News18 Odia Digital
ଭୁବନେଶ୍ୱର: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ନିର୍ବାଚନର ତାରିଖ ଘୋଷଣା ହୋଇ ନ ଥିଲେ ମଧ୍ୟ ପ୍ରାଶାସନିକ ପ୍ରସ୍ତୁତି ଜାରି ରହିଛି । କମିଶନଙ୍କ କାର୍ଯ୍ୟାଳୟରୁ ନିର୍ବାଚନ ସମ୍ପର୍କିତ କାଗଜପତ୍ର ସହ ବିଭିନ୍ନ ଆସବାବପତ୍ର ବୁଧବାର ଦିନ ପଞ୍ଚାୟତକୁ ପଠାଯାଇଛି । ହେଲେ ପ୍ରାଶାସନିକ ପ୍ରସ୍ତୁତି ଓ ରାଜନୈତିକ ଦଳମାନଙ୍କ ପ୍ରସ୍ତୁତି ଆଗକୁ ବଢୁଥିବା ବେଳେ ରାଜ୍ୟରେ କରୋନା ସଂକ୍ରମଣ ଉପର ମୁହାଁ ହେଉଥିବାରୁ ଏହି ସ୍ଥିତି ନିର୍ବାଚନରେ ବାଧକ ସାଜିବାର ଆଶଙ୍କା ସୃଷ୍ଟି ହୋଇଛି ।
ପଞ୍ଚାୟତ ନିର୍ବାଚନ ସମ୍ପର୍କିତ ଫର୍ମ, ଭୋଟରଙ୍କ ଦ୍ୱାରା ବ୍ୟବହୃତ ହେବାକୁ ଥିବା କାଳି, ପଞ୍ଚାୟତ ମାନୁଆଲ୍, ଷ୍ଟାମ୍ପ୍ ଓ ସାତ ପ୍ରକାର ସିଲ୍ ଆଦି ବୁଧବାର ଦିନ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ପଞ୍ଚାୟତକୁ ଯାଇଛି। ପ୍ରତି ବୁଥ୍ ହିସାବକୁ ନେଇ ଜିଲ୍ଲା ପାଇଁ ଆବଶ୍ୟକ ପରିମାଣର ସରଞ୍ଜାମ ପଠାଇଛନ୍ତି ନିର୍ବାଚନ କମିଶନ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଚିତା ବାଘକୁ KISS କଲେ ଯୁବତୀ! ଏହି VIDEO ଉପରୁ ଲୋକଙ୍କ ନଜର ହଟୁନି; ଆପଣ ବି ଦେଖନ୍ତୁ‘‘ଓଡ଼ିଆ ଆଲଫାବେଟ୍ ଅନୁସାରେ ଆଜି ପ୍ରଥମ ୧୦ଟି ଜିଲ୍ଲାକୁ ଆମେ କେତେକ ନିର୍ବାଚନ ସମ୍ପର୍କିତ ସାମଗ୍ରୀ ପଠାଇଛୁ । ଆଉ ୧୦ଟି ଜିଲ୍ଲାକୁ ଗୁରୁବାର ଦିନ ଓ ୭ ତାରିଖ ସୁଦ୍ଧା ବାକି ସବୁ ଜିଲ୍ଲାକୁ ଆବଶ୍ୟକୀୟ କାଗଜପତ୍ର ପଠାଇଦେବୁ,’’ କହିଛନ୍ତି ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟର ଷ୍ଟୋର ଇନଚାର୍ଜ ରାଜେନ୍ଦ୍ର ସାହୁ ।
ଏହା ବି ପଢ଼ନ୍ତୁ | ଏବେ Aadhaar ନମ୍ବର୍ ଯୋଡ଼ାଯିବ Voter Id ସହିତ; Election Laws Amendment Bill ପାସ୍ ହେଲାଅବାଧ ଓ ନିରପେକ୍ଷ ନିର୍ବାଚନ କରାଇବା ପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି ରାଜ୍ୟ ନିର୍ବାଚନ କମିଶନ୍ । ଆସନ୍ତା ୧୦ ତାରିଖରେ ସବୁ ଦଳର ଜଣେ ଲେଖାଏଁ ପ୍ରତିନିଧି ଯୋଗ ଦେଇ ନିଜ ନିଜ ଦଳର ପକ୍ଷ ରଖିବେ । ଏହି ସବୁ ପ୍ରଶାସନିକ ପ୍ରସ୍ତୁତି ଜାରି ରହିଥିବା ବେଳେ ରାଜନୈତିକ ଦଳମାନେ ବି ନିର୍ବାଚନକୁ ଓହ୍ଲାଇବା ପାଇଁ ସଜବାଜ ହେଲେଣି । ହେଲେ ରାଜ୍ୟରେ ସଂକ୍ରମଣ ଉପର ମୁହାଁ ହେଉଥିବାରୁ ତାହା ନିର୍ବାଚନରେ ପ୍ରତିବନ୍ଧକ ସାଜିବାର ଆଶଙ୍କା ସୃଷ୍ଟି ହୋଇଛି । ତେଣୁ ୧୦ ତାରିଖ ବୈଠକରେ ଏ ନେଇ ମତାମତ ଲୋଡିପାରନ୍ତି କମିଶନ୍ । ୧୨ ତାରିଖରେ ବି ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ବସିବ ।
ଏହା ବି ପଢ଼ନ୍ତୁ | CDS Bipin Rawat Death: ‘‘ବିପିନ ରାୱତ ବଞ୍ଚିଥିଲେ, ପାଣି ମାଗିଥିଲେ,’’ କହିଲେ ଜଣେ ପ୍ରତ୍ୟକ୍ଷଦର୍ଶୀବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, ‘‘ବର୍ତ୍ତମାନ ଦୁଇଟି ଦିଗ ରହିଛି । ଜୀବନ ଓ ଜୀବିକାକୁ ସବୁ ବେଳେ ପ୍ରାଧାନ୍ୟ ଦିଆଯାଇଛି । ପୂର୍ବରୁ ବି କୋଭିଡ୍ ମୁକାବିଲା ସଠିକ ଭାବରେ କରାଯାଇଛି । ଅନ୍ୟ ପଟେ ନିର୍ବାଚନକୁ ନେଇ ବି ଆମେ ପ୍ରସ୍ତୁତ ଅଛୁ । ନିର୍ବାଚନରେ ବି ଆମର (ବିଜେଡିର) ଏକତରଫା ବିଜୟ ହେବ । ଯେତେବେଳେ ନିର୍ବାଚନ ହେବ ଆମେ ସ୍ୱାଗତ କରିବୁ । ତେବେ ନିର୍ବାଚନ କମିଶନ୍ ଯାହା ନିଷ୍ପତ୍ତି ନେବେ ଆମେ ତାକୁ ସ୍ୱାଗତ କରିବୁ ।’’
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | Vicky Kaushal Katrina Kaif Wedding: ଖୁସିରେ ନାଚିଲେ କରଣ ଜୋହର ଓ ଫରାହ ଖାନ୍, VIDEO ଛାଡ଼ିଲେ‘‘ପଞ୍ଚାୟତ ନିର୍ବାଚନ ବିଷୟରେ ରାଜ୍ୟ ନିର୍ବାଚନ କମିଶନ ବିଚାର ବିମର୍ଶ କରି ନିଷ୍ପତ୍ତି ନେବାର ଆବଶ୍ୟକ ଅଛି । ବର୍ତ୍ତମାନ ସମୟରେ ଏହି ଦୃଷ୍ଟିକୋଣରୁ ସରକାର ଯାହା ନିଷ୍ପତ୍ତି ନେବେ ଆମେ ତାକୁ ସ୍ୱାଗତ କରିବୁ,’’ କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥୀବିରାଜ ହରିଚନ୍ଦନ ।
ଏହା ବି ପଢ଼ନ୍ତୁ | ଦୁଇ ହଜାର ଟଙ୍କିଆ ନୋଟ୍ ବଜାରରେ କାହିଁକି ଦେଖିବାକୁ ମିଳୁନି? ଏବେ ଜଣା ପଡ଼ିଲା କାରଣଦିନକ ପୂର୍ବରୁ ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କୋଭିଡ ସ୍ଥିତିରେ ପଞ୍ଚାୟତ ନିର୍ବାଚନ ପାଇଁ ସାମାନ୍ୟ ପଛଘୁଞ୍ଚା ଦେଉଥିଲେ ବି ବୁଧବାର ଦିନ ନିର୍ବାଚନ ସପକ୍ଷରେ ମତ ଦେଇଛନ୍ତି । କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ଯେ ନିର୍ବାଚନ ହେବାର ଆବଶ୍ୟକତା ରହିଛି । ‘‘ଯଦି ଉତ୍ତର ପ୍ରଦେଶରେ ବିଧାନ ସଭା ନିର୍ବାଚନ ହୋଇପାରିବ, ତାହେଲେ ଓଡ଼ିଶାରେ କାହିଁକି ପଞ୍ଚାୟତ ନିର୍ବାଚନ ହୋଇ ପାରିବନି?’’ ସେ ପଚାରିଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।