ପଦ୍ମପୁର ଉପନିର୍ବାଚନ; ନେତାଙ୍କୁ ବାଛିଲା ବିଜୁ ଜନତା ଦଳ

ଧାମନଗର ପରି ଯେପରି ପଦ୍ମପୁରରେ ଫର୍ମୁଲା ଫେଲ୍ ନହୁଏ ସେଥିପାଇଁ ଦଳ ଏବେ ଚଳଚଞ୍ଚଳ । ଉପନିର୍ବାଚନ ପାଇଁ ଶାସକ ଦଳ ଏବେଠୁ ମାଷ୍ଟର ପ୍ଲାନ୍ ଲଗାଇଦେଇଛି ।

ପଦ୍ମପୁର ଉପନିର୍ବାଚନ; ନେତାଙ୍କୁ ବାଛିଲା ବିଜୁ ଜନତା ଦଳ

ପଦ୍ମପୁର ଉପନିର୍ବାଚନ; ନେତାଙ୍କୁ ବାଛିଲା ବିଜୁ ଜନତା ଦଳ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ଆସନ୍ତା ଡିସେମ୍ୱର ୫ ତାରିଖରେ ହେବ ପଦ୍ମପୁର ଉପନିର୍ବାଚନ । ସେଥିପାଇଁ ଏବେଠୁ ସଜାଗ ହୋଇଛି ଶାସକ ଦଳ ବିଜେଡି । ଧାମନଗର ପରି ଯେପରି ପଦ୍ମପୁରରେ ଫର୍ମୁଲା ଫେଲ୍ ନହୁଏ ସେଥିପାଇଁ ଦଳ ଏବେ ଚଳଚଞ୍ଚଳ । ଉପନିର୍ବାଚନ ପାଇଁ ଶାସକ ଦଳ ଏବେଠୁ ମାଷ୍ଟର ପ୍ଲାନ୍ ଲଗାଇଦେଇଛି । ଦଳର ବଛା ବଛା ନେତାଙ୍କୁ ପଦ୍ମପୁର ନିର୍ବାଚନ ମଣ୍ଡଳୀର ଦାୟିତ୍ୱ ଭାର ଦିଆଯାଇଛି ।

ଆସନ୍ତୁ ଜାଣିବା କାହାକୁ ମିଳିଛି କେଉଁ ଦାୟିତ୍ୱ ।

ପ୍ରଚାର ଏବଂ ପରିଚାଳନାକୁ ସଠିକ ଭାବରେ ତ୍ୱରାନ୍ୱିତ କରିବା ପାଇଁ ଦଳ ଭରସା କରିଛି ପ୍ରସନ୍ନ ଆଚାର୍ଯ୍ୟ ଓ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଉପରେ । ତେଣୁ ଏହି ଦାୟିତ୍ୱ ମିଳିଛି ଦୁଇଜଣଙ୍କୁ । ସେହିପରି ପ୍ରଥମ ପର୍ଯ୍ୟାୟରେ ୩ଟି ବ୍ଲକ ଦାୟିତ୍ୱରେ ୩ ଜଣ ଶାସକ ଦଳର ମନ୍ତ୍ରୀ ରହିବେ । ପଦ୍ମପୁର ବ୍ଳକରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ଝାରବନ୍ଧରେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଏବଂ ପାଇକମାଳରେ ମନ୍ତ୍ରୀ ନବ ଦାସ ନିର୍ବାଚନର ସ୍ଥିତି ପରଖିବା ସହ ଭୋଟରଙ୍କୁ କିପରି ଦଳ ସହ ଯୋଡିହେବ ସେ ଦାୟିତ୍ୱ ନେବେ ।

କେବଳ ସେତିକି ନୁହେଁ ପଶ୍ଚିମ ଓଡ଼ିଶାର କିଛି ନେତାଙ୍କୁ ମିଳିଛି ଜୋନ ଗୁଡିକର ଦାୟିତ୍ୱ । ମନ୍ତ୍ରୀ ଟୁକୁନି ସାହୁ, ସ୍ନେହାହ୍ଗିନୀ ଛୁରିଆ, ରୀତା ସାହୁ, ଦେବେଶ ଆଚାର୍ଯ୍ୟ, ପୁଷ୍ପେନ୍ଦ୍ର ସିଂ ଦେୋ, ସରୋଜ ମେହେର, ରୋହିତ ପୂଜାରୀ ଏବଂ ନିରଞ୍ଜନ ବିଶି ନିର୍ବାଚନ ମଣ୍ଡଳୀ ଗୁଡିକରେ ଦଳ ପାଇଁ କାର୍ଯ୍ୟ କରିବେ । ଏଥିସହ ଆଗକୁ ମଧ୍ୟ ଆହୁରି କିଛି ନେତା ଓ ଷ୍ଟାର ପ୍ରଚାରକ ତାଲିକା ବିଜେଡି ସୁତ୍ରରୁ ପ୍ରକାଶ କରାଯିବ ବୋଲି ଚର୍ଚ୍ଚା ରହିଛି ।

ପଦ୍ମପୁରରେ ବିଜୁ ଜନତା ଦଳ କାହାକୁ ପ୍ରାର୍ଥୀ କରିବ ସେନେଇ ସ୍ପଷ୍ଟ ହୋଇନଥିବାବେଳେ ପୂର୍ବତନ ବିଧାୟକ ବିଜୟ ରଞ୍ଜନ ବରିହାଙ୍କ ଦେହାନ୍ତ ପରେ ତାଙ୍କ ପତ୍ନୀଙ୍କୁ ଟିକେଟ ମିଳିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି ।
Published by:Soubhagya Mishra
First published: