ଗୀତାଶାଙ୍କ ହାତ ଧରିଲେ OYO ପ୍ରତିଷ୍ଠାତା; ବିବାହରେ ଯୋଗ ଦେଲେ ନାମିଦାମୀ ଲୋକ

OYO Founder Marriage: OYO ପ୍ରତିଷ୍ଠାତା ରିତେଶ ଅଗ୍ରୱାଲ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଓଡ଼ିଆ ଉଦ୍ୟୋଗପତି ରିତେଶ ଅଗ୍ରୱାଲଙ୍କ ବିବାହ ଭୋଜିରେ ଯୋଗ ଦେଇଥିଲେ ଅନେକ ନାମିଦାମୀ ଲୋକ।

ଗୀତାଶା ସୁଦଙ୍କ ହାତ ଧରିଲେ OYO ପ୍ରତିଷ୍ଠାତା

ଗୀତାଶା ସୁଦଙ୍କ ହାତ ଧରିଲେ OYO ପ୍ରତିଷ୍ଠାତା

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

OYO Founder Marriage: ଦେଶର ସବୁଠାରୁ କନିଷ୍ଠ କୋଟିପତିଙ୍କ ମଧ୍ୟରେ OYO ପ୍ରତିଷ୍ଠାତା ରିତେଶ ଅଗ୍ରୱାଲ ଅନ୍ୟତମ। ଯିଏ ମଙ୍ଗଳବାର ଦିନ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।

ରିତେଶ ଅଗ୍ରୱାଲ ଗତକାଲି ଗୀତାଶା ସୁଦଙ୍କୁ ବିବାହ କରିଛନ୍ତି। ଆଉ ଏହି ବିବାହ ଉତ୍ସବରେ ରାଜନେତାଙ୍କଠାରୁ ଆରମ୍ଭ କରି କର୍ପୋରେଟ ଜଗତର ଅନେକ ସିଇଓ ଯୋଗ ଦେଇଥିଲେ।

ବିବାହ ଉତ୍ସବରେ ଅତିଥି ଭାବେ ସଫ୍ଟବ୍ୟାଙ୍କ ମୁଖ୍ୟ ମାସାୟୋଶୀ ସୋନ, ପେଟିଏମ୍ ସିଇଓ ବିଜୟ ଶେଖରଙ୍କ ସମେତ ଲେନ୍ସକାର୍ଟର ସିଇଓ ପୀୟୁଷ ବଂଶଲ ମଧ୍ୟ ଯୋଗ ଦେଇଥିଲେ।

ମୁଖ୍ୟ କଥା ହେଉଛି ଯେ ସଫ୍ଟବ୍ୟାଙ୍କ ହେଉଛି ଏକ ଜାପାନୀ କମ୍ପାନୀ, ଯାହା ଓୟୋରେ ସବୁଠାରୁ ବଡ଼ ନିବେଶକ। ଏହାର ସିଇଓ ମାସାୟୋଶୀ ନବଦମ୍ପତିଙ୍କୁ ଆଶୀର୍ବାଦ ଦେବାକୁ ଆସିଥିଲେ।

ସେପଟେ ରିତେଶ ଅଗ୍ରୱାଲ ଏବଂ ତାଙ୍କ ପତ୍ନୀ ମଧ୍ୟ ୬୫ ବର୍ଷୀୟ ମାସାୟୋନିଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ। ଏହି ଫଟୋ ବର୍ତ୍ତମାନ ଖୁବ୍ ଭାଇରାଲ ହେଉଛି।

ଗୀତାଶାଙ୍କ ହାତ ଧରିଲେ OYO ପ୍ରତିଷ୍ଠାତା


କେବଳ କର୍ପୋରେଟ ଜଗତରୁ ନୁହେଁ ବରଂ ଅନେକ ରାଜନେତା ମଧ୍ୟ ଏହି ବିବାହ ଉତ୍ସବରେ ସାମିଲ ହୋଇଥିଲେ। ଯାହାର ଫଟୋ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳୁଛି।

ଗତ ମାସରେ ରିତେଶ ଅଗ୍ରୱାଲ ତାଙ୍କ ମା ଏବଂ ଭାବି ପତ୍ନୀଙ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ତାଙ୍କୁ ତାଙ୍କ ବିବାହ ନିମନ୍ତ୍ରଣ କାର୍ଡ ଦେଇଥିଲେ। ଅନଲାଇନରେ ଭାଇରାଲ ହୋଇଥିବା ଫଟୋରେ ଏହି ଦମ୍ପତି ତାଙ୍କ ଆଶୀର୍ବାଦ ପାଇବା ପାଇଁ ପିଏମ ମୋଦିଙ୍କ ପାଦ ଛୁଇଁଥିବାର ନଜର ଆସିଥିଲେ।

ଆହୁରି ମଧ୍ୟ ରିତେଶ ଅଗ୍ରୱାଲ ମଧ୍ୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ତାଙ୍କ ଆଶୀର୍ବାଦ ଲୋଡ଼ିଥିଲେ। ରାଷ୍ଟ୍ରପତିଙ୍କ ସହ ଫଟୋକୁ ସେୟାର କରି ସେ ଇନଷ୍ଟାଗ୍ରାମରେ ଲେଖିଥିଲେ ଯେ ଆପଣଙ୍କ ସହ କଥାବାର୍ତ୍ତା କରିବା ଘର ଭଳି ଅନୁଭବ ହେଉଛି।

ପଢ଼ନ୍ତୁ ଏହି ଖବର: ଆନ୍ତର୍ଜାତୀୟ ମହିଳା ଦିବସ: ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି ଏହି ୧୨ ଜଣ ନାରୀ

ପ୍ରକାଶ ଥାଉକି ଦେଶର ସବୁଠାରୁ କନିଷ୍ଠ କୋଟିପତିଙ୍କ ମଧ୍ୟରେ ରିତେଶ ଅଗ୍ରୱାଲ ଗଣିତ ହୁଏ। ସେ ମାତ୍ର ୧୯ ବର୍ଷ ବୟସରେ ୨୦୧୩ରେ ଆତିଥ୍ୟ ଗୋଷ୍ଠୀ OYO ପ୍ରତିଷ୍ଠା କରିଥିଲେ।
Published by:Lipina Das
First published: