ପରଲୋକରେ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ

ପରଲୋକରେ ବରିଷ୍ଠ ନେତା ତଥା ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହା। ପଦ୍ମପୁରରୁ ୫ ଥର ନିର୍ବାଚିତ ହୋଇଥିଲେ ବିଜୟ ରଞ୍ଜନ।

ବିଜୟ ରଞ୍ଜନ ସିଂ (ପ୍ରତୀକାତ୍ମକ ଛବି)

ବିଜୟ ରଞ୍ଜନ ସିଂ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ବରଗଡ଼: ପରଲୋକରେ ବରିଷ୍ଠ ନେତା ତଥା ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହା। ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ବରରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି ।

ବିଜୟ ରଞ୍ଜନ ପଦ୍ମପୁରରୁ ୫ ଥର ବିଧାୟକ ହୋଇଥିବା ବେଳେ ବରଗଡ ଜିଲ୍ଲା ବିଜୁ ଜନତା ଦଳ ସଭାପତି ଥିଲେ । ୧୯୯୦ ମସିହାରେ ପ୍ରଥମ ଥର ପାଇଁ ଜନତା ଦଳରୁ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହା ପରେ ୧୯୯୫ରେ ପୁଣି ନିର୍ବାଚିତ ହୋଇଥିଲେ । ଏହା ପରେ ୨୦୦୦, ୨୦୦୪, ୨୦୦୯ ଓ ୨୦୧୯ ବିଜୁ ଜନତା ଦଳରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୯ରେ ହରିଜନ- ଆଦିବାସୀ କଲ୍ୟାଣ କ୍ୟାବିନେଟ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ଥିଲେ ।

ଅସୁସ୍ଥତା କାରଣରୁ କିଛି ଦିନ ହେବ ବିଜୟ ରଞ୍ଜନ ଚିକିତ୍ସିତ ହେଉଥିଲେ । ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ବିୟୋଗରେ ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ବିଜୟ ରଞ୍ଜନ ଜଣେ ଦକ୍ଷ ରାଜନେତା ଭାବେ ପରିଚିତ । ତାଙ୍କର ଅକାଳ ବିୟୋଗରେ ପଦ୍ମପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
Published by:Soumya Das
First published: