ମାସକ ପରେ ପଦ୍ମପୁର ଉପନିର୍ବାଚନ; ଘୋଷଣା ହେଲା ତାରିଖ

ପଦ୍ମପୁର ଉପନିର୍ବାଚନ ପାଇଁ ଭୋଟ ଗ୍ରହଣର ତାରିଖ ଘୋଷଣା କରିଛନ୍ତି ଭାରତର ନିର୍ବାଚନ କମିସନ ।

ମାସକ ପରେ ପଦ୍ମପୁର ଉପନିର୍ବାଚନ; ଘୋଷଣା ହେଲା ତାରିଖ

ମାସକ ପରେ ପଦ୍ମପୁର ଉପନିର୍ବାଚନ; ଘୋଷଣା ହେଲା ତାରିଖ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନ ପାଇଁ ଭୋଟ ଗ୍ରହଣର ତାରିଖ ଘୋଷଣା କରିଛନ୍ତି ଭାରତର ନିର୍ବାଚନ କମିସନ । ଆସନ୍ତା ଡିସେମ୍ବର ୫ରେ ପଦ୍ମପୁର ଉପନିର୍ବାଚନ ଲାଗି ଭୋଟ ଗ୍ରହଣ କରାଯିବ । ପଦ୍ମପୁର ବିଧାୟକ ବିଜୟ ରଂଜନ ସିଂହ ବରିହାଙ୍କର ଅକ୍ଟୋବର ୩ ତାରିଖରେ ଦେହାନ୍ତ ହେବା ପରେ ଖାଲି ପଡ଼ିଛି ପଦ୍ମପୁର ବିଧାନସଭା ଆସନ । ତେବେ ଉପନିର୍ବାଚନ ପାଇଁ ଭାରତ ନିର୍ବାଚନ ଆୟୋଗ ଆଜି ତାରିଖ ଘୋଷଣା କରିଛନ୍ତି ।

ନଭେମ୍ୱର ୧୦ରେ ପଦ୍ମପୁର ଉପନିର୍ବାଚନ ନିମନ୍ତି ବିଜ୍ଞପ୍ତି ପ୍ରକାଶ ପାଇବ । ବିଜ୍ଞପ୍ତି ପ୍ରକାଶ ପାଇବାର ୭ଦିନ ମଧ୍ୟରେ ନାମାଙ୍କନପତ୍ର ଦାଖଲ ହେବ । ପରେ ନଭେମ୍ବର ୧୮ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ । ଡିସେମ୍ବର ୮ତାରିଖ ଭୋଟ ଗଣତି ଏବଂ ଡିସେମ୍ବର ୧୦ ତାରିଖ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା କାର୍ଯ୍ୟ ସମାପ୍ତ ହେବ ।
Published by:Soubhagya Mishra
First published: