କପିଲ୍ ଶର୍ମା ଶୋରେ ନିଜର ନୃତ୍ୟ ପ୍ରଦର୍ଶନ କରି ଚର୍ଚ୍ଚାରେ ଦିବ୍ୟାଙ୍ଗ ଡ୍ୟାନ୍ସର ପଦ୍ମନାଭ ସାହୁ

କପିଲ୍ ଶର୍ମା ଶୋରେ ନିଜର ନୃତ୍ୟ ପ୍ରଦର୍ଶନ କଲେ ବ୍ରହ୍ମପୁରର ଦିବ୍ୟାଙ୍ଗ ଡ୍ୟାନ୍ସର ପଦ୍ମନାଭ ସାହୁ। ଆଗାମୀ ଦିନରେ ହିନ୍ଦି ଚଳଚ୍ଚିତ୍ରରେ ଡ୍ୟାନ୍ସ କରିବାର ସୁଯୋଗକୁ ନେଇ ଆଶାବାଦୀ ଅଛନ୍ତି ପଦ୍ମନାଭ।

କପିଲ୍ ଶର୍ମା ଶୋରେ ନିଜର ନୃତ୍ୟ ପ୍ରଦର୍ଶନ କରି ଚର୍ଚ୍ଚାରେ ଦିବ୍ୟାଙ୍ଗ ଡ୍ୟାନ୍ସର ପଦ୍ମନାଭ ସାହୁ

କପିଲ୍ ଶର୍ମା ଶୋରେ ନିଜର ନୃତ୍ୟ ପ୍ରଦର୍ଶନ କରି ଚର୍ଚ୍ଚାରେ ଦିବ୍ୟାଙ୍ଗ ଡ୍ୟାନ୍ସର ପଦ୍ମନାଭ ସାହୁ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ବ୍ରହ୍ମପୁର: କଥାରେ ଅଛି ଦୃଢ଼ ମନୋବଳ ଥିଲେ ସବୁକିଛି ସମ୍ଭବ। ତାହାକୁ ପ୍ରମାଣିତ କରି ଦେଖାଇଛନ୍ତି ବ୍ରହ୍ମପୁରର ପଦ୍ମନାଭ ସାହୁ। ପଦ୍ମନାଭ ଜଣେ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ନିଜ ମଧ୍ୟରେ ରହିଥିବା ଡ୍ୟାନ୍ସକୁ ନେଇ ସେ ବର୍ତ୍ତମାନ ବେଶ ଚର୍ଚ୍ଚାକୁ ଆସିଛନ୍ତି।

ବଲିଉଡ଼ ଅଭିନେତ୍ରୀ କାଜୋଲଙ୍କ ଆସୁଥିବା ଦିବ୍ୟାଙ୍ଗ ଉପରେ ଆଧାରିତ ଏକ ହିନ୍ଦି ଚଳଚ୍ଚିତ୍ରର ପ୍ରମୋସନ ପାଇଁ ପଦ୍ମନାଭଙ୍କୁ କୁହାଯାଇଥିଲା। ଯାହାଫଳରେ ପଦ୍ମନାଭ ନିଜର ଟିମ୍‌ ସହ ଚଳଚ୍ଚିତ୍ରର ପ୍ରମୋସନ ପାଇଁ ବହୁ ଚର୍ଚ୍ଚିତ କପିଲ୍‌ ଶର୍ମା ଶୋରେ ପହଞ୍ଚି ଡ୍ୟାନ୍ସ କରିଥିଲେ। ଆଉ ପଦ୍ମନାଭଙ୍କ ଡ୍ୟାନ୍ସରେ ସମସ୍ତେ ଖୁସି ହୋଇ ଢ଼େର ପ୍ରଶଂସା କରିଥିଲେ। ଏଭଳି ଏକ ଉଚ୍ଚସ୍ତରୀୟ ଷ୍ଟେଜରେ ନିଜର ଡ୍ୟାନ୍ସକୁ ଦେଖାଇବା ପରେ ବର୍ତ୍ତମାନ ସେ କିଛି ହିନ୍ଦି ଚଳଚ୍ଚିତ୍ରରେ ଡ୍ୟାନ୍ସ କରିବା ନିମନ୍ତେ ଆଶାବାଦୀ ଅଛନ୍ତି।

ମାତ୍ର ଦୁଇ ବର୍ଷ ବୟସରେ ସେ ପୋଲିଓରେ ଶୀକାର ହୋଇଥିଲେ। ଯାହାଫଳରେ ତାଙ୍କ ଗୋଡ଼ ସମ୍ପୂର୍ଣ୍ଣ ରୂପେ ଅଚଳ ହୋଇଯାଇଥିଲା। ଏଥିଯୋଗୁଁ ସେ ଆଉ ଆଗକୁ ବଢ଼ିପାରିବେ ନାହିଁ ବୋଲି ଭାବି ଭାଙ୍ଗି ପଡ଼ିଥିଲେ। କିନ୍ତୁ ତାଙ୍କ ମଧ୍ୟରେ ରହିଥିଲା ଦୃଢ଼ ମନୋବଳ। ଆଉ ସେହି ମନୋବଳକୁ ନେଇ ଆଗକୁ ବଢ଼ି ଆଜି ଜଣେ ଆନ୍ତର୍ଜାତୀୟ ସ୍ତରର ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ସୁନାମ ଅର୍ଜନ କରିବା ସହିତ ନୃତ୍ୟ କ୍ଷେତ୍ରରେ ମଧ୍ୟ ଆଗକୁ ବଢ଼ିପାରିଛନ୍ତି।

କପିଲ୍ ଶର୍ମା ଶୋରେ ନିଜର ନୃତ୍ୟ ପ୍ରଦର୍ଶନ କଲେ ବ୍ରହ୍ମପୁରର ଦିବ୍ୟାଙ୍ଗ ଡ୍ୟାନ୍ସର ପଦ୍ମନାଭ ସାହୁ


ପଦ୍ମନାଭ ଜନ୍ମ ହେବାର ଦୁଇ ବର୍ଷ ପରେ ପୋଲିଓର ରୋଗରେ ଆକ୍ରାନ୍ତ ହୋଇଥିଲେ। ଆକ୍ରାନ୍ତ ହେବା ପରେ ତାଙ୍କ ଦୁଇ ଗୋଡ଼ ଅକାମି ହୋଇଥିଲା। ଚିକିତ୍ସା ପରେ ତାଙ୍କ ଡ଼ାହାଣ ଗୋଡ଼ଟି ସାମାନ୍ୟ ଭଲ ହେବା ପରେ ତାଙ୍କର ସାଥି ହୋଇଥିଲା ଆଶାବାଡ଼ି।

ଗରିବ ଶ୍ରେଣୀର ପରିବାରରେ ସେ ଜନ୍ମଗ୍ରହଣ କରିଥିବା ଯୋଗୁଁ ସପ୍ତମ ପର୍ଯ୍ୟନ୍ତ ପାଠ ପଢ଼ିବା ସମୟରେ ସେ ଫୁଟଫାତରେ ଟୋପି, ରୁମାଲ ଚଷମା ବିକ୍ରି କରି ୫୦ ଟଙ୍କା ରୋଜଗାର କରି ନିଜର ଖର୍ଚ୍ଚ ବାହାର କରିବା ସହ ପରିବାରକୁ ମଧ୍ୟ ଟଙ୍କା ଦେଉଥିଲେ। ଏହାପରେ ନବମ ଶ୍ରେଣୀରେ ପାଠ ପଢ଼ିବା ପରେ ପାଠ ଛାଡ଼ିଥିଲେ। ପୁଣି କିଛି ବର୍ଷ ପରେ ଦଶମ ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇଥିଲେ। ଏହାପରେ ପଦ୍ମନାଭ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ଭାଗ ନେବା ନିମନ୍ତେ ଦୁଇ ବର୍ଷ ଧରି ବେଶ୍ ପରିଶ୍ରମ କରିଲେ।

‘‘୨୦୦୧ରେ ଜିଲ୍ଲାସ୍ତରୀୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ପ୍ରଥମ ହେବା ପରେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିବା ପରେ ୨୦୦୩ରେ ପ୍ରଥମ ଥର ପାଇଁ ଜାତୀୟ ସ୍ତରୀୟ ପ୍ରତିଯୋଗିତା ପାଇଁ ମୁଁ ମନୋନୀତ ହୋଇଥିଲି। ଭୁବନେଶ୍ବର ଠାରେ ଆୟୋଜିତ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋର ସୁନ୍ଦର ସ୍ବାସ୍ଥ୍ୟକୁ ଦେଖି ୧୦ ହଜାର ଟଙ୍କା ଦେଇ ଉତ୍ସାହିତ କରିଥିଲେ। ଏହାପରେ ମୁମ୍ବାଇ ଓ ମଧ୍ୟପ୍ରଦେଶରେ ଅନୁଷ୍ଠିତ ହୋଇଥିବା ଜାତୀୟ ସ୍ତରରେ ପ୍ରତିଯେଗାତାର ଭାଗ ନେଇ ପୁରସ୍କୃତ ମଧ୍ୟ ହୋଇଛି,’’ କହିଛନ୍ତି ଡ୍ୟାନ୍ସର ପଦ୍ମନାଭ ସାହୁ।

ଏହାପରେ ପଦ୍ମନାଭ ସୁନ୍ଦରର ସ୍ବାସ୍ଥ୍ୟ ପ୍ରତିଯୋଗିତାକୁ ଛାଡ଼ି ନିଜ ମଧ୍ୟରେ ରହିଥିବା ଡ୍ୟାନ୍ସ ପ୍ରତିଭାବକୁ ଲୋକଲୋଚନାକୁ ଆଣିବା ପାଇଁ ଚେଷ୍ଟା କରିଥିଲେ। ୨୦୦୭ ମସିହହାରେ ପ୍ରିନ୍ସ ଗ୍ରପରେ ସାମିଲ ହୋଇଥିଲେ ସେ। ସେହି ସମୟରେ ରିୟାଲିଟି ଶୋ ବୁଗିବୁଗି, ଇଟିଭି ତେଲୁଗୁ ଚ୍ୟାନେଲର ‘ଡ଼ି’ ରିୟାଲିଟି ଶୋରେ ଭାଗ ନେଇ ଉଚ୍ଚ ପ୍ରଶଂସିତ ହୋଇଥିଲା। ଏହାପରେ ୨୦୦୯ରେ ପ୍ରିନ୍ସ ଡ଼୍ୟାନ୍ସ ଗ୍ରୁପ ଇଣ୍ଡିଆ ଗଟ୍‌ ଟେଲେଣ୍ଟ ଶୋରେ ବିଜୟ ହୋଇ ଓଡ଼ିଶା ପାଇଁ ସୁନାମ ଅର୍ଜନ କରିବା ସହିତ ପଦ୍ମନାଭ ମଧ୍ୟ ନିଜ ଅଞ୍ଚଳ ପାଇଁ ସୁନାମ ଆଣିଥିଲେ।

‘‘ଗତ ଡ଼ିସେମ୍ବର ୩ ତାରିଖରେ କମେଡ଼ି ନାଇଟ୍‌ ୱିଥ୍‌ କପିଲ୍‌ ଶୋରେ ପଦ୍ମନାଭ ଓ ତାଙ୍କର ଟିମରେ ରହିଥିବା ୪ ଜଣ ଦୃଷ୍ଟିବାଧିତ ଏବଂ ଜଣେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ନେଇ ଡ୍ୟାନ୍ସ କରିଥିଲେ। ତାଙ୍କର ଡ୍ୟାନ୍ସ କପିଲ ଶର୍ମା ସହ ସେଠାରେ ଉପସ୍ଥିତ ରହିଥିବା ସମସ୍ତଙ୍କୁ ପସନ୍ଦ ଆସିଥିବା ଯୋଗୁଁ ସମସ୍ତେ ଢ଼େର ପ୍ରଶଂସା ମଧ୍ୟ କରିଥିଲେ। ବର୍ତ୍ତମାନ ଦେଶର ଏତେ ବଡ଼ ମଞ୍ଚରେ ନିଜର ନୃତ୍ୟ ପ୍ରଦର୍ଶନ କରିପାରିଥିବା ବେଳେ ଆଗାମୀ ଦିନରେ ହିନ୍ଦୀ ଚଳଚ୍ଚିତ୍ରରେ ତାଙ୍କୁ ନୃତ୍ୟ ପ୍ରଦର୍ଶନ କରିବାର ସୁଯୋଗ ମିଳିବ ବୋଲି ଆଶାବାଦୀ ଅଛନ୍ତି ସେ।

ପଦ୍ମନାଭ ପ୍ରାୟ ୨୦ ଜଣ ସାଧାରଣ ଓ ୧୨ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ନୃତ୍ୟ ଶିକ୍ଷା ଦେଉଛନ୍ତି। ତେବେ ଅଭାବ ଅନାଟନ ମଧ୍ୟରେ ରହି ପ୍ରଥମେ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ଆନ୍ତର୍ଜାତୀୟ ସ୍ତରରେ ନାମ କମାଇବା ପରେ ବର୍ତ୍ତମାନ ଡ୍ୟାନ୍ସ ଯୋଗେ ସୁନାମ ପାଇଥିବା ଯୋଗୁଁ ତାଙ୍କୁ ବ୍ରହ୍ମପୁର ସହର ବିଭିନ୍ନ ମହଲରୁ ପ୍ରଶଂସା ମିଳୁଛି।
Published by:Lipina Das
First published: