କମ୍ପୁଛି ପଦ୍ମପୁର ପ୍ରଚାର ମଇଦାନ; ବିଜେଡ଼ି ଓ ବିଜେପିର ହାଇଭୋଲଟେଜ ପ୍ରଚାର

ପଦ୍ମପୁରରେ ଆଜି ପାୱାର ସୋ କରୁଛି ବିଜେଡି-ବିଜେପି । ବିଜେଡ଼ି ପ୍ରାର୍ଥୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପ୍ରଚାର କରୁଥିବା ବେଳେ ବିଜେପି ପାଇଁ ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରଚାର କରୁଛନ୍ତି ।

  • News18 Odia
  • | December 02, 2022, 14:56 IST
    facebookTwitterLinkedin
    LAST UPDATED 2 MONTHS AGO

    AUTO-REFRESH

    HIGHLIGHTS

    14:56 (IST)

    ଉଭୟ ନବୀନ ଓ ବର୍ଷାଙ୍କୁ ସାମାଲୋଚନା କଲେ ସାଂସଦ ଅପରାଜିତା ଷଡଙ୍ଗୀ । କହିଲେ, ନବୀନ ପଟ୍ଟନାୟକ ହେଉଛନି ଭିଡିଓ କନଫରେନସିଂ ଚିଫ୍ ମିନିଷ୍ଟର । ବର୍ଷା ସତ୍ୟବାଦୀରେ ଛିଡା ହୋଇଥିଲେ, ମୁଁ ତାଙ୍କ ପାଇଁ ପ୍ରଚାର କରିଥାଆନ୍ତି ।

    14:43 (IST)

    ମାଆମାନଙ୍କ ସଶକ୍ତିକରଣ କଥା କହିଲେ ମୁଖ୍ୟମନ୍ତ୍ରୀ । କେନ୍ଦୁପତ୍ର ତୋଳାଳିମାନଙ୍କ କଥା ବି କହିଲେ । ନିର୍ବାଚନୀ ସଭାରେ ଦେଲେ ଉଦବୋଧନ ।

    14:41 (IST)

    ଅପରାଜିତା କହିଲେ ମୁଁ କହିବି ଏଇଟା ଆମର ସମସ୍ତଙ୍କ ଦୁର୍ଭାଗ୍ଯ । ୨୨ ବର୍ଷ ହେଲାଣି ବିଜେଡି ସରକାର ଗଢ଼ି ବସିଛି…

    14:27 (IST)

    ମୁଁ ଯୁଆଡେ ଯାଉଛି, ସମସ୍ତେ ବାପାଙ୍କ କଥା କହୁଛନ୍ତି । ମୋତେ ଭାରି କାନ୍ଦ ଲାଗୁଛି । ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିବା ସଭାରେ ଏମିତି କହି କାନ୍ଦି ପକାଇଲେ ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହା ।

    14:25 (IST)

    ପଦ୍ମପୁରରେ ପହଞ୍ଚିବା ପରେ ସଭାସ୍ଥଳକୁ ଏମିତି ଯାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହାତଯୋଡି ପ୍ରଣାମ କରିଥିଲେ ।

    14:24 (IST)

    ମୁଁ ଜିଲ୍ଲାପାଳ ଥିଲା ବେଳେ ଯେଉଁ ପିଲାମାନେ ଛୋଟଛୋଟ ଥିଲେ, ଆଜି ସେମାନେ ଯୁବକଯୁବତୀ: ଅପରାଜିତା

    14:24 (IST)

    ମୁଁ ଜିଲ୍ଲାପାଳ ଥିଲା ବେଳେ ଯେଉଁ ପିଲାମାନେ ଛୋଟଛୋଟ ଥିଲେ, ଆଜି ସେମାନେ ଯୁବକଯୁବତ: ଅପରାଜିତା

    News18 Odia Digital

    ପଦ୍ମପୁରରେ ଆଜି ପାୱାର ସୋ କରୁଛି ବିଜେଡି-ବିଜେପି । ବିଜେଡ଼ି ପ୍ରାର୍ଥୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପ୍ରଚାର କରୁଥିବା ବେଳେ ବିଜେପି ପାଇଁ ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରଚାର କରୁଛନ୍ତି ।

    ମୁଁ ଜିଲ୍ଲାପାଳ ଥିଲା ବେଳେ ଯେଉଁ ପିଲାମାନେ ଛୋଟଛୋଟ ଥିଲେ, ଆଜି ସେମାନେ ଯୁବକଯୁବତୀ…