ଆସନ୍ତା ବୁଧବାର ଦିନ କ୍ୟାପିଟାଲ ହସ୍ପିଟାଲରେ କାର୍ଯ୍ୟକ୍ଷମ ହେବ ଅକ୍ସିଜେନ ପ୍ଲାଣ୍ଟ
News18 Odia Digital
ଭୁବନେଶ୍ବର: ଆଉ ବାହାରୁ କିଣାଯିବ ନାହିଁ ଅକ୍ସିଜେନ। ଏଣିକି କ୍ୟାପିଟାଲ ହସ୍ପିଟାଲରୁ ଉତ୍ପାଦନ ହେବ ଅକ୍ସିଜେନ। ତିନୋଟି ପ୍ଲାଣ୍ଟ ମଧ୍ୟରେ ରହିଛି ଗୋଟିଏ ଲିକଉଡି ପ୍ଲାଣ୍ଟ। ରୋଗୀଙ୍କୁ ଏହିଠାରେ ହିଁ ମିଳିବ ସୁବିଧା। ରୋଗୀ ମାଗଣାରେ ପାଇପାରିବେ ଅକ୍ସିଜେନ।
"ବୁଧବାର ଠୁ ଏହି ଅକ୍ସିଜେନ ପ୍ଲାଣ୍ଟ ହେବ କାର୍ଯ୍ୟକ୍ଷମ। ରାଜଧାନୀର ମୁଖ୍ୟ ଚିକିତ୍ସାଳୟ କ୍ୟାପିଟାଲରେ ଥିବା ଅକ୍ସିଜେନ ପ୍ଲାଣ୍ଟ, ଯାହାକି ମେଡିକାଲର ଦକ୍ଷିଣ ପଟରେ ରହିଛି। ପୂର୍ବରୁ ଅକ୍ସିଜେନ ଆଣିବା ପାଇଁ ମେଡିକାଲ କର୍ତ୍ତୁପକ୍ଷ ମଞ୍ଚେଶ୍ୱରରୁ ଆଣୁଥିଲେ. ତା ସହ ଅକ୍ସିଜେନ ଫ୍ୟାକ୍ଟ୍ରି ଉପରେ ନିର୍ଭର କରିବାକୁ ପଡୁଥିଲା। ଏବେ ଆଉ କାହାରି ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ ବୋଲି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି।
କରୋନା ସମୟରେ ଫୁସଫୁସ ସଂକ୍ରମଣ ହେବା ଯୋଗୁ ହାଇଦ୍ରାବାଦ, ଦିଲ୍ଲୀ ଓ ମୁମ୍ବାଇ ଭଳି ରାଜ୍ୟରେ ଅକ୍ସିଜେନ ସଙ୍କଟ ପଡ଼ିଥିଲା. ଏହି ଅକ୍ସିଜେନ ଅଭାବ କାରଣରୁ ଅନେକ ରୋଗୀଙ୍କ ଜୀବନ ଯାଇଥିଲା। ସେ ସମୟରେ ଓଡ଼ିଶା ଅକ୍ସିଜେନ ଯୋଗାଇ ବଡ଼ ଉଦାହରଣ ପଲାଟି ଥିଲା।
ଖାଲି ଏତିକି ନୂହେଁ ଓଡ଼ିଶାର କିଛି ମେଡିକାଲରେ ମଧ୍ୟରେ କୋଭିଡ ଦ୍ବିତୀୟ ଲହରରେ ମଧ୍ୟ ଅକ୍ସିଜେନର ଅଭାବ ଦେଖିବାକୁ ମିଳିଥିଲା। ଯାହାକୁ ନେଇ ରୋଗୀଙ୍କ ସମ୍ପର୍କୀୟ ପ୍ରତିକ୍ରିୟାଶୀଳ ହୋଇଥିଲେ। ଏହି ଅକ୍ସିଜେନ ସମସ୍ୟା ଏବେ ଦୂରୀଭୂତ ହେବ।
କେବଳ ଫୁସଫୁସ ସଂକ୍ରମଣ ନୁହେଁ ବହୁବିଧ ରୋଗରେ ପୀଡିତ ରୋଗୀଙ୍କୁ ମଧ୍ୟ ଅକ୍ସିଜେନ ଦରକାର ହୋଇଥାଏ। ଫୁସଫୁସକୁ ଏହି ଅକ୍ସିଜେନ ସୁରକ୍ଷା ଦେବା ସହିତ ଅନେକ ରୋଗୀଙ୍କୁ ଜୀବନ ଯିବା ସମୟରେ ଜୀବନ ଦେଇଥାଏ। ସିଓପିଡି, ଶ୍ଵାସ, ହାର୍ଟ ଫେଲ୍ ଓ ନିମୋନିଆରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ମେଡିକାଲରେ ଦରକାର ପଡ଼େ ଅକ୍ସିଜେନ। ସେତେବେଳେ ବାହାରୁ ମିଳୁଥିବା ନର୍ମାଲ ଅକ୍ସିଜେନକୁ ଭିତରକୁ ନେଇ ଛାଣି ପାରି ନ ଥାଏ ଫୁସଫୁସ। ତେଣୁ ଏଭଲି ସ୍ଥଳେ କ୍ୟାପିଟାଲ ହସ୍ପିଟାଲରେ ଅକ୍ସିଜେନ ପ୍ଲାଣ୍ଟ ହେବା ନିହାତି ଖୁସିର ଖବର ସ୍ୱାସ୍ଥ୍ୟ ବୋଲି କହିଛନ୍ତି ବିଶେଷଜ୍ଞ ସୋନାଲି ସ୍ଵାଇଁ କହିଛନ୍ତି।
ଏଣିକି ଉତ୍ପାଦନ୍ ଏତେ ମାତ୍ରାରେ ହେବ, ବାହାରେ ମଧ୍ୟ ବିକ୍ରି ହୋଇପାରିବ। ଯାହାଦ୍ୱାରା ମେଡିକାଲ ମଧ୍ୟ ଲାଭ ପାଇ ପାରିବ।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।