ମୌଳୁଛି ପଦ୍ମ ଫୁଟିବା ସମ୍ଭାବନା; ଶଙ୍ଖ ବାଜିବାର ସମ୍ଭାବନା ନେଇ ଆରମ୍ଭ ହେଲାଣି ଉତ୍ସବ

ପଦ୍ମପୁର ରେସରେ ପଛେଇ ଚାଲିଛି ପଦ୍ମ । ହାତ ମଧ୍ୟ ଖୁବ୍ ପଛରେ । ନବମ ରାଉଣ୍ଡ ସୁଦ୍ଧା ବର୍ଷା ସିଂ ବରିହା ୧୭୪୪୫ ଭୋଟରେ ଆଗୁଆ ।

ମୌଳୁଛି ପଦ୍ମ ଫୁଟିବା ସମ୍ଭାବନା; ଶଙ୍ଖ ବାଜିବାର ସମ୍ଭାବନା ନେଇ ଆରମ୍ଭ ହେଲାଣି ଉତ୍ସବ

ମୌଳୁଛି ପଦ୍ମ ଫୁଟିବା ସମ୍ଭାବନା; ଶଙ୍ଖ ବାଜିବାର ସମ୍ଭାବନା ନେଇ ଆରମ୍ଭ ହେଲାଣି ଉତ୍ସବ

  • News18 Odia
  • Last Updated :
  • Padmapur, India
  • Share this:
News 18 Odia Digital

ପଦ୍ମପୁର; ପଦ୍ମପୁର ରେସରେ ପଛେଇ ଚାଲିଛି ପଦ୍ମ । ହାତ ମଧ୍ୟ ଖୁବ୍ ପଛରେ । ନବମ ରାଉଣ୍ଡ ସୁଦ୍ଧା ବର୍ଷା ସିଂ ବରିହା ୧୭୪୪୫ ଭୋଟରେ ଆଗୁଆ । ଏପରି ଚିତ୍ର ଦେଖିବା ପରେ ଚର୍ଚ୍ଚା ମଧ୍ୟ ଲାଗିରହିଛି ସାଧାରଣରେ । ସମୁଦାୟ ୨୩ ରାଉଣ୍ଡ ଗଣତି ହେବାକୁ ଥିବାବେଳେ ୧୭୪୪୫ ଭୋଟର ଫରକ ଏବେ ବିଜେଡିକୁ ବିଜୟ ଆଡକୁ ନେବ ବୋଲି ସାଧାରଣ ଲୋକେ କହୁଛନ୍ତି ।

ଉପନିର୍ବାଚନର ଭୋଟ ଗଣତି ଚାଲିଛି ।  ଅଷ୍ଟମ ରାଉଣ୍ଡରେ ୪୩,୬୯୧ ଭୋଟ ପାଇ ୧୫୫୪୧ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି ବିଜେଡିର ବର୍ଷା ସିଂ ବରିହା । ସପ୍ତମ ରାଉଣ୍ଡରେ ମଧ୍ୟ ବର୍ଷା ୧୨ହଜାର ୫୪୮ଖଣ୍ଡ ଭୋଟରେ ଆଗୁଆ ରହିଥିଲେ ।ପଞ୍ଚମ ରାଉଣ୍ଡରେ ସୁଦ୍ଧା ବିଜେଡିକୁ ମିଳିଥିଲା ୨୬୧୯୮, ବିଜେପିକୁ ୧୭୮୧୬ କଂଗ୍ରେସକୁ ମିଳିଛି ୮୪୫ ଖଣ୍ଡ ଭୋଟ୍ ।ଏ ପର୍ଯ୍ୟନ୍ତ ସମସ୍ତ ରାଉଣ୍ଡରେ ବିଜେଡି ଆଗୁଆ ।

ପଦ୍ମପୁରରେ ଆଜି ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ଜାରି ରହିଛି । ୨୯୬ଟି ପୋଷ୍ଟାଲ ବାଲାଟ୍ ଗଣତି ପ୍ରଥମେ ହୋଇଥିଲା। ତନ୍ମଧ୍ୟରେ ୨୪ଟି ସର୍ଭିସ ଭୋଟରଙ୍କ ମତ ଓ ୨୭୨ଟି ଅନୁପସ୍ଥିତ ଭୋଟରଙ୍କ ଭୋଟ୍ ଗଣତି କରାଯାଇଥିଲା ।

କଡ଼ା ସୁରକ୍ଷା ବ୍ୟବସ୍ଥା ସହିତ ପଦ୍ମପୁର ଆରଏମସି ପରିସରେ ଭୋଟ ଗଣତି  ଚାଲିଛି। ସମୁଦାୟ ୧୪ ଟେବୁଲରେ ଗଣତି କାର୍ଯ୍ୟକ୍ରମ ଚାଲିଛି । ସମୁଦାୟ ୨୩ ରାଉଣ୍ଡରେ ଗଣତି କାର୍ଯ୍ୟ ସରିବ। ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ସମେତ ୧୦ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ଚାଲିଛି । ପ୍ରଥମ ପର୍ଯ୍ୟାୟରେ  ବିଜେଡି ୫୫୦୧, ବିଜେପି ୩୭୮୯, କଂଗ୍ରେସକୁ ୨୦୬ ଖଣ୍ଡ ଭୋଟ ମିଳିଥିଲା । ପ୍ରଥମ ରାଉଣ୍ଡରେ ୧୭୧୨ ଖଣ୍ଡ ଭୋଟରେ ବିଜେଡି ବିଜେପିଠାରୁ ଆଗରେ ରହିଥିଲା । ଯାହାକୁ ନେଇ ଆରମ୍ଭରୁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସେହିପରି ୨ୟ ରାଉଣ୍ଡରେ ମଧ୍ୟ ବିଜେଡି ଆଗୁଆ ରହିଥିଲା । ୩ହଜାର ୭୦ଖଣ୍ଡ ଭୋଟରେ ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା ଆଗୁଆ ରହିଥିଲେ । ୩ୟ ପର୍ଯ୍ୟାୟ ସୁଦ୍ଧା ବିଜେଡି ୫୭ପ୍ରତିଶତ ଭୋଟ ପାଇଥିଲା । ବିଜେପି ୩୭ ପ୍ରତିଶତ ଏବଂ କଂଗ୍ରେସକୁ ମିଳିଥିଲା ୨ପ୍ରତିଶତ । । ୪ୟ ରାଉଣ୍ଡରେ ୨୧ହଜାର ୮୩୭ ଖଣ୍ଡ ଭୋଟ ମିଳିଥିଲା ବିଜେଡିକୁ । ୮୧୭୮ ଖଣ୍ଡ ଭୋଟରେ ବର୍ଷା ସିଂ ବରିହା ଆଗୁଆ ରହିଥିଲେ ।
Published by:Soubhagya Mishra
First published: