• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ଘୋଷଣା ହେଲା ନିର୍ବାଚନ ତାରିଖ; ଜାଣନ୍ତୁ କେବେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଜିଲ୍ଲା ପରିଷଦ ସଭାପତି ନିର୍ବାଚନ ହେବ

ଘୋଷଣା ହେଲା ନିର୍ବାଚନ ତାରିଖ; ଜାଣନ୍ତୁ କେବେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଜିଲ୍ଲା ପରିଷଦ ସଭାପତି ନିର୍ବାଚନ ହେବ

ଚଳିତ ବର୍ଷ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ହେବାକୁ ଥିବା ବେଳେ ୩ଟି ପର୍ଯ୍ୟାୟରେ ଭୋଟ ଗଣତି ହେବ । ଆସନ୍ତା ଫେବୃଆରୀ ୧୬ରୁ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହେବ । ସେହିପରି ଫେବୃଆରୀ ୨୪ରେ ପଞ୍ଚାୟତନ ନିର୍ବାଚନ ଭୋଟ ଗଣତି  ଶେଷ ହେବ । ଆଉ ୨୬, ୨୭, ୨୮ ତାରିଖରେ ପ୍ରକାଶ ପାଇବ ଫଳାଫଳ ।

ଆଜି ଘୋଷଣା ହେବ ନିର୍ବାଚନ ତାରିଖ

ଆଜି ଘୋଷଣା ହେବ ନିର୍ବାଚନ ତାରିଖ

  • Share this:
News18 Odia Digital

ଭୁବନେଶ୍ବର: ଆଜି ଘୋଷଣା ହୋଇଯାଇଛି ନିର୍ବାଚନ ତାରିଖ । ଚଳିତ ବର୍ଷ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ହେବାକୁ ଥିବା ବେଳେ ୩ଟି ପର୍ଯ୍ୟାୟରେ ଭୋଟ ଗଣତି ହେବ । ଆସନ୍ତା ଫେବୃଆରୀ ୧୬ରୁ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହେବ । ସେହିପରି ଫେବୃଆରୀ ୨୪ରେ ପଞ୍ଚାୟତନ ନିର୍ବାଚନ ଭୋଟ ଗଣତି  ଶେଷ ହେବ । ଆଉ ୨୬, ୨୭, ୨୮ ତାରିଖରେ ପ୍ରକାଶ ପାଇବ ଫଳାଫଳ ।

ନିର୍ବାଚନ ପାଇଁ ଆସନ୍ତା ୧୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ ।  ସୋମବାର ବସିଥିବା ସର୍ବଦଳୀୟ ବୈଠକରେ ପ୍ରସ୍ତୁତି ବାବଦରେ କମିଶନ ନିର୍ବାଚନ ପ୍ରସ୍ତୁତି ବାବଦରେ ରାଜନୈତିକ ଦଳର ପ୍ରତିନିଧିଙ୍କୁ ଅବଗତ କରିବା ସହ ସମସ୍ତଙ୍କ ପକ୍ଷ ବି ଶୁଣିଥିଲେ।

ବୈଠକରେ ରାଜ୍ୟ ନିର୍ବାଚନ କମିଶନ ପ୍ରସ୍ତୁତି ବାବଦରେ ଅବଗତ କରି ସୂଚନା ଦେଇଥିଲେ ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ ସଭ୍ୟ ସର୍ବାଧିକ ୫ ଲକ୍ଷ ଓ ସମିତି ସଭ୍ୟ, ସରପଞ୍ଚ ପାର୍ଥୀ ସର୍ବାଧିକ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ। ଜିଲ୍ଲା ପରିଷଦ, ସମିତି ସଭ୍ୟ ଓ ସରପଞ୍ଚ ପାର୍ଥୀ ନାମାଙ୍କନ ପତ୍ର ଦାଖଲ ସମୟରେ ନୋଟାରୀଙ୍କ ଠାରୁ ପ୍ରାପ୍ତ ସତ୍ୟପାଠ ଦାଖଲ କରିବାକୁ ପଡ଼ିବ। ୱାର୍ଡ ମେମ୍ବର୍ ସ୍ୱଲିଖିତ ସତ୍ୟପାଠ ଦାଖଲ କରିବେ।

ଆଜି ଘୋଷଣା ହେଲା ନିର୍ବାଚନ ତାରିଖ


ପ୍ରଥମ ଥର ପାଇଁ ପଞ୍ଚାୟତ ନିର୍ବାଚନରେ ଭୋଟ ଗଣତି ବ୍ଲକ ସ୍ତରରେ ଜିଲ୍ଲା ପରିଷଦ ବାରି ଗଣନା କରାଯିବ। ସେହିପରି ଭିନ୍ନ ଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ରଙ୍ଗର ବାଲଟ ପେପର ବ୍ୟବହାର କରାଯିବ। ସ୍ୱଚ୍ଛ ଓ ଅବାଧ ନିର୍ବାଚନ ପାଇଁ ସବୁ ଜିଲ୍ଲା ପାଇଁ ଜଣେ ଓ ବଡ଼ ଜିଲ୍ଲା ପାଇଁ ୨ ଜଣ ଲେଖାଏଁ ପର୍ଯ୍ୟବେକ୍ଷକ ନିଯୁକ୍ତି କରାଯିବ ବୋଲି କହିଥିଲେ କମିଶନ।

ବୈଠକ ପରେ ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢ଼ୀ ଆହୁରି କହିଥିଲେ, "ରାଜ୍ୟର ସମସ୍ତ ରାଜନୈତିକ ଦଳଙ୍କ ରାଜ୍ୟ ନିର୍ବାଚନ କମିଶନ ଆଲୋଚନା କରିଛନ୍ତି। ରାଜ୍ୟରେ କୋଭିଡ ସ୍ଥିତିରେ ନିର୍ବାଚନ କରାଯିବ କି ନାହିଁ ସେ ବିଷୟରେ ଆଲୋଚନା କରାଯାଇଛି। ଜାତୀୟ ନିର୍ବାଚନ ଆୟୋଗ ୫ ରାଜ୍ୟର ନିର୍ବାଚନ ପାଇଁ ଯେଉଁ ଗାଇଡଲାଇନ ଆଣିଛନ୍ତି ସେହି ଗାଇଡଲାଇନକୁ ଅନୁକରଣ କରି ରାଜ୍ୟ ନିର୍ବାଚନ କମିଶନ ଖୁବ୍ ଶୀଘ୍ର ପଞ୍ଚାୟତ ନିର୍ବାଚନ ନେଇ ଗାଇଡଲାଇନ ପ୍ରକାଶ କରିବାକୁ ଯାଉଛନ୍ତି । ରାଜନୈତିକ ଦଳ ଗୁଡିକ ସେମାନଙ୍କର ପକ୍ଷ ମଧ୍ୟ ରଖିଥିଲେ।

ବିରୋଧୀ ଦଳର ପ୍ରତିନିଧି ନିର୍ବାଚନ ନେଇ ଅମଙ୍ଗ ହୋଇଥିବା ବେଳେ ଶାସକ ଦଳ ଠିକ୍ ସମୟରେ ନିର୍ବାଚନ ପାଇଁ ପ୍ରସ୍ତାବ ରଖିଥିଲେ। କଂଗ୍ରେସ ବରିଷ୍ଠ ନେତା ଗଣେଶ୍ୱର ବେହେରା କହିଥିଲେ, "କୋଭିଡ ପାଇଁ ନିର୍ବାଚନକୁ ତିନି ମାସ ଘୁଞ୍ଚାଇବା ପାଇଁ ପ୍ରସ୍ତାବ ଦେଇଛୁ। ପଛୁଆ ବର୍ଗଙ୍କୁ ସଂରକ୍ଷଣରୁ ବାଦ ଦେବା ଓ ବିଭିନ୍ନ ଜିଲ୍ଲାରେ ଅନୁସୂଚିତ ଜନଜାତି ବର୍ଗ ଲାଗି ସଂରକ୍ଷଣ ଠିକ୍ ଭାବେ ନ ଦିଆଯାଇ ଥିବାରୁ ନିର୍ବାଚନକୁ ସ୍ଥଗିତ ରଖିବାକୁ ଦାବି କରିଛୁ ।’’

