ପଦ୍ମପୁର ଉପନିର୍ବାଚନ; ପ୍ରଚାର ସମୟରେ ଭାବବିହ୍ୱଳ ହେଲେ ବିଜେଡ଼ି ପାର୍ଥିନୀ ବର୍ଷା

ଭୋଟ ମାଗିବା ସମୟରେ କାନ୍ଦିଲେ ବିଜେଡ଼ି ପାର୍ଥିନୀ ବର୍ଷା ସିଂ ବରିହା । ତାଙ୍କୁ ଦେଖି କାନ୍ଦିଲେ ମଞ୍ଚ ତଳେ ବସିଥିବା ମହିଳା ।

ପଦ୍ମପୁର ଉପନିର୍ବାଚନ; ପ୍ରଚାର ସମୟରେ ଭାବବିହ୍ୱଳ ହେଲେ ବିଜେଡ଼ି ପାର୍ଥିନୀ ବର୍ଷା

ପଦ୍ମପୁର ଉପନିର୍ବାଚନ; ପ୍ରଚାର ସମୟରେ ଭାବବିହ୍ୱଳ ହେଲେ ବିଜେଡ଼ି ପାର୍ଥିନୀ ବର୍ଷା

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର: ଡିସେମ୍ବର ୫ ତାରିଖରେ ପଦ୍ମପୁର ଉପନିର୍ବାଚନ । ନାମାଙ୍କନ ଶେଷ ହୋଇଥିବା ବେଳେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ପାର୍ଥୀ । ମୋଟ ୧୩ ଜଣ ନାମାଙ୍କନ ଦାଖଲ କରିଥିବା ବେଳେ ତିନି ପ୍ରମୁଖ ଦଳର ପାର୍ଥୀଙ୍କ ଉପରେ ନଜର ରହିଛି । ବର୍ତ୍ତମାନ ତିନି ପାର୍ଥୀ ପ୍ରଚାରକୁ ଓହ୍ଲାଇଥିବା ବେଳେ ଆଗକୁ ବି ପ୍ରଚାର ଜମିବ ।

ପଦ୍ମପୁରରେ ବିଜେଡି ମାରାଥନ ପ୍ରଚାର ଆରମ୍ଭ କରିଛି ।  ପାଇକମାଳ ବ୍ଲକ ଦେବଦରହା ମାଆଙ୍କ ପୀଠରେ ପୂଜାର୍ଚ୍ଚନା କରି ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ପାର୍ଥିନୀ ବର୍ଷା ସିଂ ବରିହା । ଏହି ଅବସରରେ ବର୍ଷାରାଣୀ କହିଛନ୍ତି, ପଦ୍ମପୁରବାସୀ  ଆଶୀର୍ବାଦ ଦେବେ । ବାପା ବିଜୟ ରଞ୍ଜନ ସିଂ ବରିହାଙ୍କୁ ଯେଭଳି ବିଜୟୀ କରିଥିଲେ। ସେହିପରି ଭୋଟ ଦେଇ ବିଜୟୀ କରାଇବେ। ସବୁ ବର୍ଗର ଲୋକ ଯେପରି ସୁବିଧା ପାଇବେ ସେ ନେଇ ପ୍ରୟାସ କରିବେ ।

ତେବେ ପାଇକମାଳରେ ପ୍ରଚାର ସମୟରେ ଭାବବିହ୍ୱଳ ହୋଇ ପଡ଼ିଥିଲେ ବର୍ଷା। ଏପରି ଏକ ଭିଡିଓ ବେଶ୍ ଭାଇରାଲ ହେଉଛି। ଏକ ସଭାରେ ସମ୍ବୋଧିତ କରିବା ବେଳେ କାନ୍ଦି ପକାଉଛନ୍ତି ବର୍ଷା। ପ୍ରଚାର ସମୟରେ ବର୍ଷା କହୁଛନ୍ତି ଆପଣଙ୍କ ସୁଖ ଦୁଃଖରେ ରହିଥିବି ଏକଥା କହି ସେ କାନ୍ଦୁଥିବା ଦେଖିବାକୁ ମିଳିଛି। ଠିକ୍ ସେହି ସମୟରେ ମଞ୍ଚ ତଳେ ଥିବା ମହିଳାମାନେ ବି କାନ୍ଦୁଥିବା ଦେଖିବାକୁ ମିଳିଛି । ଏଭଳି ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ତେବେ ପାଇକମାଳରେ ପ୍ରଚାର ବେଳେ ବର୍ଷାଙ୍କ ସହିତ ରହିଥିଲେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଓ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର । ଦିବ୍ୟଶଙ୍କର ମିଶ୍ର କହିଛନ୍ତି ଯେ, ନବୀନ ବାବୁ ବିକାଶ ମୁଖୀ ଯୋଜନାକୁ ନଜରରେ ରଖି ପଦ୍ମପୁରବାସୀ ଭୋଟ ଦେବେ। ସେହିପରି ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର କହିଛନ୍ତି, ମହିଳା ଭୋଟ ବିଜୁ ଜନତା ଦଳ ସପକ୍ଷରେ ଯିବ । ତା ସହ ପଦ୍ମପୁର ଭୋଟର ବିଜେଡି ପ୍ରାର୍ଥୀଙ୍କୁ ହିଁ ବିଜୟର ସିରପା ପିନ୍ଧାଇବେ ।

ବିଜେପି ପାର୍ଥୀ ପ୍ରଦୀପ ପୁରୋହିତ ବି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ବିଜେପି ଆଜି ପାଇକମାଳ ବ୍ଲକର ବିଭିନ୍ନ ପଞ୍ଚାୟତରେ ମାରାଥନ ପ୍ରଚାର କରିଛି । ଦଳୀୟ ନେତା ରୋଡ଼ ଶୋ କରିବା ସହ ଡୋର ଟୁ ଡୋର କ୍ୟାମ୍ପେନିଂ କରିଛନ୍ତି।  ଚାଷୀଙ୍କ ସମସ୍ୟାକୁ ମୁଖ୍ୟ ପ୍ରସଙ୍ଗ କରି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ପ୍ରଦୀପ ପୁରୋହିତ । ସେ କହିଛନ୍ତି ପଦ୍ମପୁରବାସୀ ହିଁ ନିର୍ଣ୍ଣୟ କରିବେ ସେମାନେ କାହାକୁ ଭୋଟ ଦେବେ। ମାଟିର ପୁଅକୁ ଭୋଟ ଦେବେ ନା ପୁରୀ ଜିଲ୍ଲାର ବହୂକୁ ଭୋଟ ଦେବେ । ପଦ୍ମପୁରବାସୀ ଭଲ ଭାବେ ଜାଣିଛନ୍ତି ସେମାନଙ୍କ କଥାକୁ କିଏ ବିଧାନସଭାରେ ଉଠାଇ ପାରିବ । ବିଜେପି ବିଧାୟକ ଭାବେ ୨୦୧୪ ରୁ ୨୦୧୯ ସମୟରେ ପଦ୍ମପୁର ଅଞ୍ଚଳର ବିକାଶ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଇଛି। ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ସ୍ୱର ଉଠାଇଛି। କିନ୍ତୁ ବିଜେଡି ସରକାର ଚାଷୀଙ୍କୁ କେବଳ ପ୍ରତାରଣା ଦେଇଛି । ଯାହାର ଉଚିତ ଜବାବ ଦେବେ ପଦ୍ମପୁର ଭୋଟର । ପଦ୍ମପୁର ଉପନିର୍ବାଚନରେ ତ୍ରିମୁଖୀ ଫାଇଟ ହେଲେ ମଧ୍ୟ ବିଜେପି ଏଥର ବାଜିମାତ କରିବ ବୋଲି ସେ କହିଛନ୍ତି ।
Published by:Soubhagya Mishra
First published: