ପଦ୍ମପୁର ଉପନିର୍ବାଚନ ପାଇଁ ଭୋଟିଂ; ଦିନ ୩ଟା ସୁଦ୍ଧା ୬୫.୨୮ ପ୍ରତିଶତ ମତଦାନ

ପଦ୍ମପୁର: ଆଜି ପଦ୍ମପୁର ଉପନିର୍ବାଚନ ପାଇଁ ଭୋଟିଂ। ସକାଳ ୭ଟାରୁ ଆରମ୍ଭ ହେଲା ମତଦାନ ପ୍ରକ୍ରିୟା। ସକାଳ ୭ଟାରୁ ନେଇ ଅପରାହ୍ନ ୪ଟା ଯାଏଁ ହେବ ମତଦାନ। ଏଥିପାଇଁ ପୁଲିଂ ବୁଥ ଗୁଡ଼ିକରେ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ଶେଷ ହୋଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ନିର୍ବାଚନ ପାଇଁ ସୁରକ୍ଷାବଳ ଭିତରେ ରହିଛି ପଦ୍ମପୁର ନିର୍ବାଚନମଣ୍ଡଳୀ। ବିଶେଷ କରି ଟଙ୍କା ବଣ୍ଟାର ଏକାଧିକ ଅଭିଯୋଗ ଭିତରେ, ଶୃଙ୍ଖଳିତ ନିର୍ବାଚନ ପରିଚାଳନା ପୋଲିସ ପ୍ରଶାସନ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ସାଇଲେନ୍ସ ପରିୟଡରେ ବେଆଇନ ଗତିବିଧି ଉପରେ ନଜର ରଖିବା ପାଇଁ ବରଗଡ଼ ଏସପି ଏବଂ ଜିଲ୍ଳାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

  • News18 Odia
  • | December 05, 2022, 16:34 IST
    facebookTwitterLinkedin
    LAST UPDATED 2 MONTHS AGO

    AUTO-REFRESH

    HIGHLIGHTS

    16:33 (IST)

    ୮୯ ବୁଥ ରେ ବର୍ତ୍ତମାନ୍ ମତଦାନ ଜାରି ରହିଛି। ୭୮ ବୁଥ ରେ ୧୦୦୦ ରୁ ଅଧିକ ଭୋଟର। ୧୧ ବୁଥରେ ୧୨୦୦ ଭୋଟର ରହିଥିଲେ। ଏବେ ବି  ୧୨ ହଜାର ଭୋଟର ଲାଇନ୍ ରେ ଅଛନ୍ତି। ମତଦାନ ଶେଷ ହେବା ପାଇଁ ପ୍ରାୟ ସନ୍ଧ୍ୟା ସାଢେ଼ ୬ ଟା ହୋଇ ପାରେ। ୨୦୧୯ ସାଧାରଣ ନିର୍ବାଚନରେ ୭୯.୦୫ ପ୍ରତିଶତ ମତଦାନ ଥିଲା। ଚଳିତ ଥର ମଧ୍ୟ ସମାନ ହେବ ବୋଲି ଆଶା କରାଯାଉଛି। କୌଣସି ଆଇନଶୃଙ୍ଖଳା ସ୍ଥିତି ଉପୁଜି ନାହି।  
    - ଏସ. କେ. ଲୋହାନୀ,ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

    16:32 (IST)

    ପଦ୍ମପୁରରେ ସରିଲା ଭୋଟ । ଲମ୍ୱା ଧାଡିରେ ଠିଆ ହୋଇ ଭୋଟ ଦେଲେ ଲୋକ ।

    16:1 (IST)

    ମାଓ ଇଲାକାରେ ମତଦାନ । ପଦ୍ମପୁରରେ ୪ ଟି ଗାଁ ଭୋଟ ଦେଉଛନ୍ତି ଲୋକ । ସକାଳ ୭ରୁ ୧୯୧ନଂ ବୁଥରେ ଶାନ୍ତି ସହକାରେ ଭୋଟିଂ ହେଉଛି ।

    15:38 (IST)

    ଲୋକଙ୍କ ମନରେ ଧାରଣା ହେଲା ଦରକାର ପଡିଲେ ବିଜେଡି ବି ହାରିଯାଇପାରେ : ଐରଖାରବେଳ ସ୍ୱାଇଁ

    15:29 (IST)

    ପାଇକମାଳରେ ଚାଲିଛି ଭୋଟିଂ। ମୌଳିକ ଅଧିକାର ସାବ୍ୟସ୍ତ ପାଇଁ ଲାଗିଛି ଲମ୍ବା ଲାଇନ୍‌

    15:14 (IST)

    ପଦ୍ମପୁରରେ ବହୁତ ‘ସାଇଲେଣ୍ଟ୍ ଭୋଟର୍’ ଅଛନ୍ତି । ପ୍ରତିଦ୍ୱନ୍ଦିତା ଖୁବ୍ ଜୋରରେ ଲାଗିଛି: ନିରଞ୍ଜନ ପଟ୍ଟନାୟକ

    15:7 (IST)

    ଆଜି ପଦ୍ମପୁର ଉପନିର୍ବାଚନ ପାଇଁ ଭୋଟିଂ। ଦିନ ୩ଟା ସୁଦ୍ଧା ୬୫.୨୮ ପ୍ରତିଶତ ମତଦାନ

    15:5 (IST)

    ପୁଅ ବୋହୂଙ୍କ ସହ ଆସି ଭୋଟ୍ ଦେଲେ ପ୍ରଦୀପ ପୁରୋହିତଙ୍କ ମାଆ

    14:56 (IST)

    ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡି । ଲେନିନ ମହାନ୍ତିଙ୍କ ନେତୃତ୍ୱରେ ବିଜେଡି ଟିମ ଆଜି ସିଇଓ ନିକଟରେ ଫେରାଦ ହୋଇଛି । ବିଜେଡି  ଅଭିଯୋଗ କରିଛି ଅବାଧ ଓ ନିରପେକ୍ଷ ନିର୍ବାଚନ ହେବା ପାଇଁ  ଆଶା କରାଯାଉଥିଲା। କିନ୍ତୁ ବିଜେପି ତାର ବିଭିନ୍ନ ଉପାୟରେ ଟଙ୍କା ବାଣ୍ଟୁଛି । 

    14:20 (IST)

    ଦିନ ୧ଟା ସୁଦ୍ଧା ୪୬.୯୬ ପ୍ରତିଶତ ମତଦାନ ହୋଇଛି। ତେବେ ଶାନ୍ତି ଶୃଙ୍ଖଳାରେ ଚାଲିଛି ମତଦାନ ପ୍ରକ୍ରିୟା । ୧୨ ଜଣ ଜୋନାଲ ମାଜିଷ୍ଟ୍ରେଟ, ୩୬ ସେକ୍ସନ ଅଫିସର, ୪୫ ମୋବାଇଲ ପୋଲିସ ପାର୍ଟି ଯାଞ୍ଚ କରୁଛନ୍ତି। ମକ ପୋଲ ସମୟରେ ୪ଟି ବୁଥରେ ଇଭିଏମ ତ୍ରୁଟି ଦେଖା ଦେଇଥିଲା।

    ପଦ୍ମପୁର: ଆଜି ପଦ୍ମପୁର ଉପନିର୍ବାଚନ ପାଇଁ ଭୋଟିଂ। ସକାଳ ୭ଟାରୁ ଆରମ୍ଭ ହେଲା ମତଦାନ ପ୍ରକ୍ରିୟା। ସକାଳ ୭ଟାରୁ ନେଇ ଅପରାହ୍ନ ୪ଟା ଯାଏଁ ହେବ ମତଦାନ। ଏଥିପାଇଁ ପୁଲିଂ ବୁଥ ଗୁଡ଼ିକରେ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ଶେଷ ହୋଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ନିର୍ବାଚନ ପାଇଁ ସୁରକ୍ଷାବଳ ଭିତରେ ରହିଛି ପଦ୍ମପୁର ନିର୍ବାଚନମଣ୍ଡଳୀ। ବିଶେଷ କରି ଟଙ୍କା ବଣ୍ଟାର ଏକାଧିକ ଅଭିଯୋଗ ଭିତରେ, ଶୃଙ୍ଖଳିତ ନିର୍ବାଚନ ପରିଚାଳନା ପୋଲିସ ପ୍ରଶାସନ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ସାଇଲେନ୍ସ ପରିୟଡରେ ବେଆଇନ ଗତିବିଧି ଉପରେ ନଜର ରଖିବା ପାଇଁ ବରଗଡ଼ ଏସପି ଏବଂ ଜିଲ୍ଳାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

    ଶୃଙ୍ଖଳିତ ମତଦାନ ପାଇଁ ୧୨୦ଟି ବୁଥରେ ୱେବକାଷ୍ଟିଂ, ୬୬ଟି ବୁଥରେ ସିସିଟିଭି ବ୍ୟବସ୍ଥା, ୧୫ଟି ମଡେଲ ବୁଥ ଏବଂ ୬ଟି ପିଙ୍କ୍ ବୁଥରେ ଭୋଟିଂ ବ୍ୟବସ୍ଥା କରାଯାଇଛି। ସେହିପରି ସୁରକ୍ଷା ଦୃଷ୍ଟିରେ ରଖି ପୋଲିସ ଫୋର୍ସ ସହ ୯ଟି ସିଆରପିଏଫ କମ୍ପାନୀକୁ ନିଯୁକ୍ତ କରାଯାଇଛି। ଉତ୍ତେଜନାପୂର୍ଣ୍ଣ ଓ ସମ୍ବେଦନଶୀଳ ବୁଥ ଗୁଡ଼ିକ ଉପରେ ପୋଲିସ ଓ ପ୍ରଶାସନର ସ୍ୱତନ୍ତ୍ର ନଜର ରହିଛି।

    ୧୧୨ ବୁଥରେ ସିଆର୍‌ପିଏଫ୍‌ ଫୋର୍ସ ଯଗିଛନ୍ତି। ଏହା ସହ ଏସଓଜି ଓ ଡିପିଏଫ୍‌ ମଧ୍ୟ ସୁରକ୍ଷା ପାଇଁ ରହିଛନ୍ତି। ମାଓବାଦୀର କୌଣସି ଭୟନାହିଁ। କିପରି ସୁରକ୍ଷିତ ମତଦାନ ହେବ ସେଥିପାଇଁ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଏହାସହ ୪୫ଗୋଟି ମୋବାଇଲ୍‌ ଟିମ ଅଛନ୍ତି। ୪ଟି ସୁପର ଭାଇଜର ପାର୍ଟି ଅଛନ୍ତି। ଏହାସହ ୨୨ଗୋଟି ନାକାବନ୍ଦୀ କରାଯାଇଛି। ସେଥିରୁ ୧୦ଟି ଛତିଶଗଡ଼ ସୀମାରେ ଅଛି। ସେଠି ମଦ୍ୟ କଡ଼ାକଡ଼ି ଯାଞ୍ଚ କରାଯାଉଛି।

    ପଦ୍ମପୁରରେ ସମୁଦାୟ ୨ ଲକ୍ଷ ୫୭ ହଜାର ୪୭୪ ଭୋଟର ରହିଥିବାବେଳେ ପୁରୁଷ ଭୋଟକଙ୍କ ସଂଖ୍ୟା ୧ ଲକ୍ଷ ୨୯ ହଜାର ୪୯୭ ରହିଛି। ସେହିପରି ମହିଳା ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୨୭ ହଜାର ୫୬୫ ରହିଛି।

    ଏହି ନିର୍ବାଚନରେ ବିଜେଡି, ବିଜେପି ଓ କଂଗ୍ରେସ ପ୍ରତିଦ୍ବନ୍ଦ୍ବୀଙ୍କ ସମେତ ମୋଟ ୧୦ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ତିନି ବ୍ଲକର ମୋଟ ୨ ଲକ୍ଷ ୬୯ ହଜାରରୁ ଅଧିକ ମତଦାତା।

    ନିର୍ବାଚନମଣ୍ତଳୀରେ ସମୁଦାୟ ୩୧୯ଟି ବୁଥ୍‌ରୁ ୪୬ଟି ମାଓ ଅଧ୍ୟୁଷିତ ଇଲାକାରେ ରହିଛି। ୧୫୨ଟି ସମ୍ବେଦନଶୀଳ ଓ କ୍ରିଟିକାଲ୍‌ ବୁଥ୍‌ ରହିଛି। ଏହି ବୁଥ୍‌ଗୁଡ଼ିକରେ ଶାନ୍ତି ଶୃଙ୍ଖଳାର ସହିତ ମତଦାନ ପାଇଁ ସିସିଟିଭି ଓ ୱେବ୍‌ କ୍ୟାମେରା ବ୍ୟବହାର ସହ ବୁଥ୍ ପିଛା ଜଣେ ମାଇକ୍ରୋ ଅବଜର୍ଭର ରହିଛନ୍ତି।

    ପଦ୍ମପୁର ଉପନିର୍ବାଚନ ମଇଦାନରେ ଥିବା ୧୦ ଜଣ ପ୍ରାର୍ଥୀ ନିଜର ଭାଗ୍ୟ ନିର୍ଦ୍ଧାରଣ କରିବେ । ଶୀତ ସକାଳରେ ପୋଲିଂ ବୁଥ୍ ରେ ଭୋଟର ପହଞ୍ଚିବା ଆରମ୍ଭ କଲେଣି।

    ମତାଦାନର ୪୮ଘଣ୍ଟା ପୂର୍ବରୁ ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ଥିବା ସବୁ ମଦ ଦୋକାନକୁ ସିଲ୍‌ କରାଯାଇଥିଲା। ହୋଟେଲ, ବାର୍‌, ରେଷ୍ଟୁରାଣ୍ଟ, ଦୋକାନ ଏବଂ ଅନ୍ୟ ସ୍ଥାନରେ ମଦ ବିକ୍ରି କିମ୍ବା ବଣ୍ଟନକୁ ବାରଣ କରାଯାଇଛି। ସେହିପରି ମତଦାନ ବେଳେ ଏକ୍‌ଜିଟ୍‌ ପୋଲ୍‌ ଉପରେ ରୋକ୍‌ ଲଗାଯାଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ରବିବାର ଏକ ପ୍ରେସମିଟରେ ସୂଚନା ଦେଇଥିଲେ।

    ବରଗଡ଼ ଜିଲ୍ଲା ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ମତଦାନ ଚାଲିଛି। ଉକ୍ତ ନିର୍ବାଚନ ମଣ୍ଡଳୀର ସମସ୍ତ ୩୧୯ ବୁଥରେ ଭୋଟ ଗ୍ରହଣ ଚାଲିଛି। ତେବେ ଦିନ ୯ଟା ସୁଦ୍ଧା ଏହି ନିର୍ବାଚନ ମଣ୍ଡଳୀରେ ୮.୫ ପ୍ରତିଶତ ମତଦାନ ହୋଇଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସୂଚନା ଦେଇଛନ୍ତି।

    ମତଦାନ ପ୍ରକ୍ରିୟା ସରିଲେ ପୋଲିଂ ପାର୍ଟିମାନେ କିପରି ସୁରକ୍ଷିତ ଭାବେ ଫେରିବେ ସେଥିଲାଗି ବି ବ୍ୟବସ୍ଥା ହୋଇଛି। ୧୨ ଜଣ ଜୋନାଲ ମାଜିଷ୍ଟ୍ରେଟ, ୩୬ ସେକ୍ଟର ଅଫିସର, ୪୫ ମୋବାଇଲ ପୋଲିସ ପାର୍ଟି ନଜର ରଖୁଛନ୍ତି। ମକ୍ ପୋଲ ସମୟର ୪ଟି ବୁଥ, ମତଦାନ ସମୟରେ ୪ଟା ବୁଥର ଇଭିଏମ ତ୍ରୁଟି ହୋଇଥିଲା। ବର୍ତ୍ତମାନ ସୁଦ୍ଧା ୪ଟା ବାଲଟ ୟୁନିଟ, ୩ଟା କଣ୍ଟ୍ରୋଲ ୟୁନିଟ, ୮ଟା ଭିଭି ପାଟ ବଦଳ କରାଯାଇଛି।

    ସକାଳ ୯ ସୁଦ୍ଧା ୮.୫୦ ପ୍ରତିଶତ ମତଦାନ ହୋଇଥିବା ବେଳେ ସକାଳ ୧୧ଟା ସୁଦ୍ଧା ୨୯.୭୩ ପ୍ରତିଶତ ମତଦାନ ହୋଇଛି। ବର୍ତ୍ତମାନ ସବୁ ବୁଥରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ନିଜ ନିଜର ଭୋଟ ଦେଉଛନ୍ତି ଭୋଟର୍ସ।

    ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ଓ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ବର୍ଷା ସିଂ ବରିହା ଲାଇନରେ ଛିଡ଼ା ହୋଇଥିଲେ। ତାପରେ ସେ ୨୧୩ ନଂ ବୁଥରେ ଭୋଟ ଦେଇଥିଲେ।

    ଦିନ ୧ଟା ସୁଦ୍ଧା ୪୬.୯୬ ପ୍ରତିଶତ ମତଦାନ ହୋଇଛି। ତେବେ ଶାନ୍ତି ଶୃଙ୍ଖଳାରେ ଚାଲିଛି ମତଦାନ ପ୍ରକ୍ରିୟା । ୧୨ ଜଣ ଜୋନାଲ ମାଜିଷ୍ଟ୍ରେଟ, ୩୬ ସେକ୍ସନ ଅଫିସର, ୪୫ ମୋବାଇଲ ପୋଲିସ ପାର୍ଟି ଯାଞ୍ଚ କରୁଛନ୍ତି। ମକ ପୋଲ ସମୟରେ ୪ଟି ବୁଥରେ ଇଭିଏମ ତ୍ରୁଟି ଦେଖା ଦେଇଥିଲା।