ସରିଲା ପଞ୍ଚାୟତ ନିର୍ବାଚନର ସଂରକ୍ଷଣ ପ୍ରକ୍ରିୟା; ଆସନ୍ତା ୩୦ରୁ ଆରମ୍ଭ ହେବ ଭୋଟର ତାଲିକା ସଂଶୋଧନ କାମ

ୱାର୍ଡ଼ ମେମ୍ବର, ସରପଞ୍ଚ, ସମିତି ସଭ୍ୟ,ବ୍ଲକ ଅଧକ୍ଷ, ଜିଲ୍ଲା ପରିଷଦ ସଦସ୍ୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ ଚୂଡାନ୍ତ ସଂରକ୍ଷଣ ତାଲିକା ଜିଲ୍ଲାପାଳମାନେ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଛନ୍ତି ।

ସରିଲା ପଞ୍ଚାୟତ ନିର୍ବାଚନର ସଂରକ୍ଷଣ ପ୍ରକ୍ରିୟା

ସରିଲା ପଞ୍ଚାୟତ ନିର୍ବାଚନର ସଂରକ୍ଷଣ ପ୍ରକ୍ରିୟା

  • Share this:
News18 Odia Digital

ଭୁବନେଶ୍ବର: ଶେଷ ହେଲା ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ପ୍ରକ୍ରିୟା । ୱାର୍ଡ଼ ମେମ୍ବର, ସରପଞ୍ଚ, ସମିତି ସଭ୍ୟ, ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ସଦସ୍ୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ ଚୁଡାନ୍ତ ସଂରକ୍ଷଣ ତାଲିକା ଜିଲ୍ଲାପାଳମାନେ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଛନ୍ତି। ସଂରକ୍ଷଣକୁ ନେଇ ଦାଖଲ ହୋଇଥିବା ଆପତ୍ତି ଅଭିଯୋଗକୁ କେତେ ଗୁରୁତ ଦିଆଯାଇଛି ତା' ଉପରେ ସମସ୍ତଙ୍କ ନଜର।

ବିରୋଧୀଙ୍କ ଚେତାବନୀ ଆପତ୍ତି ଅଭିଯୋଗକୁ ଗୁରୁତ୍ୱ ଦିଆଯାଇନଥିଲେ ଆଇନର ଆଶ୍ରୟ ନେବେ। ଅନ୍ୟ ପଟେ ବହୁ ବାଦବିବାଦ ପରେ ପୌର ନିର୍ବାଚନ ନେଇ ସରକାର ଆରମ୍ଭ କରିଛନ୍ତି ପ୍ରକ୍ରିୟା । ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ଶେଷ ହେଲା ସଂରକ୍ଷଣ ଆରମ୍ଭ ହେବ ଭୋଟର ତାଲିକା ସଂଶୋଧନ। ନିର୍ବାଚନ କମିଶନଙ୍କ ନିକଟରେ ଚୂଡାନ୍ତ ତାଲିକା ଦାଖଲ କଲେ ଜିଲ୍ଲାପାଳ। ଆପତ୍ତି ଅଭିଯୋଗକୁ ଗୁରୁତ୍ୱ ନ ମିଳିଥିଲେ ଆଇନର ଆଶ୍ରୟ ନେବାକୁ ବିରୋଧୀଙ୍କ ଚେତାବନୀ ଦେଇଛନ୍ତି ।

ଚୂଡାନ୍ତ ତାଲିକାରେ ଆପତ୍ତି ଅଭିଯୋଗକୁ ଗୁରୁତ୍ୱ ଦେଇଛନ୍ତି ତ ସରକାର? ସଂରକ୍ଷଣର ଚୂଡାନ୍ତ ତାଲିକା ଉପରେ କେହି କୋର୍ଟର ଦ୍ବାରସ୍ଥ ହେଲେ ଅଟକିଯିବନି ତ ନିର୍ବାଚନ ପ୍ରକ୍ରିୟା? ଚୂଡ଼ାନ୍ତ ସଂରକ୍ଷଣ ତାଲିକା ଦାଖଲ ହେବା ପରେ ରାଜ୍ୟରେ କିଛି ଏଭଳି ଚର୍ଚ୍ଚା ଓ ଆଲୋଚନା ହେଉଛି । କାରଣ ପଞ୍ଚାୟତ ସଂରକ୍ଷଣ ଚିଠା ତାଲିକା ପ୍ରକାଶ ପାଇବା ପରଠୁ ଲାଗିରହିଛି ବିବାଦ।

ପ୍ରଥମ ପର୍ୟୟରେ ପ୍ରକାଶ ପାଇଥିବା ୱାର୍ଡ଼ ମେମ୍ବର, ସରପଞ୍ଚ, ସହିତ ସଭ୍ୟ,ବ୍ଲକ ଅଧକ୍ଷଙ୍କ ସଂରକ୍ଷଣର ଚିଠା ତାଲିକା ପ୍ରକାଶ ପାଇବା ପରେ ଉଭୟ ବିଜେପି ଓ କଂଗ୍ରେସ ସହିତ କିଛି ଅନୁଷ୍ଠାନ ଏହାର ବିରୋଧ କରିଥିଲେ। ବିଶେଷ କରି ବରଗଡ଼, ନବରଙ୍ଗପୁର, ଝାରସୁଗୁଡା, କୋରାପୁଟ ଚାରୋଟି ଜିଲ୍ଲାରେ ପଛୁଆ ବର୍ଗକୁ ଅବହେଳା କରାଯାଇଥିବା ଅଭିଯୋଗ ହୋଇଥିଲା।

ସେହିଭଳି ଜିଲ୍ଲା ଅଧ୍ୟକ୍ଷ କ୍ଷେତ୍ରରେ ମଧ୍ୟ ଗଜପତିରେ ବିବାଦ ମୁଣ୍ଡ ଟେକିଥିଲା। ଯାହାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ମାଳମାଳ ଅଭିଯୋଗ ସାମ୍ନାକୁ ଆସିଲା। ଆପତ୍ତି ଅଭିଯୋଗ ନେଇ ସମୟ ଦିଆଯାଇଥିବା ପଞ୍ଚାୟତ ରାଜ ବିଭାଗ କହିଥିଲା। ଏବେ ଆପତ୍ତି ଅଭିଯୋଗ ଗୁରୁତ୍ବ ଦେଇଛନ୍ତି କି ନାହିଁ ଜିଲ୍ଲାପାଳ ସେ ନେଇ ପ୍ରଶ୍ନ ସୃଷ୍ଟି ହୋଇଥିବା ବେଳେ ବିରୋଧୀ କହିଛନ୍ତି ଅଭିଯୋଗକୁ ଗୁରୁତ୍ୱ ମିଳିନଥିଲେ ଆଇନର ଆଶ୍ରୟ ନେବ। ପାଇଁ କହିଛନ୍ତି।

ବିଜେପି ନେତା ପୃଥୀରାଜ ହରିଚନ୍ଦନ କହିଛନ୍ତି, ‘‘ତରବରିଆ ଭାବେ ସଂରକ୍ଷଣ ପ୍ରକ୍ରିୟା ସରିଛି। ସରକାରଙ୍କ ପାଖରେ ସମୟ ନଥିବା ଭଳି କରିଛନ୍ତି। ଯେଉଁ ପର୍ଯ୍ୟାୟରେ କରିବା କଥା କରିନାହାଁନ୍ତି। ଏହା ଦ୍ବାରା ଠିକରେ ପ୍ରତିନିଧିତ୍ବ ହୋଇପାରିବ ନାହିଁ। ଶାସକ ଦଳ ଚାପରେ ଜିଲ୍ଲା ପ୍ରଶାସନ ସବୁ। କରୁଛି। ରୋଟେସନ ପ୍ରସେସରେ ହେବା ଉଚିତ। ଆପତ୍ତି ଅଭିଯୋଗ ଶୁଣାଣି ଠିକରେ ହୋଇନି। ଯେଉଁମାନେ ଅଭିଯୋଗ କରିଛନ୍ତି ତା'ର ଶୁଣାଣି ଅନେକ ଜିଲ୍ଲାରେ ହୋଇନାହିଁ। ପ୍ରଶାସନ ଯଦି ନିଜର ବୁଦ୍ଧି ବିବେକ ଖଟାଇ କରିଥିଲେ ସମାଧାନ ହୋଇଥିବ ଶାସକ ଦଳ ଚାପରେ କଲେ ଉପଯୁକ୍ତ ପ୍ରତିନିଧିତ୍ଵ ମିଳିବ ନାହିଁ। ଫାଇନାଲ ଲିଷ୍ଟ ଆସିବା ପରେ ତର୍ଜମା କରିବୁ ଦରକାର ପଡ଼ିଲେ ନ୍ୟାୟାଳୟ ଯିବୁ। କୋର୍ଟକୁ ଯିବାପରେ ସରକାର ପୌର ନିର୍ବାଚନ କଥା କହିବା ଆରମ୍ଭ କଲେ। ଗଣତାନ୍ତ୍ରିକ ପ୍ରକ୍ରିୟା ସାଧାରଣ ଭାବରେ ହେବା ଉଚିତ। ଗଣତାନ୍ତ୍ରିକ ପ୍ରକ୍ରିୟାକୁ ହତ୍ୟା କରିବାକୁ ସରକାର କିଏ? ଏହାକୁ ଆଧାର କରି ଆମେ ପ୍ରଶ୍ନ କରିଥିଲୁ। ସରକାର ପୌର ନିର୍ବାଚନ କରନ୍ତୁ କିନ୍ତୁ ତରବରିଆ ଭାବରେ ନକରନ୍ତୁ।’’

କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ‘‘ଜନଗଣନା ଅନୁଯାୟୀ ସଂରକ୍ଷଣ ହେବ। କିନ୍ତୁ ମନକୁ ମନ ନିଜ ଇଚ୍ଛାରେ କରିକି ସାରିଦେଲେ ଓ ମୁନସିପାଲଟିରେ ବି ନିଜକୁ ସୁହାଆଇବା ଭଳି କରିବେ।"

ବହୁ ବାଦବିବାଦ ଓ ଉଚ୍ଚ ନ୍ୟାୟାଳୟ ଜବାବ ତଲବ ପରେ ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର। ସୋମଵାର ଏନେଇ ବି ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟି,ସଂରକ୍ଷଣ ଓ ସୀମା ନିର୍ବାରଣ ନେଇ ନଭେମ୍ବର ୯ ତାରିଖରୁ ସାଧାରଣ ଲୋକଙ୍କ ମତାମତ ମଗାଯିବ। ସେହି ପରି ନଭେମ୍ବରରେ ୧୮ ତାରିଖରେ ମତାମତ ଦାଖଲର ଶେଷ ଦିନ ରହିଥିବା ବେଳେ ଏନେଇ ନଭେମ୍ବର ୨୯ରେ ବିଜ୍ଞପ୍ତି ପ୍ରାକାଶ ପାଇବ। ତେବେ ୨୯ ନଭେମ୍ବର ରୁ ୧୩ ଡିସେମ୍ବର ମଧ୍ୟରେ ବିଜ୍ଞପ୍ତି ଉପରେ ଆପତ୍ତି ଅଭିଯୋଗ ଦାଖଲ ହୋଇପାରିବ ବୋଲି ନଗର ଉନ୍ନୟନ ବିଭାଗ କହିଛି।

ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲି କହିଛନ୍ତି, "ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଆମ ଦଳ ତରଫରୁ ନିର୍ବାଚନକୁ ଆଖି ଆଗରେ ରଖି କୌଣସି ପ୍ରସ୍ତୁତି କରାଯାଏନି। ଆମର ବର୍ଷ ସାରା ସାଙ୍ଗଠନିକ କାମ ଚାଲିଥାଏ। ପ୍ରାଇମେରୀ ମେମ୍ବରଠୁ ନେଇ ହ୍ବାଟସଆପ ଗ୍ରୁପ ସବୁଠି କର୍ମୀ ନେତା ସକ୍ରିୟ ଅଛନ୍ତି । ସେଇ ଧାରା ଭିତରେ ପଞ୍ଚାୟତ ନିର୍ବାଚନ ଚାଲିବ। ବ୍ଲକ, ଜୋନ ଓ ପଞ୍ଚାୟତସ୍ତରରେ କାର୍ଯ୍ୟକ୍ରମ ଚାଲିଛି। ବିରୋଧୀ ତାଙ୍କର ପ୍ରସ୍ତୁତି କରିବେ। ସେମାନେ ଆମଠୁ ବହୁ ପଛରେ ଅଛନ୍ତି ଆମେ ଆଗରେ ଅଛୁ। ପୌର ନିର୍ବାଚନ ପାଇଁ ଥିବା ଆଇନଗତ ପ୍ରତିବନ୍ଧକ ଦୂର ହେବା ପରେ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ନୋଟିଫ୍କେଶନ ହୋଇଛି ପଞ୍ଚାୟତ ପରେ ପୌର ନିର୍ବାଚନ ପାଇଁ ସରକାର ପ୍ରସ୍ତୁତ ଅଛନ୍ତି। ଡିଲିମିଟେସନ ତାଲିକା ବାହାରିବା ପରେ ତା'ର ଶୁଣାଣି ପାଇଁ ଯେଉଁ ସମୟ ଧାର୍ଯ୍ୟ କରାଯାଇଛି ସେଥିରେ ସମସ୍ତଙ୍କ ପାଇଁ ଦ୍ବାର ଉନ୍ମକ୍ତ । ଯେଉଁମାନେ କହୁଛନ୍ତି ସେମାନେ ନିର୍ଦ୍ଦିଷ୍ଟ ଭାବରେ ପ୍ରମାଣ ଦେଇପାରୁନାହାଁନ୍ତି। ପ୍ରଶାସନର କାମ କେଉଁ ଦଳର କାମ ନୁହେଁ।"

ପଞ୍ଚାୟତ ନିର୍ବାଚନ ନେଇ ରାଜ୍ୟରେ ସରଗରମ ହେବାରେ ଲାଗଛି ରାଜନୈତିକ ମାହଲ। ବିଜେଡି ସୁପ୍ରିମୋ ତଥା ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ମାର୍ଟ କାର୍ଡ଼ ବଣ୍ଟନକୁ ଆଧାର କରି ଜିଲ୍ଲାକୁ ଜିଲ୍ଲା ବଦଳୁଥିବା ବିରୋଧୀ ଆଇନ ଶୄଙ୍ଖଳାକୁ ପ୍ରସଙ୍ଗ କରି ଗାଁ ଗାଁକୁ ଯିବାକୁ ରଣନୀତି ପ୍ରସ୍ତୁତ କରୁଛି। ତେବେ ପୌର ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ତିନି ରାଜନୈତିକ ଦଳ କେଉଁ ପ୍ରସଙ୍ଗକୁ ଆପଣାଉଛନ୍ତି ତା' ଉପରେ ସମସ୍ତଙ୍କ ନଜର।
Published by:Lipina Das
First published:
)}