ପଦ୍ମପୁର ଉପନିର୍ବାଚନ; ମଇଦାନରେ ୧୦ ପ୍ରାର୍ଥୀ ... ଭୋଟ ଦିନ ନିୟୋଜିତ ହେବେ ୪୧ ପ୍ଲାଟୁନ ଫୋର୍ସ

ପଦ୍ମପୁର ମଇଦାନରେ ୧୦ ପାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା । ୩୧୯ ମତଦାନ କେନ୍ଦ୍ରରେ ମତଦାନ ସାବ୍ୟସ୍ତ କରିବେ ୨ ଲକ୍ଷ ୫୭ ହଜାର ୪୭୪ ଭୋଟର।

ପଦ୍ମପୁର ଉପନିର୍ବାଚନ; ମଇଦାନରେ ୧୦ ପ୍ରାର୍ଥୀ ... ଭୋଟିଂରେ ନିୟୋଜିତ ହେବେ ୪୧ ପ୍ଲାଟୁନ ଫୋର୍ସ

ପଦ୍ମପୁର ଉପନିର୍ବାଚନ; ମଇଦାନରେ ୧୦ ପ୍ରାର୍ଥୀ ... ଭୋଟିଂରେ ନିୟୋଜିତ ହେବେ ୪୧ ପ୍ଲାଟୁନ ଫୋର୍ସ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ପଦ୍ମପୁର ଉପନିର୍ବାଚନ ପାଇଁ କମ୍ପୁଛି ପ୍ରଚାର ମଇଦାନ । ସବୁ ଦଳର ମାଳ ମାଳ ନେତା ଏବେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ଭୋଟରଙ୍କୁ ନିଜ ସପକ୍ଷରେ ନେବାକୁ ଭରପୁର ଉଦ୍ୟମ ଜାରି ରଖିଛନ୍ତି ତିନି ରାଜନୈତିକ ଦଳ ବିଜେପି , ବିଜେଡି ଓ କଂଗ୍ରେସ । ଆରୋପ ପ୍ରତ୍ୟାରୋପ ରାଜନୀତି ବି ଜୋର ଧରିଛି। ବିଜେପି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି । ସାଧାରଣ ସମ୍ପାଦିକା ଲେଖାସ୍ରି ସାମନ୍ତ ସିଂହାର ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଭେଟି ନିର୍ବାଚନ ଆଚରଣ ବିଧି ଉଲଙ୍ଘନ ଅଭିଯୋଗ କରିଛି ।  ପଦ୍ମପୁର ଉପନିର୍ବାଚନରେ ବିଜେଡ଼ି ଆଦର୍ଶ ଆଚରଣ ବିଧି ଉଲଂଘନ କରୁଥିବା ନେଇ ଅଭିଯୋଗ କରିଛି ବିଜେପି । ରବିବାର ପଦ୍ମପୁରଠାରେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଏବଂ ବିଜେଡ଼ିର ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସରକାରୀ କର୍ମଚାରୀମାନଙ୍କ ସହ ବୈଠକ କରିଥିଲେ । ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ବାସଭବନରେ ଜିଆରଏସ, ଏମବିକେ, ସିଆରପି ଏବଂ ମିଶନ ଶକ୍ତିର ନେତା ମାନଙ୍କୁ ଏହି ବୈଠକରେ ଡକା ଯାଇଥିଲା ବୋଲି ବିଜେପି ଅଭିଯୋଗ କରିଛି ।

ରାଜେନ୍ଦ୍ର ଢୋଲକିଆ ଏବଂ ପ୍ରଣବ ପ୍ରକାଶ ଦାସ ସରକାରୀ କର୍ମଚାରୀଙ୍କୁ ଉପନିର୍ବାଚନରେ ବିଜେଡ଼ି ପାଇଁ କାମ କରିବାକୁ ଆହ୍ୱାନ କରିଥିଲେ । କେଉଁ ପଞ୍ଚାୟତର କେଉଁ ବୁଥରେ କେତେ ଟଙ୍କା ବଣ୍ଟା ହେବ, କେଉଁଠି ଲୋକଙ୍କୁ ବିଜେଡ଼ିକୁ ଭୋଟ ଦେବା ପାଇଁ ପ୍ରଭାବିତ କରାଯିବ, ସେଥିପାଇଁ ସରକାରୀ କର୍ମଚାରୀଙ୍କୁ ବିଜେଡ଼ି ପକ୍ଷରୁ ନିୟୋଜିତ କରାଯାଇଛି ବୋଲି ବିଜେପି ଅଭିଯୋଗ କରିଛି । ସିଇଓଙ୍କୁ  ଫୋଟୋ ଦେବା ସହ ଏହା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେପି । ଏହାସହ ରୋହିତ ପୂଜାରୀ ସରକାରୀ ଅଧ୍ୟାପକଙ୍କୁ ନେଇ ବୈଠକ କରିବା ପ୍ରସଙ୍ଗରେ ବି ସାନି ଅଭିଯୋଗ କରିଛି ବିଜେପି । ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କୁ  ୨୪ ଘଣ୍ଟା ଭିତରେ ଗିରଫ କରାନଗଲେ ସିଇଓ ଅଫିସ ଆଗରେ ତମ୍ବୁ ମାରି ଧାରଣା ଦିଆଯିବ ବୋଲି ବିଜେପି ଚେତାବନୀ ଦେଇଛି ।

ଅଭିଯୋଗର ଜବାବ ରଖି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି " ସେମାନେ ସବୁବେଳେ ସେପରି ଅଭିଯୋଗ ଆଣନ୍ତି। ଯଦି କିଛି ସତ୍ୟତା ଥିବ ରାଜ୍ୟ ନିର୍ବାଚନ ଅଧିକାରୀ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବେ। ଗୋଟେ ପଟେ ରାଜନୈତିକ ଦଳ ନିର୍ବାଚନ ବୈତରଣୀ ପାର ହେବାକୁ ଉଦ୍ୟମ ଜାରି ରଖିଥିବା ବେଳେ ପ୍ରଶାସନିକ ପ୍ରସ୍ତୁତି ବି ଜୋର୍ ଧରିଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି, ସୋମବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ଶେଷ ତାରିଖ ଥିବା ବେଳେ ପଦ୍ମପୁର ମଇଦାନରେ ୧୦ ପ୍ରାର୍ଥୀ ରହିଛନ୍ତି ।  ମୋଟ ୧୩ ଜଣ ନାମାଙ୍କନ କରିଥିବା ଯାଞ୍ଚ ବେଳେ ୨ ଜଣଙ୍କର ନାକଚ ହୋଇଥିଲା । ଜଣେ ପ୍ରତ୍ୟାହାର କରିଛନ୍ତି। ଏବେ ମଇଦାନରେ ୧୦ ପାର୍ଥୀ ରହିଛନ୍ତି । ମତଦାନ ସମୟ ସମୟ ସକାଳ ୭ ଟାରୁ ଅପରାହ୍ନ ୪ଟା ରହିବ । ୮୦ ବର୍ଷ ରୁ ଉର୍ଦ୍ଧ୍ବ ଓ ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ପୋଷ୍ଟାଲ ବ୍ୟାଲଟ କରାଯାଇଛି ।

ପଦ୍ମପୁରରେ ୨ ଲକ୍ଷ ୫୭ ହଜାର ୪୭୪ ଭୋଟର ରହିଛନ୍ତି। ପୁରୁଷ ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୨୯ ହଜାର ୪୯୭ । ମହିଳା ଭୋଟରଙ୍କ ସଂଖ୍ୟା ୧ଲକ୍ଷ ୨୭ ହଜାର ୫୬୫ । ୩୧୯ ମତଦାନ କେନ୍ଦ୍ର ରହିଛି । କିଛି ମତଦାନ କେନ୍ଦ୍ରର ନା ପରିବର୍ତ୍ତନ ହୋଇଥିଲେ ବି ସ୍ଥାନ ସମାନ ରହିଛି। ଭୋଟର ଦ୍ୱନ୍ଦରେ ନ ରହିବାକୁ  ପରାମର୍ଶ। ପୂର୍ବରୁ ଯେଉଁଠି ଭୋଟ ଦେଇଥିଲେ ସେହି ସ୍ଥାନରେ ଭୋଟ ଦେବେ ଭୋଟର। ୨୮୪  ବ୍ୟାଲଟ ପାଇଁ ଆବେଦନ କରିଛନ୍ତି। ପୋଲିଂ ଅଧିକାରୀଙ୍କ ନିଯୁକ୍ତି ପ୍ରକ୍ରିୟା ସରିବା ପରେ ପ୍ରଥମ ପର୍ଯ୍ୟାୟ ତାଲିମ ଦିଆଯାଇଛି। ବେଆଇନ ଭାବେ ଲାଗିଥିବା ୨୦୫୮ ପୋଷ୍ଟର ବ୍ୟାନର କଢ଼ାଯାଇଛି । ୧୦୪ nbw କରାଯାଇଛି। ଅବକାରୀ ବିଭାଗ ପକ୍ଷରୁ ୧୧୪ ମାମଲା ରୁଜୁ କରାଯାଇଛି। ୭୪ ଜଣଙ୍କୁ ଗିରଫ କରାଯାଇଛି। ୬୦ ଲକ୍ଷ ଟଙ୍କାର ସମ୍ପତି ଜବତ କରାଯାଉଛି। ନିର୍ବାଚନ ଦିନ ପଦ୍ମପୁର ଅଞ୍ଚଳରେ ପେଡ ହଲି ଡେ ଘୋଷଣା କରାଯାଇଛି । ସମୁଦାୟ ବୁଧ ଗୁଡିକ ମଧ୍ୟରୁ ୭୪ଟି ବୁଥ ମାଓ ପ୍ରଭାବିତ ଅଞ୍ଚଳରେ ରହିଛି।  ୭୮ ଟି  ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି । ଏଥିସହ ୯ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯିବ । ଆଇଶୃଙ୍ଖଳା ପାଇଁ ମୋଟ ୪୧ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ।  ନିର୍ବାଚନ ପରିଚାଳନା ପାଇ ୩ ଜଣ ଅବଜରଭର ରହିବେ।
Published by:Soubhagya Mishra
First published: