ନଭେମ୍ବର ୨୫ରୁ ସମ୍ବଲପୁରରେ ଆରମ୍ଭ ହେବ ଖରିଫ ଧାନ ସଂଗ୍ରହ; ଜିଲ୍ଲା ପ୍ରଶାସନ ମିଳିତ ବୈଠକରେ ନିଷ୍ପତ୍ତି

ସମ୍ବଲପୁର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମିଳିତ ବୈଠକରେ ସ୍ଥାନୀୟ ବିଧାୟକ, କୃଷକ ସଂଗଠନ ଓ ଧାନ ମିଲ ମାଲିକମାନେ ଯୋଗଦେଇ ଖରିଫ ଧାନ କିଣାବିକା ଉପରେ ଆଲୋଚନା କରିଥିଲେ ।

ନଭେମ୍ବର ୨୫ ରୁ ସମ୍ବଲପୁରରେ ଆରମ୍ଭ ହେବ ଖରିଫ ଧାନ ସଂଗ୍ରହ; ଜିଲ୍ଲା ପ୍ରଶାସନ ମିଳିତ ବୈଠକରେ ନିଷ୍ପତ୍ତି

ନଭେମ୍ବର ୨୫ ରୁ ସମ୍ବଲପୁରରେ ଆରମ୍ଭ ହେବ ଖରିଫ ଧାନ ସଂଗ୍ରହ; ଜିଲ୍ଲା ପ୍ରଶାସନ ମିଳିତ ବୈଠକରେ ନିଷ୍ପତ୍ତି

  • News18 Odia
  • Last Updated :
  • Sambalpur, India
  • Share this:
News 18 Odia Digital

ସମ୍ବଲପୁର; ଜିଲ୍ଲାରେ ଚଳିତ ବର୍ଷ ଖରିଫ ଧାନ ସଂଗ୍ରହକୁ କିପରି ସୂଚାରୁ ରୂପେ ନିୟନ୍ତ୍ରିତ କରାଯାଇ ପାରିବ ସେନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଚାଷୀଙ୍କ ଠାରୁ କିପରି ଧାନ ସୁରୁଖୁରୁରେ କିଣାଯାଇ ପାରିବ ସେନେଇ ଆଲୋଚନା କରାଯାଇଥିଲା । ସମ୍ବଲପୁର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମିଳିତ ବୈଠକରେ ସ୍ଥାନୀୟ ବିଧାୟକ, କୃଷକ ସଂଗଠନ ଓ ଧାନ ମିଲ ମାଲିକମାନେ ଯୋଗଦେଇ ଖରିଫ ଧାନ କିଣାବିକା ଉପରେ ଆଲୋଚନା କରିଥିଲେ । ଏହି ବୈଠକରେ ଖରିଫ ଧାନ ସଂଗ୍ରହ ସମୟରେ ଚାଷୀମାନେ କଟନି ଛଟନି ଭଳି ସମସ୍ୟା ସମ୍ମୁଖୀନ ହେଉଥିବା କହିଥିଲେ । ସେମାନେ ଅଭିଯେଗ କରିଥିଲେ ଯେ, ମିଲରମାନେ ମନ ଇଛା ଅଧିକ ପରିମାଣର ଧାନ କାଟ କରୁଛନ୍ତି । ଏହା ସହିତ ମଣ୍ଡି ପରିଚାଳନା ସମସ୍ୟା, ଟୋକନ ସମସ୍ୟା ଓ ଅଭାବୀ ଧାନ ବିକ୍ରୀ ସମସ୍ୟା ଉପରେ ମଧ୍ୟ ବିସ୍ତାର ଭାବେ ଆଲୋଚନା କରାଯାଇଥିଲା ।



ଏହି ବୈଠକରେ ଚଳିତ ବର୍ଷରେ ଖରିଫ ଧାନ ସଂଗ୍ରହ କିପରି ଠିକ ଭାବରେ ହୋଇ ପାରିବ ତାହା ଉପରେ ଆଲୋଚନା କରାଯାଇଥିଲା । ଏହା ସହ ମଣ୍ଡି କିପରି ସୁପରିଚାଳନା ହୋଇ ପାରିବ ସେ ନେଇ ମଧ୍ୟ ଆଲୋଚନା କରାଯାଇଥିଲା ବୋଲି ଚାଷୀ ନେତା ଅଶୋକ ପ୍ରଧାନ କହିଛନ୍ତି । ’’

‘‘ ଚାଷୀମାନେ ଧାନ କଟନି ଛଟନି, ଟୋକନ ସମସ୍ୟା ଓ ଅଭାବୀ ଧାନ ବିକ୍ରୀ ଭଳି ବିଭିନ୍ନ ସମସ୍ୟା ସମ୍ମୁଖୀନ ହେଉଛନ୍ତି । ଏହାକୁ କିପରି ସମାଧାନ କରାଯିବ ତାହା ଉପରେ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବା ଆବଶ୍ୟକ ରହିଛି ବୋଲି ଚାଷୀ ନେତା ଚନ୍ଦ୍ର କୁମାର ପଣ୍ଡା କହିଛନ୍ତି । ’’

ପ୍ରଥମେ ଆସନ୍ତା ୨୫ ତାରିଖରୁ ସମ୍ବଲପୁରର ବିଭିନ୍ନ ମଣ୍ଡିରେ ଖରିଫ ଧାନ କ୍ରୟ କରାଯିବ । ଏହା ୭ ଦିନ ପରେ କୁଚିଣ୍ଡା ସବଡିଭିଜନ ଓ ଏହାର ୭ ଦିନ ପରେ ରେଢାଖୋଲ ସବଡିଭିଜନରୁ ଧାନ ସଂଗ୍ରହ କରାଯିବ । ‘‘ ଖରିଫ ଧାନ କିଣି ଯିବା ସମୟରେ ଚାଷୀମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ ସେ ଦିଗରେ ସମସ୍ତ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ଅନନ୍ୟା ଦାସ କହିଛନ୍ତି । ’’ଚଳିତ ବର୍ଷ ଧାନ ବିକ୍ରୟ ପାଇଁ ୫୬,୩୪୮ ଜଣ ଚାଷୀ ରେଜିଷ୍ଟ୍ରେସନ କରିଥିବା ବେଳେ ଧାନ କ୍ରୟ କରିବା ପାଇଁ ୪୫ ଟି ପେକ୍ସ, ୧୫ ଟି ଏସେଚଜି, ୧୨୯ ପିପିସି ଓ ୪୬ ଟି ମିଲ ନିୟୋଜିତ ରହିବେ ।
Published by:Soubhagya Mishra
First published: