ପଦ୍ମପୁର ଉପନିର୍ବାଚନ ଫଳାଫଳ; ରେସରେ ଆଗୁଆ ବିଜେଡିର ବର୍ଷା ସିଂ ବରିହା
- News18 Odia
- Last Updated :
- Padmapur, India
News 18 Odia Digital
ପଦ୍ମପୁର; ଉପନିର୍ବାଚନର ଭୋଟ ଗଣତି ଚାଲିଛି । ବର୍ତ୍ତମାନ ପଞ୍ଚମ ରାଉଣ୍ଡ ସୁଦ୍ଧା ବିଜେଡିକୁ ମିଳିଛି ୨୬୧୯୮, ବିଜେପିକୁ ୧୭୮୧୬ କଂଗ୍ରେସକୁ ମିଳିଛି ୮୪୫ ଖଣ୍ଡ ଭୋଟ୍ । ପ୍ରଥମ, ଦ୍ୱିତୀୟ, ୩ୟ, ଚତୁର୍ଥ ପରି ପଞ୍ଚମ ରାଉଣ୍ଡରେ ରାଉଣ୍ଡରେ ମଧ୍ୟ ବିଜେଡି ଆଗୁଆ ।
ପଦ୍ମପୁରରେ ଆଜି ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ଜାରି ରହିଛି । ୨୯୬ଟି ପୋଷ୍ଟାଲ ବାଲାଟ୍ ଗଣତି ପ୍ରଥମେ ହୋଇଥିଲା। ତନ୍ମଧ୍ୟରେ ୨୪ଟି ସର୍ଭିସ ଭୋଟରଙ୍କ ମତ ଓ ୨୭୨ଟି ଅନୁପସ୍ଥିତ ଭୋଟରଙ୍କ ଭୋଟ୍ ଗଣତି କରାଯାଇଥିଲା ।
କଡ଼ା ସୁରକ୍ଷା ବ୍ୟବସ୍ଥା ସହିତ ପଦ୍ମପୁର ଆରଏମସି ପରିସରେ ଭୋଟ ଗଣତି ଚାଲିଛି। ସମୁଦାୟ ୧୪ ଟେବୁଲରେ ଗଣତି କାର୍ଯ୍ୟକ୍ରମ ଚାଲିଛି । ସମୁଦାୟ ୨୩ ରାଉଣ୍ଡରେ ଗଣତି କାର୍ଯ୍ୟ ସରିବ। ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ସମେତ ୧୦ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ଚାଲିଛି । ପ୍ରଥମ ପର୍ଯ୍ୟାୟରେ ବିଜେଡି ୫୫୦୧, ବିଜେପି ୩୭୮୯, କଂଗ୍ରେସକୁ ୨୦୬ ଖଣ୍ଡ ଭୋଟ ମିଳିଥିଲା । ପ୍ରଥମ ରାଉଣ୍ଡରେ ୧୭୧୨ ଖଣ୍ଡ ଭୋଟରେ ବିଜେଡି ବିଜେପିଠାରୁ ଆଗରେ ରହିଥିଲା । ଯାହାକୁ ନେଇ ଆରମ୍ଭରୁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସେହିପରି ୨ୟ ରାଉଣ୍ଡରେ ମଧ୍ୟ ବିଜେଡି ଆଗୁଆ ରହିଥିଲା । ୩ହଜାର ୭୦ଖଣ୍ଡ ଭୋଟରେ ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା ଆଗୁଆ ରହିଥିଲେ । ୩ୟ ପର୍ଯ୍ୟାୟ ସୁଦ୍ଧା ବିଜେଡି ୫୭ପ୍ରତିଶତ ଭୋଟ ପାଇଥିଲା । ବିଜେପି ୩୭ ପ୍ରତିଶତ ଏବଂ କଂଗ୍ରେସକୁ ମିଳିଥିଲା ୨ପ୍ରତିଶତ । । ୪ୟ ରାଉଣ୍ଡରେ ୨୧ହଜାର ୮୩୭ ଖଣ୍ଡ ଭୋଟ ମିଳିଥିଲା ବିଜେଡିକୁ । ୮୧୭୮ ଖଣ୍ଡ ଭୋଟରେ ବର୍ଷା ସିଂ ବରିହା ଆଗୁଆ ରହିଥିଲେ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।