓ ସ୍ଥାନ ସଂରକ୍ଷଣ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି କୁହାଯାଇଛି। ଜିଲ୍ଲାପାଳମାନଙ୍କୁ ଏ ନେଇ ବିଭାଗ ତରଫରୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାପାଳମାନଙ୍କୁ ପଠାଯାଇଥିବା ନିର୍ଦ୍ଦେଶନାମା ଅନୁଯାୟୀ ସେମାନେ ଅକ୍ଟୋବର ୯ ତାରିଖ ସୁଦ୍ଧା ୱାର୍ଡ଼ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ କାର୍ଯ୍ୟ ସମ୍ପୂର୍ଣ କରିବେ । ଏ ନେଇ ଆପତ୍ତି ଓ ଅଭିଯୋଗ ନଭେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ଗ୍ରହଣ କରାଯିବ । ନଭେମ୍ବର ୨୯ ରେ ବିଜ୍ଞପ୍ତି ପ୍ରକାଶ ପାଇବ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | T20 World Cup: ପାକିସ୍ତାନ ସହ ଖେଳ ବେଳେ ଦର୍ଶକମାନେ ଶୋଏବ୍ ମଲିକଙ୍କୁ ଜିଜାଜୀ ଡାକିଲେ; ସାନିଆ ଖୁସି

ଜିଲ୍ଲାପାଳମାନଙ୍କ ଦ୍ଵାରା ପ୍ରକାଶିତ ବିଜ୍ଞପ୍ତି ଉପରେ ଗୃହ ଓ ନଗର ଉନ୍ନୟନ ବିଭାଗ ପାଖରେ ନଭେମ୍ବର ୨୯ରୁ ଡିସେମ୍ବର ୧୩ ପର୍ଯ୍ୟନ୍ତ ଆପତ୍ତି ଦାଖଲ କରାଯାଇ ପାରିବ । ଏହି କାର୍ଯ୍ୟ ସୂଚୀ ଅନୁଯାୟୀ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ପାଞ୍ଚଟି ମହାନଗର ନିଗମ ମଧ୍ୟରୁ କଟକ, ଭୁବନେଶ୍ଵର ଓ ବ୍ରହ୍ମପୁର ମହାନଗର ନିଗମରେ ୱାର୍ଡ଼ ସୀମା ନିଦ୍ଧାରଣ ଓ ସ୍ଥାନ ସଂରକ୍ଷଣ ସମ୍ପର୍କିତ ତଥ୍ୟ ଆସନ୍ତା ୧୫ ତାରିଖ ସୁଦ୍ଧା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗରେ ଦାଖଲ କରିବାକୁ କୁହାଯାଇଛି । ବିଭାଗ ତରଫରୁ ଡିସେମ୍ବର ୧୦ରେ ଏ ନେଇ ଚିଠା ତାଲିକା ପ୍ରକାଶ ପାଇବ ।

ଏହା ବି ପଢ଼ନ୍ତୁ | ୱର୍କ୍ ଫ୍ରମ୍ ଅଫିସ୍ ଆରମ୍ଭ ହେଲେ ୧୨ ଘଣ୍ଟା କାମ କରିବାକୁ ପଡ଼ିବ; ୨୦୨୨ରୁ ଦରମା କମିବ, PF ବଢ଼ିବ

‘‘ପ୍ରକାଶିତ ଚିଠା ତାଲିକା ଉପରେ ଡିସେମ୍ବର ୧୯ ପର୍ଯ୍ୟନ୍ତ ଆପତ୍ତି ଓ ଅଭିଯୋଗ ଗ୍ରହଣ କରାଯିବା ସହିତ ଜାନୁଆରୀ ୨୦, ୨୦୨୨ ପୂର୍ବରୁ ଚୁଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ । ଏ ନେଇ ଏହି ତିନୋଟି ମହାନଗର ନିଗମର କମିଶନରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି,’’ କହିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | Mallika Sherawat: ରୀମା ଲାମ୍ବାରୁ ହଟ୍ ଅଭିନେତ୍ରୀ ମଲ୍ଲିକା ଶେରାୱତ୍ ହେବାର ଯାତ୍ରା ସହଜ ଥିଲା

ରାଜ୍ୟରେ ଥିବା ୧୧୪ଟି ୟୁ.ଏଲ୍.ବି. ମଧ୍ୟରେ ପାଞ୍ଚଟି ମହାନଗର ନିଗମ, ୪୮ଟି ମ୍ୟୁନିସିପାଲିଟି ଓ ୭୧ଟି ଏନ୍.ଏ.ସି. ରହିଛି । ପାଞ୍ଚଟି ମହାନଗର ନିଗମ ମଧ୍ୟରୁ ଅଦାଲତରେ ମାମଲା ଯୋଗୁଁ ସମ୍ବଲପୁର ଓ ରାଉରକେଲା ମହାନଗର ନିଗମରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରାଯାଇ ନାହିଁ ।

ଏହା ବି ପଢ଼ନ୍ତୁ | ଭ୍ୟାକ୍ସିନର ୨ଟି ଯାକ ଡୋଜ୍ ନେଇଥିବା ଅଧିକାଂଶ ଲୋକଙ୍କୁ କରୋନା ହେଉଛି, କହିଲେ ମମତା ବାନାର୍ଜୀ

ଗୋଟେ ପଟେ ନିର୍ବାଚନକୁ ନେଇ ପ୍ରାଶାସନିକ ପ୍ରସ୍ତୁତି ଚାଲିଥିବା ବେଳେ ରାଜନୈତିକ ଶିବିର ବି ଚଳଚଞ୍ଚଳ ହେଲାଣି। ସଙ୍ଗଠନ ସଜାଡି଼ ଲୋକଙ୍କ ନିକଟତର ହେବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ତିନି ପ୍ରମୁଖ ଦଳ। ଆଗାମୀ ନିର୍ବାଚନ ପରିପ୍ରେକ୍ଷୀରେ ଯୁବ ଓ ଛାତ୍ର କ୍ୟାମ୍ପ୍‌ ଉପରେ ଅଧିକ ଭରସା କରିଛି ଶାସକ ଦଳ ବିଜେଡି । ପୁରୀରେ ଆୟୋଜିତ କାର୍ଯ୍ୟକାରିଣୀରେ ଅକ୍ଟୋବର୍‌ ୨୬ ତାରିଖରେ ଯୁବ ଓ ୨୭ରେ ଛାତ୍ରଙ୍କୁ ତାଲିମ ଦେଇ ନିର୍ବାଚନ ମଇଦାନକୁ ଛାଡି଼ବ ବିଜେଡି । ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟ ଓ ମୁଖ୍ୟ ମନ୍ତ୍ରୀଙ୍କ ଚିନ୍ତାଧାରାକୁ ଲୋକଙ୍କ ନିକଟରେ ପହଞ୍ଚାଇବେ ଏହି ଛାମୁଆ ସଙ୍ଗଠନମାନେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ‘‘ମୁଁ ଆଗରୁ ମୁଁ ଗଞ୍ଜେଇ ଟାଣିଛି; ଆଉ ଥରେ ଟ୍ରାଏ କରିବାକୁ ଚାହୁଁଛି,’’ ଅନନ୍ୟା କହିଥିଲେ ଆର୍ୟନ୍ଖାନଙ୍କୁ

‘‘ବିକାଶମୂଳକ କାର୍ଯ୍ୟ ଯୋଗୁଁ ବିଜେଡି ଲୋକଙ୍କ ଆସ୍ତଭାଜନ ହେଉଛି । ଆଗାମୀ ନିର୍ବାଚନରେ ବି ଆମ ଦଳ ଭଲ ପ୍ରଦର୍ଶନ କରିବ,’’ କହିଛନ୍ତି ରାଜ୍ୟ ସଭା ସାଂସଦ ସୁବାସ ସିଂ।

ବିଜେପି କିନ୍ତୁ ପଞ୍ଚାୟତ ସ୍ତରରେ ବିଭିନ୍ନ ଯୋଜନା ବାଟମାରଣା ହେଉଥିବା ଓ ରାଜ୍ୟର ସାମ୍ପ୍ରତିକ ଆଇନ ଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ହୋଇଥିବା ଅଭିଯୋଗ ନେଇ ଘର ଘର ବୁଲିବାକୁ ଯୋଜନା କରିଛି । ନିର୍ବାଚନରେ ପ୍ରାର୍ଥୀ ଚୟନ ନେଇ ବି ଦଳ ପ୍ରକ୍ରିୟା ଆରମ୍ଭ କରିସାରିଛି ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ।। କଂଗ୍ରେସ ଯୁବକମାନଙ୍କ ଉପରେ ଭରସା କରି ଅଧିକ ଯୁବ ପ୍ରାର୍ଥୀଙ୍କୁ ସାମ୍ନାକୁ ଆଣିବାକୁ ସ୍ଥିର କରିଛି।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଭିଡିଓ | VIDEO: ପ୍ରିୟଙ୍କା ଗାନ୍ଧି କହିଲେ, ‘‘ମୋଭାଇ କହିଛନ୍ତି ମୁଁ ମୋଟି ହୋଇଯାଉଛି, କମ୍ ଖାଇବା ଦରକାର’’

ନିର୍ବାଚନ ପୂର୍ବରୁ ନିକଟ ଅତୀତର ବିଭିନ୍ନ ଘଟଣାକ୍ରମକୁ ନେଇ ସରକାରଙ୍କୁ କାଠଗଡ଼ାକୁ ଟାଣିବାକୁ କଂଗ୍ରେସ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ବୋଲି କହିଛନ୍ତି ବରିଷ୍ଠ ବିଧାୟକ ସୁରେଶ ରାଉତରାୟ । ନିର୍ବାଚନ ତାରିଖ ଘୋଷଣା ହୋଇ ନ ଥିଲେ ବି ରାଜନୈତିକ ପରିବେଶ ସରଗରମ ହେଲାଣି । ଦଳ ଡିଆଁ ବି ରାଜନୈତିକ କ୍ୟାମ୍ପକୁ ଅଧିକ ଗରମ କରିଛି ।
Published by: Anand S.T. Das
First published: October 25, 2021, 11:18 PM IST