ପଦ୍ମପୁର ଉପନିର୍ବାଚନ; ଇଭିଏମରେ ହେରଫେର ଅଭିଯୋଗ ଆଣିଲା ବିଜେପି
- News18 Odia
- Last Updated :
- Padmapur, India
News 18 Odia Digital
ପଦ୍ମପୁର; ଉପନିର୍ବାଚନ ଫଳ ପ୍ରକାଶ ପୂର୍ବରୁ ଇଭିଏମରେ ହେରଫେର ହୋଇଥିବା ଅଭିଯୋଗ ଆଣିଛି ବିଜେପି । ବିଜେପି ବିଧାୟକ ପ୍ରାର୍ଥୀ ପ୍ରଦୀପ ପୁରୋହିତ ଏପରି ସାଂଘାତିକ ଅଭିଯୋଗ ଆଣିଛନ୍ତି । ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିବା ସହ ଘଟଣାର ଅନୁସନ୍ଧାନ ଦାବି କରିଛନ୍ତି ପ୍ରଦୀପ । ନିୟମ ୧୭ ସିରେ ବିଜେପିକୁ ମିଳିଥିବା ଇଭିଏମ ଲିଷ୍ଟ ଏବଂ ଏଜେଣ୍ଟଙ୍କ ଖାତାରେ ପ୍ରିଜାଇଡିଂ ଅଫିସର ଳେଖିଥିବା ଇଭିଏମ ନମ୍ବର ମେଳ ଖାଉ ନଥିବା ଅଭିଯୋଗ ହୋଇଛି । ୧୧ଟି ବୁଥରେ ଇଭିଏମ ନମ୍ବର ତାଳ ଖାଉନଥିବା କୁହାଯାଉଛି । ଯେଉଁ ବୁଥ ଗୁଡ଼ିକରେ ବିଜେପିର ସ୍ଥିତି ଭଲ ଅଛି ସେହି ବୁଥ୍ ଗୁଡ଼ିକରେ ଏମିତି ସମସ୍ୟା ହୋଇଥିବା ଅଭିଯୋଗ କରିଛି ବିଜେପି ।
ସୂଚନାଯୋଗ୍ୟ, ଆଜି ସକାଳ ୮ଟାରୁ ପଦ୍ମପୁର ଫଳାଫଳ ପାଇଁ ଭୋଟ ଗଣତି ହେବ । ସମୁଦାୟ ୧୪ଟି ଟେବୁଲରେ ୨୩ ପର୍ଯ୍ୟାୟରେ ଗଣତି କରାଯିବ । ମଧ୍ୟହ୍ନ ସୁଦ୍ଧା ସ୍ପଷ୍ଟ ହୋଇଯିବ ଯେ, ଫଳାଫଳ କାହା ସପକ୍ଷରେ ଯାଉଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।