ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ପଞ୍ଚାୟତ ନିର୍ବାଚନ: ସଂରକ୍ଷଣ ବ୍ୟବସ୍ଥାକୁ ନେଇ ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ ଦଳ

ପଞ୍ଚାୟତ ନିର୍ବାଚନ: ସଂରକ୍ଷଣ ବ୍ୟବସ୍ଥାକୁ ନେଇ ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ ଦଳ

ସରକାରୀ ଦଳକୁ ସୁହାଇବା ଭଳି ସଂରକ୍ଷଣ କରାଯାଇଥିବା ବିରୋଧୀ ଅଭିଯୋଗ କରିବା ସହ କୋର୍ଟରେ ଦ୍ୱାରସ୍ତ ହେବାକୁ କଂଗ୍ରେସ ଚେତାବନୀ ଦେଇଛି। ବିଜେଡି କହିଲା ଯାହା ହୋଇଛି ଆଇନର ପରିଧି ଭିତରେ ହୋଇଛି।

ପଞ୍ଚାୟତ ନିର୍ବାଚନ: ସଂରକ୍ଷଣ ବ୍ୟବସ୍ଥାକୁ ନେଇ ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ ଦଳ
ସଂରକ୍ଷଣ ବ୍ୟବସ୍ଥାକୁ ନେଇ ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ ଦଳ
  • News18 Odia
  • Last Updated: October 16, 2021, 12:36 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ପରେ ସରଗରମ ହେଉଛି ରାଜନୈତିକ ମହଲ। ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନରେ ସଂରକ୍ଷଣକୁ ନେଇ ବିବାଦ ତେଜିବାରେ ଲାଗିଛି । ସଂରକ୍ଷଣ ବ୍ୟବସ୍ଥା ନେଇ ସଂରକ୍ଷଣ ଚିଠା ତାଲିକା ପ୍ରକାଶ ପାଇଥିବା ବେଳେ ଆଜି ଅର୍ଥାତ୍ ୧୬ ତାରିଖ ରହିଛି ଅଭିଯୋଗ ଦଖଲର ଶେଷ ତାରିଖ। ଶନିବାର ସଂରକ୍ଷଣ ନେଇ ଆପତ୍ତି ଅଭିଯୋଗର ଶେଷ ତାରିଖ ଥିବା ବେଳେ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବିରୋଧୀ।

ପଞ୍ଚାୟତ ନିର୍ବାଚନ ନେଇ ସଂରକ୍ଷଣ ପ୍ରକ୍ରିୟା ଜାରି ରହିଛି । କେଉଁ ଆସନ କାହା ପାଇଁ ସଂରକ୍ଷଣ ହେବ ସେ ନେଇ ଜିଲ୍ଲା ସ୍ତରରେ ଚିଠା ତାଲିକା ପ୍ରକାଶ ପରେ ସରକାର ଗ୍ରହଣ କରୁଛନ୍ତି ଆପତ୍ତି ଅଭିଯୋଗ । ୩୦ ତାରିଖ ସୁଦ୍ଧା ସମସ୍ତ ପ୍ରକ୍ରିୟା ଶେଷ କରି ନିର୍ବାଚନ କମିଶନଙ୍କୁ ଦାଖଲ କରିବେ ସରକାର। ଆଜି ସଂରକ୍ଷଣ ନେଇ ଆପତ୍ତି ଅଭିଯୋଗର ଶେଷ ତାରିଖ ଥିବା ବେଳେ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ବିରୋଧୀ।

ବିରୋଧୀ ଅଭିଯୋଗ କରିଛନ୍ତି ଶାସକ ଦଳକୁ ସୁହାଇବା ଭଳି ହୋଇଛି ବ୍ୟବସ୍ଥା । ବିଜେପି ନେତା ପ୍ରଦୀପ ପୁରୋହିତ କହିଛନ୍ତି, "ନିଜ ଦଳକୁ ସୁହାଇବା ଭଳି ସଂରକ୍ଷଣ କରିବାକୁ ପୂର୍ବରୁ ଦଳୀୟ ନେତା ପ୍ରଶାସନିକ ଅଧିକାରୀଙ୍କ ଜରିଆରେ ନିଷ୍ପତ୍ତି ନେଇ ସାରିଛନ୍ତି। ସଂଶୋଧନ ପାଇଁ ପ୍ରବଧାନ ଥିଲେ ବି ବିରୋଧୀଙ୍କ ଆପତ୍ତିକୁ ପ୍ରତ୍ୟାଖାନ କରାଯିବ। କେବଳ ଯେଉଁଠି ବିଜେଡି ଅଭିଯୋଗ ଉଠାଇବ ସେଠି ହିଁ ସଂଶୋଧନ କରାଯିବ। ସଂରକ୍ଷଣ ବିଜେଡି ସପକ୍ଷରେ ଗଲେ ୱାର୍ଡ ସ୍ତର ପର୍ଯ୍ୟନ୍ତ ବିଜେପି କାର୍ଯ୍ୟ ଆରମ୍ଭ କରିଥିବାରୁ ବିଜେପି ସପକ୍ଷରେ ଜନମତ ଯିବ ବୋଲି ସେ କହିଛନ୍ତି ।’’

ସେପଟେ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ‘‘ବିଜେଡିକୁ ସୁହାଇବା ଭଳି ହୋଇଛି ବ୍ୟବସ୍ଥା। ଜନସଂଖ୍ୟା ଆଧାରରେ ସଂରକ୍ଷଣ କରିବାକୁ ଦଳ ଆପତ୍ତି କରିଥିବା ବେଳେ ପ୍ରତ୍ୟାଖାନ ହେଲେ କୋର୍ଟରେ ଦ୍ୱାରସ୍ତ ହେବ ଦଳ। ତେବେ ସଂରକ୍ଷଣ ଯାହା ବି ହେଉନା କାହିଁକି ଆଗାମୀ ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆମର ଆଶା ଅଛି।’’

ଗତ ପଞ୍ଚାୟତ ନିର୍ବାଚନରେ କିଛି ସ୍ଥାନରେ ବିଜେଡିକୁ ଝଟକା ଲାଗିଥିବା ବେଳେ ଆଗାମୀ ନିର୍ବାଚନରେ ଭଲ ପ୍ରଦର୍ଶନ ପାଇଁ ଦଳ ଆଶା ବାନ୍ଧିଛି। ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, "କେବଳ ନିର୍ବାଚନ ନୁହେଁ ଦଳ ସବୁବେଳେ ସଙ୍ଗଠନ କାର୍ଯ୍ୟ ଜାରି ରଖିଛି। ସୁପ୍ରିମୋଙ୍କ ନିର୍ଦ୍ଦେଶରେ ଲୋକଙ୍କ ସହିତ ରହିବା ଓ ଲୋକଙ୍କ ପାଇଁ କାର୍ଯ୍ୟ କରିବା ଦଳର ପ୍ରାଥମିକତା । ୱାର୍ଡ ସ୍ତରରେ କାର୍ଯ୍ୟ ଆରମ୍ଭ ହୋଇଥିବାରୁ ଫଳାଫଳ ସକରାତ୍ମକ ରହିବ ବୋଲି ଦଳ ଆଶା ବାନ୍ଧିଛି। ତେବେ ସଂରକ୍ଷଣ ନେଇ ବିଜେଡି କହିବା କଥା ନିର୍ବାଚନ କମିଶନ ଆଇନର ପରିଧି ଭିତରେ ବ୍ୟବସ୍ଥା କରିଛନ୍ତି। ଅଭିଯୋଗ ଆସିଲେ ପ୍ରତ୍ୟାହୃତ କରିହେବା ନେଇ ବ୍ୟବସ୍ଥା ରହିଛି।’’

ସଂରକ୍ଷଣ ବ୍ୟବସ୍ଥା ନେଇ ଗତ ୮ ତାରିଖରେ ସଂରକ୍ଷଣ ଚିଠା ତାଲିକା ପ୍ରକାଶ କରାଯାଇଥିଲା । ୱାର୍ଡ ମେମ୍ବର, ସରପଞ୍ଚ, ସମିତିସଭ୍ୟ, ବ୍ଲକ ଚେୟାରମ୍ୟାନ ପାଇଁ ଆପତ୍ତି ଅଭିଯୋଗ ପାଇଁ ଶନିବାର ଶେଷ ତାରିଖ ରହିଛି।

୨୧ ତାରିଖ ସୁଦ୍ଧା ଜିଲ୍ଲାପାଳଙ୍କ ଦ୍ୱାରା ଆପତ୍ତି ଅଭିଯୋଗର ଶୁଣାଣି କରି ସମାଧାନ କରାଯିବ। ୨୬ ତାରିଖରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ। ସେହିପରି ଜିଲ୍ଲା ପରିଷଦ ସଦସ୍ୟ ସଂରକ୍ଷଣ ପାଇଁ ୧୮ ତାରିଖ ଶେଷ ତାରିଖ ଥିବା ବେଳେ ୨୨ ତାରିଖରେ ଶୁଣାଣି କରାଯାଇ ୩୦ ତାରିଖରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ। ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନ ପାଇଁ ୧୬ ତାରିଖରେ ସଂରକ୍ଷଣ ଚିଠା ତାଲିକା ପ୍ରକାଶ ହେବ । ୩୦ ତାରିଖ ସୁଦ୍ଧା ସମସ୍ତ ପ୍ରକ୍ରିୟା ଶେଷ କରି ରାଜ୍ୟ ନିର୍ବାଚନ କମିଶନଙ୍କୁ ଦାଖଲ କରିବେ ସରକାର।
Published by: Lipina Das
First published: October 16, 2021, 12:33 PM IST