ଧାନର MSP ଉପରେ ବିତର୍କ: ମଣ୍ଡିରେ ଅବ୍ୟବସ୍ଥା କଥା ଉଠାଇ BJD ବିରୁଦ୍ଧରେ ବଡ଼ ଅଭିଯୋଗ କଲା BJP

କେନ୍ଦ୍ର ସରକାର ସ୍ଥିର କରିଥିବା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଯଥେଷ୍ଟ ନୁହେଁ ବୋଲି କହୁଥିବା BJDକୁ ଉପଦେଶ ଦେଇ BJP କହିଛି ଯେ ଆଗ ମଣ୍ଡିରେ ବ୍ୟାପ୍ତ ‘‘ଅବ୍ୟବସ୍ଥା ଓ କଟନୀ ଛଟନୀ’’କୁ ବନ୍ଦ କରାଯିବା ଉଚିତ ।

ଧାନର MSP ଉପରେ ବିତର୍କ: ମଣ୍ଡିରେ ଅବ୍ୟବସ୍ଥା କଥା ଉଠାଇ BJD ବିରୁଦ୍ଧରେ ବଡ଼ ଅଭିଯୋଗ କଲା BJP
ପ୍ରଦୀପ ପୁରୋହିତ ଓ (ଡାହାଣ) ପ୍ରତାପ ଦେବ
  • News18 Odia
  • Last Updated: June 11, 2021, 11:49 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କେନ୍ଦ୍ର ସରକାର ୨୦୨୧-୨୨ରେ ଖରିଫ ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍.ଏସ୍‌.ପି.) ବୃଦ୍ଧି କରିବା ପରେ ଏହାକୁ ନେଇ ରାଜ୍ୟରେ ରାଜନୈତିକ ବୟାନବାଜି ତୀବ୍ର ହୋଇଛି । କଂଗ୍ରେସ ଏହି ‘‘ସ୍ୱଳ୍ପ ବୃଦ୍ଧି’’କୁ କୃଷକଙ୍କ ପାଇଁ ‘‘କଟା ଘାଆରେ ଚୂନ ଦେବା ସଦୃଶ’’ ବୋଲି କହିଥିବା ବେଳେ ଶାସକ ଦଳ ବିଜେଡି ଏମ୍.ଏସ୍‌.ପି. ବୃଦ୍ଧିକୁ ସ୍ୱାଗତ କରିଥିଲେ ମଧ୍ୟ ଡିଜେଲ୍‌ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ବୃଦ୍ଧି ଦର୍ଶାଇ ପରୋକ୍ଷରେ ଏହାକୁ ସମାଲୋଚନା କରିଛି ।

କଂଗ୍ରେସକୁ ପାଲଟା ଜବାବ ଦେଇ ବିଜେପି କହିଛି ଯେ ଏମ୍.ଏସ୍‌.ପି. ବୃଦ୍ଧି ଉପରେ ବିରୋଧ କରିବାର ଅଧିକାର କଂଗ୍ରେସର ନାହିଁ । ବିଜେଡିକୁ ଜବାବରେ ବିଜେପି ଉପଦେଶ ଦେଇ କହିଛି ଯେ ଏମ୍.ଏସ୍‌.ପି. ଆହୁରି ଅଧିକ ବଢ଼ାଯାଉ ବୋଲି କହିବା ପରିବର୍ତ୍ତେ ଯେଉଁ ୧,୯୪୦ ଟଙ୍କା ଘୋଷଣା କରାଯାଇଛି ତାକୁ କିପରି ଲୋକଙ୍କ ପାଖରେ ପହଞ୍ଚାଇବ ସେ ଦିଗରେ ଏହି ଆଞ୍ଚଳିକ ଦଳ ଓ ରାଜ୍ୟରେ ଏହାର ସରକାର କାମ କରୁ ।

ଏହା ବି ପଢ଼ନ୍ତୁ | ଏବେ ହଜାରେ ବର୍ଷ ବଞ୍ଚିବ ମଣିଷ! ବୈଜ୍ଞାନିକ କହିଲେ ଲ୍ୟାବରେ ତିଆରି ହେବ ଅମରତ୍ୱର ଇଞ୍ଜେକ୍ସନ୍

କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି କ୍ରମେ ଭିନ୍ନ ଭିନ୍ନ ଫସଲ ପାଇଁ ଭିନ୍ନ ଭିନ୍ନ ଏମ୍.ଏସ୍‌.ପି. ଧାର୍ଯ୍ୟ କରାଯାଇଥିବା ବେଳେ ଧାନର ସର୍ବନିମ୍ନ ମୂଲ୍ୟ କ୍ୱିଣ୍ଟାଲ୍‌ ପିଛା ୧,୯୪୦ ଟଙ୍କାକୁ ବୃଦ୍ଧି ହୋଇଛି । ଖରିଫ ଧାନରେ କ୍ୱିଣ୍ଟାଲ ପିଛା ମାତ୍ର ୭୨ ଟଙ୍କାର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ହେବାକୁ କଂଗ୍ରେସ ଓ ବିଜେଡି ଭିନ୍ନ ଢଙ୍ଗରେ ସମାଲୋଚନା କରିଛନ୍ତି ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର


‘‘ଓଡି଼ଶା ବିଧାନ ସଭାରେ ସର୍ବଦଳୀୟ ନିଷ୍ପତ୍ତି କ୍ରମେ ଧାନର ସର୍ବନିମ୍ନ ଏମ୍‌.ଏସ୍‌.ପି. ୨,୯୩୦ ଟଙ୍କାକୁ ବଢ଼ାଯାଉ ବୋଲି ଦାବି ଉଠିଥିଲା । ସ୍ୱାମୀନାଥନ କମିଟି ରିପୋର୍ଟ ଅନୁସାରେ ଏମ୍‌.ଏସ୍‌.ପି. ସେତିକି ବଢି଼ବା କଥା । କେନ୍ଦ୍ର ସରକାର ପ୍ରତି ବର୍ଷ କିଛି କିଛି ବଢ଼ାଉଛନ୍ତି । ଚଳିତ ଥର ୭୨ ଟଙ୍କା ବୃଦ୍ଧି କରିଛନ୍ତି । ଏହି ବୃଦ୍ଧି ସ୍ୱାଗତଯୋଗ୍ୟ, ବେଲେ ବୈଧାନିକ ପ୍ରଶ୍ନ ଉଠୁଛି ଯେ ଯେଉଁଠି ଖାଇବା ତେଲ ଦର ଆକାଶଛୁଆଁ ହେଲାଣି, ଡିଜେଲ ଡର ୯୫ ଟଙ୍କା ଛୁଇଁଲାଣି, ଏମ୍‌.ଏସ୍‌.ପି. ବୃଦ୍ଧିରେ କେନ୍ଦ୍ର ସରକାର ଏ ସବୁକୁ ବିଚାର କରୁଛନ୍ତି କି ନା ତାହା ଉପରେ ପ୍ରଶ୍ନ ଅଛି କହିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ ।

ଏହା ବି ପଢ଼ନ୍ତୁ | ଚୀନ୍ ଚାଲ୍ବାଜି ଜାରି ଅଛି; ଲଦ୍ଦାଖରେ LAC ଉପରେ ନିଜ ସୈନିକମାନଙ୍କୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଦେଲା

ସେ କହିଛନ୍ତି ଯେ ଡିଜେଲ୍‌ ଦର ବୃଦ୍ଧି ଚାଷ ଉତ୍ପାଦନକୁ ସିଧାସଳଖ ପ୍ରଭାବିତ କରିବ । ‘‘କେନ୍ଦ୍ର ସରକାର ଡିଜେଲ୍‌ ପରି ଅତ୍ୟାବଶ୍ୟକୀୟ ପଦାର୍ଥର ଦର ବୃଦ୍ଧିକୁ ବିଚାରକୁ ନେବା ଉଚିତ । ଧାନ ଦର ୭୨ ଟଙ୍କା ବଢିଛି ବୋଲି ଖୁସି ମଧ୍ୟରେ ଆମେ ଅନିଶ୍ଚିତତା ଭିତରେ ରହୁଛୁ,’’ କହିଛନ୍ତି ଦେବ।

ଏହା ବି ପଢ଼ନ୍ତୁ | ଯୁବ ଲେଖକମାନଙ୍କ ପାଇଁ PM ମୋଦି ଆଣିଲେ ଏକ ସ୍କିମ୍; ମାସରେ ମିଳିବ ଲକ୍ଷ ଟଙ୍କା

କଂଗ୍ରେସ ସିଧାସଳଖ ଆକ୍ଷେପ କରି କହିଛି ଯେ ମାତ୍ର ୭୨ ଟଙ୍କା ବୃଦ୍ଧି କରିବା ‘‘କଟା ଘା’ରେ ଚୁନ ଦେବା’’ ସଦୃଶ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ‘‘ଚାଷୀଙ୍କୁ ଉତ୍ପାଦନ ମୂଲ୍ୟ ମିଳୁ ନ ଥିବା ବେଳେ ୨୦୧୪ର ପ୍ରତିଶ୍ରୁତି ଅନୁଯାୟୀ କେନ୍ଦ୍ର ସରକାର ସ୍ୱାମୀନାଥନ୍‌ କମିଟିର ରିପୋଟ ଲାଗୁ କରିବା ଉଚିତ ।’’

କୄଷି ମନ୍ତ୍ରୀ ଅରୁଣ କୁମାର ସାହୁ


ବିଜେପି କିଷାନ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧,୯୪୦ ଟଙ୍କାକୁ ବୃଦ୍ଧି କରିବାକୁ ନରେନ୍ଦ୍ର ମୋଦି ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି । ‘‘ଏହି ନିଷ୍ପତ୍ତି ଦ୍ୱାରା ଲକ୍ଷ ଲକ୍ଷ କୃଷକ ଲାଭବାନ ହେବେ । ଆତ୍ମନିର୍ଭରଶୀଳ ଭାରତରେ କୃଷକମାନଙ୍କୁ ସାମିଲ କରି ଦେଶର ବିକାଶର ଧାରାକୁ ଆଗକୁ ବଢ଼ାଇବାକୁ ଲକ୍ଷ୍ୟ ରଖିଛନ୍ତି ମୋଦି ସରକାର । ପ୍ରଧାନ ମନ୍ତ୍ରୀ କିଷାନ ନିଧି ଯୋଜନା ଓ ଫସଲ ବୀମା ଯୋଜନାରେ ସାର ବିହନରେ ସବସିଡି ଓ ଚାଷ ଉପକରଣରେ ସବସିଡି ଉପରେ ବି ଧ୍ୟାନ ରଖାଯାଇଛି । କୃଷକମାନଙ୍କର ଆୟ ଦୁଇ ଗୁଣ କରାଯିବ । ଏହାକୁ ସମାଲୋଚନା କରିବାର କୌଣସି ଅଧିକାର କଂଗ୍ରେସ ଦଳର ନାହିଁ । ସମାଲୋଚନା କରିବା ଛାଡି଼ କଂଗ୍ରେସ ଉତ୍ତର ଦେଉ ମନମୋହନ ସିଂହଙ୍କ ସରକାର ସମୟରେ କେତେ ଏମ୍‌.ଏସ୍‌.ପି. ବଢାଇଥିଲା କଂଗ୍ରେସ,’’ ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ହସପିଟାଲରେ ଅକ୍ସିଜେନ୍ ବନ୍ଦ କରି ଦେଖିଲେ କେତେ ରୋଗୀ ମରିବେ; ମିନିଟରେ ମଲେ ୨୨ – VIDEO

‘‘ବିଜେଡି ସର୍ବନିମ୍ନ ସହାୟକ ମୂଲ୍ୟକୁ ଆହୁରି ଅଧିକ ବଢ଼ାଯାଉ ବୋଲି କହିବା ପରିବର୍ତ୍ତେ ଯେଉଁ ୧,୯୪୦ ଟଙ୍କା ଘୋଷଣା କରାଯାଇଛି ତାକୁ କିପରି ଲୋକଙ୍କ ପାଖରେ ପହଞ୍ଚାଇବ ସେ ଦିଗରେ କାମ କରୁ । ମଣ୍ଡିରୁ ଅନେକ ଅଭିଯୋଗ ଆସୁଛି । ମିଲରମାନଙ୍କ ସହିତ ସରକାରଙ୍କର ମିଲିଭଗତ କରୁଥିବା ଅଭିଯୋଗ ଆସିଛି,’’ କହିଛନ୍ତି ପୁରୋହିତ ।

ଏହା ବି ପଢ଼ନ୍ତୁ | Vaccine: ଘରୋଇ ହସପିଟାଲ୍ଗୁଡ଼ିକ ପାଇଁ କରୋନା ଟିକାର ଦାମ୍ ସ୍ଥିର କଲେ କେନ୍ଦ୍ର ସରକାର

ସେ ଆହୁରି କହିଛନ୍ତି, ‘‘ଟୋକନ୍‌ ବ୍ୟବସ୍ଥାରେ ଅବ୍ୟବସ୍ଥା ହେଉଛି । ଦିନ ଦିନ ଧରି ମଣ୍ଡିରେ ଧାନ ପଡି଼ରହୁଛି । କଟନୀ ଛଟନୀ ଜରିଆରେ ଚାଷୀକୁ ହଇରଣ କରାଯାଉଛି । କଟନୀ ଛଟନୀରେ ଯେଉଁ ଟଙ୍କା ଆସୁଛି ତାହା ଯାଉଛି ବିଜୁ ଜନତା ଦଳକୁ । ବିଜେଡି ଦୋଷାରୋପ ଛାଡ଼ି ଏ ସବୁ ଦିଗରେ ନିଜ ଉତ୍ତରଦାୟିତ୍ୱ ନିର୍ବାହ କରୁ ।’’ ହେଲେ ତାଙ୍କର ଏହି ଅଭିଯୋଗ ଭିତ୍ତିହୀନ ବୋଲି କହିଛନ୍ତି ବିଜେଡି ନେତାମାନେ ।



କୄଷି ମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି, ‘‘ବର୍ତ୍ତମାନର ସର୍ବନିମ୍ନ ସହାୟକ ମୁଲ୍ୟରେ ଓଡି଼ଶାର ଚାଷୀମାନେ ଧାନ ବିକ୍ରି କଲେ ସେମାନେ ଆହୁରି ଗରିବ ହୋଇଯିବାର ଆଶଙ୍କା ରହିଛି । କେନ୍ଦ୍ର ସରକାର କିଣ୍ଟାଲ୍‌ ପିଛା ଧାନ ଉତ୍ପାଦନର ଖର୍ଚ୍ଚ ୧,୨୯୩ ଟଙ୍କା ହିସାବକୁ ନେଇ ସର୍ବନିମ୍ନ ସହାୟକ ମୂଲ୍ୟ ୧,୯୪୦ ଟଙ୍କା ସ୍ଥିର କରିଛନ୍ତି । ସ୍ବାମୀନାଥନ୍‌ କମିଟି କୃଷିଜାତ ଦ୍ରବ୍ୟର ମୂଲ୍ୟ ଏହାର ଉତ୍ପାଦନରେ ବ୍ୟୟ ହୋଇଥିବା ଅର୍ଥର ଅନ୍ୟୁନ ଦେଢ଼ ଗୁଣ କରିବାକୁ ସୁପାରିଶ କରିଛନ୍ତି । ସେହି କଥାକୁ ଓ ଓଡ଼ିଶା ବିଧାନସଭାରେ ୨୦୧୭ ଓ ପୁଣି ୨୦୧୮ ମସିହାରେ ସର୍ବ ସମ୍ମତି କ୍ରମେ ଗୃହୀତ ପ୍ରସ୍ତାବକୁ ବିଚାରକୁ ନେଇ ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୱିଣ୍ଟାଲ୍‌ ପିଛା ୨,୯୩୦ ଟଙ୍କାକୁ ବୃଦ୍ଧି କରିବା ଉଚିତ ।’’
Published by: Anand ST Das
First published: June 11, 2021, 11:49 PM IST