ପଦ୍ମପୁର ଉପନିର୍ବାଚନ; ବିଜେପିରୁ ପ୍ରଦୀପ ପୁରୋହିତ !

ପଦ୍ମପୁରର ବିଜେପି ଚେହେରା ହେବେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ । ଔପଚାରିକ ଭାବେ ନା ଘୋଷଣା ହୋଇନଥିଲେ ପ୍ରଦୀପଙ୍କ ପ୍ରାର୍ଥିତ୍ଵ ନେଇ ସୂଚନା ଦେଇଛନ୍ତି ଦଳୀୟ ବିଧାୟିକା ।

ପଦ୍ମପୁର ଉପନିର୍ବାଚନ; ବିଜେପିରୁ ପ୍ରଦୀପ ପୁରୋହିତ !

ପଦ୍ମପୁର ଉପନିର୍ବାଚନ; ବିଜେପିରୁ ପ୍ରଦୀପ ପୁରୋହିତ !

  • News18 Odia
  • Last Updated :
  • Padmapur, India
  • Share this:
News 18 Odia Digital

ଭୁବନେଶ୍ୱର; ପଦ୍ମପୁରର ବିଜେପି ଚେହେରା ହେବେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ।  ଔପଚାରିକ ଭାବେ ନା ଘୋଷଣା ହୋଇନଥିଲେ ବି ଏହି ପୂର୍ବତନ ବିଧାୟକଙ୍କ ପ୍ରାର୍ଥିତ୍ଵକୁ ଦଳ ମୋହର ମାରିଛି । ଆସନ୍ତା ୧୪ ତାରିଖରେ ପାର୍ଥିପତ୍ର ଦାଖଲ କରିପାରନ୍ତି ବୋଲି ସୂଚନା ଦେଇଛନ୍ତି ବିଧାୟିକା କୁସୁମ ଟେଟେ ।

୨୦୧୯ ସାଧାରଣ ନିର୍ବାଚନରେ ୬ ହଜାରରୁ କମ ଭୋଟ ବ୍ୟବଧାନରେ ହାରିଥିବା ପ୍ରଦୀପଙ୍କୁ ଭରସା କରି ମଇଦାନକୁ ଓହ୍ଲାଇବ ବିଜେପି । ତାଙ୍କର କାର୍ଯ୍ୟଦକ୍ଷତା ଓ ସାଂଗଠନିକ ଦକ୍ଷତା ଆଧାରରେ ପ୍ରାର୍ଥି କରିବାକୁ ଦଳ ସ୍ଥିର କରିଛି । କେନ୍ଦ୍ରୀୟ କମିଟି ନା ଘୋଷଣା କରିନଥିଲେ ବି ଏହି ଆହ୍ୱାନକୁ ସ୍ୱୀକାର କରିଛନ୍ତି ପ୍ରଦୀପ । ସାଧାରଣ ନିର୍ବାଚନରେ କମ ଭୋଟ ବ୍ୟବଧାନରେ ହାରିଥିଲେ ବି ଏଥର ପଦ୍ମପୁରରେ ପଦ୍ମ ଫୁଟିବ ବୋଲି ସେ ଆଶାବାଦୀ ।

ପଦ୍ମପୁରରେ ପ୍ରମୁଖ ପ୍ରସଙ୍ଗ ପାଲଟିଛି ଚାଷୀ ସମସ୍ୟା । ଚାଷୀଙ୍କ ବହୁବିଧ ସମସ୍ୟା ସହ ସ୍ଥାନୀୟ ସମସ୍ୟାକୁ ମୁଖ୍ୟ ଅସ୍ତ୍ର କରି ନିର୍ବାଚନ ମଇଦାନକୁ ଓହ୍ଲାଇବ ଦଳ । ଧାମନଗର ଷ୍ଟାଇଲରେ ରଣନୀତି ପ୍ରସ୍ତୁତ କରିବା ସହ ପ୍ରଚାର ମଇଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ । ସୁରଜଙ୍କ ବିଜୟ ବିଜେଡି ବିଜୟ ଧାରାକୁ ରୋକିଥିବା ବେଳେ ପଦ୍ମପୁରରେ ବି ରିପିଟ ହେବ ବୋଲି ବିଜେପି ଆଶା ବାନ୍ଧିଛି । ପ୍ରଦୀପ ପୁରୋହିତ କହିଛନ୍ତି " ବିଜେପି ଏଥର ପଦ୍ମପୁରରେ ନିଶ୍ଚୟ ଜିତିବ । ୨୦୧୯ରେ କଂଗ୍ରେସ ଭୋଟ ବିଜେଡି ଆଡ଼କୁ ପଲାଇଥିଲା । କିନ୍ତୁ ଏଥର ବିଜେପିକୁ ଲୋକେ ଭୋଟ ଦେବାକୁ ସ୍ଥିର କରିଛନ୍ତି । ପଦ୍ମପୁରରେ ଶାସକ ଦଳ ସହ ଲୋକଙ୍କ ଲଢେଇ ହେବ । ହାରିବା ଭୟରେ ଏବେଠୁ ନେତା ମାନେ ଡେରା ପକାଇ ବସିଲେଣି । କିନ୍ତୁ କିଛି କାମ ଦେବନି ବୋଲି ସେ କହିଛନ୍ତି । ବିଜେଡିରୁ କିଏ ହେବ ପଦ୍ମପୁର ଫେସ । ଦିବଂଗତ ସଦସ୍ୟଙ୍କ ପରିବାରରୁ ନା ବାହାରୁ ହେବେ ପାର୍ଥୀ । ଏନେଇ ଦଳୀୟ ମହଲରେ ତର୍ଜମା ଚାଲିଥିବା ବେଳେ ବାରିହାଙ୍କ ପରିବାରରୁ ବି ଦାବି ଉଠୁଛି । ଦଳ ସବୁବେଳେ ଅନୁକମ୍ପା କାର୍ଡ ଖେଳିଥିବା ବେଳେ ଚଳିତ ଥର ବି ହୋଇପାରେ ପୁନରାବୃତ୍ତି । ବିଜେଡି ବିଧାୟକ ଭୂପିନ୍ଦର ସିଂ କହିଛନ୍ତି" ପାର୍ଥୀ  ଯିଏ ହେଉ ନା କାହିଁ ନବୀନଙ୍କ ଭାବମୂର୍ତ୍ତି ଓ ସରକାରଙ୍କ ବିକାଶମୂଳକ କାର୍ଯ୍ୟକୁ ଆଧାର କରି ମଇଦାନକୁ ଓହ୍ଲାଇବ ଦଳ । ରାଜ୍ୟ ସରକାର ଚାଷୀଙ୍କ ସହିତ ଥିବାବେଳେ କାମ ଦେବନି ବିରୋଧୀଙ୍କ ଚାଷୀ ପଲିଟିକ୍ସ।  ବିଜେଡ଼ିର ଦବଦବା ଥିବା ପଦ୍ମପୁର ଦଖଲରେ ରହିବ ବୋଲି ବିଜେଡି ଦୃଢୋକ୍ତି କରିଛି । କଂଗ୍ରେସର ବି ରହିଛି ପକେଟ ଭୋଟ । ଖେଳ ଓଲଟ ପାଲଟ କରିବା ଲକ୍ଷ୍ୟରେ ଭେଟରାନ ସତ୍ୟଭୂଷଣ ସାହୁଙ୍କ ଭରସା କରିପାରେ ଦଳ । ଶେଷଥର ପାଇଁ ୨୦୦୪ରେ ପଦ୍ମପୁର ହାତେଇ ଥିବା କଂଗ୍ରେସ ମ୍ୟାଜିକ କରିବାକୁ ଲକ୍ଷ ରଖିଛି । କଂଗ୍ରେସରୁ ସତ୍ୟ ଭୂଷଣ ସାହୁଙ୍କ ନା ଚର୍ଚ୍ଚାକୁ ନେଇ ଆଶାୟୀ ପ୍ରାର୍ଥୀ ସତ୍ୟଭୂଷଣ ସାହୁ କହିଛନ୍ତି " ଦଳ ଭିତରେ ମତେ ନେଇ ଏଭଳି ଚର୍ଚ୍ଚାରେ ଥିବା କଥା ମୁଁ ମଧ୍ୟ ଶୁଣୁଛି । ତେବେ ଦଳର ନିଷ୍ପତ୍ତି ଯାହା ହେବ ତାକୁ ମୁଁ ସ୍ୱୀକାର କରିବି । ଦେଶରେ ଏକ ମାତ୍ର ଦଳ କଂଗ୍ରେସ ଯିଏ ସ୍ଥିର ସରକାର ଦେଇପାରିବା କ୍ଷମତା ରଖେ । ତେଣୁ ସେଠାରେ ଭୋଟର କଂଗ୍ରେସକୁ ଆଶୀର୍ବାଦ କରିବେ । ତାଛଡା ମୁଁ ତିନିଥର ବିଧାୟକ ଥିଲି। ଲୋକଙ୍କ ମନରେ ଅଛି । ତେଣୁ ମତେ ଭୋଟ ମିଳିବ ବୋଲି ସେ କହିଛନ୍ତି । ପଦ୍ମପୁରରେ ହେବ ହାଇ ଭୋଲ୍ଟେଜ୍ ଲଢେଇ। ୨୦୨୪ ନିର୍ବାଚନ ପୂର୍ବରୁ ଧାମନଗର ଫଳାଫଳ ବିଜେପି ସପକ୍ଷରେ ଯାଇଥିବାରୁ ନିଜ ସିଟକୁ ଦଖଲରେ ରଖିବାକୁ ବିଜେପୁର ରଣନୀତି କରିଛି ଶାସକ ଦଳ । ବିଜେପି ବ୍ୟାକ କରିବାକୁ ନୂଆ ରଣନୀତି କରିଥିବା ବେଳେ ନିଜର ଦବଦବା ଜାହିର କରିବାକୁ କଂଗ୍ରେସ ଅଣ୍ଟା ଭିଡିଛି ।
Published by:Soubhagya Mishra
First published: