PAN Card: ପାନ୍ କାର୍ଡରେ କିପରି ବଦଳାଇ ପାରିବେ ନିଜର ଫଟୋ! ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରୋସେସ୍

PAN Card: ପାନ୍ କାର୍ଡ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଯାହାର ବ୍ୟବହାର କ୍ରେଡିଟ୍ କାର୍ଡ କିମ୍ବା ଲୋନ ନେବା ସମୟରେ ବହୁଳ ଭାବରେ ହୋଇଥାଏ । ଏପରି ପରିସ୍ଥିତିରେ ଯଦି ଆପଣଙ୍କର ପାନ୍ କାର୍ଡର ଫଟୋରେ କୌଣସି ତ୍ରୁଟି ଥାଏ, ତେବେ ଆପଣ ଏହି ଉପାୟରେ ପରିବର୍ତ୍ତନ କରିପାରିବେ ।

PAN Card: ପାନ୍ କାର୍ଡରେ କିପରି ବଦଳାଇ ପାରିବେ ନିଜର ଫଟୋ! ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରୋସେସ୍
ପାନ୍ କାର୍ଡରେ ଫଟୋ ପରିବର୍ତ୍ତନ ପାଇବାକୁ ଏହି ପ୍ରୋସେସକୁ ଅନୁସରଣ କରନ୍ତୁ
  • News18 Odia
  • Last Updated: February 6, 2021, 12:37 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଭାରତରେ ଆଜିକାଲି ପାନ୍ କାର୍ଡ (PAN Card) ସମସ୍ତଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ହୋଇସାରିଛି । ଯଦି ଆପଣ ଲୋନ, କ୍ରେଡିଟ୍ କାର୍ଡ କିମ୍ବା ଆର୍ଥିକ କାରବାର କରିଥାନ୍ତି ତେବେ ଆପଣଙ୍କୁ ଏକ ପାନ୍ କାର୍ଡ ଦରକାର ହୋଇଥାଏ । ଏହା ଏକ ସ୍ଥାୟୀ ଆକାଉଣ୍ଟ୍ ନମ୍ବର ଯାହା ଏକ ୧୦-ଅଙ୍କ ବିଶିଷ୍ଟ ଆଲଫାନୁମେରିକ୍ କୋଡ୍ । ଏହା ଜଣେ ବ୍ୟକ୍ତିର ଆର୍ଥିକ ଇତିହାସର ସମ୍ପୂର୍ଣ୍ଣ ରେକର୍ଡ ରଖେ । ଏହି କାର୍ଡ ଆୟକର ବିଭାଗ ଦ୍ୱାରା ପ୍ରଦାନ କରାଯାଇଛି । ଏହା ଏକ ପରିଚୟ ଦଲିଲ ଭାବରେ ମଧ୍ୟ ଉପଯୋଗୀ । ଏପରି ପରିସ୍ଥିତିରେ ଯଦି ଆପଣଙ୍କର ପାନ୍ କାର୍ଡରେ ଫଟୋରେ କୌଣସି ତ୍ରୁଟି ଥାଏ, ତେବେ ଆପଣ ଏହାକୁ ଏହିପରି ବଦଳାଇ ପାରିବେ ।

ପାନ୍ କାର୍ଡରେ ଫଟୋ ପରିବର୍ତ୍ତନ କରିବାକୁ ଏହି ପ୍ରୋସେସକୁ ଅନୁସରଣ କରନ୍ତୁ

>> ପ୍ରଥମେ NSDL ର ଅଫିସିଆଲ୍ ୱେବସାଇଟ୍କୁ ଯାଆନ୍ତୁ
>> ଏହା ପରେ Application Type ଅପ୍ସନ କ୍ଲିକ କରନ୍ତୁ ଓ Changes or correction in existing PAN Data ଅପ୍ସନରେ ସିଲେକ୍ଟ କରନ୍ତୁ
>> ବର୍ତ୍ତମାନ କେଟେଗୋରି ମେନୁରୁ Individual ଅପ୍ସନ ଚୟନ କରନ୍ତୁ
>> ଏହା ପରେ ସମସ୍ତ ଆବଶ୍ୟକୀୟ ସୂଚନା ପୁରଣ କରନ୍ତୁ ଓ Submit ଉପରେ କ୍ଲିକ୍ କରନ୍ତୁ
>> ବର୍ତ୍ତମାନ PAN ଆପ୍ଲିକେସନ ଯାଆନ୍ତୁ ଓ KYC କୁ ଚୟନ କରନ୍ତୁ
>> ଏହା ପରେ Photo Mismatch ଓ Signature Mismatch ର ଏକ ବିକଳ୍ପ ଦେଖାଯିବ
>> ଏଠାରେ ଆପଣ ଫଟୋ ବଦଳାଇବା ପାଇଁ Photo Mismatch ଅପ୍ସନ୍ ଉପରେ କ୍ଲିକ୍ କରିପାରିବେ
>> ବର୍ତ୍ତମାନ ପିତାମାତାଙ୍କ ସୂଚନା ଭରିବା ପରେ Next ବଟନ୍ ଉପରେ କ୍ଲିକ୍ କରନ୍ତୁ
>> ସମସ୍ତ ତଥ୍ୟ ପୂରଣ କରିବା ପରେ ଆବେଦନକାରୀ ପରିଚୟ ପ୍ରମାଣପତ୍ର, ଠିକଣା ପ୍ରମାଣ ଓ ଜନ୍ମ ପ୍ରମାଣର ସଂଲଗ୍ନ କରନ୍ତୁ
>> ଏହା ପରେ, ଘୋଷଣାନାମା ଟିକ୍ କରନ୍ତୁ ଏବଂ ଦାଖଲ ବଟନ୍ ଉପରେ କ୍ଲିକ୍ କରନ୍ତୁ
>> ଫଟୋଗ୍ରାଫ ଓ ସ୍ବାକ୍ଷରରେ ପରିବର୍ତ୍ତନ କରିବା ପାଇଁ ଆବେଦନ ଶୁଳ୍କ ଭାରତ ପାଇଁ ୧୦୧ ଟଙ୍କା (ଜିଏସ୍ଟି ଅନ୍ତର୍ଭୂକ୍ତ କରି) ଓ ଭାରତ ବାହାରେ ଠିକଣା ପାଇଁ ୧୦୧୧ ଟଙ୍କା (ଜିଏସ୍ଟି ଅନ୍ତର୍ଭୂକ୍ତ କରି) ରହିଛି ।
>> ସମଗ୍ର ପ୍ରକ୍ରିୟା ପରେ ଏକ ୧୫ ଅଙ୍କ ବିଶିଷ୍ଟ ସ୍ୱୀକୃତି ମିଳିବ
>> ଇନକମ ଟ୍ୟାକ୍ସ ପ୍ୟାନ ସର୍ଭିସ ୟୁନିଟକୁ ଆବେଦନର ପ୍ରିଣ୍ଟଆଉଟ୍ ପଠାନ୍ତୁ
>> ସ୍ୱୀକୃତି ନମ୍ବର ଦ୍ୱାରା ଆବେଦନ କରାଯାଇପାରିବ

ତତକ୍ଷଣାତ୍ ପ୍ୟାନ୍ କାର୍ଡ ପାଇପାରିବେ
ଆୟକର ବିଭାଗ ଅନୁଯାୟୀ ତତକ୍ଷଣାତ୍ ପାନ୍ ସୁବିଧା ଅନ୍ତର୍ଗତ ଆଧାର କାର୍ଡ ମାଧ୍ୟମରେ ଏକ ଇ-ପାନ୍ କାର୍ଡ ପ୍ରଦାନ କରିବାକୁ ପ୍ରାୟ ୧୦ ମିନିଟ୍ ସମୟ ଲାଗିଥାଏ । ଏହି ସୁବିଧା ଅଧୀନରେ ଏପର୍ଯ୍ୟନ୍ତ ପ୍ରାୟ ୭ ଲକ୍ଷ ପାନ୍ କାର୍ଡ ଜାରି କରାଯାଇଛି ।

ଏକ ପାନ୍ କାର୍ଡ ପାଇବା ପାଇଁ ଏହି ଡକ୍ୟୁମେଣ୍ଟଗୁଡିକ ଆବଶ୍ୟକ ହେବ
ପାନ୍ କାର୍ଡ ପାଇବାକୁ ବ୍ୟକ୍ତିର ପରିଚୟ, ଠିକଣା ପ୍ରମାଣ ଓ ଜନ୍ମ ତାରିଖ ଥିବା ଆବଶ୍ୟକ । ଏହି ପରିଚୟ ପତ୍ରରେ ଆପଣଙ୍କୁ ଅନେକ ବିକଳ୍ପ ଦିଆଯିବ । ଏହି ପ୍ରମାଣଗୁଡ଼ିକ ପାଇଁ ଆପଣ କାହାକୁ ବି ବାଛିପାରିବେ ।
Published by: Jagdish Barik
First published: February 6, 2021, 12:37 PM IST