ବିଧାନ ସଭାରେ ଧାନ କିଣା ତାତି: ‘ସୋସାଇଟି, ଜିଲ୍ଲାପାଳ ଓ ରାଜ୍ୟ ସରକାରଙ୍କ ଭାଗ ରହୁଛି,’ କହିଲା BJP
ବିରୋଧୀ ଦଳ ବିଧାୟକମାନେ ଆଣିଥିବା ପୁଳା ପୁଳା ଅଭିଯୋଗ ଉପରେ ଉତ୍ତର ଦେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି ଯେ ଟୋକନ୍ ପାଇ ମାସେ ଭିତରେ ଧାନ ନ ବିକିଲେ ଡମି ଚାଷୀ ଭାବେ ଗଣା ହେବେ ଟୋକନ୍ ପାଇଥିବା ଲୋକେ ।

ଧାନ କିଣାରେ ହେଉଥିବା କଥିତ ଅବ୍ୟବସ୍ଥାକୁ ନେଇ ବିଧାନ ସଭାରେ ଦୁଇ ଘଣ୍ଟା ଧରି ଚାଲିଥିଲା ଆଲୋଚନା ।
- News18 Odia
- Last Updated: February 22, 2021, 8:54 PM IST
ଭୁବନେଶ୍ୱର: ବିଧାନ ସଭାର ବଜେଟ୍ ଅଧିବେଶନରେ ବିରୋଧୀ ଦଳର ବିଧାୟକମାନଙ୍କ ଜିଦ୍ ରହିଲା । ମଣ୍ଡିରେ ଧାନ କିଣାରେ ହେଉଥିବା କଥିତ ଅବ୍ୟବସ୍ଥାକୁ ନେଇ ଦୁଇ ଘଣ୍ଟା ଧରି ଚାଲିଲା ଆଲୋଚନା । ହେଲେ ବାହାରିଲାନି ନିର୍ଯାସ । ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୁଷ୍ଟ ହୋଇ ବିରୋଧୀ ବିଧାୟକମାନେ କକ୍ଷତ୍ୟାଗ କଲେ ।
ବିରୋଧୀ ଦଳମାନେ ଦାବି କରିଛନ୍ତି ଯେ ଚାଷୀଙ୍କ ସମସ୍ତ ଧାନ ସରକାର କିଣନ୍ତୁ । ଖାଦ୍ୟ ଯୋଗାଣ ମନ୍ତ୍ରୀ ନିଜ ଉତ୍ତରରେ କହିଲେ ଯେ ପ୍ରକୄତ ଚାଷୀଙ୍କ ଠାରୁ ଧାନ କିଣାଯାଉଛି । ଧାନ କିଣାରେ କଥିତ ଅବ୍ୟବସ୍ଥାକୁ ନେଇ ଗୄହରେ ସୋମବାର ଦିନ ତାତି ରହିଥିଲା ।
ଏହା ବି ପଢ଼ନ୍ତୁ ଓ ଫଟୋ ଦେଖନ୍ତୁ | COVID ଟିକା ନେବା ପରେ Sex କରିବା କେତେ ସୁରକ୍ଷିତ? ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ

ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
କଂଗ୍ରେସ ବିଧାୟକ ନରସିଂହ ମିଶ୍ର କହିଥିଲେ, ‘‘ଏଫ୍.ସି.ଆଇ.ର ପ୍ରାଥମିକ ଦାୟିତ୍ଵ ହେଉଛି ଧାନ କିଣିବା । ଏହା କେନ୍ଦ୍ର ସରକାରଙ୍କ ଅଧୀନରେ ଅଛି । ଏହା ତାଙ୍କର ଦାୟିତ୍ଵ । ଓଡି଼ଶା ସରକାର ଧାନ କିଣିବା ଓ ଚାଉଳ ବିକିବା ପାଇଁ କିଳା କାହିଁକି ଆଣିଲେ? ଓଡି଼ଶା ସରକାର ଲୋଭ ଦେଖାଉଛନ୍ତି । ଦୁର୍ନୀତି କରିବା ପାଇଁ ପ୍ୟାକ୍ସ ଓ ରେଭିନ୍ୟୁ ମିଲ୍ ମାଲିକଙ୍କ ଜରିଆରେ ଦୁର୍ନୀତି କରୁଛନ୍ତି । ଯେଉଁ ଚାଷୀମାନେ ରେଜିଷ୍ଟ୍ରେସନ କରିଛନ୍ତି ତାଙ୍କ ଧାନ କିଣିବା ନେଇ ସରକାର ରାଜି ହୁଅନ୍ତୁ । ସବୁ ଆଡ଼େ କଟନି ଛଟନି ରୋକିବା ପାଇଁ ସିସିଟିଭି କ୍ୟାମେରା ଲଗାନ୍ତୁ । ହାଇ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ମିଲର ମାଲିକମାନେ ଧାନ କିଣା ବେଳେ ଉପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା କରନ୍ତୁ । ସେମାନଙ୍କ ନାମରେ କ୍ରିମିନାଲ୍ କେସ ଦାୟର କରନ୍ତୁ ।’’
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ୫୧ ବର୍ଷ ବୟସରେ ବି ଗାୟିକା ଜେନିଫର୍ ଲୋପେଜ୍ ଏତେ ସୁନ୍ଦର; ଫ୍ୟାନମାନଙ୍କ ହୃହୟରେ ରହିଛନ୍ତି
ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏ ସବୁ ଅଭିଯୋଗ ଉପରେ ଉତ୍ତର ଦେଇ କହିଥିଲେ ଯେ ବିଧାୟକମାନେ ଯାହା କହିଛନ୍ତି ତାକୁ ନୋଟସ୍ କରାଯାଇଛି ଓ ତା’ ଉପରେ ବିଚାର କରାଯିବ । ଟୋକନ ଲ୍ୟାପ୍ସ ନେଇ ବିଭାଗ ପକ୍ଷରୁ କିଛି ଅସୁବିଧା ହୋଇଥିଲେ ପଦକ୍ଷେପ ନିଆଯିବ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO| ସୋସିଆଲ୍ ମିଡ଼ିଆର ବନ୍ଧୁ ଯୁବତୀଙ୍କୁ ତାଙ୍କ କୁନି ଝିଅ ସାମନାରେ ହତ୍ୟା କଲା; ସାମନାକୁ ଆସିଲା CCTV VIDEO
‘‘ପ୍ରକୄତ ଚାଷୀଙ୍କ ଧାନ କିଣାଯିବ। ଯେଉଁମାନେ ବେପାରୀଙ୍କ ଧାନ ଆଣି ବିକିବାକୁ ଚାହଁଛନ୍ତି ତାକୁ କିଣାଯିବ ନାହିଁ । ଧାନ କିଣା ଦୁର୍ନୀତିରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରାଯାଇଛି । ଟୋକନ୍ ପାଇ ମାସେ ଭିତରେ ଧାନ ନ ବିକିଲେ ଡମି ଚାଷୀ ଭାବେ ଗଣା ହେବେ ଟୋକନ୍ ପାଇଥିବା ଲୋକେ,’’ କହିଥିଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।
ଏହା ବି ପଢ଼ନ୍ତୁ | କଙ୍ଗନା ରାଣାୱତ ନିଜ ଭାଇଭଉଣୀଙ୍କୁ ଦେଲେ ୪ଟି ଫ୍ଲାଟ୍; ନିଜର ବି ଅଛି କୋଟି କୋଟି ଟଙ୍କାର ବଙ୍ଗଳା
ସେ ଆହୁରି କହିଥିଲେ, ‘‘ପେଟ୍ରୋଲ୍ ଓ ଡିଜେଲ ଦର ବୄଦ୍ଧି କରି ହରିଲୁଟ୍ କରୁଛନ୍ତି କେନ୍ଦ୍ର ସରକାର । ଗୋଟାଏ କଥା ଏଠି, ଗୋଟାଏ କଥା ସେଠି । ନୂଆ କୃଷି ଆଇନ୍ ଯୋଗୁଁ ଦେଶ ଜଳୁଛି ।ଏମ୍.ଏସ୍.ପି. କଥା କୁଆଡେ ଗଲା?’’
ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ବ୍ୟକ୍ତ କରି କକ୍ଷତ୍ୟାଗ କରିଥିଲେ ବିରୋଧୀ ଦଳର ସଦସ୍ୟମାନେ । ଆଜିର ଆଲୋଚନାରେ ବିଜେପିର ସଦସ୍ୟମାନଙ୍କୁ ୪୫ ମିନିଟ୍, କଂଗ୍ରେସକୁ ୨୨ ମିନିଟ୍ ଓ ସରକାରୀ ଦଳ ବିଜେଡିକୁ ୩୩ ମିନିଟ୍ ସମୟ ମିଳିଥିଲା । ମନ୍ତ୍ରୀଙ୍କୁ ୧୫ ମିନିଟ୍ କହିବାକୁ ସୁଯୋଗ ମିଳିବ ବୋଲି କହିଥିଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।