କ୍ଷୀର, ଛେନା ପରେ ବଢି଼ଲା ମିଠା ଦର; ବର୍ଦ୍ଧିତ ଦରରେ ବିକ୍ରି ହେବ ପାହାଳ ମିଠା

ଆପଣ ଯଦି ପାହାଳ କିଣିବେ ତେବେ ଏଥି ପାଇଁ ଦେବାକୁ ପଡ଼ିବ ଅଧିକ ଦର। କାରଣ, ଆଜିଠୁ ପାହାଳରେ ବଢୁଛି ମିଠା ଦର।

ମହଙ୍ଗା ହେବ ପାହାଳ ମିଠା

ମହଙ୍ଗା ହେବ ପାହାଳ ମିଠା

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Pahal Sweets Price: ଛେନାର ଅହେତୁକ ଦର ବୃଦ୍ଧି ଯୋଗୁଁ ୩ଦିନ ଧରି ବନ୍ଦ ରହିଥିବା ପାହାଳ ମିଠା ଦୋକାନ ଗୁଡ଼ିକରେ ମଙ୍ଗଳବାରଠାରୁ ପୁଣି ବ୍ୟବସାୟ ଆରମ୍ଭ ହେବ। ୨୩ ତାରିଖଠାରୁ ରସଗୋଲା, ଛେନାଗଜା ଓ ଛେନାପୋଡ଼ ଆଦିର ବର୍ଦ୍ଧିତ ଦର ଲାଗୁ ହେବ ବୋଲି ପାହାଳ ମିଠା ବ୍ୟବସାୟୀ ସଂଘ ପକ୍ଷରୁ ସୂଚନା ଦିଆଯାଇଛି।

ଆଜିଠୁ ବଢ଼ିଲା ପାହାଳ ମିଠା ଦର । ଏଣିକି ଗୋଟିଏ ରସଗୋଲାର ଦାମ ଯେତିକି ଥିଲା, ତାଠାରୁ ୨ରୁ ୫ ଟଙ୍କା ଅଧିକ ଦେବାକୁ ହେବ । ଆଉ ଛେନାଗଜା ଓ ଛେନାପୋଡ଼ କିଲୋ ୨୫ରୁ ୫୦ ଟଙ୍କା ଅଧିକ ଦେବାକୁ ପଡ଼ିବ । ପାହାଳ ମିଠା ବ୍ୟବସାୟୀ ମହାସଂଘ କହିଛି, କ୍ଷୀର ଓ ଛେନା ଦର ବୃଦ୍ଧି ହେବା ପରେ ଏହାର ପ୍ରଭାବ ପଡିଛି ମିଠା ବ୍ୟବସାୟ ଉପରେ । ପାହାଳ ମିଠା ବ୍ୟବସାୟୀ ସଂଘର ସଭାପତି କହିଛନ୍ତି, ବର୍ଦ୍ଧିତ ମୂଲ୍ୟ ଅନୁସାରେ, ୫ ଟଙ୍କିଆ ମିଠା ୬ ଟଙ୍କା, ୧୦ ଟଙ୍କିଆ ମିଠା ୧୨ଟଙ୍କା, ୨୦ ଟଙ୍କିଆ ମିଠା ୨୫ ଟଙ୍କାରେ ବିକ୍ରି ହେବ । ସେମିତି ଛେନାଗଜା କିଲୋ ୨୨୦ ଟଙ୍କା ଓ ଛେନାପୋଡ଼ କିଲୋ ୨୮୦ ଟଙ୍କାରେ ବିକ୍ରି କରିବାକୁ ନିଷ୍ପତ୍ତି ନିଆଯାଇଛି। ଛେନା ଦର ବଢ଼ିଥିବାରୁ ମିଠା ଦର ବଢ଼ିଥିବା କହିଛି ବ୍ୟବସାୟୀ ମହାସଂଘ ।

ରାଜ୍ୟର ଅନ୍ୟତମ ପ୍ରମୁଖ ମିଠା ବଜାର ପାହାଳରେ ମିଠା ଦର ବୃଦ୍ଧିକୁ ଗ୍ରାହକ ସହଯୋଗ କରିବା ନେଇ ଆଶା ରଖିଛନ୍ତି ବ୍ୟବସାୟୀ। ସେପଟେ କିନ୍ତୁ ଅନ୍ୟାନ୍ୟ ସ୍ଥାନରେ ମିଠା ଉପରେ ବ୍ୟବସାୟୀ ମନଇଚ୍ଛା ଦର କସୁଥିବା ନଜରକୁ ଆସୁଥିବାରୁ ଏହା ଉପରେ ସରକାରୀ ନିୟନ୍ତ୍ରଣ ରହିବା ଉପରେ ମତ ପ୍ରକାଶ ପାଇଛି।
Published by:Soumya Das
First published: