ନବୀନ ପଟ୍ଟନାୟକ ହେଉଛନ୍ତି ଭିଡ଼ିଓ କନଫରେନସିଂ ଚିଫ ମିନିଷ୍ଟର: ଅପରାଜିତା ଷଡ଼ଙ୍ଗୀ

ସାଢ଼େ ଚାରି କୋଟି ଓଡ଼ିଶାବାସୀ ମୋ ଶାଶୁଘର ଲୋକ । ବର୍ଷା ସତ୍ଯବାଦୀରୁ ଲଢିଥିଲେ ମୁଁ ତାଙ୍କ ପାଇଁ ପ୍ରଚାର କରିଥାନ୍ତି ବୋଲି କହିଛନ୍ତି ଅପରାଜିତା ।

ଅପରାଜିତା ଷଡ଼ଙ୍ଗୀ

ଅପରାଜିତା ଷଡ଼ଙ୍ଗୀ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ନିର୍ବାଚନ ସଭାରେ ପଦ୍ମପୁରବାସୀଙ୍କୁ ସମ୍ବୋଧନ କରି ନବୀନ ଓ ବର୍ଷା ବରିହାଙ୍କୁ ସମାଲୋଚନା କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ।

ନବୀନଙ୍କୁ ଭିଡ଼ିଓ କନଫରେନସିଂ ଚିଫ ମିନିଷ୍ଟର କହି ସାଂସଦ କହିଛନ୍ତି, ଏକ କାର୍ଯ୍ୟକ୍ରମ ଅବସରରେ ଭୁବନେଶ୍ୱରରେ ବସି ନିଜ ଘରେ ବସି ଉଦ୍ବୋଧନ ଦେଇଥିଲେ। । ଆମର ସେମିତି ମୁଖ୍ୟମନ୍ତ୍ରୀ ଦରକାର, ଯିଏ ଆମ କଥା ବୁଝୁଥିବେ । ମୁଖ୍ୟମନ୍ତ୍ରୀ ଆଜି ବାଧ୍ୟହୋଇ ଆସିଲେ, ସେ ଜାଣିଲେଣି ପଦ୍ମପୁର ହାତରୁ ଗଲାଣି ବୋଲି କହିଛନ୍ତି ସାଂସଦ।

ପ୍ରଚାର ଅବସରରେ ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ଅପରାଜିତା । ପଦ୍ମପୁରକୁ ଜିଲ୍ଲା ଘୋଷଣା ଦାବି ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ବାହାଘର ସରିଲେ ଝିଅ ଶାଶୁଘରର ହୋଇଯାଏ। ଅନ୍ୟର ବୋହୂ ଶାଶୁଘର ପାଇଁ କହିବ ନା ବାପଘର ପାଇଁ କହିବ? ମୁଁ ଏଠିକାର ବୋହୂ, ଏଇଠି ମୋ ଶାଶୁଘର, ମୋ ଶାଶୁଘର ମୋ ଘର । ଝିଅ ଶାଶୁଘରକୁ ଚାଲି ଯାଇଛି, ଆମକୁ ପୁଅକୁ ଜିତାଇବାର ଅଛି ବୋଲି କହିଛନ୍ତି ଅପରାଜିତା ।

ଆହୁରି ମଧ୍ଯ ଅପରାଜିତା କହିଛନ୍ତି, ‘ମୁଁ ଜିଲ୍ଲାପାଳ ଥିଲା ବେଳେ ପଦ୍ମପୁରକୁ ଜିଲ୍ଲା ଦାବି ଯଥାର୍ଥ ଥିବା ଅନୁଭବ କରିଥିଲି । ୨୨ ବର୍ଷ ବିତିଗଲାଣି, ରାଜ୍ୟ ସରକାର ପଦ୍ମପୁରକୁ ଜିଲ୍ଲା କଲେ ନାହିଁ । ନିକଟରେ ମୁଖ୍ୟମନ୍ତ୍ରୀ କହିଥିଲେ ପଦ୍ମପୁରକୁ ସ୍ୱତନ୍ତ୍ର ଜିଲ୍ଲା କରାଯିବ। ପଦ୍ମପୁରକୁ ଜିଲ୍ଲା କରିବା ନେଇ ବର୍ତ୍ତମାନ କିଛି ପ୍ରସ୍ତାବ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ। ।

ସାଢ଼େ ଚାରି କୋଟି ଓଡିଶାବାସୀ ମୋ ଶାଶୁଘର ଲୋକ କହି ବର୍ଷାଙ୍କୁ ଟାର୍ଗେଟ କରିଛନ୍ତି ଅପରାଜିତା । ନିଜ ଜନ୍ମଭୂମିକୁ ଛାଡି ମୁଁ ଓଡ଼ିଶାର ସେବା କରୁଛି । ପଦ୍ମପୁରରେ ପ୍ରତିଦ୍ୱନ୍ଦିତା କରୁଥିବା ବିଧାୟିକା ପ୍ରାର୍ଥୀଙ୍କ ଶାଶୁଘର ହେଉଛି ସତ୍ଯବାଦୀ । ଯଦି ସେ ସତ୍ଯବାଦୀରୁ ଲଢେଇ କରିଥାନ୍ତେ ମୁଁ ତାଙ୍କ ପାଇଁ ପ୍ରଚାର କରିଥାନ୍ତି ବୋଲି କହିଛନ୍ତି ସାଂସଦ ।

ଅନ୍ଯପଟେ ପ୍ରଚାରରରେ ଆସି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ନବୀନ। କଥା ନୁହେଁ, ମୁଁ କାମରେ ବିଶ୍ଵାସ କରେ l ଉଦାହରଣ ଦେଇ ନବୀନ କହିଛନ୍ତି ଯେ କେନ୍ଦୁପତ୍ରରେ ପ୍ରଥମ ପର୍ଯ୍ୟାୟରେ ୧୦୦୦ ଓ ଦ୍ୱିତୀୟ ପର୍ଯ୍ୟାୟରେ ୧୫୦୦ ଟଙ୍କା ବୋନସ ଦିଆଯିବ । କିନ୍ତୁ କେନ୍ଦ୍ର ସରକାର କେନ୍ଦୁପତ୍ରରେ ୧୮ ପ୍ରତିଶତ ଜିଏସଟି ଲାଗେଇଛନ୍ତି। ଯେଉଁଠି ସୁନାରେ ମାତ୍ର ୩ ପ୍ରତିଶତ ଜିଏସଟି ଲାଗୁଛି। ହେଲେ କେନ୍ଦୁପତ୍ରରେ କାହିଁକି ୧୮ ପ୍ରତିଶତ ବୋଲି ପ୍ରଶ୍ନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
Published by:Soumya Das
First published: