ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଅଧା ପଡ଼ିଛି ବ୍ରିଜ କାମ; ମରାମତି କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମ କୋର୍ଟ

ଅଧା ପଡ଼ିଛି ବ୍ରିଜ କାମ; ମରାମତି କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମ କୋର୍ଟ

ବ୍ରିଜ ବିପଦ ସଙ୍କୁଳ ଅବସ୍ଥାରେ ରହିଥିବା ବେଳେ ଏହାର ମରାମତି ନିହାତି ଆବଶ୍ୟକ ହୋଇପଡିଥିଲା । ଏନେଇ ୯କୋଟି ୯୨ ଲକ୍ଷ ଟଙ୍କା ଏଷ୍ଟିମେଟ ହେବା ପରେ ଗତ ଦୁଇ ବର୍ଷ ହେବ ପ୍ରଥମ ପର୍ଯ୍ୟାୟରେ ୪କୋଟି ୯୩ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି।

ଅଧା ପଡ଼ିଛି ବ୍ରିଜ କାମ; ମରାମତି କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମ କୋର୍ଟ
ଅଧା ହୋଇ ପଡିଛି ବାଲେଶ୍ଵରର ଉଡ଼ନ୍ତା ପୋଲ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 15, 2021, 6:07 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ୱର: ବାଲେଶ୍ୱର ସହରର ମୁଖ୍ୟ ବ୍ରିଜ କୁହାଯାଉଥିବା ପୋଲ ଯାତାୟାତର ମୁଖ୍ୟ ମାଧ୍ୟମ। ୧୯୮୪ରୁ ନିର୍ମିତ ଏହି ପୋଲ ହେଉଛି ବାଲେଶ୍ୱର ବାସୀଙ୍କ ଜୀବନ ରେଖା । ବ୍ରିଜ ନହେଲେ ବସ ଷ୍ଟାଣ୍ଡ ସହିତ ରେମୁଣାକୁ ଯାଉଥିବା ମୁଖ୍ୟ ରାସ୍ତା ବିଚ୍ଛିନ୍ନ ହୋଇଯିବ। ତେବେ ଦୀର୍ଘ ଦିନର ଏହି ବ୍ରିଜ ବିପଦ ସଙ୍କୁଳ ଅବସ୍ଥାରେ ରହିଥିବା ବେଳେ ଏହାର ମରାମତି ନିହାତି ଆବଶ୍ୟକ ହୋଇପଡିଥିଲା । ତେବେ ଏନେଇ ୯କୋଟି ୯୨ ଲକ୍ଷ ଟଙ୍କା ଏଷ୍ଟିମେଟ ହେବା ପରେ ଗତ ଦୁଇ ବର୍ଷ ହେବ ପ୍ରଥମ ପର୍ଯ୍ୟାୟରେ ୪କୋଟି ୯୩ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବାଲେଶ୍ୱର ଅଭରବ୍ରିଜ ମରାମତି ନେଇ ଉପୁଜୁଥିବା ସମସ୍ୟାର ଅନ୍ତ ଘଟିଛି। ଉଠା ଦୋକାନୀଙ୍କ ପକ୍ଷରୁ ହୋଇଥିବା ଆବେଦନ ଖାରଜ ପରେ ମରାମତି ଆରମ୍ଭ କରିଛି ଠିକା ସଂସ୍ଥା । ହେଲେ ମରାମତି ପ୍ରତିବଦଳରେ ଢିଲାରେ କାମ ତୁଟାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ ହେଲାଣି ସଂସ୍ଥା ଉପରେ।  ସେପଟେ ଉଠା ଦୋକାନୀଙ୍କ ଥଇଥାନ ଦାବି ତେଜିବାରେ ଲାଗିଛି।

ଠିକା ସଂସ୍ଥା କାର୍ଯ୍ୟ ଆରମ୍ଭ କରିବାକୁ ଚେଷ୍ଟା କରୁଥିବା ବେଳେ ଏହାକୁ ଦୁଇ ବର୍ଷ ହେବ ବାଧା ଦେଇ ଆସୁଥିଲେ ବ୍ରିଜ ତଳେ ଥିବା ଦୋକାନୀ । ତେବେ ପ୍ରଶାସନ ଦୋକାନୀଙ୍କୁ ଉଠିବାକୁ କହିବା ପରେ ଏନେଇ ଦୋକାନୀମାନେ ହାଇକୋର୍ଟର ଦ୍ୱାରାସ୍ତ ହୋଇଥିଲେ ହୋଇଥିଲେ। ହାଇକୋର୍ଟଙ୍କ ରାୟ ଗତ ଅଗଷ୍ଟ ୨୬ ତାରିଖରେ ଦୋକାନୀଙ୍କ ବିପକ୍ଷରେ ଆସିବା ପରେ ଦୋକାନୀମାନେ ସୁପ୍ରିମକୋର୍ଟଙ୍କ ନିକଟରେ ଆବେଦନ କରିଥିଲେ ହେଲେ ଏବେ ସୁପ୍ରିମକୋର୍ଟ ମଧ୍ୟ ଦୋକାନ ଉଛେଦ ନେଇ ନିର୍ଦ୍ଦେଶ ପରେ ବ୍ରିଜ ମରାମତି ବାଟ ଫିଟିଛି । ସେପଟେ ରାୟ ପରେ ବ୍ରିଜ ମରାମତି କାର୍ଯ୍ୟ ଆରମ୍ଭ ହୋଇଥିଲା ବେଳେ ଅନ୍ୟତ୍ର ଦୋକାନୀଙ୍କ ସ୍ଥାନାନ୍ତର କରିବା ଦାବି କରିଛନ୍ତି ବ୍ରିଜ ତଳ ଦୋକାନୀ ।

ସେହିପରି ବ୍ରିଜ ମରାମତି ବେଳେ ଥିଲା ଭାବରେ କାର୍ଯ୍ୟ ହେଉନଥିବା ମଧ୍ୟ ଅଭିଯୋଗ ଆସିଛି । କେବଳ ଉପରେ ପିଚୁ ପକାଇ କାମ ସାରି ଦେବାକୁ ଚେଷ୍ଟା କରୁଥିବା ଅଭିଯୋଗ ଆଣିଛି ଜିଲ୍ଲା ଓଡ଼ନ୍ତା ପୋଲ ସୁରକ୍ଷା ସମିତି  ।

ବ୍ରିଜ ତଳେ ଦୋକାନ କରିଥିବା ଜଣେ ଦୋକାନୀ ପ୍ରତାପ କେଶରୀ ସାମଲ କହିଛନ୍ତି , ଆମେ ଏଠାରେ ୨୦ବର୍ଷରୁ ଅଧିକ ସମୟ ହେବ ଦୋକାନ କରି ଆସୁଛୁ । ଆମ ପରିବାର ସବୁ ଏହାରି ଉପରେ ନିର୍ଭର । ବ୍ରିଜ ମରାମତି ହେଉ ଆମେ ଜାଗା ଛାଡ଼ିଦେବୁ।  ହେଲେ ଏହାର ପ୍ରତିବଦଳରେ ସହରର କୌଣସି ସ୍ଥାନରେ ଆମ ପାଇଁ ପ୍ରଶାସନ ବ୍ୟବସ୍ଥା କରିବା ଆବଶ୍ୟକ"।

ଉଡ଼ନ୍ତା ପୋଲ ସୁରକ୍ଷା ମଞ୍ଚ ସଭାପତି ମନୋଜ ନାୟକ କହିଛନ୍ତି," ବ୍ରିଜ ମରାମତି ନେଇ ଦୀର୍ଘଦିନର ଆମର ଆନ୍ଦୋଳନ । ସହରର ପ୍ରମୁଖ ରାସ୍ତା ଶହ ଶହ ବସ , ଟ୍ରକ ଗାଡ଼ି ମଟର ସବୁ ଏହା ଉପରେ ଯିବା ଆସିବା କରୁଛି।  ଏନେଇ ବାରମ୍ବାର ଦାବି ପରେ ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ ଆରମ୍ଭ ହୋଇଛି । ହେଲେ ସମସ୍ୟା ହେଲା ମରାମତି ନୁହେଁ କେବଳ ପେଚ ପକାଯାଉଛି । ଏନେଇ ଆମେ ଜିଲ୍ଲାପାଳଙ୍କୁ ଜଣାଇବା ପରେ ମଧ୍ୟ କିଛି ପ୍ରଭାବ ପଡୁନି"।

ଗୋଟିଏ ପଟେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବ୍ରିଜ ମରାମତି ଆରମ୍ଭ ହୋଇଥିବା ବେଳେ ବ୍ରିଜ ତଳେ ଥିବା ପ୍ରାୟ ୨୦୦ ଦୋକାନୀଙ୍କ ଜୀବନ ଜୀବିକା ମଧ୍ୟ ଏବେ ପ୍ରଶାସନ ପାଇଁ ଗୁରୁତ୍ୱପୂର୍ଣ୍ଣ । ବର୍ଷ ବର୍ଷ ଧରି ପୌରପାଳିକା ଏମାନଙ୍କ ନିକଟରୁ ଟେକ୍ସ ନେଉଥିବା ବେଳେ ଏମାନଙ୍କୁ ଅନ୍ୟତ୍ର ଥଇଥାନ କରିବା ନେଇ ଦାବି ହୋଇଛି।  ସେହିପରି ବ୍ରିଜ ମରାମତି କ୍ଷେତ୍ରରେ ମଧ୍ୟ ଗୁରୁତର ସହକାରେ ନେଇ R&B ବିଭାଗ ନଜର ରଖିବା ଆବଶ୍ୟକ ।

ତେବେ ଏନେଇ ବିଧାୟକ ସ୍ୱରୂପ ଦାସ କହିଛନ୍ତି ବ୍ରିଜ ମରାମତି ଠିକ ଭାବରେ ହେଉଛି।  ତଳ ବିମ ସବୁ ଯାଞ୍ଚ କରାଯାଇଛି।  ଆବଶ୍ୟକ ସ୍ଥଳରେ ନୂଆ ପ୍ଲେଟ ମଧ୍ୟ ଲଗାଯାଇଛି। ସେହିପରି ବ୍ରିଜ ତଳେ ଦୋକାନୀମାନଙ୍କର ସହର ଭିତରେ ଥଇଥାନ ନେଇ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା ହେଉଛି ବୋଲି କହିଛନ୍ତି।
Published by: Soumya Das
First published: November 15, 2021, 5:59 PM IST