କରୋନା କଟକଣା ମଧ୍ୟରେ ହେବ ପଞ୍ଚାୟତ ନିର୍ବାଚନ; ପଦଯାତ୍ରା ଓ ବାଇକ୍ ରାଲି କରିପାରିବେନି ଦଳ

କୋଭିଡ଼ କଟକଣା ମଧ୍ୟରେ ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ଏଥିପାଇଁ ସ୍ବତନ୍ତ୍ର ମାର୍ଗଦର୍ଶିକା ଜାରି କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ। ମାର୍ଗଦର୍ଶିକା ଅନୁସାରେ ପଦଯାତ୍ରା, ବାଇକ୍‌ ରାଲିରେ ପ୍ରଚାର କରି ପାରିବେ ନାହିଁ ପ୍ରାର୍ଥୀ।

କରୋନା କଟକଣା ମଧ୍ୟରେ ହେବ ପଞ୍ଚାୟତ ନିର୍ବାଚନ

କରୋନା କଟକଣା ମଧ୍ୟରେ ହେବ ପଞ୍ଚାୟତ ନିର୍ବାଚନ

  • Share this:
News18 Odia Digital

ଭୁବନେଶ୍ବର: କୋଭିଡ଼ କଟକଣା ମଧ୍ୟରେ ହେବ ପଞ୍ଚାୟତ ନିର୍ବାଚନ। ସମାଵେଶ, ପ୍ରଦର୍ଶନ ଓ ପଟୁଆର ଉପରେ ସମ୍ପୂର୍ଣ୍ଣ ରୋକ ଲଗାଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ଯଦି କୌଣସି ପ୍ରାର୍ଥୀ କୋଭିଡ-୧୯ ଗାଇଡଲାଇନର ଖିଲାପ କରନ୍ତି ବିପର୍ଯ୍ୟୟ ପରିଚାଳନା ଆଇନ ଅନୁଯାୟୀ ସେ ଦଣ୍ଡିତ ହେବେ ବୋଲି ନିର୍ବାଚନ ଆୟୋଗ ଚେତାବନୀ ଦେଇଛନ୍ତି।

ସମସ୍ତ ରାଜନୈତିକ ଦଳ ନିର୍ବାଚନ ପାଇଁ ପ୍ରସ୍ତୁତ ଥିବା ସହ କୋଭିଡ଼ ନିୟମ ମାନି ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି ସବୁ ଦଳ ।

କୋଭିଡ଼ କଟକଣା ମଧ୍ୟରେ ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ଏଥିପାଇଁ ସ୍ବତନ୍ତ୍ର ମାର୍ଗଦର୍ଶିକା ଜାରି କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ। ମାର୍ଗଦର୍ଶିକା ଅନୁସାରେ ପଦଯାତ୍ରା, ବାଇକ୍‌ ରାଲିରେ ପ୍ରଚାର କରି ପାରିବେ ନାହିଁ ପ୍ରାର୍ଥୀ। କୌଣସି ପ୍ରକାରର ସମାବେଶ ହୋଇପାରିବ ନାହିଁ। ଡିଜିଟାଲ ଓ ଭର୍ଚୁଆଲ ମିଡିଆରେ ପ୍ରଚାର କରିବେ ପ୍ରାର୍ଥୀ।
ସର୍ବାଧିକ ପାଞ୍ଚ ଜଣଙ୍କ ସହ କରି ହେବ ଡୋର୍‌ ଟୁ ଡୋର୍‌ ପ୍ରଚାର।

ସେହିପରି ଭୋଟ୍‌ ଗଣତି ପରେ ବିଜୟ ଶୋଭାଯାତ୍ରା କରିବାକୁ ବାରଣ କରିଛନ୍ତି ଆୟୋଗ। କୋଭିଡ଼ ପଜିଟିଭ ଥିବା ପ୍ରାର୍ଥୀ କ୍ୟାମ୍ପେନିଂ କରିପାରିବେ ନାହିଁ। କୋଭିଡ୍‌ ନିୟମ ଉଲ୍ଲଂଘନ କଲେ ନିଆଯିବ କାର୍ଯ୍ୟାନୁଷ୍ଠନ ବୋଲି ଚେତାବନୀ ଦେଇଛନ୍ତି ଆୟୋଗ।

କୋଭିଡ଼ ନିୟମ ଭିତରେ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି ସବୁ ରାଜନୈତିକ ଦଳ। ବାଜିମାତକୁ ନେଇ ବିଜେଡି ବିଜେପି ଟଣାଓଟରା। ବିଜେପି ବିଧାୟକ ମୋହନ ମାଝୀ କହିଛନ୍ତି, ‘‘ଏ ସରକାର ଅମଳରେ ବିକାଶ ଠପ୍ ହୋଇ ପଡ଼ିଛି। ଦୁର୍ନୀତି ଭ୍ରଷ୍ଟାଚାର ବଢ଼ି ଚାଲିଛି। ଲୋକ ପରିଵର୍ତ୍ତନ ଚାହୁଁଛନ୍ତି। ବିଜେପି ଭଲ କରିବ।’’

ସେପଟେ ବିଜେଡି ସାଂସଦ ଅମର ପଟ୍ଟନାୟକ କହିଛନ୍ତି, ‘‘ଯିଏ ଲୋକଙ୍କ ପାଖରେ ଅଛି ତାକୁ ଲୋକ ସମର୍ଥନ କରିବେ। ଆମେ ଦୃଢ଼ ଆଶାବାଦୀ ଦଳ ବହୁତ ଭଲ ପ୍ରଦର୍ଶନ କରିବ । ୨୦୧୭ ତୁଳନାରେ ଦଳ ଏଥର ବହୁତ ଭଲ ପ୍ରଦର୍ଶନ କରିବ। କାରଣ ଏଥର ଆମେ ଘରେ ଘରେ ପହଞ୍ଚିଛୁ । କେବଳ ଭୁବନେଶ୍ୱର ବସି ସାମ୍ବାଦିକ ସମ୍ମିଳନୀ ନ କରି ଯିଏ ଲୋକଙ୍କ ପାଖରେ ପହଁଛିଛି ଲୋକେ ତାକୁ ଗ୍ରହଣ କରିବେ।’’

କଂଗ୍ରେସ ନେତା ଶିବାନନ୍ଦ ରାୟ କହିଛନ୍ତି, ‘‘କଂଗ୍ରେସ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ଅଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଥ୍ୟା ଯୋଜନା ନେଇ ଲୋକଙ୍କ ପାଖକୁ ଯିବ କଂଗ୍ରେସ। ୟୁପିଏ ସରକାର କରିଥିବା ଯୋଜନାକୁ ଏବେ ବି ଲୋକ ଭୁଲି ପାରିନାହାଁନ୍ତି ଓ ତାହା ମଧ୍ୟ କାର୍ଯ୍ୟକାରୀ ହେଉଛି। ରାଜ୍ୟରେ ବ୍ୟାପକ ଦୁର୍ନୀତି ହୋଇଛି, କେନ୍ଦ୍ର ବି ମିଛ କଥା କହୁଛି। ଏହିସବୁ ପ୍ରସଙ୍ଗରେ ତୃଣମୂଳ ସ୍ତରକୁ ଯାଇ କଂଗ୍ରେସ ଲୋକଙ୍କ ପାଖରେ ପହଞ୍ଚିବ। ଯଦିଓ କୋଭିଡ କଟକଣା ଜାରି ହୋଇଛି, ଡିଜିଟାଲ ପ୍ଲାଟ ଫର୍ମରେ ବେଶୀ ଲୋକଙ୍କୁ ଯୋଡ଼ିବ ଦଳ।’’

ମୁକ୍ତ ଆବାଧ ନିରପେକ୍ଷ ସହ ସୁପରିଚାଳନା ପାଇଁ ଦୁଇଟି ହେଲ୍ପଲାଇନ ନମ୍ବର ଜାରି କରିଛନ୍ତି ଆୟୋଗ। ୧୮୦୦୩୪୫୬୭୮୭ ଟୋଲଫ୍ରି ନମ୍ବର ସକାଳ ୯ ଟାରୁ ଅପରାହ୍ନ ୬ ଟା ଯାଏ ଖୋଲା ରହିବ। କମିଶନଙ୍କ ନିୟନ୍ତଣ କକ୍ଷ ୦୬୭୪ ୨୫୭୩୪୯୪ ସକାଳ ୮ ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ।
Published by:Lipina Das
First published:
)}