ପଦ୍ମପୁର ଉପନିର୍ବାଚନ; ଆଜି ବିଜେପିର ପାୱାର ଶୋ...
- News18 Odia
- Last Updated :
- Bhubaneswar, India
News 18 Odia Digital
ଭୁବନେଶ୍ୱର; ପଦ୍ମପୁର ବ୍ୟାଟେଲରେ ଆଜି ବିଜେପିର ପାୱାର ଶୋ । ଗତ କାଲି ବିଜେଡି ମହିଳା ସମାବେଶ କରି ଶକ୍ତି ପ୍ରଦର୍ଶନ କରିଥିଲା । ଆଜି ବିଜେପି କରିବ ଶକ୍ତି ପ୍ରଦର୍ଶନ । ବିଜେପିର ଦୁଇ ହେଭିୱେଟ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ବିଜେପି ପାଇଁ ପ୍ରଚାର କରିବେ । ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ଭୋଟ ଭିକ୍ଷା କରିବେ ସମ୍ବିତ ଏବଂ ବୈଜୟନ୍ତ । ଆଜି ବନ୍ଧ ବ୍ଳକର ତିନୋଟି ସ୍ଥାନରେ ବଡ଼ ସମାବେଶ ରହିଛି ।
ସମାବେଶରେ ସମ୍ବିତ ଏବଂ ବୈଜୟନ୍ତ ଦଲୀୟ କର୍ମୀଙ୍କୁ ଉଦବୋଧନ ଦେବେ । ଦିନ ୧୧ଟା ବେଳେ ଝାରବନ୍ଧ ବ୍ଲକର ବିଳାସପୁରଠାରେ ହେବାକୁଥିବା ସମାବେଶରେ ସମ୍ବିତ ପାତ୍ର ଓ ବୈଜୟନ୍ତ ପଣ୍ଡା ପ୍ରଦୀପଙ୍କ ପାଇଁ ଭୋଟ ଭିକ୍ଷା କରିବେ । ଦିନ ୧ ଟାରେ କୁମୀର ସାମାବେଶରେ ଯୋଗ ଦେଇ ଦଳୀୟ ପ୍ରଚାର କରିବେ ।
ସେହିପରି ଅପରାହ୍ନ ୨ ଟାରେ ଜଗଦଲପୁରରେ ବିଜେପି ସମାବେଶକୁ ସମ୍ବିତ ପାତ୍ର ସମ୍ବୋଧିତ କରିବା ନେଇ ଦଳ ପକ୍ଷରୁ ସ୍ଥିର ହୋଇଛି । ଏହି ତିନି ସମାବେଶରେ ରାଜ୍ୟ ବିଜେପିର ବହୁ ତୁଙ୍ଗ ନେତା ଯୋଗ ଦେବେ । ଅନ୍ୟପଟେ ଆସନ୍ତାକାଲି ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଓ କେନ୍ଦ୍ରକୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ପ୍ରଚାର ପାଇଁ ଆସିବେ । ପାଇକମାଳ ଓ ପଦ୍ମପୁର ବ୍ଲକରେ ହେବାକୁ ଥିବା ବିଜେପି ସମାବେଶରେ ଦଳୀୟ କର୍ମୀଙ୍କୁ ଉଦବୋଧନ କରିବେ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।