News18 Odia Digital
ଭୁବନେଶ୍ୱର: ଆଜି ପଖାଳ ଦିବସ(Pakhal Divas 2023)। ଗାଁଠୁ ସହର, ରାସ୍ତାକଡ ହୋଟେଲଠୁ ୫ ଷ୍ଟାର ହୋଟେଲ ସବୁଠି ବଢୁଛି ପଖାଳର ଚାହିଦା । ସେ ଗରିବ ହେଉ କି ଧନୀ, ସମସ୍ତ ଓଡିଆଙ୍କ ଏହା ହେଉଛି ପସନ୍ଦର ଖାଦ୍ୟ । ଭାତହାଣ୍ଡିରୁ ସୌଖିନ ହୋଟେଲ ଯାଏଁ ମେନ୍ୟୁରେ ଏବେ ସ୍ଥାନ ପାଉଛି ପଖାଳ । ପଖାଳ ଦିବସ ଅବସରେ କେଉଁଠି ମିଳୁଛି ମାଗଣା ତ କେଉଁଠି ପଖାଳ କଂସା ପିଛା ୧ହଜାର ଟପିଛି ।
ସେହି କ୍ରମରେ କିଭଳି ଲୋକେ ପଖାଳ ଖାଇବେ ସେଥିପାଇଁ ଓଟିିଡ଼ିସି ପକ୍ଷରୁ ପଖାଳର ଆୟୋଜନ କରାଯାଇଛି। ଯାହା ଭିତରେ ରହିଛି ଦହି ପଖାଳ, ମିଠା ପଖାଳ, ଟଭା ପଖାଳ, ଚିପୁଡ଼ା ପଖାଳ , ଘିଅ ଘିଅ, ମଲିଫୁଲ ପଖାଳ, ପାଣି ପଖାଳ ଓ ସୁବାସ ପଖାଳ। ରାଜଧାନୀର ପାନ୍ଥ ନିବାସ ଓ ନିମନ୍ତ୍ରଣରେ ପଖାଳ ପାଇଁ ହୋଇଛି ସ୍ଵତନ୍ତ୍ର ବ୍ୟବସ୍ଥା। ତା ସହିତ ସାରା ରାଜ୍ୟର otdc ସେଣ୍ଟର୍ ଗୁଡିକରେ ମଧ୍ୟ ପଖାଳ ପ୍ରସ୍ତୁତି ହୋଇଛି। ଉଷୁନା ସାଙ୍ଗକୁ ସରୁ ଚାଉଳ, ମାଟି, କଂସା ପାତ୍ର ସହିତ ଇକୋ ଏନଭାରମେଣ୍ଟ ଉପକରଣ ବ୍ୟବହାର ହେବ ଖାଦ୍ୟ ପ୍ରସ୍ତୁତି ଓ ପରସାରେ। ସୋମବାର ପଡ଼ୁଚି ପଖାଳ ଦିବସ। ସେଥିପାଇଁ ସାଇଡ ଆଇଟମ ହୋଇ ରହିବ ଆମିଷ। ଯିଏ ଚାହିଁବ ଶାଗ, ଛୁଇଁ, ଟମାଟୋ ପୋଡ଼ା, ବଡି ଚୁରା, ସନ୍ତୁଳା , ଆଳୁ, ବାଇଗଣ ଭର୍ତ୍ତା ଓ ପୋଡ଼ା ସାଥିରେ ଚିଙ୍ଗୁଡ଼ି, ଚୁନା , ପୋହଳା ଓ ମାଛ ଖଣ୍ଡ ପୋଡ଼ା ଓ ଭଜା ଖାଇ ପାରିବେ।
ସାଦା ପଖାଳ, ଲେମ୍ବୁ ପଖାଳ, ଦହି ପଖାଳ… ଆଜି ‘ବିଶ୍ୱ ପଖାଳ ଦିବସ’ ପାଇଁ ଓଡ଼ିଶା ପ୍ରସ୍ତୁତଅନ୍ୟପଟେ ରାଜଧାନୀର ହୋଟଲ ଓ ରେଷ୍ଟୁରାଣ୍ଟ ଗୁଡିକରେ ସ୍ଵତନ୍ତ୍ର ପଖାଳର ଆୟୋଜନ ହୋଇଛି। ଯାହା ଭିତରେ ଅଛି ଦହି ପଖାଳ, ସଜ ପଖାଳ ଓ ଆମ୍ବ ପଖାଳ। ଏବେଠାରୁ ଡିମ୍ଫ ଲଗା ଆମ୍ବ ଆସି ମହଜୁଦ ରହିଛି। ଯାହାକି ପଖାଳ ତୋରାଣିରେ ଭାଙ୍ଗି ଖାଇବେ।
ପଖାଳ ଦିବସ: କେଉଁମାନେ ଖାଇବେ, କେଉଁମାନେ ନ ଖାଇବେବଡ ବଡ ହୋଟେଲରେ ଭେଜ ପଖାଳ ପାଇଁ ୬୯୯ ରୁ ୭୯୯ ଟଙ୍କା ରହିଥିବା ବେଳେ ନନ ଭେଜ୍ ପାଇଁ ପଖାଳ ମିଲ ରହିଛି ୯୦୦ରୁ ୯୯୯ ଟଙ୍କା। ବଡ଼ି ଚୁରା, କସି ଆମ୍ବ, ଶାଗ ଭଜା, ଟମାଟୋ ଚଟଣୀ, ଧନିଆ ପତ୍ର ଓ ଆମ୍ବ ଚଟଣୀ, ଭେଣ୍ଡି ଓ ବିନ୍ସ ଭଜା, ଆଳୁ, ବାଇଗଣ ଓ ଟମାଟୋ ପୋଡ଼ା ଓ ଭର୍ତା ସହିତ ୬ ପ୍ରକାର ମାଛ ବି ରହିଛି। ସେହିପରି ବିଭିନ୍ନ କ୍ଳବ୍ ପାକ୍ଷରୁ ପଖାଳ ଦିବସ ପାଳନ ହେବ। ତା ସହିତ ଛୋଟଛୋଟ ହୋଟେଲ ରେ ପଖାଳ ମିଲ ୧୫୦ ରୁ ଆରମ୍ଭ ହୋଇ ୫୦୦ ଟଙ୍କା ଯାଏ ରହିଛି।
ଓଡ଼ିଆ ଜାତିର ଆଉ ପରିଚୟ ହେଉଛି ପଖାଳ। ଚାଷୀ ଓ ସାଧାରଣ ଲୋକଙ୍କ ପ୍ରଥମ ଓ ସର୍ବୋକୃଷ୍ଟ ଖାଦ୍ୟ। ଯାହା ଏବେ ବଡ ଲୋକଙ୍କର ବଡ ଚାହିଦା। କୋଭିଡ ୨ ବର୍ଷ ପରେ ପୁଣି ଜମିବ ପଖାଳ ଦିବସ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।