ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଫେବ୍ରୁଆରୀ ୫ରୁ ଆରମ୍ଭ ହୋଇପାରେ ପଞ୍ଚାୟତ ନିର୍ବାଚନ; ୫ଟି ପର୍ଯ୍ୟାୟରେ ହେବ ଭୋଟିଂ

ଫେବ୍ରୁଆରୀ ୫ରୁ ଆରମ୍ଭ ହୋଇପାରେ ପଞ୍ଚାୟତ ନିର୍ବାଚନ; ୫ଟି ପର୍ଯ୍ୟାୟରେ ହେବ ଭୋଟିଂ

ଫେବୃଆରୀ ଦ୍ଵିତୀୟ ସପ୍ତାହରୁ ପଞ୍ଚାୟତ ନିର୍ବାଚନ ଆରମ୍ଭ ହୋଇପାରେ। ୫ଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ନିର୍ବାଚନ ପାଇଁ ତିନି ଦଳ ପ୍ରସ୍ତୁତ ହେଉଛନ୍ତି।

ଫେବ୍ରୁଆରୀ ୫ରୁ ଆରମ୍ଭ ହୋଇପାରେ ପଞ୍ଚାୟତ ନିର୍ବାଚନ; ୫ଟି ପର୍ଯ୍ୟାୟରେ ହେବ ଭୋଟିଂ
ଫେବୃଆରୀ ୫ରୁ ପଞ୍ଚାୟତ ନିର୍ବାଚନ ଆରମ୍ଭ ହେବ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: October 5, 2021, 6:23 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ଏକରକମ ବିଗୁଲ ବାଜିଲାଣି।  ଫେବ୍ରୁଆରୀ ଦ୍ବିତୀୟ ସପ୍ତାହରୁ ପଞ୍ଚାୟତ ଭୋଟ ଆରମ୍ଭ ହୋଇପାରେ। ୫ଟି ପର୍ଯ୍ୟାୟରେ ଏହି ନିର୍ବାଚନ ହୋଇପାରେ ।

ଫେବୃଆରୀ ଦ୍ଵିତୀୟ ସପ୍ତାହରେ ପଞ୍ଚାୟତ ନିର୍ବାଚନ ହୋଇପାରେ। ଏନେଇ ତାଲିକା ସ୍ଥିର ହୋଇଥିବା ଜଣାପଡ଼ିଛି । ମାର୍ଚ୍ଚ ୫ ସୁଦ୍ଧା ଫଳ ପ୍ରକାଶ ସହ ନୂଆ ଲୋକ ପ୍ରତିନିଧି ଦାୟିତ୍ୱ ଗ୍ରହଣ କରିବେ । ତେବେ କେଉଁ ତାରିଖରେ ଭୋଟ ହେବ ଚୂଡ଼ାନ୍ତ ନିଷ୍ପତ୍ତି ରାଜ୍ୟ ନିର୍ବାଚନ କମିଶନ ନେବାକୁ ଥିବାବେଳେ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିର୍ବାଚନ ପାଇଁ ପ୍ରସ୍ତୁତ ଥିବା କହିଛନ୍ତି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଆସନ୍ତା ୮ରେ ପଞ୍ଚାୟତ ଓ ପଞ୍ଚାୟତ ସମତି ପଦବି ପାଇଁ ପ୍ରାଥମିକ ଚିଠା ସଂରକ୍ଷଣ ତାଲିକା ପ୍ରକାଶ ପାଇବ । ୨୬ରେ ଚୂଡ଼ାନ୍ତ ତାଲିକା ଜାରି ହେବ । ସେହିଭଳି ଜିଲ୍ଲା ପରିଷଦ ପଦବି ପାଇଁ ୮ରେ ଚିଠା ସଂରକ୍ଷଣ ତାଲିକା ଓ ୩୦ରେ ଚୂଡ଼ାନ୍ତ ତାଲିକା ପ୍ରକାଶିତ ହେବ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ୧୬ରେ ଚିଠା ଓ ୨୬ରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ । ଏଥିପାଇଁ ପ୍ରସ୍ତୁତି ତ୍ୱରିତ କରିବାକୁ ସମସ୍ତ ଜିଲ୍ଲାପାଳମାନଙ୍କୁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି । ଆସନ୍ତା ୨୦୨୨ ମାର୍ଚ୍ଚ ୫ରେ ଚଳିତ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କର କାର୍ଯ୍ୟକାଳ ଶେଷ ହେବ । ତେଣୁ ନିୟମ ଅନୁସାରେ ତା’ ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ସାରିବାକୁ ସରକାର ନୀତିଗତ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ସରକାରୀ ପ୍ରସ୍ତୁତି ଜୋର ଧରିଛି ଚଳିତ ଅକ୍ଟୋବର ୩୦ ସୁଦ୍ଧା ସଂରକ୍ଷଣ ପ୍ରକିୟା ଚୂଡ଼ାନ୍ତ ଶେଷ କରି ରାଜ୍ୟ ନିର୍ବାଚନ କମିଶନଙ୍କୁ ତାଲିକା ହସ୍ତାନ୍ତର କରାଯିବ ।

ଏହାକୁ ନେଇ ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି," ପଞ୍ଚାୟତ ନିର୍ବାଚନ ଠିକ ସମୟରେ ହେବ। ଆମ ପାର୍ଟି ପୁରା ପ୍ରସ୍ତୁତ ଅଛି। ଏ ନିର୍ବାଚନ ଗୋଟିଏ ଯାଗାରେ ହେବନି ଯେ ସବୁ ନେତା ଗୋଟିଏ ଜାଗାରେ ରହିବେ। ସବୁଠି ହେବ। ଆମ କର୍ମୀମାନେ ପୁରା ପ୍ରସ୍ତୁତ ଅଛନ୍ତି। ମୋର ବିଶ୍ୱାସ ବିଜେପି ଭଲ କରିବେ।ବର୍ତ୍ତମାନ ସରପଞ୍ଚମାନେ ବଦନାମ ହୋଇ ସାରିଛନ୍ତି। ନିର୍ବାଚନ ସରିଲେ ଦେଖିବେ ଭଲ କରିବ ବିଜେପି।ପିପିଲି ଉପନିର୍ବାଚନ ଫଳାଫଳ କୌଣସି ପ୍ରଭାବ ପଡ଼ିବ ନାହିଁ କାରଣ ତାହା ବିଜେଡି ର ଥିଲା ଏବେ ରହିଲା।"

ୱାର୍ଡମେମ୍ବର, ସରପଞ୍ଚ, ସମତିସଭ୍ୟ ଓ ବ୍ଲକ ଅଧ୍ୟକ୍ଷ ପଦ ପାଇଁ ୮ରେ ଚିଠା ତାଲିକା ପ୍ରକାଶ ପରେ ୧୬ରୁ ଆପତ୍ତି ଅଭିଯୋଗ ଗ୍ରହଣ କରାଯିବ । ୨୧ ସୁଦ୍ଧା ସଂରକ୍ଷଣ ନେଇ ଅଭିଯୋଗ ଉପରେ ଶୁଣାଣି ପରେ ୨୬ରେ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶନ ସହ ନିର୍ବାଚନ କମିଶନଙ୍କୁ ହସ୍ତାନ୍ତର କରାଯିବ । ସେହିଭଳି ଜିଲ୍ଲା ପରିଷଦ ସଭ୍ୟ ଓ ସଭ୍ୟା ପଦବୀର ସଂରକ୍ଷଣ ଚିଠା ତାଲିକା ୮ରେ ସର୍ବସାଧାରଣଙ୍କ ଅବଗତି ପାଇଁ ଜାରି ହେବ । ଏ ତାଲିକା ଉପରେ ସାଧାରଣରୁ ୧୮ରୁ ଆପତ୍ତି ଅଭିଯୋଗ ଗ୍ରହଣ କରାଯାଇ ୨୨ ସୁଦ୍ଧା ଜିଲ୍ଲାପାଳ ଶୁଣାଣି କରି ଫଏସଲା କରିବେ । ୨୯ରେ ସରକାରୀ ଅନୁମୋଦନ ପରେ ୩୦ରେ ଚୂଡ଼ାନ୍ତ ତାଲିକା କମିଶନଙ୍କ ନିକଟରେ ସକାର ଦାଖଲ କରିବ।

କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଛନ୍ତି,"ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସ ଦଳ ପ୍ରସ୍ତୁତ ଅଛି। ପ୍ରଭାରି ଛେଲାଲକୁମାର ଓ ସଭାପତି ନିରଞ୍ଜନ ପଟ୍ଟନାୟକ ଏ ନେଇ ଆଲୋଚନା କରିଛନ୍ତି। ପିପିଲି ନିର୍ବାଚନ ଫଳାଫଳକୁ ଅପେକ୍ଷା କରିଥିଲୁ। ପିପିଲି ସରିଲା ଏବେ ପଞ୍ଚାୟତ ପାଇଁ ରୋଡ଼ମ୍ୟାପ ପ୍ରସ୍ତୁତ କରାଯାଉଛି। ଆମର ଦୄଢ଼ ବିଶ୍ୱାସ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ସଂଗଠିତ ଭାବେ ଲଢିବ ଭଲ କରିବ।"

ଆଗକୁ ଆସୁଥିବା ନିର୍ବାଚନକୁ ନେଇ ବିଜେଡ଼ି ବିଧାୟକ ଅମର ଶତପଥୀ କହିଛନ୍ତି, "ରାଜ୍ୟ ନିର୍ବାଚନ କମିଶନ ତାରିଖ ଘୋଷଣା କରିବେ।ପିପିଲି ଛୋଟିଆ ଝଲକରୁ ସାରା ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ ଫଳାଫଳ ଜଣାପଡ଼ିଛି। ବିଜେଡି ପ୍ରସ୍ତୁତ ଅଛି। ଜମା ଚ୍ୟାଲେଞ୍ଜ ସୄଷ୍ଟି ହେବ ନାହିଁ। ଆମର ଏକ ନିର୍ଦ୍ଦିଷ୍ଟ ଧାରା ଅଛି ସେ ଅନୁସାରେ କାମ ହେବ।
Published by: Soumya Das
First published: October 5, 2021, 5:56 PM IST