ପଦ୍ମପୁର ଉପନିର୍ବାଚନ; ବର୍ଷା ବରିହା ବିଜେଡି ପ୍ରାର୍ଥୀ... ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ବର୍ଷା

ପଦ୍ମପୁର ଉପନିର୍ବାଚନରେ ବର୍ଷାରାଣୀ ବରିହାଙ୍କୁ ବିଜେଡି ପ୍ରାର୍ଥୀ ଭାବରେ ଚୟନ କରିଛି । ଦିବଙ୍ଗତ ବିଜୟରଞ୍ଜନ ସିଂ ବରିହାଙ୍କ ଝିଅ ବର୍ଷା ଏଥର ନିର୍ବାଚନ ମୈଦାନରେ କଂଗ୍ରେସ ଓ ବିଜେପି ସହ ନିର୍ବାଚନ ଲଢିବେ ।

ପଦ୍ମପୁର ଉପନିର୍ବାଚନ; ବର୍ଷା ବରିହା ବିଜେଡି ପ୍ରାର୍ଥୀ

ପଦ୍ମପୁର ଉପନିର୍ବାଚନ; ବର୍ଷା ବରିହା ବିଜେଡି ପ୍ରାର୍ଥୀ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ପଦ୍ମପୁର ଉପନିର୍ବାଚନରେ ବର୍ଷାରାଣୀ ବରିହାଙ୍କୁ ବିଜେଡି ପ୍ରାର୍ଥୀ ଭାବରେ ଚୟନ କରିଛି । ଦିବଙ୍ଗତ ବିଜୟରଞ୍ଜନ ସିଂ ବରିହାଙ୍କ ଝିଅ ବର୍ଷା ଏଥର ନିର୍ବାଚନ ମୈଦାନରେ କଂଗ୍ରେସ ଓ ବିଜେପି ସହ ନିର୍ବାଚନ ଲଢିବେ ।



ବିଜେପିରୁ ପ୍ରଦୀପ ପୁରୋହିତ ଓ କଂଗ୍ରେସରୁ ସତ୍ୟଭୂଷଣ ସାହୁ ପ୍ରାର୍ଥୀ ହେବା ପରେ ବିଜେଡିରୁ କିଏ ପ୍ରାର୍ଥୀ ହେବ ସେନେଇ ଚର୍ଚ୍ଚା ଓ ବିତର୍କ ଲାଗି ରହିଥିଲା । ଶେଷରେ ପଦ୍ମପୁର ଉପନିର୍ବାଚନ ପାଇଁ ଦିବଂଗତ ବିଧାୟକ ବିଜୟ ରଂଜନ ବରିହାଙ୍କ ଝିଅ ବର୍ଷାରାଣୀ ବରିହାଙ୍କୁ ଟିକଟ ଦେଇ ତାଙ୍କ ଉପରେ ଭରସା କରିଛି ବିଜୁ ଜନତା ଦଳ। ତାଙ୍କୁ ପଦ୍ମପୁର ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି।

ଦିବଂଗତ ବିଧାୟକ ବିଜୟ ରଂଜନ ସିଂ ବରିହାଙ୍କ ଧର୍ମପତ୍ନୀ ତିଳୋତ୍ତମା ସିଂ ବରିହାଙ୍କ ନାଁକୁ ନେଇ ଆରମ୍ଭରୁ ଚର୍ଚ୍ଚା ହେଉଥିଲା । ପରେ ତାଙ୍କ ଦୁଇ ଝିଅଙ୍କ ନାଁ ମଧ୍ୟ ସାମ୍ନାକୁୁ ଆସିଥିଲା । କିନ୍ତୁ ଏବେ ସବୁ ଅପେକ୍ଷାର ଅନ୍ତ ଘଟିଛି ।

ସେପଟେ, ବର୍ଷା ପ୍ରତିକ୍ରିୟା ରଖି କହିଛନ୍ତି ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ମୁଁ ଧନ୍ୟବାଦ ଦେଉଛି, ମୁଖ୍ୟମନ୍ତ୍ରୀ ମୋ ଉପରେ ଆସ୍ଥା ଭରଷା ରଖି ମତେ ବାଛିଛନ୍ତି । ବାପାଙ୍କ ଠାରୁ ମୁଁ ରାଜନୀତି ଗୋଟି ଚାଳନା ଶିଖିଛି । ଆସନ୍ତା ୧୬ ତାରିଖ ଦିନ ନାମାଙ୍କନ ପତ୍ର ଦାଖଲ କରିବେ ବର୍ଷା ।
Published by:Soubhagya Mishra
First published: