News 18 Odia Digital
ପୁରୀ; କୁହାଯାଏ ପ୍ରଭୁଙ୍କ ପ୍ରେମରେ ଯିଏ ପଡିଯାଏ ତାପାଇଁ ସବୁ ଅସମ୍ଭବ ସମ୍ଭବ ହୋଇଯାଏ । ଏଇ ଯେମିତି ସୁଦୂର ପାକିସ୍ତାନରୁ ଶ୍ରୀକ୍ଷେତ୍ର ପୁରୀରେ ପହଞ୍ଚି ଜଗା ଦର୍ଶନ କରିଛନ୍ତି ୪୫ଜଣ ଶ୍ରଦ୍ଧାଳୁ । ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଲାଗି ରହିଛି । ମାତ୍ର ଏହାର ପ୍ରଭାବ ସାଧାରଣ ମଣିଷ ଉପରେ ପଡ଼ିନାହିଁ। ଧର୍ମ ଆଗରେ ହିଂସା କିଛି ନୁହେଁ ଏଥିରୁ ପ୍ରମାଣିତ ହୋଇଛି।
ପାକିସ୍ତାନରୁ ୪୫ଜଣ ହିନ୍ଦୁ ଭକ୍ତ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ ସାରି ଫେରିଛନ୍ତି। ଏମାନେ ଭାରତର ବିଭିନ୍ନ ଧର୍ମସ୍ଥଳୀ ପରିଦର୍ଶନ କରିବା ଉଦ୍ଦେଶ୍ୟରେ ଆସିଛନ୍ତି। ଏହି ପାକିସ୍ତାନି ଭକ୍ତମାନେ ଜଗନ୍ନାଥଙ୍କୁ ଦର୍ଶନ ସାରି ନିଜକୁ ଭାଗ୍ୟବାନ ମନେ କରିବା ସହ ଧର୍ମ ପାଖରେ ଅନ୍ୟକୌଣସିର ସ୍ଥାନ ନାହିଁ ବୋଲି କହିଛନ୍ତି। ଓଆଇସି ସଂସ୍ଥା ତରଫରୁ ବୁଲିବାକୁ ଆସିଥିବା ଏହି ଭକ୍ତମାନେ କହିଛନ୍ତି ଯେ, ଭାରତ ହେଉଛି ଏକ ଶାନ୍ତିପ୍ରିୟ ଦେଶ , ଧର୍ମୀୟ ଭାବନା ସହ ଆମେ ବୁଲିବାକୁ ଆସିଛୁ ।ପାକିସ୍ତାନରେ ମଧ୍ୟ ଜାକଜମକରେ ମହାପ୍ରଭୁଙ୍କ ରଥଯାତ୍ରା ହେବାସହ ଅନ୍ୟାନ୍ୟ ନୀତିକାନ୍ତି ହୋଇଥାଏ ବୋଲି ଶ୍ରଦ୍ଧାଳୁମାନେ ପ୍ରତିକ୍ରିୟା ରଖିଛନ୍ତି ।
"ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପାକିସ୍ତାନରୁ ଆସିଥିବା ମହାପ୍ରଭୁଙ୍କ ଭକ୍ତମାନେ ଜୟ ଜଗନ୍ନାଥ ଉଚ୍ଚାରଣ କରି ନାଚି ଉଠିଥିଲେ। ପାକିସ୍ତାନରୁ ଆସିଥିବା ଭକ୍ତ କହିଛନ୍ତି ମହାପ୍ରଭୁଙ୍କ ଦର୍ଶନ ଅତ୍ୟନ୍ତ ଦିବ୍ୟ ଦର୍ଶନ ଥିଲା। ଏହାକୁ ଶବ୍ଦରେ ବର୍ଣ୍ଣନା କରିହେବ ନାହିଁ । ଗତ ୨୦୦୯ ମସିହାରୁ ପାକିସ୍ତାନର କରାଚୀ ସହରରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହେଉଛି । ୨୦୨୨ ମସିହାରେ ୧୪ ତମ ରଥଯାତ୍ରା ଅନୁଷ୍ଠିତ ହୋଇ ଥିଲା । ୧୪ ବର୍ଷ ରଥଯାତ୍ରା ଅନୁଷ୍ଠିତ ହେବା ଯୋଗୁ ମହାପ୍ରଭୁଙ୍କ କୃପାରୁ ସେମାନେ ପାକିସ୍ତାନରୁ ପୁରୀ ଆସିବା ସମ୍ଭବ ହୋଇଛି । ପୁରୀ ଆସିବାରେ ଉଭୟ ଭାରତ ଓ ପାକିସ୍ତାନ ସରକାର ସହଯୋଗ କରିଥିବାରୁ ଭକ୍ତମାନେ ଉଭୟ ସରକାରଙ୍କ ସହଯୋଗକୁ ଉଚ୍ଚ ପ୍ରଶଂସା କରିଛନ୍ତି।
ଭକ୍ତମାନେ ପାକିସ୍ତାନରୁ ଗତ ୧୧ ତାରିଖରେ ଭାରତ ଯାତ୍ରା ଆରମ୍ଭ କରିଥିଲେ। ମକର ସଂକ୍ରାନ୍ତିରେ ହରିଦ୍ଵାରରେ ପହଞ୍ଚି ଭ୍ରମଣ କରିଥଲେ । ପରେ ବିଭିନ୍ନ ତୀର୍ଥସ୍ଥଳୀ ଭ୍ରମଣ କରି ପୁରୀରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ରଥଯାତ୍ରା ଆୟୋଜନରେ ପାକିସ୍ତାନ ସରକାର ସହଯୋଗ କରୁଥିବା ପାକିସ୍ତାନରୁ ଆସିଥିବା ଭକ୍ତ କହିଛନ୍ତି। ତେବେ ହିନ୍ଦୁ ମନ୍ଦିର କେତେ ସୁରକ୍ଷିତ ସେ ନେଇ ଉତ୍ତର ରଖି ନ ଥିଲେ। କହିଥିଲେ ସେମାନେ ଭକ୍ତ ହିସାବରେ ଭ୍ରମଣରେ ଆସିଛନ୍ତି। କୌଣସି ରାଜନୀତି ବିଷୟରେ ମତ ଦେବନି। ପାକିସ୍ତାନରେ ହିନ୍ଦୁ ମାନେ ଭଲରେ ଥିବା କହିଛନ୍ତି। ସେହିପରି ପାକିସ୍ତାନରେ ଦରଦାମ ଆକାଶ ଛୁଆଁ ଥିବା ବେଳେ ଏ ନେଇ ମଧ୍ୟ କୌଣସି ମତ ରଖି ନାହାନ୍ତି। ଦରଦାମ ସବୁଠି ଆକାଶ ଛୁଆଁ ଅଛି ବୋଲି କହିଛନ୍ତି ପାକିସ୍ତାନରୁ ଆସିଥିବା ଭକ୍ତ। ତେବେ ଭାରତ ଓ ପାକିସ୍ତାନ ମଧ୍ୟରେ ଭାଇଚାରାର ସମ୍ପର୍କ ବଜାୟ ରହୁ ବୋଲି ସେମାନେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିବା କହିଛନ୍ତି। ଓଡ଼ିଶା international centre ପକ୍ଷରୁ ମୋଟ୍ ୪୫ ଜଣ ଭକ୍ତ ପାକିସ୍ତାନରୁ ଆସିଥିଲେ। ପ୍ରତିବର୍ଷ ଏହି ସଂସ୍ଥା ପାକିସ୍ତାନରୁ ଭକ୍ତ ଆଣି ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା କରିଥାଏ।
ଅଧିକ ଖବର ପଢ଼ନ୍ତୁ -
http://ଅବ୍ୟବସ୍ଥା ଘେରରେ ଏସିଆ ମହାଦେଶର ସର୍ବବୃହତ ଶୁଖୁଆ ହାଟPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।