ବିଜେପି ବିଧାୟକ ମୋହନ ମାଝୀ ମଧ୍ୟ କହିଥିଲେ, "ବୈଠକରେ ୯ଟି ପ୍ରସ୍ତାବ ରଖିଛୁ। ଓବିସି ବର୍ଗଙ୍କୁ ସଂରକ୍ଷଣରୁ ବାଦ ଦିଆଯିବା ପ୍ରସଙ୍ଗ ଉଠାଇ ଯେ ପର୍ଯ୍ୟନ୍ତ ଯାଏ ଏ ସମସ୍ୟାର ସମାଧାନ ନ ହୋଇଛି ସେ ପର୍ଯ୍ୟନ୍ତ ନିର୍ବାଚନକୁ ସ୍ଥଗିତ ରଖିବା ପାଇଁ ଦାବି ହୋଇଛି। ପେସା ଆଇନ ଲାଗୁ ହେଉଥିବା ଜିଲ୍ଲାରେ ମଧ୍ୟ ସରପଞ୍ଚ ଓ ସମିତି ସଭ୍ୟ ପଦବୀ ପାଇଁ ଅନୁସୂଚିତ ଜନଜାତି ବର୍ଗଙ୍କୁ ସଂରକ୍ଷଣ ଦିଆଯାଇନି। କନ୍ଧମାଳ ଓ କୋରାପୁଟରେ ଏହିଭଳି ହୋଇଛି । ଭୋଟର ତାଲିକାରେ ଅନେକ ତ୍ରୁଟି ହୋଇଛି। କୋଭିଡ ମହାମାରୀର ପିକ୍ ପିରିୟଡ଼ ସମୟରେ ଲୋକଙ୍କ ଜୀବନକୁ ଗୁରୁତ୍ୱ ଦେଇ ଦୁଇ ମାସ କି ତିନି ମାସ ନିର୍ବାଚନ ଘୁଞ୍ଚେଇବା ପାଇଁ ଦାବି ରଖିଲା ବିଜେପି । ଭୋଟର ଗଣନା କେନ୍ଦ୍ରରେ ସିସି ଟିଭି ବ୍ୟବସ୍ଥା କରାଯାଉ। ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ମରାଯାଉଥିବା ହୋଡ଼ିଂକୁ ଉଚ୍ଛେଦ କରାଯାଉ। ଦୀର୍ଘ ଦିନ ଗୋଟିଏ ସ୍ଥାନରେ ରହିଥିବା ଅଧିକାରୀମାନଙ୍କୁ ବଦଳି କରାଯାଉ। ଅବାଧ ଓ ସ୍ୱଚ୍ଛ ନିର୍ବାଚନ କରିବାକୁ ବିଜେପିର ଦାବି।

ବିଜେଡି ସାଂସଦ ଅମର ପଟ୍ଟନାୟକ କହିଥିଲେ, "ମାର୍ଚ୍ଚରେ ପଞ୍ଚାୟତ ପ୍ରତିନିଧିମାନଙ୍କ କାର୍ଯ୍ୟ କାଳ ଶେଷ ହେଇ ଯାଉଥିବାରୁ ଡେରି ନ କରି ସଠିକ୍ ସମୟରେ ନିର୍ବାଚନ କରିବା ପାଇଁ ଆମେ ଦାବି କରିଛୁ। କୋଭିଡ ଗାଇଡଲାଇନ ଭିତରେ କିପରି ନିର୍ବାଚନ ହେବ ତାକୁ ଆମେ ସମ୍ପୂର୍ଣ୍ଣ ସହଯୋଗ କରିବୁ ।
Published by:Lipina Das
First published:
)}