ପଖାଳ ଦିବସ ୨୦୨୨: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ପଖାଳ ଭୋଗ; ପଖାଳଭାତରେ ଘିଅ ଖାଆନ୍ତି ପ୍ରଭୁ

ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ନେଇ ଘରେ ଘରେ ପାଳିତ ହୋଇଥାଏ ଯାନିଯାତ୍ରା ଓ ଉତ୍ସବ। ତେଣୁ ପଖାଳ ଦିବସ ମଧ୍ୟ ଘରେ ଘରେ ମହାପ୍ରଭୁଙ୍କ ଦହି ପଖାଳ ପ୍ରସାଦରୁ ସୃଷ୍ଟି।

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ପଖାଳ ଭୋଗ

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ପଖାଳ ଭୋଗ

  • Share this:
News18 Odia Digital

ପୁରୀ: କିଛି ବର୍ଷ ହେଲାଣି ମାର୍ଚ୍ଚ ୨୦ ତାରିଖରେ ପାଳନ ହେଉଛି ଓଡ଼ିଆଙ୍କ ପସନ୍ଦୀୟ ଖାଦ୍ୟ ପଖାଳ ଦିବସ। ହେଲେ କେଉଁ ଆବାହନ ପରମ୍ପରାନୁସାରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାଖରେ ଭୋଗ ହୋଇଥାଏ ଦହି ପଖାଳ। ଏହି ଦହିପଖାଳର ପ୍ରସ୍ତୁତି ସ୍ୱତନ୍ତ୍ର ନିଆରା। ଆଉ ଭକ୍ତମାନେ ଦହି ପଖାଳ ପାଇ ଆନନ୍ଦରେ ବିଭୋର ହୋଇପଡ଼ିନ୍ତି। ତେଣୁ ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ନେଇ ଘରେ ଘରେ ପାଳିତ ହୋଇଥାଏ ଯାନିଯାତ୍ରା ଓ ଉତ୍ସବ। ତେଣୁ ପଖାଳ ଦିବସ ମଧ୍ୟ ଘରେ ଘରେ ମହାପ୍ରଭୁଙ୍କ ଦହି ପଖାଳ ପ୍ରସାଦରୁ ସୃଷ୍ଟି।

ଶ୍ରୀମନ୍ଦିରର କୋଠଭୋଗ ସେବାୟତ ୪୫ ବର୍ଷୀୟ ବିଶ୍ୱନାଥ ସାମନ୍ତରାଙ୍କ ଏହି ଅବସରରେ କହିଛନ୍ତି, "ରବିବାର ଦିନ ସବୁଆଡ଼େ ପାଳନ କରାଯାଉଛି ପଖାଳ ଦିବସ। ହେଲେ ମହାପ୍ରଭୁ ଜଗନ୍ନାଥ ଶ୍ରୀମନ୍ଦିରରେ ତିନି ବେଳା ଦହି ପଖାଳ ଖାଇଥାନ୍ତି। ତେଣୁ ସୁପକାର ସେବାୟତମାନେ ଏହାକୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରି ମହାପ୍ରଭୁଙ୍କୁ ଅର୍ପଣ କରିନ୍ତି। କାରଣ ମାନବୀୟ ଉପଚାରର ଦେବତା ଶ୍ରୀ ଜଗନ୍ନାଥ ମହାପ୍ରଭୁ ଭୋଜନ ପ୍ରିୟ ଠାକୁର। ବଲ୍ଲଭ ଭୋଗ ଠାରୁ ବଡ଼ ସିଂହାର ଭୋଗ ଭିତରେ ତିନି ଥର ଦହି ପଖାଳ ଭୋଗ ହୋଇଥାଏ। ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଧୂପ ଓ ବଡ଼ ସିଂହାର ଭୋଗରେ ଦହି ପଖାଳ ଭୋଗ ହୋଇଥାଏ। ଏହାର ପ୍ରସ୍ତୁତି ମଧ୍ୟ ସ୍ୱତନ୍ତ୍ର ଓ ନିଆରା। କୋଠ ଭୋଗ ସୁଆର ଅନ୍ନ ରାନ୍ଧିବା ପରେ ଦହି ସହ ଜିରା, ଅଦା, ଲବଣ, ଶର୍କରା ସହ ଧୃତ ମିଶାଯାଇଥାଏ। କେଉଁ ଆବାହନ କାଳରୁ ଶ୍ରୀମନ୍ଦିରରେ ଦହି ପଖାଳ ପରମ୍ପରା ଅନୁସାରେ ଚାଲିଆସିଛି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ପଖାଳ ଭୋଗ ଲାଗେ। ଆଉ ମହାପ୍ରଭୁ ପଖାଳ ଭାତରେ ଘିଅ ଖାଇଥାନ୍ତି । ତେଣୁ ଲୋକକଥା ଅଛି ପଖାଳ ଭାତରେ ଘିଅ ତୋ ବୋପା ଖାଇଥିଲା କି।’’

ପଖାଳଭାତରେ ଘିଅ ଖାଆନ୍ତି ମହାପ୍ରଭୁ


ଆୟୁର୍ବେଦ ଚିକିତ୍ସକ ତଥା ଅବସରପ୍ରାପ୍ତ ପ୍ରଫେସର ଦେବୀପ୍ରସାଦ ମିଶ୍ରଙ୍କ ମତରେ, "ଆମର ଭୌଗଳିକ ପରିବେଶ ଅନୁସାରେ ଅର୍ଥାତ ଲୋକଚଳଣୀକୁ ନେଇ ପଖାଳ ଖାଦ୍ୟ ଭାବେ ଗ୍ରହଣ କରାଯାଏ। ବିଶେଷ କରି ସମୁଦ୍ର କୂଳିଆ ଅଞ୍ଚଳ, ପାହାଡ ଓ ଜଙ୍ଗଲରେ ବାସ କରୁଥିବା ଲୋକେ ପଖାଳ ଖାଇଥାନ୍ତି। କାରଣ ସେଠାରେ ଅଧିକ ଗରମ ଅନୁଭୁତ ହେଉଥିବାରି କ୍ଲାନ୍ତି ମେଣ୍ଟାଇବା ପାଇଁ ପଖାଳ ଖାଇଥାନ୍ତି। ତେବେ ଅଲ ଇଣ୍ଡିଆ ମେଡିକାଲ ସାଇନ୍ସ ସର୍ଭେ ମୁତାବକ ପଖାଳ ଖାଇଲେ ଆମର ଇମ୍ୟୁନିଟି ଅର୍ଥାତ ରୋଗପ୍ରତିଷେଧକ ଶକ୍ତି ବୃଦ୍ଧି ପାଏ। ବିଶେଷ କରି ଓଡ଼ିଶା , ବେଙ୍ଗଲ, ଆସାମ, ଆନ୍ଧ୍ର ପ୍ରଦେଶ ଓ ଭାରତର ଉପକୁଳ ଅଞ୍ଚଳରେ ମାନଙ୍କରେ ପଖାଳ ଚାରି ଥର ଖାଇଥାନ୍ତି। ପଖାଳ ସହିତ ଅନେକ ଶାଗ, ବଢ଼ି, ଶୁଖୁଆ, ମାଛ, ଛୁଇଁ ଆଦି ଭଜା ଖାଇବା ଦ୍ୱାରା ଶରୀରରେ ହଜମ ଶକ୍ତି ବୃଦ୍ଧି ପାଇବା ସହ ଏହା ଦୀର୍ଘ ସମୟ ପର୍ଯ୍ୟନ୍ତ କାର୍ଯ୍ୟ କରେ। ଆଉ ଶରୀରର କ୍ଲାନ୍ତି ଓ ଅବସାଦ ଦୂର କରେ। ତେଣୁ ଖାଲି ଗରୀବ ଲୋକଙ୍କ ଖାଦ୍ୟ ନୁହେଁ ଧନୀ ଶ୍ରେଣୀର ଲୋକେ ବି ପଖାଳ ଖାଇଥାନ୍ତି। ଆଜିକାଲି ତ ପଖାଳ ବି ପଞ୍ଚତାରକା ହୋଟେଲର ମେନୁରେ ମଧ୍ୟ ସ୍ଥାନ ପାଇଲେଣି।’’

ବଢୁଛି ଗ୍ରୀଷ୍ଣର ତାତି। ଆଉ ତା ସାଙ୍ଗକୁ ଋତୁକୁ ନେଇ ମଧ୍ୟ ପରିବର୍ତ୍ତନ ହେଉଛି ଖାଦ୍ୟ ରୁଚି। ଦିନକୁ ଦିନ ଗରମ ବଢ଼ିବାରେ ଲାଗିଛି। ଆଉ ଗରମ ଦିନେ ଲୋକେ ପଖାଳ ଖାଇବାକୁ ଇଚ୍ଛା କରିଥାନ୍ତି। ସେହି ଅନୁସାରେ ମାର୍ଚ୍ଚ ୨୦ରେ ଏବେ କିଛି ବର୍ଷ ହେବ ପାଳିତ ହେଉଛି ପଖାଳ ଦିବସ। ହେଲେ କାଳିଆ ଠାକୁର ଦର୍ଶନ କରି ଭକ୍ତ ପଖାଳ ଭୋଗ ଟିକେ ପାଇବାର ଇଚ୍ଛାକୁ ପୂରଣ କରିଛନ୍ତି ମହାପ୍ରଭୁ। ପରିବାର ସହ ପଖାଳ ଭୋଗ ପାଇ ଭାବ ଦିଅ ଆପଣାର କରିନିଅ ଆହେ ଦୀନବାନ୍ଧବ କହି ଭକ୍ତ ବିଭୋର। ତେଣୁ ମହାପ୍ରଭୁ ଦହି ପଖାଳରେ ଘିଅ ଖାଇଥିବାର ବିଧି ରହିଥିବା ବେଳେ ତାଙ୍କ ଭକ୍ତମାନେ ଘରେ ଘରେ ପଖାଳ ଦିବସ ପାଳନ କରିବା ସହ ଅସହ୍ୟ ଖରାରୁ ମୁକ୍ତି ପାଇଁ ପଖାଳ ଖାଇଥାନ୍ତି। ତେଣୁ ଏହା ଉତ୍କଳ ପରମ୍ପରା ହୋଇଥିବାରୁ ପଖାଳ ଆଜି ସାରା ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ବୋଲି କହିଛନ୍ତି ଜଗନ୍ନାଥ ସଂସ୍କୃତି ଗବେଷକ ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମା।

ପଖାଳର ଅନେକ ପ୍ରକାର ରହିଛି। ଯେପରି ଦହି ପଖାଳ, ପାଣି ପଖାଳ, ଚିପୁଡା ପଖାଳ, ଟଭା ପଖାଳ, ମଲ୍ଲିଫୁଲ ପଖାଳ, ସୁବାସ ପଖାଳ, ସଜ ପଖାଳ। ଏସବୁ ପଖାଳକୁ ଘରେ ବଭିନ୍ନ ଦ୍ରବ୍ୟ ପକାଯାଇ କରାଯାଏ। ଆଉ ପଖାଳ ମୁନ୍ଦେ ଅସହ୍ୟ ଗରମରେ ଖାଇ ଦେଲେ ମନ ଶାନ୍ତି ହୋଇଯାଏ ବୋଲି କହିଛନ୍ତି ଗୃହିଣୀ ଅର୍ଚ୍ଚନା ରଥ।

ପଖାଳ ଦିବସରେ ଓଡ଼ିଆଙ୍କ ପ୍ରିୟ ଦହି ପଖାଳ ଏବେ ଲୋକଙ୍କ କଂସାରେ ଆଗକୁ ଦେଖିବାକୁ ମିଳିବ। ଆଉ ମହାପ୍ରଭୁଙ୍କୁ ନେଇ ପଖାଳର ସମ୍ପର୍କ ରହିଥିବାରୁ ଆଜି ଏହା ବେଶ ଆଦୃତ ହୋଇପାରିଛି।
Published by:Lipina Das
First published: