କାଲିଠୁ ମହଙ୍ଗା ହେବ ପାହାଳ ମିଠା; ଛେନାପୋଡ଼ କେଜି ହେବ ୨୮୦ ଟଙ୍କା

Pahal sweets price Increase: ଏଣିକି ମହଙ୍ଗା ହେବ ପାହାଳ ମିଠା। ଆପଣ ଯଦି ପାହାଳ କିଣିବେ ତେବେ ଏଥି ପାଇଁ ଦେବାକୁ ପଡ଼ିବ ଅଧିକ ଦର। କାରଣ, କାଲିଠୁ ପାହାଳରେ ବଢୁଛି ମିଠା ଦର।

ଲିଠୁ ମହଙ୍ଗା ହେବ ପାହାଳ ମିଠା

ଲିଠୁ ମହଙ୍ଗା ହେବ ପାହାଳ ମିଠା

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

ଭୁବନେଶ୍ବର: ସାମ୍ନାକୁ ଆସିଲା ବଡ଼ ଖବର। ଏଣିକି ମହଙ୍ଗା ହେବ ପାହାଳ ମିଠା। ଆପଣ ଯଦି ପାହାଳ କିଣିବେ ତେବେ ଏଥି ପାଇଁ ଦେବାକୁ ପଡ଼ିବ ଅଧିକ ଦର। କାରଣ, କାଲିଠୁ ପାହାଳରେ ବଢୁଛି ମିଠା ଦର। ସମସ୍ତ ପ୍ରକାର ମିଠାରେ ଦର ବୃଦ୍ଧି ହେବ।

ଏ ନେଇ ନିଷ୍ପତ୍ତି ନେଇଛି ପାହାଳ ମିଠା ବ୍ୟବସାୟୀ ସଙ୍ଘ। କିଛି ମିଠା ପୂର୍ଵ ଦର ଠାରୁ ୨ଟଙ୍କା ବୃଦ୍ଧି କରାଯାଇଛି ତ ଆଉ କିଛି ମିଠା ଦର ୫ରୁ ୧୦ ଟଙ୍କା ବୃଦ୍ଧି ପାଇଛି।

କ୍ଷୀର ଦର ୪ ଟଙ୍କା ବୃଦ୍ଧି ହେବାପରେ ଏଭଳି ନିଷ୍ପତ୍ତି ନେଇଛି ମିଠା ବ୍ୟବସାୟୀ ସଙ୍ଘ। ମିଠା ଦର ବୃଦ୍ଧି ପୂର୍ବରୁ ତିନି ଦିନ ଧରି ବନ୍ଦ ରହିଛି ମିଠା ବଜାର। ତେବେ କାଲି ଠାରୁ ମିଠା ଦର କେତେ ରହିବ ଓ ଗ୍ରାହକମାନଙ୍କ ଉପରେ ଏହାର କିଭଳି ପ୍ରଭାବ ସେ ନେଇ ଅଧିକ ସୂଚନା ଦେଉଛନ୍ତି ଆମ କରେସପଣ୍ଟେଣ୍ଟ ଦୀପକ ସାମଲ..

ପଢ଼ନ୍ତୁ ଏହି ଖବର:  କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଆଉ ଏକ ଖୁସି ଖବର; ଖୁବ୍ ଶୀଘ୍ର ବଢ଼ିବ ଫିଟମେଣ୍ଟ ଫ୍ୟାକ୍ଟର

ଏନେଇ ସଙ୍ଘ ସଭାପତି ଅକ୍ଷୟ କୁମାର ଲେଙ୍କାଙ୍କ ଅଧ୍ୟକ୍ଷତାରେ ଶ୍ରୀରାଧାବଲ୍ଲଭ ମନ୍ଦିର ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସର୍ବସମ୍ମତିକ୍ରମେ ଦରବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯିବା ସହ ଶନିବାରଠାରୁ ସୋମବାର ପର୍ଯ୍ୟନ୍ତ ବଜାର ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିରେ ଶରତ ବେହେରା, କାର୍ତ୍ତିକ ବେହେରା, ଲୋକନାଥ ସାହୁ, ପବନୀ ସାହୁ, ଦୁଃଖୀଶ୍ୟାମ ସାହୁ, ଚିତ୍ତରଞ୍ଜନ ବେହେରା, ରାଜକିଶୋର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
Published by:Lipina Das
First published: